OR/Prabhupada 0919 - କୃଷ୍ଣଙ୍କର କେହି ବିରୋଧି ନାହାଁନ୍ତି । କେହି ସାଙ୍ଗ ନାହାଁନ୍ତି । ସେ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର



730421 - Lecture SB 01.08.29 - Los Angeles

ପ୍ରଭୁପାଦ: ତେବେ କୃଷ୍ଣଙ୍କ ପାଇଁ ସେପରି କୌଣସି ଜିନିଷ ନାହିଁ, ଯେ ତୁମେ ଅଭିଯୋଗ କରିପାରିବ ଯେ କୃଷ୍ଣ କାମୁକ ଅଟନ୍ତି । ନା । ସେ ତାଙ୍କର ସମସ୍ତ ଭକ୍ତମାନଙ୍କ ଉପରେ କୃପା କରନ୍ତି । କୃଷ୍ଣଙ୍କର ବହୁତ ସାରା ଭକ୍ତ ଅଛନ୍ତି । କିଛି ଭକ୍ତମାନେ କୃଷ୍ଣଙ୍କୁ ତାଙ୍କର ସ୍ଵାମୀ ହେବା ପାଇଁ କୁହଁନ୍ତି । କିଛି ଭକ୍ତମାନେ କୃଷ୍ଣଙ୍କୁ ତାଙ୍କର ସାଙ୍ଗ ହେବା ପାଇଁ କୁହଁନ୍ତି । କିଛି ଭକ୍ତମାନେ କୃଷ୍ଣଙ୍କୁ ତାଙ୍କର ପୁତ୍ର ହେବା ପାଇଁ କୁହଁନ୍ତି । କିଛି ଭକ୍ତମାନେ କୃଷ୍ଣଙ୍କୁ ତାଙ୍କର ଖେଳସାଥୀ ହେବା ପାଇଁ କୁହଁନ୍ତି । ଏହିପରି ଭାବରେ, ଲକ୍ଷ ଏବଂ କୋଟି ଭକ୍ତମାନେ ପୁରା ବ୍ରହ୍ମାଣ୍ଡରେ ଅଛନ୍ତି । ଏବଂ କୃଷ୍ଣଙ୍କୁ ସେହି ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ପଡ଼େ । ଭକ୍ତମାନଙ୍କ ଠାରୁ ତାଙ୍କୁ କୌଣସି ସାହାର୍ଯ୍ୟର ଆବଶ୍ୟକତା ନାହିଁ । କିନ୍ତୁ, ଭକ୍ତମାନେ ଯେପରି ଚାହାଁନ୍ତି...ତେବେ ଏହି ୧୬,୦୦୦ ଭକ୍ତମାନେ ସେମାନେ କୃଷ୍ଣଙ୍କୁ ତାଙ୍କର ସ୍ଵାମୀ ଭାବରେ ଚାହୁଁ ଥିଲେ । କୃଷ୍ଣ ସହମତ ହେଲେ । ଏବଂ ତାହା ହେଉଛି...ଯେପରି ସାଧାରଣ ବ୍ୟକ୍ତି । କିନ୍ତୁ ଭଗବାନଙ୍କ ପରି, ସେ ନିଜକୁ ୧୬,୦୦୦ ରୂପରେ ବିସ୍ତାର କରିଲେ ।

