OR/Prabhupada 1002 - ମୁଁ ଯଦି କିଛି ଲାଭ ପାଇଁ ଭଗବାନଙ୍କୁ ଭଲ ପାଉଛି, ତାହା ବ୍ୟବସାୟ; ତାହା ପ୍ରେମ ନୁହଁ



750713 - Conversation B - Philadelphia

ସାଣ୍ଡି ନିକ୍ସନ: ଜଣେ କେମିତି ଜାଣିପାରିବ ଜଣେ ପ୍ରାମାଣିକ ଗୁରୁଙ୍କୁ, ତାହା ହେଲେ, ତାହା ତାଙ୍କୁ ମାର୍ଗଦର୍ଶନ କରି ପାରିବ?

ପ୍ରଭୁପାଦ: ଯିଏ ଏହାସବୁ ଶିକ୍ଷା ଦେଉଛନ୍ତି - ଭଗବାନଙ୍କୁ କେମିତି ଜାଣିବ ଆଉ କେମିତି ତାଙ୍କୁ ଭଲ ପାଇବ - ସେ ଆଧ୍ୟାତ୍ମିକ ଗୁରୁ। ନହେଲେ ମିଛୁଆ, ବଦମାସ ମିଛୁଆ। କେବେକେବେ ସେମାନେ "ମୁଁ ଭଗବାନ" କହି ପଥ ଭ୍ରଷ୍ଟ କରିଥାନ୍ତି। ବିଚରା ଲୋକମାନେ, ସେମାନେ ଜାଣନ୍ତି ନାହିଁ ଭଗବାନ କଣ, ଆଉ ଏ ବଦମାସ ପ୍ରସ୍ତାବ ରଖେ "ମୁଁ ଭଗବାନ", ଆଉ ସେମାନେ ସ୍ୱୀକାର କରନ୍ତି। ଯେମିତି ତୁମ ଦେଶରେ ସେମାନେ ନିକ୍ସୋନକୁ ରାଷ୍ଟ୍ରପତି ନିର୍ବାଚିତ କଲେ, ଆଉ ପୁଣି ତାକୁ ଟାଣି ନେଲେ। ତା ଅର୍ଥ ସେମାନଙ୍କୁ ଜଣା ନାହିଁ ପ୍ରକୃତରେ ପ୍ରାମାଣିକ ରାଷ୍ଟ୍ରପତି କିଏ, କାହାକୁ ଭି ନିର୍ବାଚିତ କରିଦେଲେ, ଆଉ ପୁଣି ସେମାନଙ୍କୁ ବାହାର କରିବାକୁ ପଡିଲା। ସେହିପରି ଲୋକମାନେ ମୂର୍ଖ। କେହିବି ଧୂର୍ତ୍ତ ଆସି, ସେ କହିଲା "ମୁଁ ଭଗବାନ", ସେମାନେ ସ୍ୱୀକାର କଲେ। ପୁଣି ସେମାନେ ଆଉଜଣକୁ ସ୍ୱୀକାର କଲେ। ଏହା ଚାଲି ରହିଛି। ତେଣୁ ଜଣେ ବିଚାରଶୀଳ (serious) ଶିଷ୍ୟ ହେବା ଆବଶ୍ୟକ, ଏହା ଜାଣିବାପାଇଁ ଭଗବାନ କଣ ଆଉ ତାଙ୍କୁ ପ୍ରେମ କେମିତି କରିବ। ତାହା ଧର୍ମ ଅଟେ। ନଚେତ, ଏହା କେବଳ ସମୟର ଅପଚୟ।

