OR/Prabhupada 1024 - ଯଦି ତୁମେ ଏହି ଦୁଇଟି ନୀତି ଅନୁସରଣ କର, କୃଷ୍ଣ ତୁମର ହାତମୁଠାରେ ରହିବେ



730408 - Lecture SB 01.14.44 - New York

ଯଦି ତୁମେ ଏହି ଦୁଇଟି ନୀତି ଅନୁସରଣ କର, କୃଷ୍ଣ ତୁମର ମୁଠାରେ ରହିବେ ।

ପ୍ରଭୁପାଦ: ତେଣୁ କମ୍ ବୁଦ୍ଧିମାନ ଶ୍ରେଣୀ ଲୋକମାନଙ୍କ ପାଇଁ ବେଳେବେଳେ ପ୍ରତାରଣା ଆବଶ୍ୟକ ହୁଏ । କିନ୍ତୁ ଆମେ ପ୍ରତାରଣା କରୁନାହୁଁ। ଆମେ ବହୁତ ସରଳ । ଆମେ କାହିଁକି ପ୍ରତାରଣା କରିବୁ? କୃଷ୍ଣ କୁହନ୍ତି,

ମନ୍ମନା ଭବ ମଦ୍ଭକ୍ତୋ
ମଦ୍ୟାଜୀ ମାଂ ନମସ୍କୁରୁ
(ଭ.ଗୀ. ୧୮.୬୫)

ତେଣୁ ଆମେ କହୁ, "ଦୟାକରି ଏଠାକୁ ଆସ । ଏଠାରେ କୃଷ୍ଣ, ଏବଂ ତୁମେ କେବଳ ତାଙ୍କ ବିଷୟରେ ଭାବ" । ଅସୁବିଧା କେଉଁଠାରେ? ଏଠାରେ ରାଧା-କୃଷ୍ଣ ଅଛନ୍ତି, ଏବଂ ଯଦି ଆପଣ ପ୍ରତିଦିନ ଦେଖନ୍ତି, ସ୍ୱାଭାବିକ ଭାବରେ ଆପଣଙ୍କ ମନରେ ରାଧା ଏବଂ କୃଷ୍ଣ ବିଷୟରେ ପ୍ରଭାବ ରହିବ । ତେଣୁ ଯେକୌଣସି ସ୍ଥାନରେ, ଯେକୌଣସି ଠାରେ, ଆପଣ ରାଧା-କୃଷ୍ଣଙ୍କ ବିଷୟରେ ଚିନ୍ତା କରିପାରିବେ । ଅସୁବିଧା କେଉଁଠାରେ ଅଛି? ମନ-ମନା । ତୁମେ ହରେ କୃଷ୍ଣ ଜପ କର । ତୁମେ "କୃଷ୍ଣ" ଜପ କରିବା ମାତ୍ରେ ତୁରନ୍ତ ତୁମେ ମନ୍ଦିରରେ ଥିବା କୃଷ୍ଣଙ୍କର ରୂପ ମନେ ପକାଇବ, ନାମ-ରୂପ । ତାପରେ ତୁମେ କୃଷ୍ଣଙ୍କ ବିଷୟରେ ଶୁଣୁଛ; ତୁମେ ତାଙ୍କର ଗୁଣ, ତାଙ୍କର କାର୍ଯ୍ୟକଳାପ, ନାମ, ଗୁଣ, ରୂପ, ଲୀଳା, ପରିକର, ବଶିଷ୍ଠ ବିଷୟରେ ମନେ ପକାଇବ । ଏହି ଉପାୟରେ, ଏହା... ଆପଣ ଅଭ୍ୟାସ କରିପାରିବେ । ଅସୁବିଧା କେଉଁଠାରେ ଅଛି? ଏହା ଅଭ୍ୟାସର ଆରମ୍ଭ । ପ୍ରକୃତରେ କୃଷ୍ଣ ଅଛନ୍ତି, କିନ୍ତୁ କୃଷ୍ଣଙ୍କୁ ଦେଖିବା ପାଇଁ ମୋର ଆଖି ନ ଥିବାରୁ ମୁଁ ଭାବୁଛି, "ଏଠାରେ ... କୃଷ୍ଣ କେଉଁଠାରେ? ଏହା ଏକ ପଥର, ଏକ ପ୍ରତିମୂର୍ତ୍ତି।" କିନ୍ତୁ ସେ ଜାଣନ୍ତି ନାହିଁ ଯେ ପଥର ମଧ୍ୟ କୃଷ୍ଣ ଅଟନ୍ତି । ପଥର ମଧ୍ୟ କୃଷ୍ଣ । ଜଳ ମଧ୍ୟ କୃଷ୍ଣ । ପୃଥିବୀ ମଧ୍ୟ କୃଷ୍ଣ । ବାୟୁ ମଧ୍ୟ କୃଷ୍ଣ । କୃଷ୍ଣଙ୍କ ବିନା, ଅନ୍ୟ କୌଣସି ଅସ୍ତିତ୍ୱ ନାହିଁ । ତାହା ଭକ୍ତ ଦେଖିପାରିବେ । ତେଣୁ, ଯେତେବେଳେ ସେ ପଥର ବି ଦେଖନ୍ତି, ସେ କୃଷ୍ଣଙ୍କୁ ଦେଖନ୍ତି । ଏଠାରେ ନାସ୍ତିକ କହିବେ ଯେ ତୁମେ ପଥର ଉପାସନା କରୁଛ। କିନ୍ତୁ ସେମାନେ ପଥର ଉପାସନା କରନ୍ତି ନାହିଁ; ସେମାନେ କୃଷ୍ଣଙ୍କୁ ପୂଜା କରୁଛନ୍ତି, କାରଣ ସେମାନେ ଜାଣନ୍ତି ଯେ କୃଷ୍ଣ ବ୍ୟତୀତ ଅନ୍ୟ କିଛି ନାହିଁ । ପ୍ରେମାଞ୍ଜନ-ଚୂରିତ-ଭକ୍ତି-ବିଲୋଚନେନ (ବ୍ର.ସଂ. ୫.୩୮) । ସେହି ପର୍ଯ୍ୟାୟରେ ଆମକୁ ପହଞ୍ଚିବାକୁ ପଡିବ । ତୁମେ କିପରି କହିପାରିବେ ପଥର କୃଷ୍ଣ ନୁହେଁ? କୃଷ୍ଣ କୁହନ୍ତି… ତୁମକୁ କୃଷ୍ଣଙ୍କୁ ବୁଝିବାକୁ ପଡିବ କୃଷ୍ଣ ଯେପରି କହିଛନ୍ତି ।

