OR/Prabhupada 1052 - ମାୟାର ପ୍ରଭାବରେ ଆମେ ଭାବୁଛୁ ଯେ 'ଏହା ମୋର ସମ୍ପତ୍ତି'
750522 - Conversation B - Melbourne
ମଧୁଦ୍ଵିଶ: ... ଆମର ଅତି ପ୍ରିୟ ବନ୍ଧୁ ମଧ୍ୟରୁ ଜଣେ ରେମଣ୍ଡ୍ ଲୋପେଜ୍ । ସେ ଜଣେ ବାରିଷ୍ଟର ଏବଂ ପରିଦର୍ଶକ ଯିଏ ଆମକୁ ବହୁତ ସାହାଯ୍ୟ କରିଛନ୍ତି, ମେଲବୋର୍ଣ୍ଣରେ ଆମର କିଛି ଆଇନଗତ କାରବାର ସହିତ । ଏବଂ ଏଠାରେ ମଧ୍ୟ ଅଛନ୍ତି ଶ୍ରୀ ୱାଲି ଷ୍ଟ୍ରୋବସ୍, ସେ ମଧ୍ୟ ଆମକୁ ସାହାଯ୍ୟ କରିଛନ୍ତି ଏବଂ ଆମକୁ ଭଲ ମାର୍ଗଦର୍ଶନ ଦେଇଛନ୍ତି । ଏବଂ ଇଏ ହେଉଛନ୍ତି ବବ୍ ବୋର୍ନ, ସେ ଜଣେ ଫଟୋଗ୍ରାଫର ଯିଏ... ସେ ବିଗ୍ରହ ମାନଙ୍କର ସେହି ସୁନ୍ଦର ଚିତ୍ର ଉତ୍ତୋଳନ କରିଛନ୍ତି, ଯାହା ମୁଁ ମାୟପୁର ପର୍ବକୁ ନେଇଥିଲି ।
ପ୍ରଭୁପାଦ: ଓହ, ହଁ ।
ମଧୁଦ୍ଵିଶ: ବହୁତ ସୁନ୍ଦର । ତେଣୁ ସେ ଆମ ପାଇଁ ଅନେକ ଫଟୋଗ୍ରାଫ୍ ନେଇଛନ୍ତି । ଏବଂ ଆମେ ବିଶେଷ ଭାବରେ ୱାଲି ଏବଂ ରେମଣ୍ଡଙ୍କ ନିକଟରେ ୠଣୀ । ପୋଲିସ୍ ସହିତ ଆମର କାରବାରରେ ଆମକୁ ବହୁତ ଭଲ ମାର୍ଗଦର୍ଶନ ଦିଅନ୍ତି । ଏବଂ ଥରେ ଆମର ପ୍ରାୟ ତିନି ବର୍ଷ ପୂର୍ବେ ଗୋଟିଏ ଘଟଣା ଘଟିଥିଲା, ଯେତେବେଳେ କିଛି ବାଳକ ରଥ-ଯାତ୍ରା ପର୍ବ ପାଇଁ ଟିକେ ଉତ୍ସାହିତ ଥିଲେ, ସେମାନେ ବାହାରକୁ ଯାଇ ବେଆଇନ ଭାବେ ଅନେକ ଫୁଲ ଉଠାଇଲେ। ତେଣୁ ସେମାନେ ଧରା ପଡ଼ିଲେ।
ପ୍ରଭୁପାଦ: ବେଆଇନ ଭାବରେ? କେଉଁଠାରେ? ପାର୍କରେ?
