OR/Prabhupada 1026 - ଯଦି ଆମେ ବୁଝିପାରୁ ଯେ ଆମେ ଉପଭୋଗ କରୁନାହୁଁ, କୃଷ୍ଣ ଉପଭୋଗ କରନ୍ତି - ତାହା ହେଉଛି ଆଧ୍ୟାତ୍ମିକ ଜଗତ



731129 - Lecture SB 01.15.01 - New York

ଆମେ ଅନେକ ଧାରଣା ସହିତ ଖୁସି ହେବାକୁ ଚାହୁଁଛୁ । ସମସ୍ତେ ନିଜର ଧାରଣା ପ୍ରସ୍ତୁତ କରୁଛନ୍ତି, "ବର୍ତ୍ତମାନ ଏହା ହେଉଛି..." କିନ୍ତୁ ଏଇ ମୂର୍ଖମାନେ, ସେମାନେ ଜାଣନ୍ତି ନାହିଁ, ତାହା, ସୁଖ ପାଇବା ପାଇଁ ପ୍ରକୃତ ପ୍ରକ୍ରିୟା କ’ଣ, ତାହା ହେଉଛି କୃଷ୍ଣ । ତାହା ସେମାନେ ଜାଣନ୍ତି ନାହିଁ । ନ ତେ ବିଦୁଃ ସ୍ଵାର୍ଥ-ଗତିଂ ହି ବିଷ୍ଣୁଂ ଦୁରାଶୟା ୟେ ବହିର-ଅର୍ଥ-ମାନିନଃ (ଭା. ୭.୫.୩୧) । ଆପଣ, ଆପଣ ନିଜ ଦେଶରେ ଦେଖିପାରିବେ, ସେମାନେ ବହୁତ ଜିନିଷ ଚେଷ୍ଟା କରୁଛନ୍ତି । ଏତେ ଗଗନସ୍ପର୍ଶୀ ଅଟ୍ଟାଳିକା, ଏତେ ସଂଖ୍ୟକ ମୋଟର କାର୍, ଏତେ ବଡ, ବଡ ସହର, କିନ୍ତୁ ସୁଖ ନାହିଁ। କାରଣ କ’ଣ ଅଭାବ ରହିଛି ତାହା ସେମାନେ ଜାଣନ୍ତି ନାହିଁ । ସେହି ଅଭାବ ଜିନିଷ ଆମେ ଦେଉଛୁ । ଏଠାରେ ଅଛି, "ତୁମେ କୃଷ୍ଣଙ୍କୁ ନିଅ ଏବଂ ତୁମେ ଖୁସି ହେବ" । ଏହା ହେଉଛି ଆମର କୃଷ୍ଣ ଭାବନାମୃତ । କୃଷ୍ଣ ଏବଂ ଜୀବତ୍ମା, ସେମାନେ ଅତି ନିବିଡ଼ ଭାବରେ ସଂଯୁକ୍ତ । ପିତା ଏବଂ ପୁଅ, କିମ୍ବା ବନ୍ଧୁ ଏବଂ ବନ୍ଧୁ, କିମ୍ବା ମାଲିକ ଏବଂ ସେବକ ପରି । ଆମେ ବହୁତ ଅନ୍ତରଙ୍ଗ ଭାବରେ ସଂଯୁକ୍ତ । କିନ୍ତୁ ଯେହେତୁ ଆମେ କୃଷ୍ଣଙ୍କ ସହିତ ଆମର ଅନ୍ତରଙ୍ଗ ସମ୍ପର୍କକୁ ଭୁଲି ଯାଇଛୁ, ଏବଂ ଏହି ଭୌତିକ ଜଗତରେ ଖୁସି ହେବାକୁ ଚେଷ୍ଟା କରୁଛୁ, ତେଣୁ ଆମକୁ ଏତେ କଷ୍ଟ ଭୋଗିବାକୁ ପଡୁଛି । ଏହା ହେଉଛି ଅବସ୍ଥା । କୃଷ୍ଣ ଭୂଲିୟ ଜୀବ ଭୋଗ ବାଞ୍ଛା କରେ ।

