OR/Prabhupada 0529 - ରାଧା ଏବଂ କୃଷ୍ଣଙ୍କର ପ୍ରେମ ସମ୍ଵନ୍ଧ ସାଧାରଣ ନୁହେଁ



Radhastami, Srimati Radharani's Appearance Day -- London, August 29, 1971

ତେବେ କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କର । ଏବଂ ଯେତେବେଳେ କୃଷ୍ଣ ଉପଭୋଗ କରିବାକୁ ଚାହାଁନ୍ତି, ତାହା କେଉଁ ପ୍ରକାରର ଉପଭୋଗ ହୋଇଥିବ? ଏହି କଥା ବୁଝିବାକୁ ଚେଷ୍ଟା କର । କୃଷ୍ଣ ବହୁତ ମହାନ; ଭଗବାନ ହେଉଛନ୍ତି ମହାନ, ସମସ୍ତେ ଜାଣିଛନ୍ତି । ତେଣୁ ମହାନ ଯେତେବେଳେ ଉପଭୋଗ କରିବାକୁ ଚାହାଁନ୍ତି, ତେବେ ସେହି ଉପଭୋଗର ବିଶେଷତା କ'ଣ ହୋଇପାରେ? ତାହା ବୁଝିବାକୁ ହେବ । ରାଧା-କୃଷ୍ଣ... ସେଥିପାଇଁ ସ୍ଵରୂପ ଦାମୋଦର ଗୋସ୍ଵାମୀ ଏକ ଶ୍ଲୋକ ଲେଖିଛନ୍ତି, ରାଧା-କୃଷ୍ଣ-ପ୍ରଣୟ-ବିକୃତିଃ । ରାଧା ଏବଂ କୃଷ୍ଣଙ୍କର ପ୍ରେମ ସମ୍ଵନ୍ଧ ସାଧାରଣ ନୁହେଁ, ଏହି ଭୌତିକ ପ୍ରେମ ସମ୍ଵନ୍ଧ, ଅବଶ୍ୟ ଏହା ସେପରି ପ୍ରତିତ ହୁଏ । କିନ୍ତୁ ଜଣେ ଯିଏ କୃଷ୍ଣଙ୍କୁ ବୁଝି ପାରେ ନାହିଁ, ଅବଜାନନ୍ତି ମାଂ ମୁଢ଼ା (BG 9.11) । ମୂଢ଼, ଦୁର୍ଜନ, ମୂର୍ଖ, ସେମାନେ କୃଷ୍ଣଙ୍କୁ ସାଧାରଣ ବ୍ୟକ୍ତି ଭାବନ୍ତି । ଯଥା ଶୀଘ୍ର ଆମେ କୃଷ୍ଣଙ୍କୁ ଆମ ପରି ଜଣେ ଭାବୁ... ମନୁଷୀଂ ତନୁମାଶ୍ରିତମ୍ ପରଂ ଭାବମଜାନନ୍ତୋ । ଏହି ମୂର୍ଖମାନେ, ସେମାନେ ଜାଣି ନାହାଁନ୍ତି ପରଂ ଭାବମ୍ । ସେମାନେ କୃଷ୍ଣ ଲୀଳା, ରାସ-ଲୀଳାର ନକଲ କରିବାକୁ ଚେଷ୍ଟା କରନ୍ତି । ବହୁତ ମୂର୍ଖ ଅଛନ୍ତି । ତେବେ ଏହି ସବୁ କଥା ଚାଲିଛି । କୃଷ୍ଣଙ୍କୁ କେହି ବୁଝନ୍ତି ନାହିଁ । କୃଷ୍ଣଙ୍କୁ ବୁଝିବା ବହୁତ କଷ୍ଟକର ।

ମନୁଷ୍ୟାଣାଂ ସହସ୍ରେଷୁ
କଶ୍ଚିଦ୍ ଯତତି ସିଦ୍ଧୟେ
ଯତତାମପି ସିଦ୍ଧାନାଂ
କଶ୍ଚିନ୍ମାଂ ବେତ୍ତି ତତ୍ତ୍ଵତଃ
(BG 7.3)

