OR/Prabhupada 0979 - ଭାରତର ଅବସ୍ଥା ବହୁତ ବିଶୃଙ୍ଖଳିତ



730408 - Lecture BG 04.13 - New York

ପ୍ରଭୁପାଦ: ତେଣୁ ଏହି କୃଷ୍ଣ ଚେତନା ଆନ୍ଦୋଳନ ମାନବ ସମାଜ ପାଇଁ କିଛି ମସ୍ତିଷ୍କ ସୃଷ୍ଟି କରୁଛି । ବ୍ରାହ୍ମଣ ଏବଂ ଏହି ମସ୍ତିଷ୍କ... ବ୍ରାହ୍ମଣଙ୍କର ବ୍ୟବସାୟ ହେଉଛି... ବ୍ରାହ୍ମଣ, ଏହି ଶବ୍ଦ, ଏହି ଶବ୍ଦଟି ଆସିଛି:

ନାମୋ ବ୍ରହ୍ମଣ୍ୟ-ଦେବାୟ
ଗୋ-ବ୍ରାହ୍ମଣ-ହିତାୟ ଚ,
ଜଗତ-ଧିତାୟ କୃଷ୍ଣାୟ
ଗୋବିନ୍ଦାୟ ନମୋ ନମଃ
(ଚ.ଚ. ମଧ୍ୟ ୧୩.୭୭, ବିଷ୍ଣୁ ପୁରାଣ ୧.୧୯.୬୫)

ତେଣୁ ବ୍ରାହ୍ମଣ ଅର୍ଥ ହେଉଛି ଯିଏ ଈଶ୍ୱରଙ୍କୁ ଜାଣନ୍ତି । ସେ ହେଉଛନ୍ତି ବ୍ରାହ୍ମଣ । ଏବଂ ଭଗବାନଙ୍କୁ ଦୃଷ୍ଟିରେ ରଖି ସେମାନେ ଅନ୍ୟମାନଙ୍କୁ ଭଗବାନଙ୍କ ସଚେତନ ହେବାକୁ ଶିଖାନ୍ତି । ଭଗବାନ ସଚେତନ ନ ହୋଲେ ମାନବ ସମାଜ କେବଳ ପଶୁ ସମାଜ ଅଟେ । କାରଣ ପଶୁମାନେ ଭଗବାନ ସଚେତନ ହୋଇପାରିବେ ନାହିଁ, ଆପଣ ପଶୁ, ବିଲେଇ ଏବଂ କୁକୁରମାନଙ୍କ ମଧ୍ୟରେ ପ୍ରଚାର ଜାରି ରଖିପାରନ୍ତି । ଏହା ସମ୍ଭବ ନୁହେଁ । କାରଣ ଭଗବାନ କ’ଣ ବୁଝିବା ପାଇଁ ସେମାନଙ୍କର ମସ୍ତିଷ୍କ ନାହିଁ । ତେଣୁ ମାନବ ସମାଜରେ, ଯଦି କୌଣସି ବ୍ରାହ୍ମଣ ନାହାନ୍ତି ତେବେ କିଏ ଭଗବାନଙ୍କ ବିଷୟରେ ଶିକ୍ଷା ଦେଇ ପାରିବେ, ଯିଏ ବ୍ୟକ୍ତିମାନଙ୍କୁ ଭଗବାନ ଚେତନାକୁ ବଢ଼ାଇ ପାରିବେ, ତେବେ ଏହା ମଧ୍ୟ ପଶୁ ସମାଜ । କେବଳ ଖାଇବା, ଶୋଇବା, ଏବଂ ଯୌନ ଜୀବନ ଏବଂ ପ୍ରତିରକ୍ଷା, ଏଗୁଡ଼ିକ ମଧ୍ୟ ପଶୁମାନଙ୍କର କାମ । ପଶୁମାନେ ମଧ୍ୟ ଜାଣନ୍ତି କିପରି ଖାଇବେ, କିପରି ଶୋଇବେ, ଯୌନ ଜୀବନକୁ କିପରି ଉପଭୋଗ କରିବେ, କିପରି ରକ୍ଷା କରିବେ । ସେମାନେ ନିଜ ଉପାୟରେ ଜାଣନ୍ତି ।

