OR/Prabhupada 0578 - ଯାହା କୃଷ୍ଣ କହିଛନ୍ତି କେବଳ ତାହା କୁହ



Lecture on BG 2.19 -- London, August 25, 1973

ତେଣୁ ତୁମେ ଯଦି ରୋକିବ, ଯଦି ତୁମେ ଏହି ଜନ୍ମ ଏବଂ ମୃତ୍ୟୁକୁ ରୋକିବାକୁ ଚାହୁଁଛ, ଇନ୍ଦ୍ରିୟ ସନ୍ତୁଷ୍ଟିରେ ଲିପ୍ତ ହୁଅ ନାହିଁ । ତେବେ ପୁଣି ଫଶିଯିବ ।

ନ୍ୟୁନମ୍ ପ୍ରମତଃ କୁରୁତେ ବିକର୍ମ
ଯଦ ଇନ୍ଦ୍ରିୟ ପ୍ରୀତୟ ଆପୃନୋତି
ନ ସାଧୁ ମନ୍ୟ ଯତ ଆତ୍ମାନୋ ଅୟମ
ଅସନ୍ତ ଅପି କ୍ଳେଶଦୋ ଆସ ଦେହଃ
(SB 5.5.4)

"ଠିକ୍ ଅଛି, ଏହି ଶରୀର କିଛି ବର୍ଷ ପାଇଁ ଅଛି, ଏହା ସମାପ୍ତ ହୋଇଯିବ ।" ଏବଂ ତାହା ଠିକ୍ ଅଛି । ଏହା ସମାପ୍ତ ହୋଇଯିବ, କିନ୍ତୁ ତୁମକୁ ଅନ୍ୟ ଏକ ଶରୀର ଗ୍ରହଣ କରିବାକୁ ପଡ଼ିବ । ଶରୀର, ଶରୀର ଗ୍ରହଣ କରିବା, ତୁମକୁ କରିବାକୁ ହେବ କାରଣ ତୁମର ଇଛା ଅଛି, ଇନ୍ଦ୍ରିୟ ସନ୍ତୁଷ୍ଟି । ତେଣୁ ଇନ୍ଦ୍ରିୟ ସନ୍ତୁଷ୍ଟି ଅର୍ଥାତ୍ ତୁମର ଭୌତିକ ଇନ୍ଦ୍ରିୟ ଥିବା ଉଚିତ୍ ସନ୍ତୁଷ୍ଟ କରିବା ପାଇଁ । ତେଣୁ କୃଷ୍ଣ ଏତେ ପ୍ରସନ୍ନ ହେବେ, ଭାରୀ ଦୟାଳୁ, ପ୍ରସନ୍ନ ନୁହେଁ, କିନ୍ତୁ ସେ ଭାରୀ ଦୟାଳୁ, "ଠିକ୍ ଅଛି ଏହି ଦୁର୍ଜନ ଏପରି ଚାହୁଁଛି । ତାକୁ ଏହି ସୁବିଧା ଦିଅ । ଠିକ୍ ଅଛି । ଏହି ଦୁର୍ଜନ ମଳ ଖାଇବାକୁ ଚାହୁଁଛି । ଠିକ୍ ଅଛି । ତାକୁ ଏକ ଘୁଷୁରିର ଶରୀର ଗ୍ରହଣ କରିବାକୁ ଦିଅ ।" ଏହା ଚାଲିଛି, ପ୍ରକୃତିର ନିୟମ ।

