OR/Prabhupada 0955 - ଅଧିକାଶଂ ଜୀବ, ସେମାନେ ଅଧ୍ୟାତ୍ମିକ ଦୁନିଆରେ ଅଛନ୍ତି । କେବଳ କିଛି ପତିତ ହୁଅନ୍ତି
750623 - Conversation - Los Angeles
ଡ଼ା.ମିଜେ: କ'ଣ ସବୁ ଆତ୍ମାଗୁଡ଼ିକ ଯେଉଁମାନେ ପରବ୍ୟୋମରେ ଥିଲେ ଏକାସାଙ୍ଗରେ ପରବ୍ୟୋମରୁ ତଳକୁ ଖସିଗଲେ, କିମ୍ଵା ଭିନ୍ନ ଭିନ୍ନ ସମୟରେ, କିମ୍ଵା ଏପରି ଆତ୍ମା ଯେଉଁମାନେ ସର୍ବଦା ଭଲ, ସେମାନେ ମୂର୍ଖ ନୁହଁନ୍ତି, ସେମାନେ ପତିତ ହୁଅଁନ୍ତି ନାହିଁ ।
ପ୍ରଭୁପାଦ: ନା, ଅଛନ୍ତି...ଅଧିକାଂଶ, ନବେ ପ୍ରତିଶତ, ସେମାନେ ସର୍ବଦା ଭଲ । ସେମାନେ କେବେ ପତିତ ହୁଅଁନ୍ତି ନାହିଁ ।
ଡ଼ା.ମିଜେ: ତେବେ ଆମେ ଦଶ ପ୍ରତିଶତ ମଧ୍ୟରେ?
ପ୍ରଭୁପାଦ: ହଁ । କିମ୍ଵା ତାହାଠାରୁ କମ । ଭୌତିକ, ପୁରା ଭୌତିକ ଦୁନିଆରେ, ସମସ୍ତ ଜୀବ ସେମାନେ... ଯେପରି କାରାଗାରରେ କିଛି ଜନସଂଖ୍ୟା ଥାନ୍ତି, କିନ୍ତୁ ସେମାନେ ବହୁତ ନୁହଁନ୍ତି । ଅଧିକାଂଶ ଜନସଂଖ୍ୟା, ସେମାନେ କାରାଗାର ବାହାରେ ଅଛନ୍ତି । ସେହିପାରି, ଅଧିକାଂଶ ଜୀବ, ଭଗବାନଙ୍କର ଅଂଶ ବିଶେଷ, ସେମାନେ ଆଧ୍ୟାତ୍ମିକ ଜଗତରେ ଅଛନ୍ତି । କେବଳ କିଛି ପତିତ ହୁଅଁନ୍ତି ।
ଡ଼ା.ମିଜେ: କୃଷ୍ଣ ଆଗରୁ ଜାଣିଛନ୍ତି କି ଏହି ଆତ୍ମା ମୂର୍ଖ ହେବାକୁ ଯାଉଛି ଏବଂ ପତିତ ହେବାକୁ ଯାଉଛି?
ପ୍ରଭୁପାଦ: କୃଷ୍ଣ? ହଁ, କୃଷ୍ଣ ଜାଣିଥାଇ ପାରନ୍ତି କାରଣ ସେ ହେଉଛନ୍ତି ସର୍ବଜ୍ଞ ।
ଡ଼ା.ମିଜେ: କ'ଣ ସବୁ ସମୟରେ ଅଧିକ ଆତ୍ମା ପତିତ ହୁଅନ୍ତି?
ପ୍ରଭୁପାଦ: ସବୁ ସମୟରେ ନୁହେଁ । କିନ୍ତୁ ପତିତ ହେବାର ପ୍ରବୃତ୍ତି ଅଛି, ସମସ୍ତଙ୍କ ପାଇଁ ନୁହେଁ, କିନ୍ତୁ କାରଣ ସ୍ଵତନ୍ତ୍ରତା ଅଛି... ସମସ୍ତେ ସ୍ଵତନ୍ତ୍ରତାର ଅପପ୍ରୟୋଗ କରିବାକୁ ପସନ୍ଦ କରନ୍ତି ନାହିଁ । ସେହି ଉଦାହରଣ । ଯେପରି ଏକ ସରକାର ଏକ ସହର ନିର୍ମାଣ କରୁଛି, ଏବଂ କାରାଗାର ମଧ୍ୟ ନିର୍ମାଣ କରୁଛି, କାରଣ ସରକାର ଜାଣିଛନ୍ତି ଯେ କେହି ଅପରାଧି ହେବେ, ତେଣୁ ସେମାନଙ୍କର ଆଶ୍ରୟ ସ୍ଥଳି ମଧ୍ୟ ନିର୍ମାଣ କରାଯିବା ଉଚିତ୍ । ଏହା ବୁଝିବା ଭାରୀ ସରଳ । ଏହା ନୁହେଁ ଯେ ଶତ ପ୍ରତିଶତ ଜନତା ଅପରାଧି ହେବେ, କିନ୍ତୁ ସରକାର ଜାଣିଛନ୍ତି ସେମାନଙ୍କ ମଧ୍ୟରୁ କିଛି ହେବେ । ଅନ୍ୟଥା କାହିଁକି ସେମାନେ କାରାଗାର ମଧ୍ୟ ନିର୍ମାଣ କରୁଛନ୍ତି? ଜଣେ କହିପାରେ, "ଅପରାଧି କେଉଁଠାରେ ଅଛି? ତୁମେ ନିର୍ମାଣ କରୁଛ..."ସରକାର ଜାଣିଛନ୍ତି ଅପରାଧି ହେବେ । ତେବେ ଯଦି ସାଧାରଣ ସରକାର ଜାଣି ପାରିବେ, କାହିଁକି ଭଗବାନ ଜାଣି ପାରିବେ ନାହିଁ? କାରଣ ପ୍ରବୃତ୍ତି ଅଛି ।
ଡ଼ା.ମିଜେ: ସେହି ପ୍ରବୃତ୍ତିର ମୂଳ ହେଉଛି...?
ପ୍ରଭୁପାଦ: ହଁ ।
ଡ଼ା.ମିଜେ: କେଉଁ ଠାରୁ ସେ ପ୍ରବୃତ୍ତି ଅସୁଛି?
ପ୍ରଭୁପାଦ: ପ୍ରବୃତ୍ତି ଅର୍ଥାତ୍ ସ୍ଵତନ୍ତ୍ରତା । ତେଣୁ ସମସ୍ତେ ଜାଣି ପାରିବେ ଯେ ସ୍ଵତନ୍ତ୍ରତା ଅର୍ଥାତ୍ ଜଣେ ଏହାର ସଦୁପଯୋଗ କରିପାରେ, ଜଣେ ଦୁରୁପଯୋଗ କରିପାରେ । ତାହା ହେଉଛି ସ୍ଵତନ୍ତ୍ରତା । ଯଦି ତୁମେ ଏକ ତରଫା କର, ତେବେ ତୁମେ ପତିତ ହେବ ନାହିଁ, ତାହା ସ୍ଵତନ୍ତ୍ରତା ନୁହେଁ । ତାହା ହେଉଛି ବାଧ୍ୟ କରିବା । ସେଥିପାଇଁ କୃଷ୍ଣ କୁହଁନ୍ତି, ଯଥେଚ୍ଛସି ତଥା କୁରୁ (BG 18.63): "ବର୍ତ୍ତମାନ ତୁମ ଇଛା ଯାହା କରୁଛ କର ।"