OR/Prabhupada 1025 - କୃଷ୍ଣ କେବଳ ଅପେକ୍ଷା କରୁଛନ୍ତି, 'କେତେବେଳେ ଏହି ମୂର୍ଖ ମୋ ଆଡକୁ ମୁହଁ ବୁଲାଇବ'



731129 - Lecture SB 01.15.01 - New York

ପ୍ରଦ୍ୟୁମ୍ନ: ଅନୁବାଦ: "ସୁତ ଗୋସ୍ୱାମୀ କହିଛନ୍ତି: ଅର୍ଜୁନ ଭଗବାନ କୃଷ୍ଣଙ୍କ ପ୍ରସିଦ୍ଧ ବନ୍ଧୁ, କୃଷ୍ଣଙ୍କ ଠାରୁ ଅଲଗା ହେବାର ଦୃଢ଼ ଅନୁଭବ ହେତୁ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ, ତା ଉପରେ ମହାରାଜ ଯୁଧିଷ୍ଟିରଙ୍କ କଳ୍ପିତ ଅନୁସନ୍ଧାନ (ଭା. ୧.୧୫.୧)


ପ୍ରଭୁପାଦ: ତେଣୁ ଏବଂ କୃଷ୍ଣ ସଖାଃ କୃଷ୍ଣୋ । ଅର୍ଜୁନଙ୍କ ନାମ କୃଷ୍ଣ-ସଖା, ଏବଂ ତାଙ୍କୁ ବେଳେବେଳେ କୃଷ୍ଣ ମଧ୍ୟ କୁହାଯାଏ, କାରଣ ଅର୍ଜୁନଙ୍କ ଶାରୀରିକ ବୈଶିଷ୍ଟ୍ୟ କୃଷ୍ଣଙ୍କର ଶାରୀରିକ ବୈଶିଷ୍ଟ୍ୟ ସହିତ ପ୍ରାୟ ସମାନ ଥିଲା । ତେଣୁ, ସେ କୃଷ୍ଣଙ୍କଠାରୁ ଅଲଗା ହୋଇ ଉଦାସ ଥିଲେ, ଏବଂ ତାଙ୍କ ବଡ ଭାଇ ପଛରୁଥିଲେ ଯେ ସେ ଏହି କାରଣରୁ ନା ସେହି କାରଣରୁ କିମ୍ବା ଏହି କାରଣରୁ ଉଦାସ । ପ୍ରକୃତରେ, କୃଷ୍ଣଙ୍କ ଠାରୁ ଅଲଗା ହୋଇଥିବାରୁ ସେ ଦୁଃଖୀ ଥିଲେ । ସେହିଭଳି, କେବଳ ଅର୍ଜୁନ ନୁହେଁ, ଆମେ ସମସ୍ତେ, ଆମେ ମଧ୍ୟ... କୃଷ୍ଣ, ଅର୍ଜୁନ ଭାବରେ ସେ ମଧ୍ୟ ଏକ ଜୀବତ୍ମା, ଆମେ ମଧ୍ୟ ଜୀବତ୍ମା । ତେଣୁ ଆମେ ମଧ୍ୟ ଦୁଃଖୀ, କାରଣ ଆମେ କୃଷ୍ଣଙ୍କ ଠାରୁ ଅଲଗା ଅଛୁ । ଏହି ଆଧୁନିକ ଦାର୍ଶନିକ ବା ବୈଜ୍ଞାନିକମାନେ, ସେମାନେ ପରାମର୍ଶ ଦେଇପାରନ୍ତି କିମ୍ବା ସେମାନେ ଅନ୍ୟଥା ଚିନ୍ତା କରି ପାରନ୍ତି, ସେମାନେ ନିଜ ନିଜ ଉପାୟରେ ବିଶ୍ୱ ପରିସ୍ଥିତିକୁ ସୁଦୃଢ କରିପାରିବେ, କିନ୍ତୁ ତାହା ସମ୍ଭବ ନୁହେଁ । କୃଷ୍ଣଙ୍କ ଠାରୁ ଅଲଗା ହୋଇଥିବାରୁ ଆମେ ଦୁଃଖୀ । ସେମାନେ ତାହା ଜାଣନ୍ତି ନାହିଁ । ପିଲା ପରି, ପିଲାଟିଏ କାନ୍ଦୁଛି, ସେ କାହିଁକି କାନ୍ଦୁଛି କେହି କହିପାରିବେ ନାହିଁ, କିନ୍ତୁ ବାସ୍ତବରେ ଏକ ଶିଶୁ ସାଧାରଣତଃ ମା ଠାରୁ ଅଲଗା ହୋଇ କାନ୍ଦିବା ଅବସ୍ଥାରେ ଥାଏ ।