ତେଣୁ, ଏହି ଜ୍ଞାନ, ଭଗବଦ୍ ଗୀତା ଜ୍ଞାନ, ମାନବ ସମାଜ ପାଇଁ ବହୁତ ଭଲ । ଏବଂ କୃଷ୍ଣ ତାହା ଚାହୁଁଛନ୍ତି ଯେ ଏହି ଜ୍ଞାନ ପ୍ରସାରିତ ହେବା ଉଚିତ୍ କାରଣ ସମସ୍ତେ, ସର୍ବଯୋନିଷୁ କୌନ୍ତେୟ ସମ୍ଭବନ୍ତି ମୂର୍ତୟଃ...(BG 14.4) ସେ ହେଉଛନ୍ତି ବୀଜ ପ୍ରଦାନ କାରୀ ପିତା । ପିତା ହେଉଛନ୍ତି ସ୍ଵଭାବିକ ଭାବରେ ଶୁଭଚିନ୍ତକ ଯେ: "ଏହି ଦୁର୍ଜନମାନେ, ସେମାନେ ପୀଡ଼ିତ ହେଉଛନ୍ତି, ପ୍ରକୃତିସ୍ଥାନି । ମନଃ ଷଷ୍ଠାନୀନ୍ଦ୍ରିୟାଣି ପ୍ରକୃତିସ୍ଥାନି କର୍ଷତି (BG 15.7) । କେବଳ, ମାନସିକ କଳ୍ପନା ଦ୍ଵରା ନିର୍ଦ୍ଦେଶିତ, ମନଃ, ଏବଂ ଇନ୍ଦ୍ରିୟମାନଙ୍କ ଦ୍ଵାର ସହାୟତା ନେଇ, ସେମାନେ କଠୋର ପରିଶ୍ରମ କରନ୍ତି । ଏବଂ ଯଦି ସେମାନେ ମୋ ପାଖକୁ ଆସିବେ ସେମାନେ ଭଲ ଭାବରେ ରହି ପାରିବେ, ମୋ ସାଙ୍ଗ ପରି, ମୋ ପ୍ରେମିକା ପରି, ମୋ ପିତା ପରି, ମୋ ମାତା ପରି, ବୃନ୍ଦାବନ । ତେଣୁ ପୁଣି ଦାବୀ କର, ସେମାନଙ୍କୁ ଡାକ । "ଯେ...ସେଥିପାଇଁ, କୃଷ୍ଣ ଆସିଥିଲେ । ଯଦା ଯଦା ହି ଧର୍ମସ୍ୟ (BG 4.7) । କାରଣ ସମଗ୍ର ଦୁନିଆ ଇନ୍ଦ୍ରିୟ ସନ୍ତୁଷ୍ଟିର ଭୁଲ ଧାରଣା ଅଧିନରେ ଚାଲିଛି, ସେଥିପାଇଁ ସେ ଆସନ୍ତି ଏବଂ ପରାମର୍ଶ ଦିଅନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ (BG 18.66) "ହେ ଦୁର୍ଜନ, ଏହି ସମସ୍ତ କାମ ତ୍ୟାଗ କର । ଗର୍ବ କର ନାହିଁ ଯେ ତୁମେ ବୈଜ୍ଞାନିକତା ରୂପରେ ଉନ୍ନତ । ତୁମେ ସମସ୍ତେ ଦୁର୍ଜନ । ଏହି ନିରର୍ଥକ ତ୍ୟାଗ କର । ମୋ ପାଖକୁ ଆସ । ମୁଁ ତୁମକୁ ସୁରକ୍ଷା ପ୍ରଦାନ କରିବି ।" ସେ ହେଉଛନ୍ତି କୃଷ୍ଣ । କେତେ ଦୟାଳୁ । ଏବଂ ସେହି କାମ କୃଷ୍ଣଙ୍କର ସେବକ ଦ୍ଵରା କରାଯିବା ଉଚିତ୍ । ମହାନ୍ ଯୋଗୀ ହେବା ପାଇଁ ନୁହେଁ, ଜାଦୁଗର । ନା, ଏହା ଅବଶ୍ୟକ ନୁହେଁ । ଯାହା କୃଷ୍ଣ କହିଛନ୍ତି କେବଳ ତାହା କୁହ । ତେବେ ତୁମେ ଆଧ୍ୟାତ୍ମିକ ଗୁରୁ ହୋଇ ପାରିବ । କିଛି ନିରର୍ଥକ କଥା କୁହ ନାହିଁ । ଚୈତନ୍ୟ ମହାପ୍ରଭୁ ମଧ୍ୟ କହିଛନ୍ତି, ଯାରେ ଦେଖେ ତାରେ କହ 'କୃଷ୍ଣ'-ଉପଦେଶ (CC Madhya 7.128) । କେବଳ ତୁମେ କୃଷ୍ଣଙ୍କର ଉପଦେଶ ପ୍ରଚାର କରିବାକୁ ଚେଷ୍ଟା କର, ଯାହାକୁ ତୁମେ ମିଶିବ । ତେବେ ତୁମେ ଆଧ୍ୟାତ୍ମିକ ଗୁରୁ ହୋଇଯିବ । ବାସ୍ । ଅତି ସରଳ କଥା ।

ବହୁତ ବହୁତ ଧନ୍ୟବାଦ ।