OR/Prabhupada 0877 - ଯଦି ତୁମେ ଆଦର୍ଶ ନୁହଁ, ତେବେ କେନ୍ଦ୍ର ଖୋଲିବା ବେକାର



750519 - Lecture SB - Melbourne

ମଧୁଦ୍ଵିଷ: ଏକ କୁକୁର ଭକ୍ଷକ ପାଇଁ ଏହା ସମ୍ଭବ କି ଏକ ପ୍ରଥମ ଶ୍ରେଣୀର ବ୍ୟକ୍ତି ହେବା?

ପ୍ରଭୁପାଦ: ଓ, ହଁ । ଏହି ଜିଭକୁ ଏହି ଦୁଇଟି କାମରେ ନିଯୁକ୍ତ କର: ହରେ କୃଷ୍ଣ ଜପ କର ଏବଂ ପ୍ରସାଦ ଗ୍ରହଣ କର । ସେ କୁକୁର ଖାଇବା ଭୁଲିଯିବ ।(ହସ) କୌଣସି ବ୍ୟତିକ୍ରମ ନାହିଁ । ସମସ୍ତେ କୃଷ୍ଣ ଚେତନାଶୀଳ ହୋଇପାରିବେ ଯଦି ସେ ଅନୁସରଣ କରିବେ, ଏହି ଦୁଇଟି ନିୟମରୁ ଆରମ୍ଭ କରି: ହରେ କୃଷ୍ଣ ଜପ କର ଏବଂ ପ୍ରସାଦ ଗ୍ରହଣ କର । ବାସ୍ । ପରୀକ୍ଷଣ କର । ଏକ ପରୀକ୍ଷଣ କର । ମନ୍ଦିର ଅଛି । ଆମେ ଆମନ୍ତ୍ରିତ କରୁଛୁ । ଏଠାକୁ ଆସ । ଏହି ଦୁଇଟି କାମ କର । ଏବଂ ଆମର ମଧୁଦ୍ଵିଷ ମାହାରାଜ ତୁମକୁ ପ୍ରସାଦ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ନୃତ୍ୟ କରିବା ଏବଂ କୀର୍ତ୍ତନ କରିବା ପାଇଁ ସୁଯୋଗ ଅଛି । ବାସ୍ । ଅସୁବିଧା କେଉଁଠାରେ ରହିଲା? ତୁମକୁ ଏଥିପାଇଁ ଟଙ୍କା ଦେବାକୁ ପଡ଼ିବ ନାହିଁ । କ୍ଷତି ନାହିଁ । ଯଦି କିଛି ଲାଭ ଅଛି, କାହିଁକି ତୁମେ ଏଥିପାଇଁ ଚେଷ୍ଟା କରୁ ନାହିଁ ।

ମଧୁଦ୍ଵିଷ: ଶ୍ରୀଲା ପ୍ରଭୁପାଦ, କାହିଁକି ଜଣଙ୍କ ପାଇଁ ଏଠାକୁ ଅସିବା ଏବଂ ଜପ କରିବା ଏବଂ ପ୍ରସାଦ ଗ୍ରହଣ କରିବା ଆବଶ୍ୟକ?