ତେଣୁ କୃଷ୍ଣ ଭଗବଦ୍-ଗୀତାରେ କହିଛନ୍ତି,

ଭୂମିରାପୋଽନଲୋ ବାୟୁଃ
ଖଂ ମନୋ ବୁଦ୍ଧିରେବ ଚ
ଅହଙ୍କାର ଇତୀୟଂ ମେ
ଭିନ୍ନା ପ୍ରକୃତିରଷ୍ଟଧା
(ଭ.ଗୀ. ୭.୪)

ସେମାନେ ମୋର ବୋଲି ସେ କହିଛନ୍ତି। ଯେପରି ମୁଁ କହୁଛି । ମୁଁ କହୁଛି, ଏହା ରେକର୍ଡ ହେଉଛି, ଏବଂ ଆମେ ରିପ୍ଲେ କରିବୁ । ସମାନ ଧ୍ୱନି ଆସିବ । ଏବଂ ଯଦି ତୁମେ ଜାଣ ଯେ "ଏଠାରେ ଆମର ଆଧ୍ୟାତ୍ମିକ ଗୁରୁ ...." କିନ୍ତୁ ମୁଁ ସେଠାରେ ନାହିଁ । ଶବ୍ଦ ବର୍ତ୍ତମାନ ମୋ ଠାରୁ ଭିନ୍ନ । ଭିନ୍ନା । ଭିନ୍ନାର ଅର୍ଥ ହେଉଛି "ଅଲଗା" । କିନ୍ତୁ, ରେକର୍ଡ ବାଜିବା ମାତ୍ରେ ସମସ୍ତେ ଜାଣିବେ, "ଏଠାରେ ଭକ୍ତସିଦ୍…, ଭକ୍ତଦେବନ୍ତ ସ୍ୱାମୀ" । ଯଦି ଆପଣ ଜାଣନ୍ତି । ତେଣୁ ଏଥିପାଇଁ ଶିକ୍ଷା ଆବଶ୍ୟକ । ସେହି କୃଷ୍ଣ... (ବ୍ରେକ୍)