ମଧୁଦ୍ଵିଶ: ନା। ଗୋଟିଏ ଫୁଲ ବଢାଉଥିବା ନର୍ସରୀରେ ।
ପ୍ରଭୁପାଦ: ଓହ ।
ମଧୁଦ୍ଵିଶ: ତେଣୁ ସେମାନଙ୍କୁ ଖୋଜି ଧରାଯାଇଥିଲା । କିନ୍ତୁ ରେମଣ୍ଡ କୃଷ୍ଣଙ୍କ ଦୟା ଯୋଗୁଁ ସେମାନଙ୍କୁ ମୁକ୍ତ କରିବାକୁ ସକ୍ଷମ ହୋଇଥିଲେ । କିନ୍ତୁ ଏହା ଆମକୁ ଏକ ଭଲ ଶିକ୍ଷା ଦେଇଛି ।
ରେମଣ୍ଡ ଲୋପେଜ: ବାସ୍ତବରେ, ମୁଁ ଭାବୁଛି ସେମାନଙ୍କର ଭୁଲ ଲୋକ ଥିଲେ ।
ପ୍ରଭୁପାଦ: ଦକ୍ଷିଣ ଭାରତରେ ଜଣେ ମହାନ ଭକ୍ତ ଥିଲେ। ସେ ଜଣେ କୋଷାଧ୍ୟକ୍ଷ ଥିଲେ। ତେଣୁ ସେ ରାଜକୋଷରୁ ଟଙ୍କା ନେଇ ବହୁତ ସୁନ୍ଦର ମନ୍ଦିର ନିର୍ମାଣ କଲେ । (ହସି) ହଁ ପରେ ତାଙ୍କୁ ଧରାଯାଇଥିଲା ଏବଂ ତାଙ୍କୁ ନବାବ ଜେଲରେ ରଖିଥିଲେ। ସେତେବେଳେ ମହମ୍ମଦ ରାଜା ନବାବ, ସେ ସ୍ୱପ୍ନରେ ଦେଖିଲେ ଯେ ଦୁଇ ପୁଅ, ବହୁତ ସୁନ୍ଦର, ସେମାନେ ନବାବ ପାଖକୁ ଆସିଛନ୍ତି: "ମହାଶୟ, ସେ କେଉଁ ଟଙ୍କା ନେଇଛନ୍ତି, ତୁମେ ମୋଠାରୁ ନେଇ ତାଙ୍କୁ ମୁକ୍ତ କରିପାରିବ।" ତେଣୁ ନବାବ କହିଲେ, ଯଦି ମୁଁ ମୋର ଟଙ୍କା ପାଏ, ତେବେ ମୁଁ ତାଙ୍କୁ ମୁକ୍ତ କରିପାରିବି। ତା’ପରେ ଯେତେବେଳେ ତାଙ୍କର ସ୍ୱପ୍ନ ଭାଙ୍ଗିଗଲା, ସେ ଚଟାଣରେ ଟଙ୍କା ଦେଖିଲେ, ଏବଂ ସେଠାରେ କେହି ନଥିଲେ । ତା’ପରେ ସେ ବୁଝିପାରିଲେ ଯେ ସେ ମହାନ ଭକ୍ତ। ସେ ତୁରନ୍ତ ତାଙ୍କୁ ଡାକିଲେ ଯେ ତୁମେ ମୁକ୍ତ ହୋଇଛ, ଏବଂ ତୁମେ ଏହି ଟଙ୍କା ମଧ୍ୟ ନିଅ। ଆପଣ ଯାହା ନେଇସାରିଛନ୍ତି, ତାହା ଠିକ୍ ଅଛି । ଏବଂ ବର୍ତ୍ତମାନ ଏହି ଟଙ୍କା ମଧ୍ୟ ଆପଣ ନିଅନ୍ତୁ । ତୁମେ ନିଜ ଇଚ୍ଛା ଅନୁସାରେ ଖର୍ଚ୍ଚ କର । " ତେଣୁ ଭକ୍ତମାନେ ବେଳେବେଳେ ଏପରି କରନ୍ତି । ବାସ୍ତବରେ, କିଛି ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ତାହା ହେଉଛି ଆମର ଦର୍ଶନ । ଇଷାଭାସ୍ୟଂ ଇଦଂ ସର୍ବଂ (ଇଶୋ ୧ ): "ସବୁକିଛି