OR/Prabhupada 0084 - କେବଳ କୃଷ୍ଣଙ୍କର ଭକ୍ତ ହୁଅ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0084 - in all Languages Category:OR-Quotes - 1972 Category:OR-Quotes - Lec...")
(No difference)

Revision as of 05:27, 5 November 2017



Lecture on BG 2.22 -- Hyderabad, November 26, 1972

ତେଣୁ କୃଷ୍ଣଙ୍କ ଠାରୁ ଜ୍ଞାନ ପ୍ରାପ୍ତ କରିବା ଆମର ପ୍ରସ୍ତାବ ଅଟେ, ପୂର୍ଣ୍ଣ ବ୍ୟକ୍ତି, ପରମ ପୁରୁଷୋତ୍ତମ ଭଗବାନ । ଆମେ ଶାସ୍ତ୍ର ସ୍ଵୀକାର କରିଛୁ, ଅର୍ଥାତ୍ ଯାହା ଅଚୁକ, ସେଥିରେ କୌଣସି ଭୁଲ୍ ନାହିଁ । ଯେପରିକି ମୁଁ ଯେତେବେଳେ ଗୋଶାଳା ପାଖରେ ଚାଲୁଥିଲି, ସେଠାରେ ଗୋବର ଗଦା ଥିଲା । ତେଣୁ ମୁଁ ମୋ ଶିଷ୍ୟମାନଙ୍କୁ ବୁଝଉଥିଲି ଯେ, ଯଦି ପଶୁ, ମୋ କହିବାର ଅର୍ଥ ହେଲା, ଯଦି ଏଠାରେ ମନୁଷ୍ୟ ମଳର ଗଦା ଥାନ୍ତା, କେହି ଏଠାକୁ ଆସିନଥାନ୍ତେ । କେହି ଏଠାକୁ ଆସିନଥାନ୍ତେ । କିନ୍ତୁ ଗାଈ ଗୋବର, ଏତେ ସାରା ଗାଈ ଗୋବର ଗଦା, ତଥାପି, ଆମେ ତା ପାଖ ଦେଇ ଯିବାକୁ ପ୍ରସନ୍ନତା ଅନୁଭବ କରୁ । ଏବଂ ବେଦମାନଙ୍କରେ ଏହା କୁହାଯାଇଛି ଯେ, "ଗାଈ ଗୋବର ଶୁଦ୍ଧ ଅଟେ ।" ତାହାକୁ ଶାସ୍ତ୍ର କୁହାଯାଏ । ଯଦି ତୁମେ ଯୁକ୍ତି କର, "ଏହା କିପରି ହୋଇପାରିବ? ଏହା ଏକ ପଶୁର ମଳ ଅଟେ ।" କିନ୍ତୁ ବେଦଗୁଡ଼ିକ, ସେମାନେ...କାରଣ ଜ୍ଞାନ ପୂର୍ଣ୍ଣ ଅଟନ୍ତି, ଏପରିକି ଯୁକ୍ତିରେ ମଧ୍ୟ ଆମେ ପ୍ରମାଣ କରିପାରିବା ନାହିଁ କି କିପରି ପଶୁ ମଳ ଶୁଦ୍ଧ ହୋଇପାରିବ, କିନ୍ତୁ ଏହା ଶୁଦ୍ଧ ଅଟେ । ସେଥିପାଇଁ ବୈଦିକ ଜ୍ଞାନ ପୂର୍ଣ୍ଣ ଅଟେ । ଏବଂ ଯଦି ଆମେ ବେଦରୁ ଜ୍ଞାନ ନେବା, ଆମେ ଅନୁସନ୍ଧାନ ଏବଂ ଗବେଷଣାରେ ଲାଗୁଥିବା ଅନେକ ସମୟ ବଞ୍ଚେଇପାରିବା । ଆମେ ଗବେଷଣା କରିବାକୁ ଭଲପାଉ । ବେଦରେ ସବୁକିଛି ଅଛି । କାହିଁକି ତୁମର ସମୟ ନଷ୍ଟ କରିବ?