ଲକ୍ଷ ଲକ୍ଷ ଲୋକମାନଙ୍କ ମଧ୍ୟରୁ, ଜଣେ ତାର ଜୀବନକୁ ପରିପୂର୍ଣ୍ଣ କରିବାକୁ ଚାହେଁ । ସମସ୍ତେ ପଶୁ ପରି କାମ କରୁଛନ୍ତି । ଜୀବନର ପୂର୍ଣ୍ଣତାର କୌଣସି ପ୍ରଶ୍ନ ନାହିଁ । ପଶୁ ପ୍ରବୃତ୍ତି, ଖାଇବା, ଶୋଇବା, ମୈଥୁନ୍ୟ ଏବଂ ଆତ୍ମରକ୍ଷା... ତେଣୁ ସମସ୍ତେ ପଶୁ ପରି ବ୍ୟସ୍ତ ଅଛନ୍ତି । ସେମାନଙ୍କର ଆଉ କୌଣସି କାମ ନାହିଁ, ଠିକ୍ ଯେପରି ପଶୁ, ଘୁଷୁରି, କୁକୁର, ପୁରା ଦିନ ଏବଂ ରାତି କାମ କରିବା: "ବିଷ୍ଠା କେଉଁଠାରେ ଅଛି?" "ବିଷ୍ଠା କେଉଁଠାରେ ଅଛି?" ଏବଂ ଯଥା ଶୀଘ୍ର ସେମାନେ କିଛି ବିଷ୍ଠା ପାଇଯାଆନ୍ତି, କିଛି ଚର୍ବି ମିଳେ, "ଯୌନକ୍ରିୟା କେଉଁଠାରେ ଅଛି? ଯୌନକ୍ରିୟା କେଉଁଠାରେ ଅଛି?" ମା ଏବଂ ଭଉଣୀର କୌଣସି ବିଚାର ନାହିଁ । ଏହା ହେଉଛି ଘୁଷୁରିର ଜୀବନ ।

ତେବେ ମନୁଷ୍ୟ ଜୀବନ ଘୁଷୁରି ସଭ୍ୟତା ପାଇଁ ହୋଇ ନାହିଁ । ତେବେ ଆଧୁନିକ ସଭ୍ୟତା ହେଉଛି ଘୁଷୁରି ସଭ୍ୟତା, ଅବଶ୍ୟ ଏହା ସାର୍ଟ ଏବଂ କୋଟ ଦ୍ଵାରା ସଂସ୍କୃତ ଦେଖା ଯାଏ । ତେଣୁ, ଆମେ ବୁଝିବାକୁ ଚେଷ୍ଟା କରିବା ଉଚିତ୍ । ଏହି କୃଷ୍ଣ ଚେତନା ଅନ୍ଦୋଳନ ହେଉଛି କୃଷ୍ଣଙ୍କୁ ବୁଝିବା ପାଇଁ । କୃଷ୍ଣଙ୍କୁ ବୁଝିବା ପାଇଁ, ଟିକିଏ ପରିଶ୍ରମ, ତପସ୍ୟାର ଆବଶ୍ୟକତା ଅଛି । ତପସ୍ୟା ବ୍ରହ୍ମଚର୍ଯ୍ୟେନ ଶମେନ ଦମେନ ଚ । ତପସ୍ୟା । ଜଣକୁ ତପସ୍ୟା କରିବାକୁ ହେବ । ବ୍ରହ୍ମଚର୍ଯ୍ୟ । ଅବିବାହିତ ଜୀବନ । ତପସ୍ୟା । ବ୍ରହ୍ମଚର୍ଯ୍ୟ ଅର୍ଥାତ୍ ଯୌନ ଜୀବନ ବନ୍ଦ କରିବା କିମ୍ଵା ଯୌନ ଜୀବନ ନିୟନ୍ତ୍ରଣ କରିବା । ବ୍ରହ୍ମଚର୍ଯ୍ୟ । ସେଥୀପାଇଁ ବୈଦିକ ସଭ୍ୟତା, ପ୍ରାରମ୍ଭରୁ ହିଁ ଅଛି, ବାଳକମାନଙ୍କୁ ବ୍ରହ୍ମଚାରୀ ହେବା ପାଇଁ ପ୍ରଶିକ୍ଷିତ କରିବା, ଅବିବାହିତ ଜୀବନ । ଆଧୁନିକ ଯୁଗ ପରି ନୁହଁ, ବିଦ୍ୟାଳୟ, ବାଳକ ଏବଂ ବାଳିକାମାନେ, ଦଶ ବର୍ଷ, ବାର ବର୍ଷ, ସେମାନେ ଉପଭୋଗ କରୁଛନ୍ତି । ମସ୍ତିଷ୍କ ନଷ୍ଟ ହୋଇ ଯାଇଛି । ସେମାନେ ଉଚ୍ଚ କଥା ବୁଝି ପାରିବେ ନାହିଁ । ମସ୍ତିଷ୍କର ତନ୍ତୁଗୁଡିକ ହଜିଯାଇଛି । ତେଣୁ ବ୍ରହ୍ମଚାରୀ ନ ହୋଇ, କେହି ଆଧ୍ୟାତ୍ମିକ ଜୀବନ ବୁଝି ପାରିବେ ନାହିଁ । ତପସ୍ୟା ବ୍ରହ୍ମଚର୍ଯ୍ୟେନ ଶମେନ ଦମେନ ଚ । ସମ ଅର୍ଥାତ୍ ଈନ୍ଦ୍ରିୟଗୁଡିକୁ ନିୟନ୍ତ୍ରଣ କରିବା, ମନକୁ ନିୟନ୍ତ୍ରଣ କରିବା; ଦମେନ,ଈନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରିବା; ତ୍ୟାଗେନ, ଶୌଚେନ, ସ୍ଵଛତା; ତ୍ୟାଗ, ତ୍ୟାଗ ଅର୍ଥାତ୍ ଦାନ । ଏଗୁଡିକ ହେଉଛି ନିଜକୁ ବୁଝିବା ପ୍ରକ୍ରିୟା, ଆତ୍ମ ବୋଧ । କିନ୍ତୁ ଏହି ଯୁଗରେ ଏହି ସମସ୍ତ ପ୍ରକିୟା ଦେଇ ଗତିକରିବା କଷ୍ଟକର ଅଟେ । ବ୍ୟବହାରିକ ରୂପରେ ଏହା ଅସମ୍ଭବ ଅଟେ । ସେଥିପାଇଁ, ଭଗବାନ ଚୈତନ୍ୟ, କୃଷ୍ଣ ନିଜେ, ନିଜକୁ ସହଜରେ ଉପଲଦ୍ଧ କରାଇଛନ୍ତି ଏକ ପ୍ରକ୍ରିୟା ଦ୍ଵାରା:

ହରେର୍ନାମ ହରେର୍ନାମ ହରେର୍ନାମୈବକେବଳମ୍
କଳୌ ନାସ୍ତୈବ ନାସ୍ତୈବ ନାସ୍ତୈବ ଗତିର୍ନ୍ୟଥା
(CC Adi 17.21)

ଏହି ଯୁଗରେ, କଳି-ଯୁଗ...କଳି-ଯୁଗ ସବୁଠାରୁ ପତିତ ଯୁଗ ହିସାବରେ ଧରାଯାଏ । ଆମେ ଭାବୁଛୁ ଯେ ଆମେ ବହୁତ ଉନ୍ନତି କରୁଛୁ, କିନ୍ତୁ ଏହା ସବୁଠାରୁ ବେଶି ପତିତ ଯୁଗ । କାରଣ ଲୋକମାନେ ପଶୁମାନଙ୍କ ପରି ହୋଇ ଚାଲିଛନ୍ତି । ଯେପରି ପଶୁମାନଙ୍କର ଶାରୀରିକ ଆବଶ୍ୟକତାର ଚାରୋଟି ସିଦ୍ଧାନ୍ତ ବ୍ୟତିତ ଅନ୍ୟ କୌଣସି କଥାରେ ରୁଚି ନ ଥାଏ - ଖାଇବା, ଶୋଇବା, ମୈଥୁନ୍ୟ ଏବଂ ଆତ୍ମରକ୍ଷା - ତେଣୁ ଏହି ଯୁଗରେ, ଲୋକମାନେ ଶାରୀରିକ ଆବଶ୍ୟକତାର ଚାରୋଟି ସିଦ୍ଧାନ୍ତରେ ରୁଚି ରଖନ୍ତି । ସେମାନଙ୍କୁ ଆତ୍ମାର କୌଣସି ସୁଚନା ନାହିଁ, ନା ସେମାନେ ଅନୁଭବ କରିବା ପାଇଁ ପ୍ରସ୍ତୁତ ଅଛନ୍ତି କି ଅତ୍ମା କ'ଣ । ତାହା ହେଉଛି ଏହି ଯୁଗର ଦୋଷ । କିନ୍ତୁ ମନୁଷ୍ୟ ରୂପି ଜୀବନ ବିଶେଷ କରି କେବଳ ନିଜକୁ ଅନୁଭବ କରିବାକୁ ହୋଇଛି, "ମୁଁ କ'ଣ?" ତାହା ହେଉଛି ମନୁଷ୍ୟ ଜୀବନର ଲକ୍ଷ୍ୟ ।