ଭଗବାନଙ୍କର ଅଟେ ।" ତାହା ଏକ ସତ୍ୟ । ମାୟାର ପ୍ରଭାବରେ ଆମେ ଭାବୁଛୁ ଯେ ଏହା ହେଉଛି ମୋର ସମ୍ପତ୍ତି । ଯେପରି ଧରାଯାଉ ଏହି ତକିଆ । କାଠ କେଉଁଠାରୁ ଆସିଛି? କେହି କାଠ ଉତ୍ପାଦନ କରିଛନ୍ତି କି? କିଏ ଉତ୍ପାଦନ କରିଛି? ଏହା ଭଗବାନଙ୍କ ସମ୍ପତ୍ତି । ବରଂ, ଆମେ ଭଗବାନଙ୍କ ସମ୍ପତ୍ତି ଚୋରି କରି ଦାବି କରିଛୁ, ମୋର ସମ୍ପତ୍ତି । ତା’ପରେ ଅଷ୍ଟ୍ରେଲିଆ। ଇଂରାଜୀମାନେ ଏଠାକୁ ଆସିଥିଲେ, କିନ୍ତୁ କଣ ତାହା ହେଉଛି ଇଂରାଜୀମାନଙ୍କର ସମ୍ପତ୍ତି? ଏହା ସେଠାରେ ଥିଲା । ଆମେରିକା, ସେଠାରେ ଥିଲା । ଏବଂ ଯେତେବେଳେ ସବୁକିଛି ସମାପ୍ତ ହେବ, ସେତେବେଳେ ମଧ୍ୟ ରହିବ । ମଝିରେ ଆମେ ଆସି ଦାବି କରୁ, "ଏହା ମୋର ସମ୍ପତ୍ତି," ଏବଂ ଯୁଦ୍ଧ କରୁ । ଏହା ନୁହେଁ କି? ତୁମେ ଜଣେ ବାରିଷ୍ଟର, ତୁମେ ଭଲ ବିଚାର କରିପାରିବ ।
ୱାଲି ଷ୍ଟ୍ରୋବସ୍: ସେହି ଯୁକ୍ତି ସେ ବ୍ୟବହାର କରିଥିଲେ ।
ରେମଣ୍ଡ୍ ଲୋପେଜ୍: ନା, ଏହା ଥିଲା (ଅସ୍ପଷ୍ଟ) । (ହସି)
ପ୍ରଭୁପାଦ: ମୂଳତଃ ସବୁକିଛି ଭଗବାନଙ୍କର ଅଟେ । ତେବେ ଆମେ କାହିଁକି ଦାବି କରୁଛୁ, "ଏହା ମୋର ସମ୍ପତ୍ତି"? ମନେକର ତୁମେ ଏଠାକୁ ଆସିଛ । ତୁମେ ଏକ ଘଣ୍ଟା, ଦୁଇ ଘଣ୍ଟା ପାଇଁ ବସିଥାଅ, ଏବଂ ଯଦି ତୁମେ ଦାବି କର, “ଏହା ମୋର ସମ୍ପତ୍ତି,” ଏହା ବହୁତ ଭଲ ବିଚାର କି? ଆପଣ ବାହାରୁ ଆସିଛନ୍ତି, ଆପଣଙ୍କୁ ଦୁଇ ଘଣ୍ଟା ପାଇଁ ଏଠାରେ ବସିବାକୁ ଅନୁମତି ଦିଆଯାଇଛି, ଏବଂ ଯଦି ତୁମେ ଦାବି କର, "ଏହା ମୋର ସମ୍ପତ୍ତି ..." ସେହିପରି ଭାବରେ, ଆମେ ଏଠାକୁ ଆସୁ । ଆମେ ଆମେରିକାରେ କିମ୍ବା ଅଷ୍ଟ୍ରେଲିଆରେ କିମ୍ବା ଭାରତରେ ଜନ୍ମ ଗ୍ରହଣ କରୁ, ଏବଂ ପଚାଶ, ଷାଠିଏ କିମ୍ବା ଶହେ ବର୍ଷ ପର୍ଯ୍ୟନ୍ତ ରହୁ, ଏବଂ ମୁଁ କାହିଁକି ଦାବି କରିବି, "ଏହା ମୋର ସମ୍ପତ୍ତି"?