OR/Prabhupada 0634 - କୃଷ୍ଣ କଦାପି ମାୟାଶକ୍ତି ଦ୍ଵାରା ପ୍ରଭାବିତ ହୁଅନ୍ତି ନାହିଁ



Lecture on BG 2.28 -- London, August 30, 1973

ସେଥିପାଇଁ, ବ୍ୟାସଦେବ ଦେଖିଲେ, ଅପଶ୍ୟତ ପୁରୁଷମ ପୂର୍ଣ୍ଣମ (SB 1.7.4)। ସେ ଦେଖିଲେ...ଯେପରି ଉଡାଜାହାଜରେ, ତୁମେ ମେଘ ଉପରକୁ ଯାଇ ପାରିବ । ସୂର୍ଯ୍ୟ ମେଘ ଦ୍ଵାରା ଆଦୌ ପ୍ରଭାବିତ ହୁଏ ନାହିଁ । ଯଦିଓ ତୁମେ ଉଡାଜାହାଜ ତଳେ ଚାରି ଆଡେ ମେଘ ଦେଖିବ । ସେହିପରି, ମାୟା ମଧ୍ୟ କୃଷ୍ଣଙ୍କୁ ପ୍ରଭାବ ପକାଏ ନାହିଁ । ସେଥିପାଇଁ ଭଗବଦ୍ ଗୀତା କୁହଁନ୍ତି ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା । ମମ ମାୟା (BG 7.14), କୃଷ୍ଣ କୁହଁନ୍ତି, "ମୋର ମାୟାଶକ୍ତି ।" କୃଷ୍ଣ କଦାପି ମାୟାଶକ୍ତି ଦ୍ଵାରା ପ୍ରଭାବିତ ହୁଅନ୍ତି ନାହିଁ । ଠିକ୍ ଯେପରି ମେଘ । କିନ୍ତୁ ମାୟାବାଦୀ ଦାର୍ଶନିକମାନେ, ସେମାନେ କୁହଁନ୍ତି ଯେ ଯେତେବେଳେ ଅବ୍ୟକ୍ତିକ ପରମ ସତ୍ୟ ଆସେ, ଅବତରଣ କରେ, ସେମାନେ ମଧ୍ୟ ଅବତାରକୁ ଗ୍ରହଣ କରନ୍ତି, କିନ୍ତୁ ସେମାନଙ୍କର ତତ୍ତ୍ଵଜ୍ଞାନ ହେଉଛି ଯେ ଅନ୍ତିମ ରୂପରେ ପରମ ସତ୍ୟ ହେଉଛି ଅବ୍ୟକ୍ତିକ । ଯେତେବେଳେ ସେ ଏକ ବ୍ୟକ୍ତି ରୂପରେ ଆସନ୍ତି, ସେ ଏକ ମାୟାର ଶରୀର ଗ୍ରହଣ କରନ୍ତି । ଏହା ହେଉଛି ମାୟା ବାଦ । କୃଷ୍ଣଙ୍କୁ ହୁଏତ ପରମ ପୁରୁଷ ଭଗବାନଙ୍କ ରୂପରେ ଗ୍ରହଣ କରାଯାଇ ପାରେ, କିନ୍ତୁ ସେ ଏକ ଭୌତିକ ଶରୀର ଗ୍ରହଣ କରିଛନ୍ତି । ତାହା ମାନେ ସେମାନେ କୃଷ୍ଣଙ୍କୁ ଏକ ସାଧାରଣ ଜୀବ ସହିତ ତୁଳନା କରୁଛନ୍ତି, ଏବଂ ତାହାକୁ ଭଗବଦ୍ ଗୀତା ଖଣ୍ଡନ କରୁଛି । ଏହା କୁହାଯାଇଛି ଯେ ଅବଜାନନ୍ତି ମାଂ ମୂଢ଼ା ମାନୁଷାଂ ତନୁମାଶ୍ରିତମ୍ (BG 9.11) । କାରଣ କୃଷ୍ଣ ତାଙ୍କର ପ୍ରକୃତ ରୂପରେ ଆସନ୍ତି...ମୂଳ ରୂପ ହେଉଛି ଦୁଇଟି ଭୁଜାଧାରୀ । ଏହା ବାଇବେଲରେ ମଧ୍ୟ ସ୍ଵୀକାର କରାଯାଇଛି: "ମନୁଷ୍ୟ ଭଗବାନଙ୍କର ଛବି ହିସାବରେ ତିଆରି ହୋଇଛି ।" ତେଣୁ ଭଗବାନ ହେଉଛନ୍ତି ଦୁଇ ଭୁଜା ଧାରୀ । ଏପରିକି ଚାରିଭୁଜା ଧାରୀ ବିଷ୍ଣୁଙ୍କର ରୂପ ମଧ୍ୟ ମୂଳ ରୂପ ନୁହେଁ । ବିଷ୍ଣୁଙ୍କର ରୂପ ହେଉଛି ସଂକର୍ଷଣର ଦ୍ଵିତୀୟ ଆବିର୍ଭାବ । ତେବେ କୃଷ୍ଣ କଦାପି ମାୟା ଦ୍ଵାରା ପ୍ରଭାବିତ ହୁଅନ୍ତି ନାହିଁ । ଏହା ହେଉଛି ପ୍ରସଙ୍ଗ ।