ତାହା ଆମେ ଶିକ୍ଷା ଦେଉଛୁ। ଅନ୍ୟମାନଙ୍କର ଆଉ ଆମ ଭିତରେ ତାହା ହେଉଛି ପ୍ରଭେଦ। ଆମେ କୃଷ୍ଣ, ପୂର୍ଣ୍ଣ ପୁରୁଷୋତ୍ତମ ଭଗବାନଙ୍କୁ, କେମିତି ଜାଣିବା, ସେହି ବିଜ୍ଞାନକୁ ଆମେ ଉପସ୍ଥାପନା କରୁଛୁ। ଭଗବତ ଗୀତା ଅଛି, ଭାଗବତ ଅଛି। ମିଥ୍ୟା ନୁହଁ। ପ୍ରାମାଣିକ। ସେଥିପାଇଁ ଏହା ଏକମାତ୍ର ଏମିତି ସଂସ୍ଥା, ଯାହା ଭଗବାନଙ୍କୁ କେମିତି ଜାଣିବା ଆଉ କେମିତି ତାଙ୍କୁ ଭଲପାଇବା ଶିକ୍ଷା ଦେଇପାରିବ। ଏହି ଦୁଇଟି କାର୍ଯ୍ୟ। ଆଉ ତୃତୀୟ କାର୍ଯ୍ୟ କିଛି ନାହିଁ। ଆମର ପ୍ରୟୋଜନ ସବୁ ପୁରା କରିବାପାଇଁ ଭଗବାନଙ୍କୁ ମାଗିବା ଆମର କାର୍ଯ୍ୟ ନୁହଁ। ଆମେ ଜାଣିଛେ ଭଗବାନ ସମସ୍ତଙ୍କ ପ୍ରୟୋଜନ ବସ୍ତୁ ସବୁ ଦେଉଛନ୍ତି, ଏପରିକି ଯାହାର କିଛି ଧର୍ମ ନାହିଁ। ଯେମିତି ବିଲେଇ ଆଉ କୁକୁରଙ୍କ କୌଣସି ଧର୍ମ ନାହିଁ। ସେମାନେ ଜାଣନ୍ତି ନାହିଁ ଧର୍ମ କଣ। କିନ୍ତୁ ତଥାପି, ବିଲେଇ ଆଉ କୁକୁରଙ୍କ ଜୀବନର ଆବଶ୍ୟକତା ଯୋଗାଇ ଦିଆ ଯାଉଛି। ତ କାହିଁକି ଆମେ କୃଷ୍ଣଙ୍କୁ ହଇରାଣ କରିବା "ଆମର ପ୍ରତିଦିନର ରୁଟି ଦିଅ" କହି। ସେ ପ୍ରଥମରୁ ହିଁ ଯୋଗାଉଛନ୍ତି। ଆମ କାର୍ଯ୍ୟ ହେଲା କେମିତି ତାଙ୍କୁ ଭଲ ପାଇବା। ଏହି ଧର୍ମ ଅଟେ। ଧର୍ମଃ ପ୍ରୋଜିହିତ-କୈତବଃ ଅତ୍ର ପରମୋ ନିର୍ମତ୍ସରାଣାଂ ସତାଂ ବାସ୍ତବଂ ଵସ୍ତୁ ବେଦ୍ୟମ ଅତ୍ର (ଭା. ୧.୧.୨)। ସ ବୈ ପୁଂସ ପରୋ ଧର୍ମଃ ୟତୋ ଭକ୍ତିର ଆଧୋକ୍ଷଜେ (ଭା. ୧.୨.୬): "ତାହା ପ୍ରଥମ ଶ୍ରେଣୀର ଧର୍ମ, ଯାହା ଭଗବାନଙ୍କୁ ପ୍ରେମ କରିବା ଶିଖାଏ"। ଆଉ ସେହି ପ୍ରେମ - କୌଣସି ଭୌତିକ ପଦାର୍ଥ ଉଦ୍ୟେଶରେ ନୁହଁ: "ଭଗବାନ, ତୁମେ ମୋତେ ଏହା ଦିଅ। ତାପରେ ମୁଁ ତୁମକୁ ଭଲ ପାଇବି"। ନା। ଅହୈତୁକି। ପ୍ରେମର ଅର୍ଥ ହେଉଛି କୌଣସି ବ୍ୟକ୍ତିଗତ ଲାଭ ବିନା। ଯଦି ମୁଁ ଭଗବାନଙ୍କୁ କିଛି ଲାଭ ପାଇଁ ଭଲ ପାଇଲି, ତାହା ବେପାର; ତାହା ଭଲ ପାଇବା ନୁହଁ। ଅହୈତୁକି ଅପ୍ରତିହତା। ଆଉ ଭଗବାନଙ୍କୁ ଏପରି ପ୍ରେମ କୌଣସି ବସ୍ତୁଗତ କାରଣ ଯୋଗୁଁ ଅଟକିବ ନାହିଁ। ଯେ କୌଣସି ଅବସ୍ଥାରେ, ଜଣେ ଭଗବାନଙ୍କୁ କେମିତି ପ୍ରେମ କରିବ ଶିଖି ପାରିବ। ଏହା ସର୍ତସାପେକ୍ଷ ନୁହଁ, ଯେ "ମୁ ଜଣେ ଗରିବ ଲୋକ। ମୁଁ କେମିତି ଭଗବାନଙ୍କୁ ଭଲ ପାଇବି? ମୋ ପାଖରେ ଏତେ କାମ କରିବାକୁ ଅଛି "। ନା, ଏହା ଏପରି ନୁହଁ। ଗରିବ, ଧନୀ, କିମ୍ବା ଯୁବା କିମ୍ବା ବୁଢା, କଳା କିମ୍ବା ଧଳା, ସେଥିରେ କୌଣସି ବାଧା ନାହିଁ। ଯଦି କେହି ଭଗବାନଙ୍କୁ ପ୍ରେମ କରିବାକୁ ଚାଁହୁଛି, ସେ ତାଙ୍କୁ ପ୍ରେମ କରିପାରିବ।