OR/Prabhupada 0561 - ଦେବତା ଅର୍ଥ ପାଖାପାଖି ଭଗବାନ । ସେମାନଙ୍କ ପାଖରେ ଭଗବାନଙ୍କ ସବୁ ଗୁଣ ଅଛି



Press Interview -- December 30, 1968, Los Angeles

ସାମ୍ବାଦିକ: ମୋତେ ଏହା ବୁଝିବାକୁ ଦିଅନ୍ତୁ ଯଦି ମୁ ପାରିବି | କଣ ଆପଣ କହୁଛନ୍ତି ଯେ ଚନ୍ଦ୍ରରେ ଲୋକ ଅଛନ୍ତି ?

ପ୍ରଭୁପାଦ: ହଁ |

ସାମ୍ବାଦିକ: ସେଠାରେ ଅଛନ୍ତି | ଆଉ ସେମାନେ ଦେବତା?

ପ୍ରଭୁପାଦ: ହଁ |

ସାମ୍ବାଦିକ: ସେମାନେ ଦେବତା | ଏହା ଆପଣ କେମିତି ଜାଣିଲେ?

ପ୍ରଭୁପାଦ: ଆମର ଧର୍ମ ଗ୍ରନ୍ଥରୁ, ଆମର ବୈଦିକ ସାହିତ୍ୟରୁ |

ସାମ୍ବାଦିକ: କଉ ସାହିତ୍ୟରୁ ?

ପ୍ରଭୁପାଦ: ବୈଦିକ ସାହିତ୍ୟ |

ସାମ୍ବାଦିକ: ତାହା କେମିତି ଲେଖାଯାଏ ?

ପ୍ରଭୁପାଦ: ଭି-ଇ-ଡି-ଆଇ-ସି |

ସାମ୍ବାଦିକ: ଓଃ, ବୈଦିକ | ମୁଁ ଅପଣଙ୍କଠୁ କ୍ଷମା ଚାଁହୁଛି |

ପ୍ରଭୁପାଦ: ହଁ |

ସାମ୍ବାଦିକ: ଆପଣ ମୋତେ କ୍ଷମା କରିଦେବେ ମୁଁ ଯଦି, ମୁଁ ନିଶ୍ଚିତ ଭାବେ ପଚାରିବି...

ପ୍ରଭୁପାଦ: ତାହା ଠିକ ଅଛି, ନାହିଁ...

ସାମ୍ବାଦିକ: ମୁଁ ଆପଣଙ୍କୁ ଅପମାନ କରିବାକୁ ଚାହୁଁନାହିଁ |

ପ୍ରଭୁପାଦ: ମୁଁ ବେଳେ ବେଳେ ମୁଁ ତୁମ ଉଚ୍ଚାରଣ ବୁଝି ପାରୁନାହିଁ

ସାମ୍ବାଦିକ: ମୁଁ ଜାଣିଛି |

ପ୍ରଭୁପାଦ: ତାହା ଦେଶର ପାର୍ଥକ୍ୟ | ତାହା କିଛି ଅସୁବିଧା ନାହିଁ | ହଁ |

ସାମ୍ବାଦିକ: ଆଉ ସେହି ସାହିତ୍ୟରୁ, ବୈଦିକ ସାହିତ୍ୟରୁ, ଏହା ସେଥିରେ ଲେଖା ହୋଇଛି ଯେ, କି ଚନ୍ଦ୍ରରେ ଲୋକ ଅଛନ୍ତି |

