OR/Prabhupada 1012 - ଶୁଣ ଏବଂ ପୁନରାବୃତ୍ତି କର, ଶୁଣ ଏବଂ ପୁନରାବୃତ୍ତି କର । ତୁମେ ଉତ୍ପାଦନ କରିବା ଆବଶ୍ୟକ ନାହଁ



750620c - Arrival - Los Angeles

ଶୁଣ ଏବଂ ପୁନରାବୃତ୍ତି କର, ଶୁଣ ଏବଂ ପୁନରାବୃତ୍ତି କର । ତୁମେ ଉତ୍ପାଦନ କରିବା ଆବଶ୍ୟକ ନାହଁ ।

ପ୍ରଭୁପାଦ: ... ପ୍ରବୃତ୍ତି, ପ୍ରବୃତ୍ତି ସେଠାରେ ଅଛି । ସ୍ୱାଭାବିକ ଭାବରେ ମୁଁ କାହାକୁ ଭଲ ପାଇବାକୁ ଚାହେଁ । ଏହା ଅସ୍ୱାଭାବିକ ନୁହେଁ । ଯେତେବେଳେ ସେହି ପ୍ରେମ କୃଷ୍ଣଙ୍କ ପ୍ରତି ଆସେ, ତାହା ସମ୍ପୂର୍ଣ୍ଣ ଅଟେ । ମାୟାବାଦୀ, ସେମାନେ ହତାଶ; ତେଣୁ ସେମାନେ ଏହି ପ୍ରେମକୁ ଶୂନ୍ୟ କରିବାକୁ ଚାହୁଁଛନ୍ତି । ସେମାନେ ଗୋପୀଙ୍କ ସହିତ କୃଷ୍ଣଙ୍କ ପ୍ରେମକୁ ବୁଝିପାରନ୍ତି ନାହିଁ । ସେମାନେ ଭାବନ୍ତି ଏହା ଏହି ଭୌତିକତାର ଅନ୍ୟ ଏକ ସଂସ୍କରଣ... ଓଃ, ତୁମେ କେମିତି ଅଛ, ହୟଗ୍ରୀବା ପ୍ରଭୁ? ତୁମେ କେମିତି ଅଛ? ତୁମେ ଭଲ ଦେଖାଯାଉଛ । ତୁମେ ଭଲ ଦେଖାଯାଉଛ, ମୁଁ ଯେତେବେଳେ ତୁମକୁ ନୂଆ ବୃନ୍ଦାବନରେ ଦେଖିଥିଲି, ସେତେବେଳେ ଠାରୁ ଅଧିକ ଉଜ୍ଜ୍ୱଳ ଦେଖାଯାଉଛ । କୃଷ୍ଣଙ୍କ ସେବା ପାଇଁ ତୁମେ ଏତେ ପ୍ରତିଭା ପାଇଛ । ସମସ୍ତେ ପାଇଛନ୍ତି । ମୁଁ କହୁଛି ଆମକୁ ଏହାକୁ ବ୍ୟବହାର କରିବାକୁ ପଡିବ । ମୁଁ ତୁମକୁ ଭେଟିବା ଆରମ୍ଭରୁ, ମୁଁ ତୁମକୁ ଏଡିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲି । ତାହା ହେଉଛି ଆମର ବ୍ୟାକ୍ ଟୁ ଗଡହେଡ୍ ର ଆରମ୍ଭ । ସେ ମଧ୍ୟ ଭଲ ଟାଇପିଷ୍ଟ । ଆପଣ ଜାଣନ୍ତି କି? (ହସି) ମୁଁ ଭାବୁଛି ସେ ଆମର ସମସ୍ତ ବ୍ୟକ୍ତିଙ୍କ ମଧ୍ୟରୁ ସର୍ବୋତ୍ତମ । ସେ ବହୁତ ଶୀଘ୍ର ଏବଂ ସଠିକ୍ ଭାବରେ ଟାଇପ୍ କରିପାରନ୍ତି । ମୁଁ ଭାବୁଛି ଆମ ଗୋଷ୍ଠୀରେ ହୟଗ୍ରୀବ ପ୍ରଭୁ ଏବଂ ସତସ୍ୱରୂପ ମହାରାଜ ବହୁତ ଭଲ ଟାଇପିଷ୍ଟ । ଏବଂ ଜୟଅଦୈତ, ମୁଁ ଭାବୁଛି ତୁମେ ମଧ୍ୟ, ନା?

