OR/Prabhupada 0850 - ଯଦି କିଛି ପଇସା ମିଳେ, ବହି ଛପାଅ



750620d - Lecture Arrival - Los Angeles

ଆମ ପାଖେ କିଛି ନୂଆ ଆବିଷ୍କାର ନାହିଁ. (ହସ) ଆମେ କିଛି ନୂଆ ତିଆରି କରୁନୁ. ଏଇଆ ହିଁ ଆମ ପ୍ରକ୍ରିୟା. ଆମେ କେବଳ ପୂର୍ବଜଙ୍କ ଆଦେଶ ଅନୁସରଣ କରୁ.ବାସ. ଆମ ଆନ୍ଦୋଳନ ଅତି ସହଜ କାରଣ ଆମକୁ କିଛି ତିଆରି କରିବା ଦରକାର ନାହିଁ . ଆମେ କେବଳ ପୂର୍ବଜଙ୍କ ବାଣୀ ଆଉ ନିର୍ଦେଶ କୁ ପୁଣି କହୁଛୁ. କୃଷ୍ଣ ବ୍ରହ୍ମାଙ୍କୁ ନିର୍ଦେଶ ଦେଲେ, ବ୍ରହ୍ମା ନାରଦଙ୍କୁ ନିର୍ଦେଶ ଦେଲେ, ନାରଦ ବ୍ୟାସଦେବଙ୍କୁ, ବ୍ୟାସଦେବ ମାଧବାଚାର୍ୟ୍ଯଙ୍କୁ ନିର୍ଦେଶ ଦେଲେ, ଆଉ ଏଇ ପରି, ତାପରେ,ମାଧବେନ୍ଦ୍ର ପୁରୀ,ଈଶ୍ଵର ପୁରୀ,ଶ୍ରୀ ଚୈତନ୍ୟ ମହାପ୍ରଭୁ, ପରେ ଛଟି ଗୋସ୍ୱାମୀ, ପରେ ଶ୍ରୀନିଵାସ ଆଚାର୍ଯ୍ୟ, କବିରାଜ ଗୋସ୍ୱାମୀ, ନରୋତ୍ତମ ଦାସ ଠାକୁର, ବିଶ୍ଵନାଥ ଚକ୍ରବତୀ ଠାକୁର , ଜଗନ୍ନାଥ ଦାସ ବାବାଜୀ, ଭକ୍ତିବିନୋଦ ଠାକୁର, ଗୌରକିଶୋର ଦାସ ବାବାଜୀ, ଭକ୍ତିସିଦ୍ଧାନ୍ତ ସରସ୍ବତୀ, ଆଉ ଆମେ ଭି ସେଇଆ ହିଁ କରୁଛୁ. କିଛି ଭି ଅନ୍ତର ନୁହେଁ. ଏଇଆ ହିଁ କୃଷ୍ଣ ଭାବନାମୃତ ଆନ୍ଦୋଳନ ର ବିଶିଷ୍ଟ ପ୍ରକ୍ରିୟା . ତମେ ସବୁ ଦିନ ଗାଉଛ, ଗୁରୁ-ମୁଖ-ପଦ୍ମ-ବାକ୍ୟ, ଚିତେତେ କୋରିଆ ଆକୀୟ, ଆର ନା କରିହୋ ମନେ ଆସ. ବହୁତ ସହଜ କଥା. ଆମେ ଦିବ୍ୟ ଜ୍ଞାନ ଗୁରୁ-ପରଂପରା ମାଧ୍ୟମ ରୁ ଗ୍ରହଣ କରୁଛୁ. ଆମ୍ଭମାନଙ୍କୁ କେବଳ ଗୁରୁଙ୍କ ନିର୍ଦେଶ କୁ ଗ୍ରହଣ କରିବା ଦରକାର, ଆଉ ଯଦି ଆମେ ତାକୁ ହୃଦୟ ଆଉ ଆତ୍ମା ସହ ପାଳନ କରିବା, ତାହା ହିଁ ବିଜୟତା . ଆଉ ଏଇଆ ବ୍ୟବହାରିକ. ମୋର ନିଜର କିଛି ଯୋଗ୍ୟତା ନାହିଁ , କିନ୍ତୁ ମୁଁ କେବଳ ମୋର ଗୁରୁଙ୍କୁ ସନ୍ଥୁସ୍ଟ କରିବା ପାଇଁ ଚେଷ୍ଟା କରିଛି . ବାସ . ମୋ ଗୁରୁ ମହାରାଜ କହିଥିଲେ ଯଦି କିଛି ପଇସା ମିଳେ, ବହି ଛପାଅ. ତାହା ଗୋଟେ ବ୍ୟକ୍ତିଗତ କଥା ବାର୍ତା ରେ ସେ ମୋତେ କହିଥିଲେ . ମୋର କେତେ ଗୁରୁଃତ୍ୱୁପୂର୍ଣ ଗୁରୁଭାଇ ମଧ୍ୟ ଉପସ୍ଥିତ ଥିଲେ. ଏଇଆ ରାଧା କୁଣ୍ଡ ରେ ହେଇଥିଲା. ତାହେଲେ ଗୁରୁ ମହାରାଜ ମୋତେ କହୁଥିଲେ ଆମେ ଯେବେଠୁଁ ଏଇ ବାଘବଜ଼ାର ସଂଗମରମର ମନ୍ଦିର ପାଇଛୁ, ତାପରଠୁ ବହୁତ କିଛି ମତଭେଦ ଚାଲିଛି, ଆଉ ସମସ୍ତେ ଚିନ୍ତା କରୁଛନ୍ତି କିଏ ଏଇ ବଖରା ନେବ କିଏ ସେ ବଖରା ନେବ. ସେଥିପାଇଁ ମୁଁ ଚାଉଁଛି ଏଇ ମନ୍ଦିର,ସଙ୍ଗମରମର ବିକି କିଛି ବହି ଛପେଇବି. ହଁ. ମୁଁ ଏଇ କଥା ଟି ତାଙ୍କ ମୁଖ ରୁ ଗ୍ରହଣ କରିଲି, ଯେ ସେ ବହି ପ୍ରତି ବହୁତ ଉତ୍ସକ. ଆଉ ସେ ମୋତେ ବ୍ୟକ୍ତିଗତ ରୂପ ରେ କହିଲେ ଯଦି କିଛି ପଇସା ମିଳେ, ବହି ଛପାଅ. ତେଣୁ ଏଇ ବିଷୟ ରେ ମୁ ଜୋର ଦେଉଛି "ବହି କାହିଁ ?ବହି କାହିଁ ?ବହି କାହିଁ ?" ତେଣୁ ମୋତେ ଦୟା କରି ସାହାଯ୍ୟ କର. ଏଇଆ ମୋର ଅନୁରୁଧ. ଯେତେ ଭି ଭାଷା ରେ ଯେତେ ଭି ବହି ପାରିବ ଛପାଅ, ଆଉ ପୁରା ଦୁନିୟା ରେ ବିତରଣ କର. ତାହେଲେ କୃଷ୍ଣ ଭାବନାମୃତ ସଙ୍ଗ ଆନ୍ଦୋଳନ ଆପେ ଆପେ ବଢିବ. ଏବେ ଶିକ୍ଷିତ, ବିଦ୍ୱାନ ମାନେ ଆମ ଆନ୍ଦୋଳନ କୁ ପ୍ରଶଂସା କରୁଛନ୍ତି, ବହି ପଢିକି, ବ୍ୟବହାରିକ ପରିଣାମ ଦେଖିକି. ଡ଼କ୍ଟର ଷ୍ଟିଲସନ ଜୁଦାହ, ବଧେ ତମେ ଜାଣି ଥିବ, ଗୋଟେ ବହି ଲେଖିଛନ୍ତି, କୃଷ୍ଣ ଚେତନା ... ହରେ କୃଷ୍ଣ ଆଉ କାଉଣ୍ଟରକଲଚର, ଆମ ଆନ୍ଦୋଳନ ବିଷୟ ରେ ବହୁତ ସୁନ୍ଦର ବହି , ଆଉ ସେ ମହତ୍ୱ ଦେଉଛନ୍ତି. ସେ ଗ୍ରହଣ କରିଲେ ସ୍ୱାମୀଜୀ, ଆପଣ ଅଢଭୂତ କାମ କରିଛନ୍ତି " କାରଣ ଆପଣ ନିଶା ପାନ କରୁଥିବା ହ୍ୱିପ୍ପସ ମାନଙ୍କୁ କୃଷ୍ଣ ଭକ୍ତ ରେ ପରିଣତ କରିଦେଲେ. ଆଉ ସେମାନେ ମାନବୟତା ପାଇଁ ସେବା କରିବା ପାଇଁ ପ୍ରସ୍ତୁତ ଅଛନ୍ତି."