OR/Prabhupada 1034 - ମୃତ୍ୟୁ ଅର୍ଥାତ୍ ସାତ ମାସ ପାଇଁ ଶୋଇବା । ବାସ୍ । ତାହା ହେଉଛି ମୃତ୍ୟୁ



720403 - Lecture SB 01.02.05 - Melbourne

ମୁଁ , ତୁମେ, ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ, ମୃତ୍ୟୁ ସମୟରେ ଆମକୁ ଅସୁବିଧା ହୁଏ, ଜନ୍ମ ସମୟରେ । ଜନ୍ମ ଏବଂ ମୃତ୍ୟୁ । ଆମେମାନେ ଜୀବ, ଆମେମାନେ ଜୀବାତ୍ମା । ଏହି ଶରୀରର ଜନ୍ମ ଏବଂ ମୃତ୍ୟୁ ହୁଏ । ଶରୀର ଜନ୍ମ ଗ୍ରହଣ କରେ ଏବଂ ଶରୀର ନଷ୍ଟ ହୋଇଯାଏ । ମୃତ୍ୟୁ ଅର୍ଥାତ୍ ସାତ ମାସ ଶୋଇବା । ବାସ୍ । ତାହା ହେଉଛି ମୃତ୍ୟୁ । ଆତ୍ମା ହେଉଛି... ଯେତେବେଳେ ଏହି ଶରୀର ବଞ୍ଚିବା ପାଇଁ ଅକ୍ଷମ ହୋଇଯାଏ, ଆତ୍ମା ଏହି ଶରୀର ତ୍ୟାଗ କରିଦିଏ । ଏବଂ ସର୍ବୋଚ୍ଚ ବ୍ୟବସ୍ଥା ଦ୍ଵାରା ଆତ୍ମା ପୁଣି ଥରେ ଏକ ନିର୍ଦ୍ଧିଷ୍ଟ ପ୍ରକାରର ମା'ର ଗର୍ଭକୁ ଆସେ, ଏବଂ ଅତ୍ମା ସେହି ନିର୍ଦ୍ଧିଷ୍ଟ ପ୍ରକାରର ଶରୀର ବିକସିତ କରେ । ସାତ ମାସ ପର୍ଯ୍ୟନ୍ତ ଆତ୍ମା ଚେତା ଶୂନ୍ୟ ରୁହେ । ଏବଂ ଯେତେବେଳେ ଶରୀର ବିକସିତ ହୋଇଯାଏ, ପୁଣି ଥରେ ଚେତା ଫେରି ଆସେ ଏବଂ ଶିଶୁ ଗର୍ଭ ବାହରକୁ ଅସିବା ପାଇଁ ଚେଷ୍ଟା କରେ ଏବଂ ସେ ଗତିଶୀଳ ହୁଏ । ସମସ୍ତ ମାଙ୍କର ଅନୁଭବ ଅଛି, କିପରି ଶିଶୁ ସାତ ମାସ ବୟସରେ ଗର୍ଭରେ ଗତି କରେ ।

ତେବେ ଏହା ଏକ ମାହାନ ବିଜ୍ଞାନ, କିପରି ଜୀବାତ୍ମା, ଜୀବ, ଏହି ଭୌତିକ ଶରୀରର ସମ୍ପର୍କରେ ଅଛି । ଏବଂ କିପରି ସେ ଏକ ଶରୀରରୁ ଅନ୍ୟ ଏକ ଶରୀରକୁ ସ୍ଥାନାନ୍ତରିତ ହୁଏ । ଉଦାହରଣ ଦିଆଯାଏ, ଯେପରି ବାସାଂସି ଜୀର୍ଣ୍ଣନି ଯଥା ବିହାୟ (BG 2.22) । ଆମେମାନେ...ଯେପରି ପୋଷାକ, ଆମର ସାର୍ଟ ଏବଂ କୋଟ, ଅତି ପୁରୁଣା ହୋଇଯାଏ, ଆମେ ଏହାକୁ ତ୍ୟାଗ କରୁ ଏବଂ ଆମେ ଅନ୍ୟ ଏକ ସାର୍ଟ ଏବଂ କୋଟ ସ୍ଵୀକାର କରୁ... ସେହିପରି, ମୁଁ, ତୁମେ, ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ, ଆମେମାନେ ହେଉଛୁ ଜୀବାତ୍ମା । ଭୌତିକ ପ୍ରକୃତିର ବ୍ୟବସ୍ଥା ଦ୍ଵାରା ଆମମାନଙ୍କୁ ଏକ ପ୍ରକାରର ଶରୀର ଏବଂ ସାର୍ଟ ଏବଂ କୋଟ ଦିଆଯାଇଛି । ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ (BG 3.27)। ସେହି ନିର୍ଦ୍ଧିଷ୍ଟ ପ୍ରକାରର ଶରୀର ଆମର ନିର୍ଦ୍ଧିଷ୍ଟ ପ୍ରକାରର ଜୀବନ ହିସାବରେ ଆମକୁ ଦିଆଯାଏ । ଯେପରି ତୁମେ ଇଉରୋପିୟ, ଆମେରିକୀୟ, ଆଷ୍ଟ୍ରେଲିଆନ, ତୁମେ ଏକ ନିର୍ଦ୍ଧିଷ୍ଟ ପ୍ରକାରର ଶରୀର ପାଇଛ, ଏବଂ ତୁମକୁ ସୁଯୋଗ ଦିଆଯାଇଛି, ଏକ ନିର୍ଦ୍ଧିଷ୍ଟ ପ୍ରକାରର ଜୀବନ ଶୈଳୀ । ଯେପରି ଏକ ଭାରତୀୟ ତୁମର ଇଉରୋପିୟ, ଆମେରିକୀୟ, ଅଷ୍ଟ୍ରେଲିଆନ ସହରଗୁଡ଼ିକୁ ଆସିଲେ, ଯେପରି ତୁମର ମେଲବର୍ଣ ସହର... ମୁଁ ମୋର ଛାତ୍ରମାନଙ୍କୁ କହୁଥିଲି, "ଯଦି କେହି ଭାରତୀୟ ଆସେ, ତେବେ ସେମାନେ ଜୀବନ ଯାପନର ଏହି ସ୍ତର ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ।"