OR/Prabhupada 0805 - କୃଷ୍ଣ ଚେତନାରେ ସେମାନେ ବନ୍ଧନ କ'ଣ ମୋକ୍ଷ କ'ଣ ଜାଣିଛନ୍ତ



Lecture on SB 5.5.2 -- London, September 17, 1969

ପ୍ରଭୁପାଦ: ମାହାତ୍ମନାସ୍ ତେ...

ମହନ୍ତସ୍ ତ ସମ-ଚିତଃ ପ୍ରଶାଂତା
ବିମନ୍ୟବଃ ସୁହୃଦଃ ସାଧବି ଯେ
(SB 5.5.2)

ପୂର୍ବ ବୈଠକରେ ଅମେମାନେ ମୋକ୍ଷର ମାର୍ଗ ବିଷୟରେ ଚର୍ଚ୍ଚା କରୁଥିଲେ । ଦୁଇଟି ମାର୍ଗ ଅଛି । ଗୋଟିଏ ପଥ ହେଉଛି ମୋକ୍ଷର । ମୋକ୍ଷ ମାନେ ଭୌତିକ ବନ୍ଧନରୁ ମୁକ୍ତି ଲୋକମାନେ ଜାଣି ନାହାଁନ୍ତି ଭୌତିକ ବନ୍ଧନ କ'ଣ, କିନ୍ତୁ ଯେଉଁମାନେ କୃଷ୍ଣ ଚେତନାରେ ଅଛନ୍ତି, ବନ୍ଧନ କ'ଣ ମୋକ୍ଷ କ'ଣ ସେମାନେ ଜାଣିଛନ୍ତ ।

ଏକ ଜୀବାତ୍ମା, ପରମ ପୁରୁଷ ଭଗବାନଙ୍କର ଅଂଶ ବିଶେଷ, ସେ ସ୍ଵାଭାବିକ ରୂପରେ ଅତ୍ୟନ୍ତ ଶକ୍ତିଶାଳୀ । ଆମେ ଜାଣିନାହୁଁ ଆମର କେତେ ଆଧ୍ୟାତ୍ମିକ ଶକ୍ତି ଅଛି, କିନ୍ତୁ ତାହା ଭୌତିକ ଚାଦର ଦ୍ଵାରା ଅାଛାଦିତ ହୋଇଯାଇଛି । ଠିକ ଯେପରି ଏହି ନିଆଁ । ଏହି ନିଆଁ, ଯଦି ଅତ୍ୟଧିକ ପାଉଁଷ ଅଛି, ନିଆଁର ଉତ୍ତାପକୁ ଭଲଭାବରେ ଅନୁଭୁତି କରିହେବ ନାହିଁ । କିନ୍ତୁ ଯଦି ପାଉଁଷଗୁଡିକୁ ଆଡେଇ ଯଦି ତୁମେ ପଙ୍ଖା କର, ଏବଂ ଯେତେବେଳେ ଏହା ହୁତ ହୁତ ହୋଇଜଳିବ, ତେବେ ତୁମେ ଆବଶ୍ୟକ ଉତ୍ତାପ ପାଇବ ଏବଂ ତାହା ତୁମେ ବିଭିନ୍ନ କାର୍ଯ୍ୟରେ ଲଗାଇପାରିବ । ସେହିପରି, ଆମେ ହେଉଛୁ ଜୀବାତ୍ମା, ଆମ ପାଖରେ ଅପରିମିତ ଶକ୍ତି ଅଛି । ଏବଂ ଭଗବାନ ହେଉଛନ୍ତି ସର୍ବୋଚ୍ଚ ଅତ୍ମା, ଆମେ ଅନୁମାନ ଲଗାଇପାରିବା ନାହିଁ ଭଗବାନଙ୍କ ପାଖରେ କେତେ ଶକ୍ତି ଅଛି । କିନ୍ତୁ ଯଦିଓ ଆମେ, କେବଳ ଅତି କ୍ଷୁଦ୍ର ଅଂଶ... ଠିକ ଯେପରି... ନିଆଁ ଏବଂ ଅଗ୍ନିକଣା ମଧ୍ୟରେ ତୁଳନା । ଅଗ୍ନି ଏବଂ ଅଗ୍ନିକଣା, ଉଭୟ ମଧ୍ୟ ନିଆଁ । ଏପରିକି ଅଗ୍ନିକଣା ମଧ୍ୟ, ଯେଉଁଠାରେ ଏହି ଅଗ୍ନିକଣା ପଡିବ, ତତ୍ କ୍ଷଣାତ ଏହା ଜାଳିଦେବ । ସେହିପରି, ଆମର ବହୁ ଗୁଣ ଅଛି, ଅତି କ୍ଷୁଦ୍ର ପରିମାଣରେ, ଭଗବାନଙ୍କର । ଭଗବାନଙ୍କର ତିଅାରି କରିବାର କ୍ଷମତା ଅଛି, ସେଥିପାଇଁ ଆମେ ମଧ୍ୟ ତିଅାରି କରୁଛୁ ବହୁତ ଜିନିଷ । ବୈଜ୍ଞାନିକମାନେ ମଧ୍ୟ ଏତେସବୁ ଅଦ୍ଭୁତ ଜିନିଷ ତିଅାରି କରୁଛନ୍ତି । ଆମ ଭଳି ବ୍ୟକ୍ତିଙ୍କ ପାଇଁ ତାହା ଅଦ୍ଭୁତ, କାରଣ ଆମେ ଜାଣିନାହୁଁ କେତେ ଅଦ୍ଭୁତ ଜଣେ ହୋଇପାରିବ । ତାହା ଆମେ ଜାଣି ନାହୁଁ ।