ତେଣୁ ଏହା ହେଉଛି ବୈଦିକ ଜ୍ଞାନ । ବୈଦିକ ଜ୍ଞାନ ଅର୍ଥାତ୍ ଯାହା ପରମ ଭଗବାନଙ୍କ ଦ୍ଵାରା କୁହାଯାଇଛି । ତାହା ବୈଦିକ ଜ୍ଞାନ ଅଟେ । ଅପୌରୁଷେୟ । ଏହା ମୋ ପରି ସାଧାରଣ ବ୍ୟକ୍ତି ଦ୍ଵାରା କୁହାଯାଇ ନାହିଁ । ତେଣୁ ଆମେ ଯଦି ଵୈଦିକ ଜ୍ଞାନ ସ୍ଵୀକାର କରିବା, ଯଦି ସ୍ଵୀକାର କରିବା, ଯେପରି କୃଷ୍ଣ କହିଛନ୍ତି, କିମ୍ଵା ତାଙ୍କର ପ୍ରତିନିଧି... କାରଣ ତାଙ୍କର ପ୍ରତିନିଧି ଏପରି କିଛି କହିବେନି ଯାହା କୃଷ୍ଣ କହି ନାହାଁନ୍ତି । ସେଥିପାଇଁ ସେ ପ୍ରତିନିଧି ଅଟନ୍ତି । କୃଷ୍ଣ ଚେତନା ବ୍ୟକ୍ତି କୃଷ୍ଣଙ୍କର ପ୍ରତିନିଧି ଅଟନ୍ତି କାରଣ ଏକ କୃଷ୍ଣ ଚେତନା ବ୍ୟକ୍ତି କୌଣସି ନିରର୍ଥକ କଥା କୁହଁନ୍ତି ନାହିଁ, କୃଷ୍ଣ କହିଥିବା କଥାକୁ ଛାଡ଼ି । ତାହା ହେଉଛି ଅନ୍ତର । ଅନ୍ୟ ନିରର୍ଥକ, ଦୁର୍ଜନ, ସେମାନେ କୃଷ୍ଣ କହିଥିବା କଥା ବ୍ୟତୀତ ଅନ୍ୟ କଥା କୁହଁନ୍ତି । କୃଷ୍ଣ କୁହଁନ୍ତି, ମନ୍ମନା ଭବ ମଦ୍ ଭକ୍ତୋ ମଦ୍ ଯାଜୀ ମାଂ ନମସ୍କୁରୁ (BG 18.65), କିନ୍ତୁ ଦୁର୍ଜନ ବିଦ୍ଵାନ କୁହଁନ୍ତି, "ନା, ଏହା କୃଷ୍ଣଙ୍କ ପାଇଁ ନୁହେଁ । ଏହା ଅନ୍ୟ କିଛି ଅଟେ ।" ତୁମେ ଏହା କେଉଁଠାରୁ ପାଇଲ? କୃଷ୍ଣ ସିଧା କୁହଁନ୍ତି, ମନ୍ମନା ଭବ ମଦ୍ ଭକ୍ତୋ ମଦ୍ ଯାଜୀ ମାଂ ନମସ୍କୁରୁ (BG 18.65) । ତେଣୁ ତୁମେ କାହିଁକି ପଥଚ୍ୟୁତ ହେଉଛ? ତୁମେ ଆଉ କିଛି କାହିଁକି କହୁଛ: "ଏହା କୃଷ୍ଣଙ୍କ ଭିତରେ କିଛି ଅଟେ"? ତୁମେ ପାଇବ...ମୁଁ ନାମ ନେବା ପାଇଁ ଚାହୁଁନି । ଅନେକ ଦୁର୍ଜନ ବିଦ୍ଵାନ ଅଛନ୍ତି । ସେମାନେ ସେହିପରି ବ୍ୟାଖ୍ୟା କରନ୍ତି । ସେଥିପାଇଁ ଭଗବଦ୍ ଗୀତା ଭାରତର ଏକ ବିଜ୍ଞାନର ପୁସ୍ତକ ହେଲେ ମଧ୍ୟ, ଆନେକ ବ୍ୟକ୍ତି ପଥଭ୍ରଷ୍ଟ ହୋଇଯାଇଛନ୍ତି । ବଡ଼...ଏହି ତଥା କଥିତ ଦୁର୍ଜନ ବିଦ୍ଵାନମାନଙ୍କ ଯୋଗୁଁ । କାରଣ ସେମାନେ କେବଳ ଭୁଲ୍ ଅର୍ଥ ବାହାର କରୁଥିଲେ ।

