OR/Prabhupada 0129 - କୃଷ୍ଣଙ୍କ ଉପରେ ନିର୍ଭର ହୁଅ-ତେବେ କୌଣସି ଅଭାବ ରହିବ ନାହିଁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0129 - in all Languages Category:OR-Quotes - 1975 Category:OR-Quotes - Lec...")
(No difference)

Revision as of 16:51, 15 November 2017



Lecture on SB 7.6.1 -- Vrndavana, December 2, 1975

କୃଷ୍ଣ କହୁଛନ୍ତି, ମନ ମନା ଭବ ମଦ ଭକ୍ତୋ ମଦ ୟାତି ମାମ୍ ନମସ୍କୁରୂ (BG 9.34) । ଆମେ ଏହା ପ୍ରଚାର କରୁଛୁ । ଏହି ମନ୍ଦିରରେ ଆମେ ସମସ୍ତଙ୍କୁ କହୁଛୁ, "ଏଠାରେ କୃଷ୍ଣ ଅଛନ୍ତି । ସର୍ବଦା କୃଷ୍ଣଙ୍କୁ ସ୍ମରଣ କର । ହରେ କୃଷ୍ଣ ଜପ କର ।" ତେବେ ତୁମକୁ ଭାବିବାକୁ ପଡିବ । "ହରେ କୃଷ୍ଣ, ହରେ କୃଷ୍ଣ," ଅର୍ଥାତ୍ କୃଷ୍ଣଙ୍କ ବିଷୟରେ ଭାବିବା । ଯଥା ଶୀଘ୍ର ତୁମେ କୃଷ୍ଣଙ୍କ ନାମ ଶୁଣିବ, ମନ-ମନା । ଏବଂ ତାହା କିଏ କରିବ? ମଦ୍-ଭକ୍ତ । ଯେବେ ପର୍ଯ୍ୟନ୍ତ ତୁମେ କୃଷ୍ଣଙ୍କର ଭକ୍ତ ହୋଇନାହଁ, ତୁମେ ତୁମ ସମୟ ନଷ୍ଥ କରିପାରିବ ନାହିଁ, "କୃଷ୍ଣ, ହରେ କୃଷ୍ଣ, ହରେ କୃଷ୍ଣ ।" ଅର୍ଥାତ୍ କେବଳ ଯଦି ତୁମେ ହରେ କୃଷ୍ଣ ମନ୍ତ୍ର ଜପ କରିବ ତେବେ ତୁମେ କୃଷ୍ଣଙ୍କ ଭକ୍ତ ହୋଇଯିବ । ମନ ମନା ଭବ ମଦ ଭକ୍ତୋ ମଦ ୟାତି ମାମ୍ ନମସ୍କୁରୁ ।

