OR/Prabhupada 0524 - ଅର୍ଜୁନ ହେଉଛନ୍ତି କୃଷ୍ଣଙ୍କର ଶାଶ୍ଵତ ସଖା । ସେ କଦାପି ଭ୍ରମରେ ରହିବେ ନାହିଁ



Lecture on BG 7.1 -- Los Angeles, December 2, 1968

ପ୍ରଭୁପାଦ: ହଁ ।

ଜୟ ଗୋପାଳ: ଭଗବଦ୍ ଗୀତା ମୌଳିକ ରୂପରେ ର ଚତୁର୍ଥ ଅଧ୍ୟାୟରେ, ଏହା କୁହାଯାଇଛି ଯେ ବହୁ ବର୍ଷ ପୂର୍ବେ ସୂର୍ଯ୍ୟ ଭଗବାନଙ୍କୁ ଭଗବଦ୍ ଗୀତା କୁହାଯାଉଥିବା ସମୟରେ ଅର୍ଜୁନ ମଧ୍ୟ ଉପସ୍ଥିତ ଥିଲେ । ସେଠାରେ ତାଙ୍କର କେଉଁ ସ୍ଥିତି ଥିଲା?

ପ୍ରଭୁପାଦ: ସେ ମଧ୍ୟ ଉପସ୍ଥିତ ଥିଲେ, କିନ୍ତୁ ସେ ଭୁଲି ଯାଇଛନ୍ତି ।

ଜୟ ଗୋପାଳ: ତାଙ୍କର ସ୍ଥିତି କ'ଣ ଥିଲା, ଯଦି ଏହା କୁରୁକ୍ଷେତ୍ରର ଯୁଦ୍ଧଭୂମିରେ କୁହାଯାଇ ନ ଥାନ୍ତା? କେଉଁ ସ୍ଥିତି?

ପ୍ରଭୁପାଦ: ଅର୍ଜୁନଙ୍କୁ ସେହି ସ୍ଥିତିରେ ରଖା ଯାଇଥିଲା ଭଗବାନଙ୍କର ପରମ ଇଛା ଯୋଗୁଁ । ଅନ୍ୟଥା... ଯେପରି ଏକ ନାଟକ ମଞ୍ଚରେ, ଉଦ୍ଭୟ ପିତା ଏବଂ ପୁତ୍ର, ସେମାନେ କିଛି ଭୂମିକା ପ୍ରଦର୍ଶନ କରୁଛନ୍ତି । ପିତା ରାଜାର ଭୁମିକାକୁ ପ୍ରଦର୍ଶନ କରୁଛି, ଏବଂ ପୁତ୍ର ଅନ୍ୟ ଏକ ରାଜାର ଭୁମିକାକୁ ପ୍ରଦର୍ଶନ କରୁଛି । ଉଦ୍ଭୟ ଶତୃ । କିନ୍ତୁ ବାସ୍ତବରେ ସେମାନେ ସେପରି ଅଭିନୟ କରୁଛନ୍ତି । ସେହିପରି, ଅର୍ଜୁନ ହେଉଛନ୍ତି କୃଷ୍ଣଙ୍କର ଶାଶ୍ଵତ ସଖା । ସେ କଦାପି ଭ୍ରମରେ ରହିବେ ନାହିଁ । ସେ କିପରି ଭ୍ରମରେ ରହିବେ ଯଦି କୃଷ୍ଣ ହେଉଛନ୍ତି ତାଙ୍କର ଚିରନ୍ତନ ସଖା? କିନ୍ତୁ ତାଙ୍କୁ ଭ୍ରମରେ ରହିବାକୁ ଥିଲା, କାରଣ ସେ ଏକ ବଦ୍ଧଜୀବି ଆତ୍ମାର ଭୁମିକା ପ୍ରଦର୍ଶନ କରୁଥିଲେ, ଏବଂ କୃଷ୍ଣ ସମ୍ପୂର୍ଣ୍ଣ କଥା ବର୍ଣ୍ଣନା କରିଲେ । ସେ ସେହି ସାଧାରଣ ବ୍ୟକ୍ତିର ଅଭିନୟ କରିଥିଲେ; ସେଥିପାଇଁ ତାଙ୍କର ସମସ୍ତ ପ୍ରଶ୍ନ ସାଧାରଣ ବ୍ୟକ୍ତି ପରି ଥିଲା । ଯେ ପର୍ଯ୍ୟନ୍ତ...କାରଣ ଭଗବଦ୍ ଗୀତାର ଶିକ୍ଷାଗୁଡ଼ିକ ହଜିଯାଇଥିଲା । ତାହା ବର୍ଣ୍ଣନା କରାଗଲା । ତେବେ କୃଷ୍ଣ ପୁନର୍ବାର ଭଗବଦ୍ ଗୀତାର ଯୋଗ ପ୍ରଣାଳୀକୁ ପ୍ରଦାନ କରିବାକୁ ଚାହୁଁଥିଲେ । ତେବେ କେହି ପଚାରିବା ଉଚିତ୍ । ଯେପରି ତୁମେ ପଚାରୁଛ, ମୁଁ ଉତ୍ତର ଦେଉଛି । ସେହିପରି ଅର୍ଜୁନ, ଯଦିଓ ସେ ଭ୍ରମରେ ରହିବା କଥା ନୁହେଁ, ସେ ନିଜକୁ ଏକ ବଦ୍ଧଜୀବିର ପ୍ରତିନିଧି ରୂପରେ ରଖିଲେ, ଏବଂ ସେ ବହୁତ ସାରା କଥା ପଚାରିଥିଲେ, ତାର ଉତ୍ତର ଭଗବାନଙ୍କ ଦ୍ଵାରା ଦିଆଯାଇଥିଲା ।