ତେଣୁ କେବଳ ଏହି କାର୍ଯ୍ୟ କରିବା ମଣିଷର ଅର୍ଥ ନୁହେଁ । ତା’ହେଲେ ମଣିଷ, ମଣିଷର ଲକ୍ଷ୍ୟ ପୂରଣ ହେବ ନାହିଁ । ମନୁଷ୍ୟମାନଙ୍କର ଚାରୋଟି ଶ୍ରେଣୀ ରହିବା ଜରୁରୀ, ଯେପରି କୃଷ୍ଣ ସୁପାରିଶ କରିଛନ୍ତି: ଚାତୁର୍ବର୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମବିଭାଗଶଃ (ଭ.ଗୀ. ୪.୧୩) । ମନୁଷ୍ୟମାନଙ୍କର ଏକ ବ୍ରାହ୍ମଣୀୟ ଶ୍ରେଣୀ, ମନୁଷ୍ୟମାନଙ୍କ ଏକ କ୍ଷତ୍ରୀୟଶ୍ରେଣୀ, ଏକ ବୈଶ୍ୟଶ୍ରେଣୀ ରହିବା ଜରୁରୀ... ପୂର୍ବରୁ ଅଛି । କିନ୍ତୁ ସେମାନେ ବୈଜ୍ଞାନିକ ଭାବେ ସ୍ଥିର ହୋଇନାହାଁନ୍ତି, ଯେପରି ଏହା ଭଗବଦ୍-ଗୀତାରେ ପ୍ରତିପାଦିତ ହୋଇଛି । ଚାତୁର୍ବର୍ଣ୍ୟଂ ମୟା ସୃଷ୍ଟଂ (ଭ.ଗୀ. ୪.୧୩) । ଏଗୁଡ଼ିକ ହେଉଛି ଗୁଣ-କର୍ମ-ବିଭାଗଶଃ । ଗୁଣ ଅର୍ଥ ଗୁଣ ଅନୁଯାୟୀ । ତ, ଭାରତରେ ଏହି ଚାରି ଶ୍ରେଣୀର ମନୁଷ୍ୟ ଅଛନ୍ତି, କିନ୍ତୁ ସେମାନେ ନାମକୁ ମାତ୍ର ଅଛନ୍ତି । ବାସ୍ତବରେ ଏହା ମଧ୍ୟ ବିଶୃଙ୍ଖଳିତ ଅବସ୍ଥାରେ ଅଛି । କାରଣ କେହି ଭଗବଦ୍-ଗୀତାରେ ଦିଆ ଯାଇଥିବା, ଗୁଣ-କର୍ମ-ବିଭାଗଶଃ କୁ ଅନୁସରଣ କରୁନାହାଁନ୍ତି । ଭାରତରେ, ଯଦିଓ ଜଣେ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିବା ବ୍ୟକ୍ତି, କିନ୍ତୁ ତାଙ୍କର ଗୁଣ, ଗୁଣଗୁଡିକ ଶୁଦ୍ର ଠାରୁ କମ୍, ତଥାପି ସେ ତାଙ୍କୁ ବ୍ରାହ୍ମଣ ଭାବରେ ଗ୍ରହଣ କରୁଛନ୍ତି । ତାହା ହେଉଛି ଅସୁବିଧା । ତେଣୁ ଭାରତର ଅବସ୍ଥା ଅତି ବିଶୃଙ୍ଖଳିତ।

କିନ୍ତୁ ଏହା ଏକ ବୈଜ୍ଞାନିକ ପ୍ରକ୍ରିୟା । ଆପଣ ପାଶ୍ଚାତ୍ୟ ଲୋକ, ଆପଣ ଏହାକୁ ବୁଝିବାକୁ ଚେଷ୍ଟା କରିବା ଉଚିତ୍ । ଏବଂ ଆମର ପୁଅ ଏବଂ ଝିଅମାନେ, ଯେଉଁମାନେ ଯୋଗ ଦେଇଛନ୍ତି, ସେମାନେ ବୁଝିବାକୁ ଚେଷ୍ଟା କରୁଛନ୍ତି ଏବଂ ନୀତିଗୁଡିକ କାର୍ଯ୍ୟକାରୀ କରୁଛନ୍ତି । ତେଣୁ ଯଦି ଆପଣ ଏହି କୃଷ୍ଣ ଭାବାନାମୃତ ଆନ୍ଦୋଳନକୁ ଗ୍ରହଣ କରନ୍ତି, ଯାହା ବ୍ରାହ୍ମଣଙ୍କ ପାଇଁ ଉଦ୍ଦିଷ୍ଟ, ଯଦି ତୁମେ ଗୁଣବତ୍ତା ଅନୁଯାୟୀ ବ୍ରାହ୍ମଣ ହୋଇଯାଅ, ତେବେ ତୁମର, ପାଶ୍ଚାତ୍ୟ ଦେଶଗୁଡ଼ିକ ହେବ... ବିଶେଷକରି ଆମେରିକାରେ, ସେମାନେ ପ୍ରଥମ ଶ୍ରେଣୀର ରାଷ୍ଟ୍ର ହେବେ । ସେମାନେ ପ୍ରଥମ ଶ୍ରେଣୀର ରାଷ୍ଟ୍ର ହେବେ । ତୁମର ବୁଦ୍ଧି ଅଛି । ତୁମର ସମ୍ବଳ ଅଛି । ଆପଣ ମଧ୍ୟ ଅନୁସନ୍ଧାନକାରୀ । ତୁମେ ଭଲ ଜିନିଷ ଧରି ନେଉଛ । ତେଣୁ ତୁମର ଭଲ ଗୁଣ ଅଛି । ତୁମେ ଏହି କୃଷ୍ଣ ଭାବନାମୃତ ଆନ୍ଦୋଳନକୁ ଗମ୍ଭୀରତାର ସହିତ ଗ୍ରହଣ କର ଏବଂ ତୁମେ ଦୁନିଆର ପ୍ରଥମ ଶ୍ରେଣୀ ରାଷ୍ଟ୍ର ହେବ । ତାହା ମୋର ଅନୁରୋଧ ।

ଆପଣଙ୍କୁ ବହୁତ ଧନ୍ୟବାଦ। ହରେ କୃଷ୍ଣ

ଭକ୍ତ: ଜୟ, ଶ୍ରୀଲ ପ୍ରଭୁପାଦଙ୍କ ଜୟ !