OR/Prabhupada 0753 - ବଡ଼ ବଡ଼ ବ୍ୟକ୍ତି, ସେମାନେ ଏକ ଯୋଡା ପୁସ୍ତକ ନିଅନ୍ତୁ ଏବଂ ଅଧ୍ୟୟନ କରନ୍ତୁ



Room Conversation -- May 4, 1976, Honolulu

ପ୍ରଭୁପାଦ: ତେବେ ଏହି ସମସ୍ତ ବଡ଼, ବଡ଼ ବ୍ୟକ୍ତି, ସେମାନେ ଏକ ଯୋଡା ପୁସ୍ତକ ନିଅନ୍ତୁ ଏବଂ ଅଧ୍ୟୟନ କରନ୍ତୁ । ଏହା ସେମାନଙ୍କ ପାଇଁ ଖର୍ଚ୍ଚକର ନୁହେଁ, କିନ୍ତୁ ଯଦି ସେମାନଙ୍କର ଅବକାଶ ସମୟରେ ସେମାନେ କିଛି ଧାଡ଼ି ପଢ଼ିବେ - ସେମାନେ ସମସ୍ତେ ବୁଦ୍ଧିମାନ ବ୍ୟକ୍ତି - ସେମାନଙ୍କୁ ବିଚାର ପ୍ରାପ୍ତ ହେବ, ଏହି କୃଷ୍ଣ ଚେତନା କ'ଣ । ତେଣୁ ପିତାଙ୍କର ପ୍ରଭାବ ମାଧ୍ୟମରେ, ଏହି ବଡ଼ ବ୍ୟକ୍ତିମାନଙ୍କୁ କେବଳ ଆମର ପୁସ୍ତକ ସହିତ ପରିଚିତ କରାଇବାକୁ ଚେଷ୍ଟା କର । ଏହା ନୁହେଁ...ସେମାନେ ପୁସ୍ତକାଳୟରେ ରଖି ପାରନ୍ତି, ଏବଂ ଅବକାଶ ସମୟରେ, ଯଦି ସେମାନେ କେବଳ ଧାଡ଼ିଗୁଡିକ ଉପରେ ନଜର ପକେଇବେ, ଓ, ଏହା ଅତ୍ୟନ୍ତ ଭଲ ହେବ ।

ଦୃଷ୍ଟଦ୍ୟୁମ: ଏବଂ ସେମାନଙ୍କର ପୁତ୍ରମାନେ ମଧ୍ୟ ଏହାକୁ ପଢ଼ିବେ ।

ପ୍ରଭୁପାଦ: ସେମାନଙ୍କର ପୁତ୍ରମାନେ ମଧ୍ୟ ଏହାକୁ ପଢ଼ିବେ ।

ଦୃଷ୍ଟଦ୍ୟୁମ:ପୂର୍ବରୁ ହିଁ ମୋର ପିତା ତାଙ୍କର ଯାତ୍ରାରେ ଦେଖିଛନ୍ତି କି ତାଙ୍କର କିଛି ବନ୍ଧୁମାନେ, ସେମାନଙ୍କର ପୁତ୍ରମାନେ ବର୍ତ୍ତମାନ ଆମର ଆନ୍ଦୋଳନରେ ମଧ୍ୟ ଯୋଗଦାନ କରିଛନ୍ତି ।

ପ୍ରଭୁପାଦ: ଯଦ୍ ଯଦା ଚରତି ଶ୍ରେଷ୍ଠ, ଲୋକସ୍ତଦନୁବର୍ତତେ (BG 3.21) । ଯଦି ଦୁନିଆର ଏହି ବଡ଼ ବ୍ୟକ୍ତିମାନେ, ସେମାନେ ଏହାକୁ ଗ୍ରହଣ କରିବେ, "ଓ, ହଁ । କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ବାସ୍ତବିକ," ତେବେ ସ୍ଵଭାବିକ ରୂପରେ ଏହାକୁ ଅନ୍ୟମାନେ ଗ୍ରହଣ କରିବେ । ତେବେ ଏଠାରେ ଏକ ଭଲ ସୁଯୋଗ ଅଛି ବିଶ୍ଵର ବଡ଼ ବଡ଼ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିବା ପାଇଁ । ତେଣୁ ଏହାକୁ ଭଲ ଭାବରେ ବିନିଯୋଗ କର । ତୁମେ... ତୁମେ ଦୁଇଜଣ ବୁଦ୍ଧିମାନ । ଅତି ସାବଧାନତାର ସହ ସେମାନଙ୍କ ସହିତ ବ୍ୟବହାର କର । ସେମାନେ ଭାବିବେ ଯେ "ଓ, ଏହି ଲୋକମାନେ ସଚରିତ୍ରର, ଏବଂ ଉଚ୍ଚ ଜ୍ଞାନ ଏବଂ ଭଗବାନ ଚେତନା ।" ତାହା ଆମର ଆନ୍ଦୋଳନକୁ ସଫଳ କରିବ ।