OR/Prabhupada 1050 - ତୁମେ ଏହା କର ଏବଂ ମୋତେ ଟଙ୍କା ଦିଅ, ଏବଂ ତୁମେ ଖୁସି ହେବ' - ତାହା ଗୁରୁ ନୁହେଁ



750712 - Lecture SB 06.01.26-27 - Philadelphia

ତେଣୁ ଏହା ହେଉଛି ସ୍ଥିତି । ଗୁରୁ ବିନା, ଯଦି ସେ ତାଙ୍କ ଜୀବନଶୈଳୀ ପ୍ରସ୍ତୁତ କରୁଛନ୍ତି, ତେବେ ସେ ମୂଢ଼, ଧୂର୍ତ୍ତ । ତେଣୁ କୁହାଯାଏ, ମୂଢ଼ । ସେ ଭାବୁଥିଲେ, "ମୁଁ ଏତେ ସ୍ନେହୀ ପିତା। ମୁଁ ମୋ ପୁଅ, ଛୋଟ ପୁଅର ଯତ୍ନ ନେଉଛି। ସବୁ ଦୃଷ୍ଟିରୁ - ମୁଁ ତାକୁ ଖାଇବାକୁ ଦେଉଛି, ମୁଁ ତାକୁ ଥାପୁଡ଼ୁଛି, ଏବଂ ଅନେକ ଜିନିଷ ମୁଁ ... ମୁଁ ବହୁତ ବିଶ୍ୱସ୍ତ ଏବଂ ଅତି ସଚ୍ଚୋଟ ପିତା। " କିନ୍ତୁ ଶାସ୍ତ୍ର କୁହନ୍ତି, ଏଠାରେ ଏକ ମୂଢ଼, ଧୂର୍ତ୍ତ ଅଛି । ତୁମେ ଏଠାରେ ଦେଖ । ଏଥିରେ କୁହାଯାଇଛି, ଭୋଜୟନ ପାୟୟନ ମୂଢ଼ଃ । ସେ କାହିଁକି ମୂଢ? ନ ଵେଦାଗତଂ ଅନ୍ତକଂ। ସେ ଦେଖନ୍ତି ନାହିଁ, ଜାଣନ୍ତି ନାହିଁ ଯେ, "ମୋ ପଛରେ ମୃତ୍ୟୁ ଅପେକ୍ଷା କରିଛି। ସେ ମୋତେ ନେବାକୁ ଆସିଛନ୍ତି।" ବର୍ତ୍ତମାନ, "ତୁମର ତଥାକଥିତ ପୁଅ ଏବଂ ସମାଜ, ପରିବାର ଏବଂ ଜାତି ପ୍ରତି ତୁମର ସ୍ନେହ ତୁମକୁ କିପରି ରକ୍ଷା କରିବ? ଏଠାରେ ମୃତ୍ୟୁ ଅଛି।" ସେ ଏହାର ଉତ୍ତର ଦେଇ ପାରିବେ ନାହିଁ । ସେ ..., ଉତ୍ତର ଦେଇ ପାରିବେ ନାହିଁ ଯେ ମୃତ୍ୟୁ ସେଠାରେ ଅଛି ।

ତେଣୁ ଆମେ ପ୍ରସ୍ତୁତ ହେବା । ତାହା ହେଉଛି ମାନବ ଜୀବନ । ଆମେ ସବୁବେଳେ ଜାଣିବା ଉଚିତ ଯେ "ମୋ ପଛରେ ମୃତ୍ୟୁ ଅଛି । ଯେକୌଣସି ମୁହୂର୍ତ୍ତରେ ସେ ମୋ ବେକକୁ ଧରି ନେଇଯାଇ ପାରନ୍ତି " । ଏହା ଏକ ସତ୍ୟ । କୌଣସି ଗ୍ୟାରେଣ୍ଟି ଅଛି କି ତୁମେ ଶହେ ବର୍ଷ ବଞ୍ଚିବ? ନା। ଏପରିକି କିଛି ସେକେଣ୍ଡ ପରେ, ଯଦି ତୁମେ ରାସ୍ତାକୁ ଯାଅ, ତୁମେ ହୁଏତ ତୁରନ୍ତ ମୃତ୍ୟୁକୁ ଭେଟି ପାର । ହୃଦଘାତ ହୋଇପାରେ । ମୋଟର ଦୁର୍ଘଟଣା ହୋଇପାରେ । କିଛି, କିଛି ହୋଇପାରେ । ତେଣୁ ବଞ୍ଚିବା ଚମତ୍କାର ଅଟେ । ମରିବା ଆନନ୍ଦଦାୟକ ନୁହେଁ । କାରଣ ତୁମେ ମୃତ୍ୟୁ ପାଇଁ ଉଦ୍ଦିଷ୍ଟ । ତୁମେ ତୁମର ଜନ୍ମ ନେବା ମାତ୍ରେ ତୁରନ୍ତ ତୁମେ ମରିବା ଆରମ୍ଭ କର । ତତକ୍ଷଣାତ୍ ଯଦି ତୁମେ ପଚାରିବ, "ଓଃ, ପିଲାଟି କେବେ ଜନ୍ମ ହେଲା?" ତୁମେ କୁହ, କୁହ, ଗୋଟିଏ ସପ୍ତାହ । ଅର୍ଥାତ୍ ସେ ଗୋଟିଏ ସପ୍ତାହ ମୃତ୍ୟୁ ବରଣ କରିସାରିଛି । ଆମେ ନେଉଛୁ ଯେ ସେ ଗୋଟିଏ ସପ୍ତାହ ବଞ୍ଚିଛି, କିନ୍ତୁ ପ୍ରକୃତରେ ସେ ଗୋଟିଏ ସପ୍ତାହ ମରିଛି । ତାହା ଆଶ୍ଚର୍ଯ୍ୟଜନକ, ତଥାପି ସେ ବଞ୍ଚିଛି, ସେ ମରି ନାହିଁ । ତେଣୁ ମୃତ୍ୟୁ ଆଶ୍ଚର୍ଯ୍ୟଜନକ ନୁହେଁ, କାରଣ ଏହା ନିଶ୍ଚିତ ଅଟେ । ଏହା ଆସିବ - ଗୋଟିଏ ସପ୍ତାହ ପରେ କିମ୍ବା ଶହେ ବର୍ଷ ପରେ । ତାହା ଆଶ୍ଚର୍ଯ୍ୟଜନକ ନୁହେଁ । ଆପଣ ଯେତେ ଦିନ ବଞ୍ଚନ୍ତି, ଏହା ଚମତ୍କାର ଅଟେ ।