ପ୍ରଭୁପାଦ: ଓଃ, ହଁ |

ସାମ୍ବାଦିକ: କିନ୍ତୁ ସେମାନେ ଦେବତା ଅଟନ୍ତି |

ପ୍ରଭୁପାଦ: ଦେବତା, ଏହାର ଅର୍ଥ ସେମାନେ ଏହି ମାନବଙ୍କ ଅପେକ୍ଷା ସେମାନେ ବହୁତ ଉନ୍ନତ | ସେଇଥିପାଇଁ... ସେମାନେ ମଧ୍ୟ ଆମ ପରି ଜୀବ ଅଟନ୍ତି, କିନ୍ତୁ ସେମାନଙ୍କ ଜୀବନ ଅବଧି, ସେମାନଙ୍କ ଜୀବନ ଶୈଳୀ, ସେମାନଙ୍କ ସଭ୍ୟତା, ଆଧ୍ୟାତ୍ମିକ ଜ୍ଞାନ ଏତେ ଉନ୍ନତ କି, ସେମାନଙ୍କୁ ଦେବତା କହାଯାଏ | ପାଖାପାଖି ଭଗବାନ | ସେମାନେ ଏତେ ଉନ୍ନତ | ଦେବତା ଅର୍ଥ ପାଖାପାଖି ଭଗବାନ | ସେମାନଙ୍କ ପାଖରେ ଭଗବାନଙ୍କ ପ୍ରାୟ ସବୁ ଗୁଣ ଅଛି, ଆଉ ସେମାନେ ବାୟୁମଣ୍ଡଳୀୟ ବିଷୟର ନିୟନ୍ତ୍ରଣାକରି | ସେମାନଙ୍କ ଭିତରୁ କିଛି ବର୍ଷା ଋତୁ ନିୟନ୍ତ୍ରଣ କରନ୍ତି, ଆଉ କିଛି ଗ୍ରୀଷ୍ମ କୁ ନିୟନ୍ତ୍ରଣ କରନ୍ତି | ଯେମିତି ତୁମର ନିୟନ୍ତ୍ରଣାକର୍ତ୍ତା ଏଠାରେ ଅଛନ୍ତି, ଏଇ ବିଭାଗର ବିଭାଗୀୟ ନିର୍ଦେଶକ, ସେଇ ଭିଭାଗର ନିର୍ଦେଶକ, ସେହି ପରି ତୁମେ କାହିଁକି ଭାବୁନାହଁ ଏହି ଅତି ବିଶାଳ ବ୍ରହ୍ମାଣ୍ଡର, ପଛରେ ଏକ ମହାନ ମସ୍ତିଷ୍କ ଅଛି ଆଉ ଅଲଗା ଅଲଗା ନିର୍ଦେଶକ ଅଛନ୍ତି ଆଉ ପରିଚାଳନା ଅଛି | ଲୋକେ ଏହାକୁ ସ୍ୱୀକାର କରନ୍ତି ନାହିଁ | ପ୍ରକୃତି | ପ୍ରକୃତିର ଅର୍ଥ ତୁମେ କଣ ବୁଝ ? ଏତେ ସୁନ୍ଦର ଜିନିଷଗୁଡ଼ିକ, ଏତେ ଅଦ୍ଭୁତ ଜିନିଷଗୁଡ଼ିକ କଣ ନିଜେ ନିଜେ ଚାଲୁଚି, କାହାର ବିନା ନିୟନ୍ତ୍ରଣରେ? ତୁମେ ଦେଖି ପାରୁଛ?

ସାମ୍ବାଦିକ: ହଁ, ମୁଁ ଜାଣିଛି ତାହା ଏକ ପ୍ରଶ୍ନ ଯାହା, ଅବଶ୍ୟ, ଜଣେ ସବୁବେଳ ନିଜକୁ ପଚାରିଥାଏ, ମୁଁ ଭାବୁଛି | ଏହା ମନୁଷ୍ୟ ନିଜକୁ ଖୋଜି ପାଇବା ତୃଷ୍ଣାର ଅଂଶ ଆଉ ...

ପ୍ରଭୁପାଦ: କିନ୍ତୁ ତାଙ୍କର ଏହି ସାଧାରଣ ଜ୍ଞାନ ରହିବା ଦରକାର ଯେ ତୁମେ ଗୋଟେ କୁତ୍ରିମ ଉପଗ୍ରହକୁ ଭାସମାନରଖିବାକୁ ଚେଷ୍ଟା କରୁଛ, କେତେ ବୈଜ୍ଞାନିକ ମସ୍ତିକ କାମ କରୁଛି | ଆଉ ଲକ୍ଷ ଲକ୍ଷ ଅଦ୍ଭୁତ ମହାକାଶଯାନ ଯାହାକୁ ଗ୍ରହ କୁହାଯାଉଛି, ସେମାନେ ପବନରେ ଭାସମାନ ଅଛନ୍ତି, ଏହା ପଛରେ କୌଣସି ମସ୍ତିକ ନାହିଁ | ଏହା କଣ? କଣ ତାହା ବହୁତ ଭଲ ତର୍କ?