ପ୍ରଭୁପାଦ: କେବଳ...କାରଣ ଏଠାରେ କେନ୍ଦ୍ର ଅଛି । ସବୁକିଛି ଠିକ୍ ଭାବରେ କରାଯାଉଛି । ତୁମେ ଶିଖିବ । ଯେପରି ତୁମକୁ ବିଦ୍ୟାଳୟ କିମ୍ଵା ମାହା ବିଦ୍ୟାଳୟ ଯିବାକୁ ପଡ଼େ ଜ୍ଞାନ ପ୍ରାପ୍ତ କରିବା ପାଇଁ । ତେବେ ଠିକ୍ ସେହିପରି, ଯଦି ତୁମକୁ ଆଧ୍ୟାତ୍ମିକ ଜୀବନର ଶିକ୍ଷା ନେବାର ଅଛି, ସେମାନେ ଏଠାକୁ ଆସିବେ ଏବଂ ଦେଖିବେ କିପରି ତୁମେମାନେ କରୁଛ, ଆଦର୍ଶ । ଏବଂ ତୁମେ ଆଦର୍ଶ ହେବା ଉଚିତ୍ । ଯଦି ତୁମେ ଆଦର୍ଶ ନୁହଁ, ତେବେ କେନ୍ଦ୍ର ଖୋଲିବା ବେକାର । ତୁମେ ଭଲ ବ୍ୟବହାର କର, ସେମାନେ ଅସିବେ, ସେମାନେ ଦେଖିବେ, ଏବଂ ସେମାନେ ଶିଖିବେ । ଯଦି ତୁମେ ବିଦ୍ୟାଳୟକୁ ଯାଅ ଏବଂ ଅଧ୍ୟାପକ ଦୁର୍ଜନ ଅଟେ, ତେବେ ତୁମେ କ'ଣ ଶିଖିବ? ଉଦ୍ଭୟ, ପାରସ୍ପରିକ । ତୁମେ ଅଧ୍ୟାପକ, ଶିକ୍ଷକ ରୂପରେ କାର୍ଯ୍ୟ କରିବା ଉଚିତ୍ । ତୁମର ଜୀବନ ଆଦର୍ଶ ହେବା ଉଚିତ୍, ଏବଂ ସେମାନେ ଆସିବେ ଏବଂ ଦେଖିବେ, ଏବଂ ସେମାନେ ଶିଖିବେ ।

ବାଳିକା ଭକ୍ତ: ଶ୍ରୀଲା ପ୍ରଭୁପାଦ, ଯଦି ରାଜାମାନଙ୍କୁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ନିୟନ୍ତ୍ରଣ କରିବା ପାଇଁ ଶିକ୍ଷିତ କରାଯାଏ, ଏହାର ଅର୍ଥ ହେଉଛି କି ସମଗ୍ର ଦୁନିଆ, ବ୍ରହ୍ମାଣ୍ଡରେ ସମଗ୍ର ଦୁନିଆ କିମ୍ଵା କେବଳ ଏହି ପୃଥିବୀରେ?

ମଧୁଦ୍ଵିଷ: ସେ ଭାବୁଛି କି କେବଳ ଏକ ରାଜା ପାଇଁ ସମଗ୍ର ଦୁନିଆରେ ଶାସନ କରିବା କିପରି ସମ୍ଭବ ହୋଇପାରେ । ଏହା ବହୁତ କଷ୍ଟକର ଜଣା ପଡ଼ୁଛି । ଆଜିକାଲି ଆମର ବହୁତ ସାରା ନେତା ଅଛନ୍ତି, ଏବଂ ସେମାନେ ସମ୍ଭାଳି ପାରନ୍ତି ନାହିଁ...

ପ୍ରଭୁପାଦ: ତାହା ଭୁଲିଯାଅ । ତୁମେ କାହିଁକି ଭାବୁଛ ଯେ ତୁମେ ଶାସନ କରି ପାରିବ ନାହିଁ, ସେଥିପାଇଁ ଅନ୍ୟମାନେ କରି ପାରିବେ ନାହିଁ? ତୁମେ ତୁମ ହିସାବରେ ଭାବୁଛ । କିନ୍ତୁ ଏପରି ଅଛି । ତାହା ସମ୍ଭବ । ତେବେ ତାହା ଆମର କାର୍ଯ୍ୟକଳାପର କ୍ଷେତ୍ର ନୁହେଁ । ଏହା ହେଉଛି ଅନ୍ୟମାନଙ୍କର, ରାଜନୀତି ଏବଂ...କିନ୍ତୁ ଆମକୁ... ଆମର କାମ ହେଉଛି କିପରି ଜୀବନର ଆଧ୍ୟାତ୍ମିକ ଅବସ୍ଥାକୁ ଉନ୍ନତ କରିବା । ଏପରିକି ଯଦି ତୁମେ ଦୁନିଆ ଉପରେ ଶାସନ କରୁ ନ ଥିଲେ ମଧ୍ୟ, ଏହା ଫରକ ପକାଏ ନାହିଁ । ତେବେ ତୁମେ କାହିଁକି ଦୁନିଆ ଉପରେ ଶାସନ କରିବା ପାଇଁ ଉତ୍ସୁକ? ଏହା ଆମର କାମ ନୁହେଁ । ତୁମେ ହରେ କୃଷ୍ଣ ମନ୍ତ୍ର ଜପ କର ଏବଂ ପ୍ରସାଦ ଗ୍ରହଣ କର ।(ହସ)