OR/Prabhupada 0058 - ଆଧ୍ୟାତ୍ମିକ ଶରୀର ଅର୍ଥାତ୍ ଶାଶ୍ଵତ ଜୀବନ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0058 - in all Languages Category:OR-Quotes - 1975 Category:OR-Quotes - Lec...")
(No difference)

Revision as of 17:57, 20 October 2017



Lecture on BG 2.14 -- Mexico, February 14, 1975

ବାସ୍ତବରେ ଆଧ୍ୟାତ୍ମିକ ଶରୀର ମାନେ ଶାଶ୍ଵତ ଜୀବନ, ଆନନ୍ଦ ଏବଂ ଜ୍ଞାନରେ ସମ୍ପନ୍ନ ଅଟେ । ଏହି ଶରୀର ଯାହା ଆମେ ଧାରଣ କରିଛୁ, ଭୌତିକ ଶରୀର, ଏହା ଶାଶ୍ଵତ ବା ଆନନ୍ଦମୟ ବା ବୁଦ୍ଧି ସମ୍ପନ୍ନ ନୁହେଁ । ଆମେ ସମସ୍ତେ ଜାଣିଛୁ ଯେ, ଏହି ଭୌତିକ ଶରୀର ଦିନେ ସମାପ୍ତ ହୋଇଯିବ । ଏବଂ ଏହି ଶରୀର ଅଜ୍ଞାନରେ ପରିପୁର୍ଣ୍ଣ । ଆମେ କିଛି କହିପାରିବା ନାହିଁ, ଯେ କାନ୍ଥ ଆର ପାଖରେ କ'ଣ ଅଛି । ଆମର ଇନ୍ଦ୍ରିୟ ଗୁଡିକ ଅଛି, କିନ୍ତୁ ସେଗୁଡିକ ସୀମିତ ଏବଂ ଅପୂର୍ଣ୍ଣ । ବେଳେବେଳେ ଆମେ ବହୁତ ଗର୍ବ କରୁ ଆମ ଦେଖିବା ଉପରେ ଏବଂ ଆହ୍ଵାନ କରୁ, "କି ଆପଣ ମୋତେ ଭଗବାନ୍ ଦେଖାଇପାରିବେ? କିନ୍ତୁ ଆମେ ଭୁଲିଯାଉଛୁ ଯେ ଯେତେବେଳେ ଆଲୋକ ଚାଲିଯାଏ, ଆମର ଦେଖିବା ଶକ୍ତି ମଧ୍ୟ ଚାଲିଯାଏ । ସେଥିପାଇଁ ସମଗ୍ର ଶରୀର ଅପୂର୍ଣ୍ଣତା ଏବଂ ଅଜ୍ଞାନତା ରେ ଭରପୂର । ଆଧ୍ୟାତ୍ମିକ ଶରୀର ର ଅର୍ଥ ଜ୍ଞାନରେ ପୂର୍ଣ୍ଣ, ଠିକ୍ ବିପରୀତ । ତେଣୁ ଆମେ ସେ ଶରୀର ପାଇପାରିବା ପରବର୍ତ୍ତୀ ଜୀବନରେ, ଏବଂ ଆମକୁ ବିକସିତ କରିବାକୁ ହେବ ସେହିପରି ଶରୀର ପାଇବା ପାଇଁ । ଆମେ ଆମର ପରବର୍ତ୍ତୀ ଶରୀର ସ୍ଵର୍ଗ ଲୋକରେ ପାଇବା ପାଇଁ ଚେଷ୍ଟା କରିପାରିବା କିମ୍ବା ଆମେ ପରବର୍ତ୍ତୀ ଶରୀର କୁକୁର, ବିଲେଇଙ୍କ ଭଳିଆ ପାଇବା ପାଇଁ ଚେଷ୍ଟା କରିପାରିବା, ଏବଂ ଆମେ ଏହି ଭଳିଆ ଶରୀର ପାଇବା ପାଇଁ ଚେଷ୍ଟା କରିପାରିବା, ସଚ୍ଚିଦାନ୍ଦମୟ ଜୀବନ । ସେଥିପାଇଁ ସର୍ବୋଚ୍ଚ ବୁଦ୍ଧିସମ୍ପନ୍ନ ବ୍ୟକ୍ତି ଚିରନ୍ତନ, ଆନନ୍ଦମୟ ଏବଂ ବୁଦ୍ଧିସମ୍ପନ୍ନ ଶରୀର ପାଇବା ପାଇଁ ଚେଷ୍ଟା କରେ । ତାହା ଭଗବଦ୍ ଗୀତାରେ ବର୍ଣ୍ଣନା କରିଯାଇଛି । ୟଦ୍ ଗତ୍ଵା ନା ନିବର୍ତନ୍ତେ ତଦ୍ଧାମ ପରମଂ ମମ (BG 15.6) । ସେହି ସ୍ଥାନ, ସେହି ଗ୍ରହ, କିମ୍ଵା ସେହି ଆକାଶ, ଯେଉଁଠିକି ତୁମେ ଯିବ ଏବଂ ଏହି ଭୌତିକ ଜଗତକୁ ତୁମେ କେବେ ଫେରିବ ନାହିଁ । ଭୌତିକ ଜଗତରେ, ଏପରିକି ଯଦି ତୁମେ ଉଚ୍ଚତମ ଗ୍ରହରେ(ଲୋକ), ବ୍ରହ୍ମଲୋକରେ ପହଞ୍ଚିଲେ ମଧ୍ୟ, ତଥାପି, ତୁମକୁ ପୁଣି ଥରେ ଫେରିବାକୁ ହେବ । ଏବଂ ତୁମେ ଯଦି ଆଧ୍ୟାତ୍ମିକ ଦୁନିଆକୁ ଫେରିବାକୁ ଭଲଭାବରେ ଚେଷ୍ଟା କର, ଘରକୁ ଫେରିବାକୁ, ଭଗବଦ୍ ଧାମକୁ, ତୁମେ ଏହି ଭୌତିକ ଶରୀର ଗ୍ରହଣ କରିବାକୁ ଆଉ ଫେରିବ ନାହିଁ ।