OR/Prabhupada 0540 - ଜଣେ ବ୍ୟକ୍ତି ଅତ୍ୟଧିକ ଉଚ୍ଚ ବ୍ୟକ୍ତିତ୍ୱ ଭାବରେ ପୂଜା ପାଇବା କିଛି ବିପ୍ଳବ ଅଟେ



Sri Vyasa-puja -- Hyderabad, August 19, 1976

ଶ୍ରୀପାଦ ସଂପତ ଭଟ୍ଟାଚାର୍ଯ୍ୟ, ସାଥୀଗଣ: ଏହି ବ୍ୟାସ-ପୂଜା ସମାରୋହରେ ଆପଣ ଦୟାକରି ଏଠାକୁ ଆସିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି | ଏହି ଆସନ ଯେଉଁଠାରେ ସେମାନେ ମୋତେ ବସେଇଛନ୍ତି, ଏହାକୁ ବ୍ୟାସାସନ କୁହାଯାଏ | ଗୁରୁ ହେଉଛନ୍ତି ବ୍ୟାସଦେବଙ୍କର ପ୍ରତିନିଧୀ | ଆପଣ ସମସ୍ତେ ବ୍ୟାସଦେବଙ୍କର ନାମ ଶୁଣିଛନ୍ତି, ବେଦ ବ୍ୟାସ | ତେଣୁ ଯେକେହି ମହାନ ଆଚାର୍ଯ୍ୟ, ବ୍ୟାସଦେବଙ୍କର ପ୍ରତିନିଧିତ୍ୱ କରନ୍ତି, ତାଙ୍କୁ ବ୍ୟାସାସନ ଉପରେ ବସିବାକୁ ଅନୁମତି ଦିଆଯାଇଛି | ତେଣୁ ବ୍ୟାସ-ପୁଜା ... ଗୁରୁ ହେଉଛନ୍ତି ବ୍ୟାସଦେବଙ୍କର ପ୍ରତିନିଧୀ, ତେଣୁ ତାଙ୍କର ଜନ୍ମଦିନ ବାର୍ଷିକୀ ବ୍ୟାସ-ପୁଜା ଭାବରେ ଗ୍ରହଣ କରାଯାଏ |

ବର୍ତ୍ତମାନ ମୁଁ ମୋର ସ୍ଥିତିକୁ ବ୍ୟାଖ୍ୟା କରିବାକୁ ପଡିବ କାରଣ ଏହି ଦିନରେ, ଜଣେ ବ୍ୟକ୍ତି ଅତ୍ୟଧିକ ଉଚ୍ଚ ବ୍ୟକ୍ତିତ୍ୱ ଭାବରେ ପୂଜା ପାଇବା କିଛି ବିପ୍ଳବ ଅଟେ | କାରଣ ସେମାନେ ଗଣତନ୍ତ୍ରକୁ ପସନ୍ଦ କରନ୍ତି, ଭୋଟ ଦ୍ଵାରା ଜଣେ ଉପରକୁ ଉଠି ଯାଉଛି ସେ ଯେତେ ବଦମାସ ହେଲେ ମଧ୍ୟ | କିନ୍ତୁ ଆମର ପ୍ରଣାଳୀ, ଗୁରୁ-ପାରାମ୍ପରା ପ୍ରଣାଳୀ ଭିନ୍ନ ଅଟେ | ଆମର ପ୍ରଣାଳୀ, ଯଦି ତୁମେ ବୈଦିକ ଜ୍ଞାନ ଗ୍ରହଣ କରୁନାହଁ ଗୁରୁ-ପରମ୍ପରା ପ୍ରଣାଳୀ ମାଧ୍ୟମରେ, ଏହା ଅଦରକାରୀ | ଆପଣ ବୈଦିକ ଭାଷାର ବ୍ୟାଖ୍ୟା ପ୍ରସ୍ତୁତ କରିପାରିବେ ନାହିଁ | ଠିକ୍ ଗୋବର ପରି | ଗାଈ ଗୋବର ହେଉଛି ଏକ ପଶୁର ମଳ | ବୈଦିକ ଆଦେଶ ହେଉଛି ଯଦି ତୁମେ ଗାଈ ଗୋବରକୁ ସ୍ପର୍ଶ କର ..., କୌଣସି ପ୍ରାଣୀର ମଳ, ତୁମକୁ ତୁରନ୍ତ ଗାଧୋଇ ନିଜକୁ ଶୁଦ୍ଧ କରିବାକୁ ପଡିବ | କିନ୍ତୁ ବୈଦିକ ଆଦେଶ ମଧ୍ୟ ହେଉଛି ଯେ ଗାଈ ଗୋବର ଯେକୌଣସି ଅଶୁଦ୍ଧ ସ୍ଥାନକୁ ଶୁଦ୍ଧ କରିପାରେ। ବିଶେଷ କରି ଆମେ ହିନ୍ଦୁ, ଆମେ ଏହାକୁ ଗ୍ରହଣ କରୁ | ବର୍ତ୍ତମାନ କାରଣରୁ ଏହା ପରସ୍ପର ବିରୋଧୀ | ଏକ ପଶୁର ମଳ ଅଶୁଦ୍ଧ, ଏବଂ ବୈଦିକ ଆଦେଶ ହେଉଛି ଗାଈ ଗୋବର ଶୁଦ୍ଧ ଅଟେ | ପ୍ରକୃତରେ ଆମେ ଯେକୌଣସି ସ୍ଥାନକୁ ଶୁଦ୍ଧ କରିବା ପାଇଁ ଗାଈ ଗୋବରକୁ ଶୁଦ୍ଧ ଭାବରେ ଗ୍ରହଣ କରୁ | ପଞ୍ଚଗବ୍ୟରେ ଗାଈ ଗୋବର ଅଛି, ଗୋ ମୂତ୍ର ଅଛି |