ଆମେ ଜୀଵାତ୍ମା, ଆମେ ଏହି ଭୌତିକ ଜଗତରେ ଖୁସି ହେବାକୁ ଚେଷ୍ଟା କରୁଛୁ... "ତୁମେ ଭୌତିକ ଜଗତରେ କାହିଁକି, ଆଧ୍ୟାତ୍ମିକ ଜଗତରେ କାହିଁକି ନାହଁ?" ଆଧ୍ୟାତ୍ମିକ ଦୁନିଆ, କେହି ଉପଭୋଗକାରୀ ହୋଇପାରିବେ ନାହିଁ, ଭୋକ୍ତା । ତାହା କେବଳ ପରମ, ଭୋକ୍ତାରଂ ଯଜ୍ଞତପସାଂ ସର୍ବଲୋକମହେଶ୍ୱରମ୍ (ଭ.ଗୀ. ୫.୨୯)... କୌଣସି ଭୁଲ ନାହିଁ । ସେଠାରେ ମଧ୍ୟ ଜୀବାତ୍ମା ଅଛନ୍ତି, କିନ୍ତୁ ସେମାନେ ଭଲ ଭାବରେ ଜାଣିଛନ୍ତି ଯେ ପ୍ରକୃତ ଉପଭୋଗକାରୀ, ମାଲିକ, କୃଷ୍ଣ । ତାହା ହେଉଛି ଆଧ୍ୟାତ୍ମିକ ରାଜ୍ୟ । ସେହିଭଳି, ଏହି ଭୌତିକ ଜଗତରେ ମଧ୍ୟ, ଯଦି ଆମେ ଭଲ ଭାବରେ ବୁଝିବା । ଯେ ଆମେ ଉପଭୋଗକାରୀ ନୁହଁ, କୃଷ୍ଣ ହେଉଛନ୍ତି ଉପଭୋଗକାରୀ, ତେବେ ତାହା ହେଉଛି ଆଧ୍ୟାତ୍ମିକ ଜଗତ । ଏହି କୃଷ୍ଣ ଭାବନାମୃତ ଆନ୍ଦୋଳନ ସମସ୍ତଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛି, ଯେ ଆମେ, ଆମେ ଉପଭୋଗକାରୀ ନୁହଁ । ଉପଭୋଗକାରୀ ହେଉଛନ୍ତି କୃଷ୍ଣ । ଠିକ୍, ଏହି ସମଗ୍ର ଶରୀର । ଉପଭୋଗକାରୀ ହେଉଛି ପେଟ, ଏବଂ ହାତ, ଗୋଡ, ଆଖି, କାନ ଏବଂ ମସ୍ତିଷ୍କ ଏବଂ ସବୁକିଛି, ଉପଭୋଗ୍ୟ ଜିନିଷ ଖୋଜିବା ଏବଂ ଏହାକୁ ପେଟରେ ରଖିବା ପାଇଁ ଏମାନେ ନିୟୋଜିତ ହେବା ଉଚିତ । ଏହା ସ୍ୱାଭାବିକ । ସେହିପରି ଭାବରେ, ଆମେ ଭଗବାନଙ୍କ କିମ୍ବା କୃଷ୍ଣଙ୍କର ଅଂଶବିଶେଷ, ଆମେ ଉପଭୋଗକାରୀ ନୁହଁ ।

ପ୍ରତ୍ୟେକ ଧର୍ମରେ ଏହାକୁ ଗ୍ରହଣ କରାଯାଏ । ଯେପରି ଖ୍ରୀଷ୍ଟିଆନ ଧର୍ମ ମଧ୍ୟ ଏହା କୁହାଯାଇଛି: "ହେ ଭଗବାନ, ଆମକୁ ଆମର ଦୈନନ୍ଦିନ ରୁଟି ଦିଅ।" ରୁଟି, ଆମେ ଉତ୍ପାଦନ କରିପାରିବୁ ନାହିଁ । ଏହା ଭଗବାନଙ୍କଠାରୁ ଆସିବା ଜରୁରୀ । ତାହା ହେଉଛି ବୈଦିକ, ସଂସ୍କରଣ । ନିତ୍ୟୋ ନିତ୍ୟାନାଂ ଚେତନଷ ଚେତନାନାଂ ଏକୋ ବହୁନାଂ ୟୋ ବିଦଧାତି କାମାନ୍ (କଠ ଉପନିଷଦ ୨.