OR/Prabhupada 0678 - ଏକ କୃଷ୍ଣ ଚେତନାଶୀଳ ବ୍ୟକ୍ତି ସର୍ବଦା ଯୋଗ ସମାଧିରେ ରୁହେ



Lecture on BG 6.25-29 -- Los Angeles, February 18, 1969

ବିଷ୍ଣୁଜନ: ଶ୍ଳୋକ ୨୭: "ଯେଉଁ ଯୋଗୀର ମନ ମୋ ଠାରେ ସ୍ଥିର ହୋଇଛି, ସେ ବାସ୍ତବରେ ସର୍ବୋତ୍ତମ ସୁଖ ଲାଭ କରିଛି । ଯୋଗୀ ବ୍ରହ୍ମସହ ଏକ ହୋଇଥିବା ଗୁଣ ଯୋଗୁଁ ମୁକ୍ତ ହୋଇଯାଏ, ତାର ମନ ଶାନ୍ତ ହୋଇଯାଏ, ରଜ ଶାନ୍ତ ହୋଇଯାଏ ଏବଂ ସେ ପାପରୁ ମୁକ୍ତ ହୋଇଯାଏ (BG 6.27) ।"

ଅଠେଇଷି: "ଆତ୍ମାରେ ସ୍ଥିର ହୋଇ, ସମସ୍ତ ଭୌତିକ ଦୋଷରୁ ମୁକ୍ତ ହୋଇ, ଯୋଗୀ ପରମାତ୍ମାଙ୍କ ସହିତ ବରାବର ଯୁକ୍ତ ହୋଇ ସର୍ବୋଚ୍ଚ ସିଦ୍ଧିଲାଭ କରେ (BG 6.28) ।"

ପ୍ରଭୁପାଦ: ତେବେ ଏଠାରେ ପୂର୍ଣ୍ଣତା ଅଛି, "ଯେଉଁ ଯୋଗୀ ଯାହାର ମନ ମୋ ଠାରେ ସ୍ଥିର ଅଛି ।" ମୁଁ ଅର୍ଥାତ୍ କୃଷ୍ଣ । କୃଷ୍ଣ କହୁଛନ୍ତି । ଯଦି ମୁଁ କୁହେ, "ଦୟାକରି ମୋତେ ଏକ ଗ୍ଲାସ୍ ପାଣି ଦିଅ ।" ଏହାର ମାନେ ନୁହେଁ ଯେ ଅନ୍ୟ କାହାକୁ ପାଣି ଯୋଗାଇ ଦିଆଯିବ । ସେହିପରି, ଭଗବଦ୍ ଗୀତା ଭଗବାନ କୃଷ୍ଣଙ୍କ ଦ୍ଵାରା କୁହାଯାଇଛି ଏବଂ ସେ କୁହଁନ୍ତି "ମୁଁ ।" "ମୁଁ" ଅର୍ଥାତ୍ କୃଷ୍ଣ । ଏହା ହେଉଛି ପରିଷ୍କାର ବୁଝାମଣା । କିନ୍ତୁ ଅନେକ ଭାଷ୍ୟାକାର ଅଛନ୍ତି, ସେମାନେ କୃଷ୍ଣଙ୍କ ଠାରୁ ବିପଥଗାମୀ ହୁଅଁନ୍ତି । ମୁଁ ଜାଣି ନାହିଁ କାହିଁକି? ତାହା ହେଉଛି ସେମାନଙ୍କର ନୀଚ ଅଭିପ୍ରାୟ । ନା । "ମୁଁ" ଅର୍ଥାତ୍ କୃଷ୍ଣ । ତେବେ କୃଷ୍ଣ ଚେତନାଶୀଳ ବ୍ୟକ୍ତି ସର୍ବଦା ଯୋଗ ସମାଧିରେ ରୁହେ । ଆଗକୁ ପଢ଼ ।