ତେଣୁ ଏହା ପରସ୍ପର ବିରୋଧୀପ୍ରତୀତ ହୁଏ, ବୈଦିକ ଆଦେଶ | କିନ୍ତୁ ତଥାପି ଆମେ ଗ୍ରହଣ କରୁ କାରଣ ଏହା ବୈଦିକ କ୍ରମ | ତାହା ହେଉଛି ... ତାହା ହେଉଛି ବେଦ ଗ୍ରହଣ | ଯେପରି ଭଗବଦ୍-ଗୀତା | ଭଗବଦ୍-ଗୀତା, ବହୁତ ଦୁର୍ଜନ ଅଛନ୍ତି, ସେମାନେ ସଂକ୍ଷେପରେ କହିଛନ୍ତି: "ମୋତେ ଏହା ଭଲ ଲାଗେ; ମୁଁ ଏହା ପସନ୍ଦ କରେ ନାହିଁ |" ନା। ଅର୍ଜୁନ କୁହନ୍ତି ସର୍ବମେତଦୃତଂ ମନ୍ୟେ (BG 10.14) | ତାହା ହେଉଛି ବେଦ ବିଷୟରେ ବୁଝିବା | ଯଦି ଜଣେ ଦୁର୍ଜନ କହିଥାଏ, "ମୁଁ ଏହାକୁ ପସନ୍ଦ କରେ ନାହିଁ, ମୁଁ ଭାଷାନ୍ତର କରିବି" ଏହା ଭଗବଦ୍-ଗୀତା ନୁହେଁ | ଭଗବଦ୍-ଗୀତାର ଅର୍ଥ ହେଉଛି ତୁମକୁ ମୌଳିକ ରୂପରେ ଗ୍ରହଣ କରିବାକୁ ପଡିବ | ତେଣୁ ଆମେ ଭଗବଦ୍-ଗୀତା ମୌଳିକ ରୂପରେ ଉପସ୍ଥାପନା କରୁଛୁ | କୃଷ୍ଣ କୁହନ୍ତି, ଭଗବଦ୍-ଗୀତା ବକ୍ତା, ସେ କୁହନ୍ତି: ସ କାଳେନ ଯୋଗୋ ନଷ୍ଟଃ ପରନ୍ତପ | "ମୋର ପ୍ରିୟ ଅର୍ଜୁନ, ଏହି ଭଗବଦ୍-ଗୀତା ର ବିଜ୍ଞାନ," ଇମଂ ବିବସ୍ଵତେ ଯୋଗଂ ପ୍ରପକ୍ତ ବାନହମବ୍ୟୟମ୍ (BG 4.1), "ମୁଁ ସର୍ବପ୍ରଥମେ ସୂର୍ଯ୍ୟ-ଦେବତାଙ୍କୁ କହିଲି, ଏବଂ ସେ ତାଙ୍କ ପୁତ୍ରକୁ କହିଲେ," ବିବସ୍ଵାନ୍ ମନେବ ପ୍ରାହ | ବିବସ୍ଵତ ମନୁ | ମନୁରିକ୍ଷ୍ଵାକବେଽବ୍ରବୀତ୍ | ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବିଦୁଃ (BG 4.2) | ଏହା ହେଉଛି ପ୍ରକ୍ରିୟା | ସ କାଳେନ ଯୋଗୋ ନଷ୍ଟଃ ପରନ୍ତପ | ଯଦି କେହି ଏହି ପରମ୍ପରା ପ୍ରଣାଳୀ ମାଧ୍ୟମରେ ଆସନ୍ତି ନାହିଁ, ଯଦି ସେ ବୈଦିକ ସାହିତ୍ୟର କୌଣସି ବ୍ୟାଖ୍ୟା ଉପସ୍ଥାପନ କରନ୍ତି, ତେବେ ଏହା ଅଦରକାରୀ | ଏହା ଅଦରକାରୀ | ଏହାର କୌଣସି ଅର୍ଥ ନାହିଁ | ଯୋଗୋ ନଷ୍ଟଃ ପରନ୍ତପ | ତେଣୁ ତାହା ଚାଲିଛି | ଏହାର କୌଣସି ଅର୍ଥ ନାହିଁ |