OR/Prabhupada 1044 - ମୋର ବାଲ୍ୟ ସମୟରେ ମୁଁ ଔଷଧ ଖାଉ ନ ଥିଲି



751003 - Morning Walk - Mauritius

ପ୍ରଭୁପାଦ: ଅନୁଭୁତିମୂଳକ ନିତି ବହୁତ ଭଲ ହୋଇଥାନ୍ତା, ଯଦି ତାହା କୃଷ୍ଣଙ୍କ ପାଇଁ କରାଯାଇଥାନ୍ତା । ତେବେ ସେମାନେ ସମଗ୍ର ବିଶ୍ଵକୁ ଏକଜୁଟ କରିପାରିଥାନ୍ତେ ।

ବ୍ରହ୍ମାନନ୍ଦ: ତାଙ୍କ ପ୍ରବନ୍ଧ କରିବା ଶୈଳି ଅତି ଉନ୍ନତ ।

ପ୍ରଭୁପାଦ: ଓଃ, ହଁ । କିନ୍ତୁ ଏହି ସବୁ ଜିନିଷ ତାଙ୍କ ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ ଆୟୋଜିତ କରାଯାଇଥିଲା ।

ବ୍ରହ୍ମାନନ୍ଦ: ଶୋଷଣ ।

ପୁଷ୍ଟକୃଷ୍ଣ: ଯଦି ଆମେ କେବେ ସେପରି ଅଧିକାରୀ ହୋଇଥାନ୍ତୁ ଏବଂ ତାଙ୍କଭଳି ଚେଷ୍ଟା କରିଥାନ୍ତୁ, ତେବେ ସେମାନେ ଏହାକୁ ଧର୍ମ ଯୁଦ୍ଧ ବୋଲି ନିନ୍ଦା କରିଥାନ୍ତେ ।

ପ୍ରଭୁପାଦ: ବର୍ତ୍ତମାନ, ଧର୍ମ ଯୁଦ୍ଧ, ଏପରିକି... ଯଦି ସେମାନେ ଖ୍ରୀଷ୍ଟିୟାନ ମାନଙ୍କର ଧାରଣାକୁ ବୃଦ୍ଧି କରିବାକୁ ଚାହିଁଥାନ୍ତେ, ଭଗବଦ୍ ଧାମପ୍ରତି ପ୍ରେମର, ତାହା ଭଲ ହୋଇଥାନ୍ତା । କିନ୍ତୁ ତାହା ଉଦ୍ଦେଶ୍ୟ ନ ଥିଲା । ଏହା ଶୋଷଣ ଥିଲା ।

ପୁଷ୍ଟକୃଷ୍ଣ: ଏପରିକି ବଳ ପ୍ରୟୋଗ କରି?

ପ୍ରଭୁପାଦ:ହଁ । ଯଦି ବଳ ପ୍ରୟୋଗ କରି, ଯଦି ତୁମେ କିଛି ଭଲ ଔଷଧ ଦିଅ, ତାହା ତା ପାଇଁ ଭଲ । ମୋର ବାଲ୍ୟ ସମୟରେ ମୁଁ ଔଷଧ ଖାଉ ନ ଥିଲି । ଠିକ୍ ଏହିପରି ବର୍ତ୍ତମାନ ମଧ୍ୟ । (ହସ) ତେଣୁ ମୋତେ ବଳ ପୂର୍ବକ ଚାମଚରେ ଔଷଧ ଦିଆଯାଉଥିଲା । ଦୁଇଜଣ ବ୍ୟକ୍ତି ମୋତେ ଧରୁଥିଲେ, ଏବଂ ମୋ ମା ମୋତେ କୋଳରେ ବସାଇ ବଳପୂର୍ବକ, ଏବଂ ମୁଁ ତାହା ଖାଉଥିଲି । ମୁଁ କେବେ ମଧ୍ୟ ଔଷଧ ଖାଇବା ପାଇଁ ଆଗ୍ରହି ନ ଥିଲି ।

ହରିକେଷ: ଆମେ ବର୍ତ୍ତମାନ କରିପାରୁକି, ଶ୍ରୀଲା ପ୍ରଭୁପାଦ?

ପ୍ରଭୁପାଦ: ତେବେ ତୁମେ ମୋତେ ମାରିଦେବ ।