OR/Prabhupada 1032 - ପ୍ରକ୍ରିୟା ହେଉଛି ନିଜକୁ ଭୌତିକ ଶକ୍ତିରୁ ଆଧ୍ୟାତ୍ମିକ ଶକ୍ତିକୁ ସ୍ଥାନାନ୍ତରିତ କରିବା



740628 - Lecture at St. Pascal's Franciscan Seminary - Melbourne

ମଧୁଦ୍ଵିଶ: ମୁଁ ଜାଣିଛି ତୁମେ ଶ୍ରୀମାନଙ୍କୁ ପ୍ରଶ୍ନ ପଚାରିବା ପାଇଁ ଉତ୍ସୁକ ହୋଇପାର । ତେଣୁ ଯଦି କୌଣସି ପ୍ରଶ୍ନ ଅଛି, ତୁମେ ତୁମର ହାତ ଟେକି ପାର ଏବଂ ତାପରେ ଆମେ ପ୍ରଶ୍ନ ପଚାରି ପାରିବୁ, ଯଦି ତୁମେ ଚାହଁ । କୌଣସି ପ୍ରଶ୍ନ ନାହିଁ? ଏହାର ମାନେ ହେଉଛି ଯେ ସମସ୍ତେ ସହମତ ଅଛନ୍ତି ।(ହସ)

ପ୍ରଭୁପାଦ: ପୂର୍ଣ୍ଣ ଭାବରେ ସହମତ । ବହୁତ ଭଲ ।

ଅତିଥି(୧): ଆପଣଙ୍କର ଭକ୍ତମାନେ କହୁଛନ୍ତି ଯେ ଆପଣଙ୍କର ଉଦ୍ଦେଶ୍ୟ ହେଲା ଭୌତିକ ଅସ୍ଥିତ୍ଵର ରୋଗରୁ ଉପରକୁ ଯିବା । ମୁଁ ଆପଣଙ୍କର କରିବାର ପଦ୍ଧତି ବୁଝିପାରିଲି ନାହିଁ, କିନ୍ତୁ ଆପଣ ମୋତେ କହି ପାରିବେ କି ଏହି ରୋଗରୁ ଉପରକୁ ଯିବା ପରେ ଅନ୍ତିମ ପରିଣାମ କ'ଣ ।

ପ୍ରଭୁପାଦ: ତାହା କ'ଣ?

ମଧୁଦ୍ଵିଶ: କୃଷ୍ଣ ଚେତନାରେ, ପ୍ରକ୍ରିୟା ହେଉଛି ଭୌତିକ ଅସ୍ଥିତ୍ଵର ରୋଗରୁ ଉାପରକୁ ଯିବା । ତାଙ୍କ ପ୍ରଶ୍ନର ପ୍ରଥମ ଭାଗ ହେଉଛି, "ଏହା କିପରି କରାଯିବ?" ତାଙ୍କ ପ୍ରଶ୍ନର ଦ୍ଵିତୀୟ ଭାଗ ହେଉଛି, "ଏହି ପ୍ରକ୍ରିୟା ଗ୍ରହଣ କରିବା ପରେ ଏହାର ଶେଷ ପରିଣାମ କ'ଣ?"

ପ୍ରଭୁପାଦ:ପ୍ରକ୍ରିୟା ହେଉଛି ନିଜକୁ ଭୌତିକ ଶକ୍ତିରୁ ଆଧ୍ୟାତ୍ମିକ ଶକ୍ତିକୁ ସ୍ଥାନାନ୍ତରିତ କରିବା । ଆମେ ଶକ୍ତିର ଅଧିନରେ ଅଛୁ । ଭଗବାନଙ୍କର ଦୁଇଟି ଶକ୍ତି ଅଛି - ଭୌତିକ ଶକ୍ତି ଏବଂ ଆଧ୍ୟାତ୍ମିକ ଶକ୍ତି । ଆମେ ମଧ୍ୟ ଶକ୍ତି ଅଟୁ । ଆମେମାନେ ଭୌତିକ ଶକ୍ତି । ତେବେ ଭୌତିକ ଶକ୍ତି ଅର୍ଥାତ୍ ଆମେ ଭୌତିକ ଶକ୍ତି ଅଧିନରେ ରହି ପାରିବା କିମ୍ଵା ଆଧ୍ୟାତ୍ମିକ ଶକ୍ତି ଅଧିନରେ, ଯେପରି ଆମର ଇଛା । ତଟସ୍ଥ...ଯେପରି ସମୁଦ୍ର କୂଳରେ ତୁମେ ପାଇବ ବେଳେ ବେଳେ ପାଣିର ସୀମାରେ, ପାଣି ଭୁମିକୁ ଆଛାଦିତ କରୁଛି, ଏବଂ ବେଳେ ବେଳେ ଭୁମି ଖୋଲା ରହୁଛି । ଏହାକୁ ତଟସ୍ଥ ସ୍ଥିତି କୁହାଯାଏ । ସେହିପରି, ଆମେ ମାନେ ଭଗବାନଙ୍କର ତଟସ୍ଥ ଶକ୍ତି ଅଟୁ, ଜୀବ । ତେବେ ଆମେ ପାଣି ଭିତରେ ରହି ପାରିବା, ଅର୍ଥାତ୍ ଭୌତିକ ଶକ୍ତି, କିମ୍ଵା ଆମେ ଖୋଲାରେ ମଧ୍ୟ ରହିପାରିବା, ଆଧ୍ୟାତ୍ମିକ ଶକ୍ତିରେ ।