୨.୧୩) । ଭଗବାନ, କିମ୍ବା କୃଷ୍ଣ, ସେ ତୁମର ଇଚ୍ଛା ଅନୁଯାୟୀ ଜୀବନର ସମସ୍ତ ଆବଶ୍ୟକ ଜିନିଷ ଦେଇଥାନ୍ତି । କିନ୍ତୁ ଯଦି ତୁମେ ତୁମର ଉପଭୋଗ୍ୟ ଜିନିଷକୁ ତୁମର ଇଚ୍ଛା ଅନୁସାରେ ଗ୍ରହଣ କର, ତେବେ ତୁମେ ଜଡିତ ହୋଇଯିବ । କିନ୍ତୁ ଯଦି ତୁମେ ଉପଭୋଗ କରିବାକୁ ଥିବା ଜିନିଷଗୁଡ଼ିକୁ ଗ୍ରହଣ କର, ତେନ ତ୍ୟକ୍ତେନ ଭୁଞ୍ଜିଥା (ଇ.ଉ. ମନ୍ତ୍ର ୧), ଯେବେ କୃଷ୍ଣ ତୁମକୁ ପ୍ରଦାନ କରିବେ, ତେବେ ତୁମେ ଖୁସି ହେବେ । ଯଦି ତୁମେ ତିଆରି କର ... ଠିକ୍ ଜଣେ ରୋଗଗ୍ରସ୍ତ ରୋଗୀ ପରି, ଯଦି ସେ ନିଜ ଇଚ୍ଛାରେ ଜୀବନକୁ ଉପଭୋଗ କରିବାକୁ ଚାହାଁନ୍ତି, ତେବେ ସେ ତାଙ୍କର ରୋଗ ଜାରି ରଖିବେ । କିନ୍ତୁ ଯଦି ସେ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୀବନର ଧାରା ଗ୍ରହଣ କରନ୍ତି, ତେବେ ସେ ମୁକ୍ତ ହୋଇଯିବେ ... ତେଣୁ ଦୁଇଟି ପଦ୍ଧତି ଅଛି, ପ୍ରବୃତ୍ତି ଏବଂ ନିବୃତ୍ତି । ପ୍ରବୃତ୍ତିର ଅର୍ଥ ହେଉଛି "ଏହାକୁ ଖାଇବାକୁ କିମ୍ବା ଏହାକୁ ଉପଭୋଗ କରିବାକୁ ମୋର ପ୍ରବୃତ୍ତି ଅଛି । କାହିଁକି ନୁହେଁ? ମୁଁ ତାହା କରିବି ମୁଁ ସ୍ୱାଧୀନତା ପାଇଛି। " "କିନ୍ତୁ ତୁମର କୌଣସି ସ୍ୱାଧୀନତା ନାହିଁ ମହାଶୟ, ତୁମେ କେବଳ ..." ତାହା ହେଉଛି ମାୟା, ତୁମର କୌଣସି ସ୍ୱାଧୀନତା ନାହିଁ । ଆମେ ଅଭିଜ୍ଞତା ପାଇଥାଉ । ଧରାଯାଉ ସେଠାରେ ବହୁତ ସୁନ୍ଦର ସ୍ୱାଦିଷ୍ଟ ଖାଦ୍ୟ ଅଛି । ଯଦି ମୁଁ ଭାବୁଛି, ମୋତେ ଯଥାସମ୍ଭବ ଖାଇବାକୁ ଦିଅନ୍ତୁ, ତେବେ ପରଦିନ ମୋତେ ଭୋକରେ ରହିବାକୁ ପଡିବ । ତତକ୍ଷଣାତ୍ ଝାଡା ବା ଅଜୀର୍ଣ୍ଣତା ।