ସାମ୍ବାଦିକ: ମୁଁ ଜାଣିନି | ମୋତେ ତାହା ନିଶ୍ଚିତ ଭାବେ ବିଚାର କରିବାକୁ ହେବ |

ପ୍ରଭୁପାଦ: ତୁମେ ଏହା ଜାଣିବା ଦରକାର | ଏହା କିପରି ହୋଇ ପାରେ | ଏହା ପଛରେ ଅବଶ୍ୟ ବହୁତ ବଡ ମସ୍ତିଷ୍କ ଥିବ | ସେମାନେ କାମ କରୁଛନ୍ତି |

ସାମ୍ବାଦିକ: ଏବେ କଣ ଆପଣ କହୁଛନ୍ତି ଯେ ଚନ୍ଦ୍ର, କହିବା ବାହୁଲ୍ୟରେ...? ମୁଁ କଣ କହିବି? ମୁଖ୍ୟାଳୟ, ଯେଉଁଠି ଏହି ଦେବତା ମାନେ ବାସ କରନ୍ତି?

ପ୍ରଭୁପାଦ: ନା, ଅନେକ ଗ୍ରହ ସମାନ ସ୍ଥରରେ ଅଛନ୍ତି | ବହୁତ ଗ୍ରହ ଅଛନ୍ତି | ଚନ୍ଦ୍ର ସେମାନଙ୍କ ମଧ୍ୟରୁ ଗୋଟିଏ |

ସାମ୍ବାଦିକ: ଏହି ଦେବତାମାନଙ୍କ ଭିତରୁ କେହି ପୃଥୀବିକୁ ଆସିଛନ୍ତି ଅଥବା ...

ପ୍ରଭୁପାଦ: ଆଗରୁ ସେମାନେ ଆସୁଥିଲେ, କାରଣ ସେହି ସମୟରେ ଲୋକମାନଙ୍କର ସେମାନଙ୍କୁ ଦେଖିବାର ଯୋଗ୍ୟତା ଥିଲା| ଦେଖି ପାରୁଛ?

ସାମ୍ବାଦିକ: ଯେବେ ଆପଣ ପୂର୍ବେ କହୁଛନ୍ତି, ଆପଣ କହିବାକୁ ଚାହୁଁଛନ୍ତି ଯେ ହଜାର ହଜାର ବର୍ଷ ପୂର୍ବେ କିମ୍ବା...

ପ୍ରଭୁପାଦ: ନା | ଅନ୍ତତଃ ପାଞ୍ଚ ହଜାର ବର୍ଷ ପୂର୍ବେ |

ସାମ୍ବାଦିକ: ଅନ୍ତତଃ ପାଞ୍ଚ ହଜାର ବର୍ଷ ପୂର୍ବେ ଶେଷ ଥର କେହି, ତାହା ଆମେ... କଣ ସେମାନେ ମନୁଷ୍ୟ ରୂପରେ?

ପ୍ରଭୁପାଦ: ହଁ, ଯେଉଁ ପର୍ଯ୍ୟନ୍ତ ଆମେ ଜାଣୁ, କେବେ କେବେ ବହୁତ ବଡ ଯଜ୍ଞ ହେଉଥିଲା, ଆଉ ଅନ୍ୟ ଗ୍ରହର ଦେବତା ମାନେ, ସେମାନଙ୍କୁ ଆମନ୍ତ୍ରିତ କରାଯାଉଥିଲା, ଆଉ ସେମାନେ ଆସୁଥିଲେ |

ସାମ୍ବାଦିକ: କେଉଁଠି...? କେଉଁଠି...? ଆଉ ଏହା... ଆପଣଙ୍କ ଏହି ବିବୃତ୍ତିର ଭିତି ବୈଦିକ ସାହିତ୍ୟ ଆଧାରିତ?

ପ୍ରଭୁପାଦ: ହଁ |

ସାମ୍ବାଦିକ: ଆଛା | ଆଛା |

ପ୍ରଭୁପାଦ: ମୁଁ ଏହାକୁ ନିର୍ମାଣ କରିନାହିଁ |

ସାମ୍ବାଦିକ: ଓହ, ମୁଁ ଜାଣିଛି ! ନା! ମୁଁ ସେପରି ଭାବୁ ନାହିଁ | କିନ୍ତୁ ମୁଁ ଜାଣିବାକୁ ଚାହୁଁଛି, କୋଉଠୁ...