ସେଥିପାଇଁ ଆମେ ଭଗବଦ୍ ଗୀତା ମୌଳିକ ରୂପରେ ପ୍ରସ୍ତୁତ କରୁଛୁ । କୃଷ୍ଣ କୁହଁନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ (BG 18.66) । ଆମେ କହୁଛୁ, ଆମେ ଏହି ପ୍ରଥାର ପ୍ରଚାର କରୁଛୁ: "କୃଷ୍ଣ ଚେତନାଶୀଳ ହୁଅ । କେବଳ କୃଷ୍ଣଙ୍କର ଭକ୍ତ ହୁଅ । ସମ୍ନାନ କର..." ଯେ କେହି ହେଉ ତୁମକୁ ସମ୍ମାନ ଦେବାକୁ ପଡ଼ିବ । କାରଣ ତୁମେ ସର୍ବୋଚ୍ଚ ନୁହଁ । ଜଣକୁ କିଛି କାମ କରେଇବା ପାଇଁ ତୁମକୁ ଖୋସାମତ କରିବାକୁ ପଡ଼ୁଛି । ତାହା ଏକ...ଏପରିକି ତୁମେ ଯଦି ଏକ ଭଲ ପଦରେ ଥାଅ, ତୁମକୁ ଖୋାସାମତ କରିବାକୁ ପଡ଼ିବ । ଯଦି ତୁମେ ରାଷ୍ଟ୍ରପତି ହୋଇଯାଅ, ଦେଶର ରାଷ୍ଟ୍ରପତି, ତୁମକୁ ତମ ଦେଶବାସୀଙ୍କୁ ଖୋସାମତ କରିବାକୁ ପଡ଼ିବ: "ଦୟାକରି ମୋତେ ଭୋଟ ଦିଅ । ଦୟାକରି, ମୁଁ ତୁମମାନଙ୍କୁ ଅନେକ ସୁବିଧା ଦେବି ।" ତେଣୁ ତୁମକୁ ଖୋସାମତ କରିବାକୁ ପଡ଼ିବ । ଏହା ଏକ ତଥ୍ୟ ଅଟେ । ତୁମେ ବହୁତ ଧନୀ ବ୍ୟକ୍ତି ହୋଇପାର । କିନ୍ତୁ ତୁମକୁ ଜଣକୁ ଖୋସାମତ କରିବାକୁ ପଡ଼ିବ । ତୁମକୁ ଏକ ମାଲିକ ଗ୍ରହଣ କରିବାକୁ ହେବ । କୃଷ୍ଣଙ୍କୁ କାହିଁକି ଗ୍ରହଣ ନ କରିବା, ପରମ ମାଲିକ? ଅସୁବିଧା କ'ଣ? "ନା । ମୁଁ କୃଷ୍ଣଙ୍କ ବ୍ୟତୀତ ହଜାରେ ମାଲିକ ଗ୍ରହଣ କରିବି । "ଏହା ଆମର ବିଚାର ଅଟେ । "ମୁଁ କୃଷ୍ଣଙ୍କ ବ୍ୟତୀତ ହଜାରେ ଶିକ୍ଷକ ଗ୍ରହଣ କରିବି । ଏହା ମୋର ଦୃଢ଼ ସଂକଳ୍ପ ଅଟେ ।" ତେବେ ତୁମେ କିପରି ସୁଖୀ ହୋଇପାରିବ?କେବଳ କୃଷ୍ଣଙ୍କୁ ଗ୍ରହଣ କରିବା ଦ୍ଵାରା ସୁଖ ପ୍ରାପ୍ତ କରାଯାଇପାରିବ ।

ଭୋକ୍ତାରଂ ଯଜ୍ଞତପସାଂ
ସର୍ବଲୋକମହେଶ୍ଵରମ୍
ସୁହୃଦଂ ସର୍ବଭୂତାନାଂ
ଜ୍ଞାତ୍ଵା ମାଂ ଶାନ୍ତିମୃଚ୍ଛତି
(BG 5.29)
ଏହା ଶାନ୍ତିର ପ୍ରକ୍ରିୟା ଅଟେ । କୃଷ୍ଣ କୁହନ୍ତି ତୁମେ ସ୍ଵୀକାର କର ଯେ "ମୁଁ ଉପଭୋକ୍ତା ଅଟେ । ତୁମେ ଉପଭୋକ୍ତା ନୁହଁ ।" ତୁମେ ଉପଭୋକ୍ତା ନୁହଁ । ତୁମେ ରାଷ୍ଟ୍ରପତି ହୋଇପାର କିମ୍ଵା ସଚିବ ହୋଇପାର; ତୁମମେ ଯାହା କିଛି ହୋଇପାର । କିନ୍ତୁ ତୁମେ ଉପଭୋକ୍ତା ନୁହଁ । କୃଷ୍ଣ ଉପଭୋକ୍ତା ଅଟନ୍ତି । ଜଣେ ଏହା ଜାଣିବା ଉଚିତ୍ । ଯେପରିକି ତୁମର... ମୁଁ ଆସୁଛି, ଆନ୍ଧ୍ରା ସହାୟତା ସମିତି ଚିଠିର ଉତ୍ତର ଲେଖୁଛି । ଏହି ସହାୟତା ସମିତି କ'ଣ କରିବ ଯଦି କୃଷ୍ଣ ସନ୍ତୁଷ୍ଟ ନାହାଁନ୍ତି? କେବଳ ପାଣ୍ଠି ଜମା କରିକି? ନା, ତାହା ସମ୍ଭବ ନୁହେଁ । ବର୍ତ୍ତମାନ ବର୍ଷା ହେଉଛି । ଏବେ ତୁମର କିଛି ଲାଭ ହେବ । କିନ୍ତୁ ସେହି ବର୍ଷା କୃଷ୍ଣଙ୍କ ଉପରେ ନିର୍ଭର କରେ, ନାକି ତୁମର ପାଣ୍ଠି ଜମା କରିବା ଦକ୍ଷତା ଉପରେ ।