ଜୟଅଦୈତ: ହଁ ।

ପ୍ରଭୁପାଦ: ତୁମେ ଭଲ ଟାଇପିଷ୍ଟ? (ହସି) ତେବେ ଆପଣ କାହିଁକି ବାଲି-ମର୍ଦନଙ୍କ ପ୍ରବନ୍ଧ ପ୍ରକାଶ କରିନାହାଁନ୍ତି?

ଜୟଅଦୈତ: ବାଲି-ମର୍ଦନଙ୍କ ପ୍ରବନ୍ଧ ।

ପ୍ରଭୁପାଦ: ହଁ ।

ଜୟଅଦୈତ: ଆମେ ଅପେକ୍ଷା କରିଥିଲୁ । ଏହାକୁ ପ୍ରକାଶ କରିବା ଉପଯୁକ୍ତ କି ନୁହେଁ ଆମେ ନିଶ୍ଚିତ ହୋଇନଥିଲୁ ।

ପ୍ରଭୁପାଦ: ସେ ଭାବିଲେ, ନିରାଶ ହେଲେ । ସେ ପ୍ରକାଶ କରିଛନ୍ତି। ସେ ବହୁତ ସୁନ୍ଦର ଲେଖିଛନ୍ତି ।

ଜୟଅଦୈତ: ସେ ସୁନ୍ଦର ଲେଖିଛନ୍ତି କି?

ପ୍ରଭୁପାଦ: ହଁ ।

ଜୟଅଦୈତ: ଆମେ ଏହାକୁ ପ୍ରକାଶ କରିପାରିବା କି?

ପ୍ରଭୁପାଦ: ତେଣୁ ଆମେ କରିବା ଉଚିତ୍ ... ହଁ, ଏଠାରେ ଅଛି ... ତାହା କ'ଣ?

ବ୍ରହ୍ମାନନ୍ଦ: "ଭ୍ରମ ଏବଂ ବାସ୍ତବତା," ଦୁଇଟି ପ୍ରବନ୍ଧ ...

ପ୍ରଭୁପାଦ: ସେ ବହୁତ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି । ତେଣୁ ଆମେ ଆମର ଲୋକମାନଙ୍କୁ ଉତ୍ସାହିତ କରିବା ଉଚିତ୍ ।