ତେଣୁ ଜୀବନର ସମାଧାନ ପାଇଁ ଆମେ ଏହି ସମୟକୁ ବ୍ୟବହାର କରିବା ଉଚିତ୍ । ଆମେ ବାରମ୍ବାର ମରୁଛୁ ଏବଂ ପୁନର୍ବାର ଅନ୍ୟ ଶରୀରକୁ ଗ୍ରହଣ କରୁଛୁ । ତେବେ ସେମାନେ ଉପଯୁକ୍ତ ଗୁରୁଙ୍କ ନିକଟକୁ ନ ଆସିଲେ ସେମାନେ କିପରି ବୁଝିବେ? ତେଣୁ ଶାସ୍ତ୍ର କୁହନ୍ତି, ତଦ-ବିଜ୍ଞାନାର୍ଥମ "ଯଦି ତୁମେ ତୁମର ଜୀବନର ପ୍ରକୃତ ସମସ୍ୟା ଜାଣିବାକୁ ଚାହୁଁଛ ଏବଂ ଯଦି ତୁମେ ଜ୍ଞାନବାନ ହେବାକୁ ଚାହୁଁଛ, କିପରି କୃଷ୍ଣଭାବାନାମୃତ ହେବ, କିପରି ଅନନ୍ତ ହେବ, ଘରକୁ ଫେରିବ, ଭଗବାନଙ୍କ ପାଖକୁ ଫେରିବ, ତାହେଲେ ତୁମେ ଗୁରୁଙ୍କ ନିକଟକୁ ଯିବା ଉଚିତ୍ । " ଆଉ ଗୁରୁ କିଏ? ତାହା ବ୍ୟାଖ୍ୟା କରାଯାଇଛି, ଅତି ସରଳ କଥା । ଗୁରୁ କଦାପି ଏଇ ଧାରଣା ପ୍ରସ୍ତୁତ କରନ୍ତି ନାହିଁ ଯେ "ତୁମେ ଏହା କର ଏବଂ ମୋତେ ଟଙ୍କା ଦିଅ, ଏବଂ ତୁମେ ଖୁସି ହେବ ।" ତାହା ଗୁରୁ ନୁହେଁ । ତାହା ହେଉଛି ଅର୍ଥ ରୋଜଗାରର ଅନ୍ୟ ଏକ ପ୍ରକ୍ରିୟା । ତେଣୁ ଏଠାରେ କୁହାଯାଇଛି, ମୂଢ଼, ସମସ୍ତେ କେବଳ ମୂର୍ଖଙ୍କ ସ୍ୱର୍ଗରେ ବାସ କରୁଛନ୍ତି, ଅଜାମିଳ ପରି ନିଜର ଧାରଣା ପ୍ରସ୍ତୁତ କରୁଛନ୍ତି... କେହି ନେଇଛନ୍ତି, "ଏହା ମୋର କର୍ତ୍ତବ୍ୟ," କେହି ଜଣେ... ସେ ଜଣେ ମୂର୍ଖ । ତୁମର କର୍ତ୍ତବ୍ୟ କ’ଣ ଗୁରୁଙ୍କଠାରୁ ତୁମେ ନିଶ୍ଚୟ ଜାଣିବ ଉଚିତ । ତୁମେ ପ୍ରତିଦିନ ଗୀତ ଗାଉଛ, ଗୁରୁ-ମୁଖ-ପଦ୍ମ-ବାକ୍ୟ, ଚିତ୍ତେତେ କୋରିୟା ଐକ୍ୟ, ଆର୍ ନା କୋରିହୋ ମନେ ଆଶା । ଏହା ହେଉଛି ଜୀବନ । ଏହା ହେଉଛି ଜୀବନ । ଗୁରୁ-ମୁଖ-ପଦ୍ମ... ତୁମେ ସଚ୍ଚୋଟ ଗୁରୁ ଗ୍ରହଣ କର, ଏବଂ ସେ ତୁମକୁ ଯାହା ଆଦେଶ ଦିଅନ୍ତି, ତାହା କର । ତା’ପରେ ତୁମର ଜୀବନ ସଫଳ ହୁଏ । ଆର୍ ନା କୋରିହୋ ମନେ ଆଶା। ତୁମେ ମୂର୍ଖ, ତୁମେ ଆଉ କିଛି ଇଚ୍ଛା କର ନାହିଁ ।