OR/Prabhupada 0974 - ଆମର ମହାନତା ବହୁତ, ବହୁତ ଛୋଟ, ଅତିସୁକ୍ଷ୍ମ । ଭଗବାନ୍ ମହାନ୍



730408 - Lecture BG 04.13 - New York

ପ୍ରଭୁପାଦ:

ଚାତୁର୍ବର୍ଣ୍ୟଂ ମୟା ସୃଷ୍ଟଂ
ଗୁଣକର୍ମବିଭାଗଶଃ ।
ତସ୍ୟ କର୍ତାରମପି ମାଂ
ବିଦ୍ଧ୍ୟକର୍ତାରମବ୍ୟଯମ୍ ॥
(ଭ.ଗୀ. ୪.୧୩) ।

ଏହା ଭଗବଦ୍-ଗୀତାର ଏକ ଶ୍ଳୋକ । ଭଗବଦ୍-ଗୀତା ଏହି ପୁସ୍ତକ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଜାଣନ୍ତି । ଏହା ଅତ୍ୟନ୍ତ ପ୍ରସିଦ୍ଧ ଜ୍ଞାନ ପୁସ୍ତକ । ଏବଂ ଆମେ ଭଗବଦ୍-ଗୀତାକୁ ମୌଳିକ ରୂପରେ ଉପସ୍ଥାପନା କରୁଛୁ । ଏହି କୃଷ୍ଣ ଭାବନାମୃତ ଆନ୍ଦୋଳନର ଅର୍ଥ ହେଉଛି କୌଣସି ଅପମିଶ୍ରଣ ବିନା ଭଗବଦ୍-ଗୀତାକୁ ମୌଳିକ ରୂପରେ ଉପସ୍ଥାପନ କରିବା ।

ତେଣୁ କୃଷ୍ଣ କୁହନ୍ତି ଚାରି ଶ୍ରେଣୀର ପୁରୁଷ, ଚାତୁର୍ବର୍ଣ୍ୟଂ... ଚାତୁର ଅର୍ଥ ହେଉଛି "ଚାରି", ଏବଂ ବର୍ଣ୍ଣର ଅର୍ଥ ହେଉଛି "ସମାଜର ବିଭାଜନ" । ଯେପରି ବର୍ଣ୍ଣର ଅର୍ଥ ହେଉଛି ରଙ୍ଗ । ଯେପରି ରଙ୍ଗର ବିଭାଜନ ଅଛି, ନାଲି, ନୀଳ ଏବଂ ହଳଦିଆ, ସେହିଭଳି ମଣିଷ, ମାନବ ସମାଜକୁ ଗୁଣ ଅନୁଯାୟୀ ବିଭକ୍ତ କରାଯିବା ଉଚିତ୍ । ଗୁଣକୁ ରଙ୍ଗ ମଧ୍ୟ କୁହାଯାଏ । ଚାତୁର୍ବର୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମବିଭାଗଶଃ (ଭ.ଗୀ. ୪.୧୩) । ତେଣୁ ଏହି ଭୌତିକ ଜଗତରେ ତିନୋଟି ଗୁଣ ଅଛି । ତିନୋଟି ଗୁଣ । କିମ୍ବା ତିନୋଟି ରଙ୍ଗ । ନାଲି, ନୀଳ ଏବଂ ହଳଦିଆ । ତୁମେ ଏହାକୁ ମିଶ୍ରଣ କର । ତାପରେ ଏହା ଏକାଅଶୀ ରଙ୍ଗ ହୋଇଥାଏ । ତିନୋଟି ରଙ୍ଗ, ତିନି ଗୁଣନ ତିନି, ଗୁଣନ କଲେ ଏହା ନଅ ହୋଇଯାଏ । ନଅ ରେ ନଅ, ଗୁଣନ କଲେ, ଏହା ଏକାଅଶୀ ହୋଇଯାଏ । ତେଣୁ ଚଉରାଅଶୀ ଲକ୍ଷ ପ୍ରକାରର ବିଭିନ୍ନ ଜୀବଜଗତ ଅଛି । ବିଭିନ୍ନ ଗୁଣର ଏହି ମିଶ୍ରଣ ହେତୁ । ପ୍ରକୃତି ବିଭିନ୍ନ ପ୍ରକାରର ଶରୀର ଉତ୍ପାଦନ କରୁଛି । ଜୀବତ୍ମାର ନିର୍ଦ୍ଦିଷ୍ଟ ପ୍ରକାରର ଗୁଣବତ୍ତା ସହିତ ସମ୍ପର୍କ ଅନୁଯାୟୀ ।

ଜୀବତ୍ମାଗୁଡ଼ିକ ଭଗବାନଙ୍କ ଅଂଶବିଶେଷ ଅଟନ୍ତି । ଧରାଯାଉ ଭଗବାନ ହେଉଛି ବଡ ଅଗ୍ନି ଏବଂ ଜୀବତ୍ମା ଏହାର ସ୍ପୁଲିଙ୍ଗ ପରି । ସ୍ପୁଲିଙ୍ଗ, ସେମାନେ ମଧ୍ୟ ଅଗ୍ନି । ସ୍ପୁଲିଙ୍ଗ ମଧ୍ୟ, ଯଦି ଗୋଟିଏ ସ୍ପୁଲିଙ୍ଗ ଆପଣଙ୍କ ଶରୀର ଉପରେ, ଆପଣଙ୍କ ପୋଷାକ ଉପରେ ପଡ଼େ, ତେବେ ଏହା ଜଳିଯାଏ । କିନ୍ତୁ ଏହା ବଡ ଅଗ୍ନି ପରି ଶକ୍ତିଶାଳୀ ନୁହେଁ । ସେହିପରି, ଭଗବାନ ବଡ ଶକ୍ତିଶାଳୀ । ଭଗବାନ୍ ମହାନ୍। ଆମେ ଭଗବାନଙ୍କ ଅଂଶବିଶେଷ । ତେଣୁ, ଆମର ମହାନତା ବହୁତ ଛୋଟ, ଅତି ସୂକ୍ଷ୍ମ । ଭଗବାନ୍ ମହାନ୍। ତେଣୁ, ସେ ଅନେକ ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି । ଆମେ ଗୋଟିଏ ବ୍ରହ୍ମାଣ୍ଡର ମଧ୍ୟ ହିସାବ କରିପାରିବୁ ନାହିଁ । ଏହି ଗୋଟିଏ ବ୍ରହ୍ମାଣ୍ଡ ଯାହାକୁ ଆମେ ଦେଖୁ, ଆକାଶ, ଗୋଲାର୍ଦ୍ଧ, ସେହି ଆକାଶ ଭିତରେ, ବାହ୍ୟ ସ୍ଥାନ, ସେଠାରେ ଲକ୍ଷ ଲକ୍ଷ ଏବଂ ଟ୍ରିଲିୟନ୍ ତାରା, ଗ୍ରହ ଅଛନ୍ତି । ସେମାନେ ଭାସମାନ ଅଛନ୍ତି । ଆକାଶରେ ଭାସୁଛି । ସମସ୍ତେ ଜାଣନ୍ତି ।