ଜୟଅଦୈତ: ଏହାକୁ ପ୍ରକାଶ କରିବା ।

ପ୍ରଭୁପାଦ: ହଁ । ଏବଂ ଆମର ଲୋକମାନେ, ଆମର ସମସ୍ତ ଲୋକମାନେ ଲେଖିବା ଉଚିତ୍ । ନଚେତ୍ ଆମେ କିପରି ଜାଣିବା ଯେ ସେ ଦର୍ଶନ ବୁଝିଛନ୍ତି? ଲେଖିବାର ଅର୍ଥ ହେଉଛି ଶ୍ରବଣଂ କୀର୍ତନଂ । ଶ୍ରବଣଂ ଅର୍ଥ କର୍ତ୍ତୃପକ୍ଷଙ୍କଠାରୁ ଶୁଣିବା, ଏବଂ ପୁନର୍ବାର ଏହାକୁ ପୁନରାବୃତ୍ତି କରିବା । ଏହା ହେଉଛି ଆମର ବ୍ୟବସାୟ, ଶ୍ରବଣଂ କୀର୍ତନଂ ବିଷ୍ଣୁଃ (ଭା.୭.୫.୨୩), ବିଷ୍ଣୁଙ୍କ ବିଷୟରେ, କୌଣସି ରାଜନେତା କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ପାଇଁ ନୁହେଁ । ଶ୍ରବଣଂ କୀର୍ତନଂ ବିଷ୍ଣୁଃ, କୃଷ୍ଣ କିମ୍ବା ବିଷ୍ଣୁ ବିଷୟରେ । ତେଣୁ ତାହା ହେଉଛି ସଫଳତା । ଶୁଣ ଏବଂ ପୁନରାବୃତ୍ତି କର, ଶୁଣ ଏବଂ ପୁନରାବୃତ୍ତି କର । ତୁମକୁ ଉତ୍ପାଦନ କରିବାକୁ ପଡିବ ନାହିଁ । ଆମ ମଧ୍ୟରୁ ଯେକୌଣସି ବ୍ୟକ୍ତି, ଯଦି ତୁମେ ଭଗବତାରେ ଦେଇଥିବା ତାତ୍ପର୍ଯ୍ୟକୁ ପୁନଃ ପ୍ରକାଶ କର, ତୁମେ ଜଣେ ଭଲ ବକ୍ତା ହୁଅ । ମୁଁ କଣ କରୁଛି? ମୁଁ ସମାନ କାର୍ଯ୍ୟ କରୁଛି, ସମାନ କଥା ଲେଖୁଛି, ଯାହା ଦ୍ଵାରା ଆଧୁନିକ ମଣିଷ ବୁଝିପାରିବ । ନଚେତ୍ ଆମେ ସମାନ କଥା ପୁନରାବୃତ୍ତି କରୁଛୁ । ସେମାନେ ମଧ୍ୟ ସମାନ ଜିନିଷର ପୁନରାବୃତ୍ତି କରୁଛନ୍ତି, ଇନ୍ଦ୍ରିୟ ସୁଖ । ପୁନଃ ପୁନସ ଚର୍ବିତ-ଚର୍ବଣାନାଂ (ଭା. ୭.୫.୩୦) । କିନ୍ତୁ ତାହା ଭୌତିକ ହୋଇଥିବାରୁ ସେମାନେ ସୁଖ ପାଉନାହାଁନ୍ତି । କିନ୍ତୁ ଆଧ୍ୟାତ୍ମିକ ବିଷୟ, ଆମେ ସମାନ ହରେ କୃଷ୍ଣଙ୍କୁ ଜପ କରୁଛୁ, କେବଳ ପୁନରାବୃତ୍ତି କରୁଛୁ, କିନ୍ତୁ ଆମେ ଦିବ୍ୟ ସୁଖ ପ୍ରାପ୍ତ କରୁଛୁ । ଆମେ କଣ କରୁଛୁ? ସମାନ "ହରେ କୃଷ୍ଣ, ହରେ କୃଷ୍ଣ।" ତେଣୁ ପ୍ରକ୍ରିୟା ସମାନ ଅଟେ; ବିଷୟ ଭିନ୍ନ ଅଟେ । ତେବେ ଆପଣଙ୍କ ପ୍ରକାଶନ, ପଛରେ କାହିଁକି? ବର୍ତ୍ତମାନ ସମସ୍ତ ବଡ ଲୋକମାନେ ଏଠାରେ ଅଛନ୍ତି । ଆମର ପୁସ୍ତକ କାହିଁକି ପଛରେ ଅଛି? କାହିଁକି? ଏଠାରେ ସମ୍ପାଦକମାନେ ଅଛନ୍ତି । ମୁଁ ଭାବୁନାହିଁ ଯେ କୌଣସି ଅଭାବ ଅଛି ।

ରାମେଶ୍ୱର: ବର୍ତ୍ତମାନ କୌଣସି ଅଭାବ ନାହିଁ ।

ପ୍ରଭୁପାଦ: ହୁ? ପୂର୍ବରୁ ଏହା ଥିଲା କି? (ବ୍ରେକ୍)

ରାମେଶ୍ୱର: ଯଦି ଆମେ ପୁସ୍ତକଗୁଡ଼ିକୁ ଶୀଘ୍ର ମୁଦ୍ରଣ କରିବାକୁ ଚାହୁଁ, ତେବେ ସେମାନଙ୍କୁ ଆମେରିକାରେ ଛାପିବାକୁ ପଡିବ, ନୂତନ ପୁସ୍ତକ ଗୁଡିକୁ ।

ପ୍ରଭୁପାଦ: ଏବଂ ସେଠାରେ ପୁନଃ ମୁଦ୍ରଣ ।

ରାମେଶ୍ୱର: ହଁ, ଆମେ ତାହା କରିପାରିବା ।

ପ୍ରଭୁପାଦ: ତେବେ ସେମାନଙ୍କୁ ମଧ୍ୟ କିଛି ସାଧାରଣ ପୁସ୍ତକ କାହିଁକି ଦେବା ନାହିଁ?