ତେବେ ନାରଦ ଦେଖିବାକୁ ଅସିଥିଲେ । "କୃଷ୍ଣ ୧୬,୦୦୦ ସ୍ତ୍ରୀଙ୍କ ସହିତ ବିବାହ କରିଛନ୍ତି । ସେ କପିରି ସେମାନଙ୍କ ସହିତ ବ୍ୟବହାର କରୁଛନ୍ତି, ମୋତେ ଦେଖିବାର ଅଛି ।" ତେବେ ସେ, ଯେତେବେଳେ ସେ ଏଠାକୁ ଆସିଲେ, ସେ ଦେଖିଲେ ୧୬,୦୦୦ ମହଲରେ, କୃଷ୍ଣ ଭିନ୍ନ ଭିନ୍ନ ଢ଼ଙ୍ଗରେ ବ୍ୟବହାର କରୁଛନ୍ତି । କେଉଁଠାରେ ସେ ତାଙ୍କ ସ୍ତ୍ରୀଙ୍କ ସହିତ କଥା ହେଉଛନ୍ତି, କେଉଁଠାରେ ସେ ତାଙ୍କର ପିଲାମାନଙ୍କ ସହିତ ଖେଳୁଛନ୍ତି । କେଉଁଠାରେ ସେ ତାଙ୍କର ପୁତ୍ର ଏବଂ କନ୍ୟାମାନଙ୍କର ବିବାହ ସମାରୋହ କରୁଛନ୍ତି । ଏତେ ସାରା, ୧୬,୦୦୦ ପ୍ରକାରରେ ସେ ନିଯୁକ୍ତ । ସେ ହେଉଛନ୍ତି କୃଷ୍ଣ । କୃଷ୍ଣ, ଯଦିଓ... ଯେପରି ସେ ସାଧାରଣ ବାଳକ ପରି ଅଭିନୟ କରୁଥିଲେ । କିନ୍ତୁ ଯେତେବେଳେ ମାତା ଯଶୋଦା ତାଙ୍କର ପାଟି ଖୋଲି ଦେଖିବାକୁ ଚାହୁଁଥିଲେ, ସେ ମାଟି ଖାଇଛନ୍ତି କି, ସେ ପାଟି ଭିତରେ ସମଗ୍ର ବ୍ରହ୍ମାଣ୍ଡଗୁଡ଼ିକୁ ଦେଖେଇଲେ । ତେବେ ସେ ହେଉଛନ୍ତି କୃଷ୍ଣ । ଯଦିଓ ସେ ସାଧାରଣ ବାଳକ ପରି ଅଭିନୟ କରୁଥିଲେ, ସାଧାରଣ ମନୁଷ୍ୟ, କିନ୍ତୁ ଯେତେବେଳେ ଆବଶ୍ୟକତା ହୁଏ, ସେ ତାଙ୍କର ଈଶ୍ଵରୀୟ ପ୍ରକୃତିକୁ ଦେଖାନ୍ତି ।

ଯେପରି ଅର୍ଜୁନ । ସେ ରଥ ଚଲଉଥିଲେ, କିନ୍ତୁ ଯେତେବେଳେ ଅର୍ଜୁନ ତାଙ୍କର ବିଶ୍ଵ ରୂପକୁ ଦେଖିବାକୁ ଚାହିଁଲେ, ସେ ତୂରନ୍ତ ତାଙ୍କୁ ଦେଖେଇଲେ । ହଜାରେ ଏବଂ ଲକ୍ଷ ମୁଣ୍ଡ ଏବଂ ଅସ୍ତ୍ରଶସ୍ତ୍ର । ସେ ହେଉଛନ୍ତି କୃଷ୍ଣ । ତେବେ ଯସ୍ୟ ନ କଶ୍ଚିତ । ଅନ୍ୟଥା କୃଷ୍ଣଙ୍କର କେହି ଶତୃ ନାହାଁନ୍ତି । କୃଷ୍ଣଙ୍କର କେହି ବନ୍ଧୁ ନାହାଁନ୍ତି । ସେ ସମ୍ପୂର୍ଣ୍ଣ ଭାବରେ ମୁକ୍ତ । ସେ ଶତୃ ଉପରେ ନିର୍ଭର କରନ୍ତି ନାହିଁ । କିନ୍ତୁ ସେ ସେପରି ତଥା କଥିର ବନ୍ଧୁ ଏବଂ ତଥା କଥିତ ଶତୃ ପାଇଁ ଅଭିନୟ କରନ୍ତି । ସେ ହେଉଛନ୍ତି କୃଷ୍ଣ... ତାହା ହେଉଛି କୃଷ୍ଣଙ୍କର ପରମ ପ୍ରକୃତି । ଯେତେବେଳେ କୃଷ୍ଣ କୃପା କରନ୍ତି ସାଙ୍ଗ କିମ୍ଵା ଶତୃ ହୋଇ, ପରିଣାମ ହେଉଛି ସମାନ । ସେଥିପାଇଁ କୃଷ୍ଣ ହେଉଛନ୍ତି ପୂର୍ଣ୍ଣ ।

ବହୁତ ବହୁତ ଧନ୍ୟବାଦ ।

ଭକ୍ତଗଣ: ଜୟ ପ୍ରଭୁପାଦ !