ତେଣୁ, ୟେ ୟଥା ମାଂ ପ୍ରପଦ୍ୟନ୍ତେ (ଭ.ଗୀ. ୪.୧୧) ... ତେଣୁ ତୁମେ ନିଜକୁ ଯେତେ ଅଧିକ କୃଷ୍ଣଙ୍କର ସେବାରେ ଜଡିତ କର, ତୁମେ ସେତେ ଅଧିକ କୃଷ୍ଣଙ୍କୁ ଅନୁଭବ କରିପାରିବ ।

ସେବୋନମୁଖେ ହି ଜିଭାଦୌ
ସ୍ଵୟଂ ଏବ ସ୍ଫୁରତି ଅଦଃ
(ଚ.ଚ. ମଧ୍ୟ ୧୭.୧୩୬)

ତେଣୁ ଆମର ପ୍ରକ୍ରିୟା ବହୁତ ସରଳ । କେବଳ ଜିଭକୁ ନିୟୋଜିତ କର । ଅନ୍ୟ ସମସ୍ତ ଇନ୍ଦ୍ରିୟଗୁଡିକୁ ଛାଡିଦିଅ । ଜିଭ ବହୁତ ଶକ୍ତିଶାଳୀ । ଏବଂ ଜିଭ ଆମର ତିକ୍ତ ଶତ୍ରୁ, ଏବଂ ଜିଭ ତୁମର ଅତି ଅନ୍ତରଙ୍ଗ ବନ୍ଧୁ ହୋଇପାରେ । ଏହି ଜିଭ । ତେଣୁ ଶାସ୍ତ୍ର କୁହନ୍ତି ଯେ ସେବୋନମୁଖେ ହି ଜିଭାଦୌ: ପ୍ରଭୁଙ୍କ ସେବାରେ କେବଳ ତୁମର ଜିଭକୁ ନିୟୋଜିତ କର, ଏବଂ ସେ ପ୍ରକାଶିତ ହେବେ । ବହୁତ୍ ଭଲ। ଏବେ କ’ଣ, ଜିଭ ସହିତ ଆମେ କ’ଣ କରିବା? ଆମେ କଥାହେଉ: କୃଷ୍ଣଙ୍କ ବିଷୟରେ କଥାବାର୍ତ୍ତା କର । ଆମେ ଗୀତଗାଉ: କୃଷ୍ନଙ୍କୁ ଜପ । ଆମେ ଖାଉ: ସ୍ୱାଦ, କୃଷ୍ଣଙ୍କ ପ୍ରସାଦ ଖାଅ । ଆପଣ କୃଷ୍ଣଙ୍କୁ ବୁଝିବେ । ଯେକୌଣସି ମୂର୍ଖ ବ୍ୟକ୍ତି, ଯେକୌଣସି ଅଶିକ୍ଷିତ, କିମ୍ବା ଜୀବନର ଯେକୌଣସି ସ୍ଥରରେ, ଆପଣ କୃଷ୍ଣଙ୍କର ସେବା ପାଇଁ ଜିଭ ବ୍ୟବହାର କରିପାରିବେ । କୌଣସି ଜିନିଷ ଖାଆନ୍ତୁ ନାହିଁ ଯାହା କୃଷ୍ଣ ଖାଇ ନାହାନ୍ତି - ଆପଣଙ୍କର ଜିଭ ଆପଣଙ୍କର ଅତି ଅନ୍ତରଙ୍ଗ ବନ୍ଧୁ ହୋଇଯାଏ । ଏବଂ କୃଷ୍ଣଙ୍କ ବ୍ୟତୀତ ଅନ୍ୟ କୌଣସି କଥା କୁହ ନାହିଁ । ଯଦି ତୁମେ ଏହି ଦୁଇଟି ନୀତି ଅନୁସରଣ କର, କୃଷ୍ଣ ତୁମର ମୁଠାରେ ରହିବେ । ଆପଣଙ୍କୁ ଅନେକ ଧନ୍ୟବାଦ।


ଭକ୍ତ: ଜୟ, ହରିବୋଲ ।