ରାମେଶ୍ୱର: ଏଇ ବର୍ଷ ଜାପାନରେ, ଆମେ ସେମାନଙ୍କୁ ଅନେକ ବ୍ୟବସାୟ ଦେଉଛୁ ।

ପ୍ରଭୁପାଦ: ହଁ, ହଁ । ଆମେ ସେମାନଙ୍କ ସହିତ ଅତି ସୁନ୍ଦର ଭାବରେ ବ୍ୟବହାର କରିବା ଜରୁରୀ । ସେମାନେ ଆରମ୍ଭରେ ସାହାଯ୍ୟ କରିଛନ୍ତି । ହଁ ମୁଁ ସେମାନଙ୍କୁ କେବଳ $୫,୦୦୦ ଦେଲି, ଏବଂ ମୁଁ ୫୨,୦୦୦ ପାଇଁ ଆଦେଶ ଦେଲି, କିନ୍ତୁ ସେମାନେ ଯୋଗାଇଲେ । ସେମାନେ ଟଙ୍କା ପାଇଲେ । ସେମାନେ ନିଶ୍ଚିତ ଥିଲେ ଯେ ଆମେ ସେମାନଙ୍କୁ ପ୍ରତାରଣା କରିବୁ ନାହିଁ। ତେଣୁ ଆମର ସମ୍ପର୍କ ବହୁତ ସୁନ୍ଦର ଅଟେ । ତେଣୁ ଏହାକୁ ବ୍ୟବହାର କରନ୍ତୁ । (ବ୍ରେକ୍) ...ଝିଅଟି ଥିଲା, ଜାପାନୀମାନେ, ସେମାନେ ଆମର ପ୍ରକାଶନକୁ ପସନ୍ଦ କରନ୍ତି ।

ରାମେଶ୍ୱର: ଝିଅ । ମୂଳ-ପ୍ରକୃତି ।

ପ୍ରଭୁପାଦ: ହୁ?

ରାମେଶ୍ୱର: ସେଇ ଝିଅଟି, ଯିଏ ହାୱାଇରେ ଆପଣଙ୍କୁ ଦେଖା କରିଲା, ମୂଳ-ପ୍ରକୃତି ।

ପ୍ରଭୁପାଦ: ହଁ । ସେ ବହୁତ ଉତ୍ସାହିତ ଥିଲେ । ମୂଳ-ପ୍ରକୃତି । ଯଦୁବର ପ୍ରଭୁ କେଉଁଠାରେ? କେଉଁଠାରେ? ଜୟତୀର୍ଥ: ସେ ଏଠାରେ ଅଛନ୍ତି ।

ପ୍ରଭୁପାଦ: ଓହ। ଆପଣ ବର୍ତ୍ତମାନ ଭଲ ଅନୁଭବ କରୁଛନ୍ତି କି?

ଯଦୁବର: ହଁ । ମୁଁ ବହୁତ ଉନ୍ନତ ହୋଇଛି ।

ପ୍ରଭୁପାଦ: ଏହା ବହୁତ ଭଲ । ତେବେ ସମସ୍ତେ ଭଲ ଅନୁଭବ କରୁଛନ୍ତି କି?

ଭକ୍ତ: ହଁ ।

ପ୍ରଭୁପାଦ: ଆପଣ ମଧ୍ୟ ସୁନ୍ଦର ଅନୁଭବ କରୁଛନ୍ତି କି?

ବିଶାଖା: ବର୍ତ୍ତମାନ ମୁଁ ଠିକ ଅଛି ।

ପ୍ରଭୁପାଦ: ହୁ?

ବିଶାଖା: ବର୍ତ୍ତମାନ ମୁଁ ଠିକ ଅଛି ।

ପ୍ରଭୁପାଦ: (ହସି) ଏହା ବହୁତ ଭଲ ।