ତେଣୁ, କେବଳ ଅର୍ଜୁନ କିମ୍ବା କୃଷ୍ଣଙ୍କର ପ୍ରଶ୍ନ ନୁହେଁ, ଆମେ ସମସ୍ତେ... ଉପନିଷଦରେ କୁହାଯାଇଅଛି ଯେ ପରମାତ୍ମା, କୃଷ୍ଣ, ଏବଂ ଜୀବତ୍ମା, ସେମାନେ ସମାନ ଗଛରେ ବସିଛନ୍ତି, ସମାନି ବୃକ୍ଷେ । ଜଣେ ଜୀବାତ୍ମା ଗଛର ଫଳ ଖାଉଛି, ଏବଂ ଅନ୍ୟ ଜୀବତ୍ମା କେବଳ ସାକ୍ଷୀ, ଅନୁମନ୍ତା । ତେଣୁ କୃଷ୍ଣ, ସେ ସମସ୍ତଙ୍କ ହୃଦୟରେ ଅବସ୍ଥିତ, ଈଶ୍ୱରଃ ସର୍ବ ଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି (ଭ.ଗୀ. ୧୮.୬୧)। କାରଣ ତାଙ୍କ ଅନୁମତି ବିନା ଜୀବତ୍ମା କିଛି କରିପାରିବ ନାହିଁ । ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟୋ (ଭ.ଗୀ. ୧୫.୧୫): କୃଷ୍ଣ କୁହନ୍ତି ଯେ ମୁଁ ସମସ୍ତଙ୍କ ହୃଦୟରେ ବସିଛି । ତେଣୁ, ଜୀବତ୍ମା ନିଜ ଇଚ୍ଛାରୁ କିଛି କରିବାକୁ ଚାହୁଁଛି, କୃଷ୍ଣ କୁହନ୍ତି, କିମ୍ବା କୃଷ୍ଣ ଭଲ ପରାମର୍ଶ ଦେଇଥାନ୍ତି ଯେ ଏହା ତୁମକୁ ଖୁସି କରିବ ନାହିଁ, ଏହା କର ନାହିଁ । କିନ୍ତୁ ସେ ସ୍ଥିର, ସେ ତାହା କରିବେ । ତା’ପରେ କୃଷ୍ଣ ଅନୁଜ୍ଞା ଦେଇଥାନ୍ତି, ପରମାତ୍ମା, "ଠିକ୍ ଅଛି, ତୁମେ ନିଜ ଦାୟିତ୍ୱରେ ତାହା କର" । ଏହା ଚାଲିଛି । ଆମେ ସମସ୍ତେ କୃଷ୍ଣଙ୍କ ସହିତ ଅତି ଘନିଷ୍ଠ ଭାବରେ ସଂଯୁକ୍ତ, ଏବଂ କୃଷ୍ଣ ସମସ୍ତଙ୍କ ହୃଦୟରେ ବସିଛନ୍ତି । କୃଷ୍ଣ ଏତେ ଦୟାଳୁ ଯେ ସେ କେବଳ ଅପେକ୍ଷା କରିଛନ୍ତି, "କେତେବେଳେ ଏହି ମୂର୍ଖ ମୋ ଆଡକୁ ମୁହଁ ବୁଲାଇବ" । ସେ କେବଳ ଦେଖୁଛନ୍ତି ... ସେ ବହୁତ ଦୟାଳୁ । କିନ୍ତୁ ଆମେ ଜୀବାତ୍ମା, ଆମେ ଏତେ ମୂର୍ଖ, ଆମେ କୃଷ୍ଣଙ୍କ ବ୍ୟତୀତ ଅନ୍ୟ ସମସ୍ତ ଜିନିଷକୁ ମୁହାଁଉଛୁ । ଏହା ଆମର ସ୍ଥିତି ।