ଏବେ ଏହି କୃଷ୍ଣଙ୍କ ପୂଜା... ପୁରା ଦିନ ଆମେ କୃଷ୍ଣଙ୍କ ମଙ୍ଗଳ ଆରତୀ ପାଇଁ, କୃଷ୍ଣଙ୍କ ନାମ ଜପ ପାଇଁ, କୃଷ୍ଣଙ୍କ ରୋଷେଇ ପାଇଁ, କୃଷ୍ଣଙ୍କ ପ୍ରସାଦ ବିତରଣ ପାଇଁ, ତେଣୁ ବହୁ ପ୍ରକାରରେ ବ୍ୟସ୍ତ ରହିପାରିବା । ତେଣୁ ସମଗ୍ର ବିଶ୍ଵରେ ଆମର ଭକ୍ତମାନେ-ବିଶ୍ଵ ସାରା ଆମର ୧୦୨ଟି କେନ୍ଦ୍ର ଅଛି-ସେମାନେ କୃଷ୍ଣ ଚେତନାରେ ନିଯୁକ୍ତ ଅଛନ୍ତି । ଏହା ହେଉଛି ଆମର ମତ ପ୍ରଚାର, ସବୁବେଳେ, ଅନ୍ୟ କୌଣସି କାରବାର ନାହିଁ । ଆମେ କୌଣସି ବ୍ୟବସାୟ କରୁନାହୁଁ କିନ୍ତୁ ଆମେ ପଚିଶି ଲକ୍ଷ ଟଙ୍କା ଖର୍ଚ୍ଚ କରୁଛୁ, ପଚିଶି ଲକ୍ଷ ଟଙ୍କା ପ୍ରତ୍ୟେକ ମାସରେ, କିନ୍ତୁ ତାହା କୃଷ୍ଣ ଯୋଗାଉଛନ୍ତି । ତେଷାମ୍ ନିତ୍ୟାଭିୟୁକ୍ତାନାମ୍ ଯୋଗ-କ୍ଷେମମ୍ ବହାମ୍ୟ ଅହମଂ(BG 9.22) । ଯଦି ତୁମେ କୃଷ୍ଣ ଚେତନାରେ ରହିବ, ସମ୍ପୂର୍ଣ୍ଣ ରୂପରେ କୃଷ୍ଣଙ୍କ ଉପରେ ନିର୍ଭରଶୀଳ ରହିବ, ତେବେ କିଛି ଅଭାବ ରହିବ ନାହିଁ । ମୁଁ ଚାଳିଶି ଟଙ୍କାରେ ଏହି କୃଷ୍ଣଙ୍କ କାର୍ଯ୍ୟ ଆରମ୍ଭ କରିଥିଲି । ବର୍ତ୍ତମାନ ଆମ ପାଖରେ ଚାଳିଶି କୋଟି ଟଙ୍କା ଅଛି । ପୁରା ଦୁନିଆରେ ଏମିତି ବ୍ୟବସାୟୀକ କିଏ ଅଛି କି ଯେ ଚାଳିଶି ଟଙ୍କାକୁ ଦଶ ବର୍ଷ ମଧ୍ୟରେ ଚାଳିଶି କୋଟି ଟଙ୍କା ପର୍ଯ୍ୟନ୍ତ ବଢେଇପାରିବ? କୌଣସି ଉଦାହରଣ ନାହିଁ । ଏବଂ ଦଶ ହଜାର ଲୋକ, ପ୍ରତିଦିନ ପ୍ରସାଦ ଖାଉଛନ୍ତି । ତେଣୁ ଏହା ହେଉଛି କୃଷ୍ଣ ଚେତନା । ଯୋଗ-କ୍ଷେମମ୍ ବହାମ୍ୟ ଅହମଂ(BG 9.22) । ଯଥା ଶୀଘ୍ର ତୁମେ କୃଷ୍ଣ ଚେତନାଶୀଳ ହୁଅ, ତୁମେ କେବଳ ତାଙ୍କ ଉପରେ ନିର୍ଭରଶୀଳ ହୁଅ, ଏବଂ ଆନ୍ତରିକତା ଭାବରେ କାର୍ଯ୍ୟ କର ଏବଂ ତା ପରେ କୃଷ୍ଣ ସବୁକିଛି ଯୋଗାଇଦେବେ । ସବୁକିଛି ।

ତେଣୁ ଏହା ବ୍ୟବହାରିକ ରୁପରେ ପ୍ରକଟ ହେବ । ଯେମିତିକି ଉଦାହରଣ ସ୍ଵରୂପ, ବମ୍ବେରେ, ବର୍ତ୍ତମାନ୍ ସେହି ଜମିର ମୂଲ୍ୟ ଏକ କୋଟି ଟଙ୍କା । ଏବଂ ଯେତେବେଳେ ମୁଁ ସେ ଜାଗା କିଣି ଥିଲି, ସେତେବେଳେ ମୋ ପାଖରେ ପ୍ରାୟ ତିନି ବା ଚାରି ଲକ୍ଷ ଥିଲା । ତେଣୁ ଏହା କାଳ୍ପନିକ ଥିଲା କାରଣ ମୁଁ ନିଶ୍ଚିତ ଥିଲି ଯେ, "ମୁଁ ତାର ମୂଲ୍ୟ ସୁଜିପାରିବି । କୃଷ୍ଣ ମୋତେ ଯୋଗାଇଦେବେ ।" ସେତେବେଳେ ଟଙ୍କା ନଥିଲା । ତାହା ଏକ ଲମ୍ବା ଇତିହାସ । ମୁଁ ତାହା ବିଷୟରେ କହିବାକୁ ଚାହୁଁନାହିଁ । କିନ୍ତୁ ବର୍ତ୍ତମାନ ମୋତେ ବ୍ୟବହାରୀକ ଅନୁଭବ ମିଳିଛି ଯେ ତୁମେ କୃଷ୍ଣଙ୍କ ଉପରେ ନିର୍ଭର ହୁଅ-ତେବେ କୌଣସି ଅଭାବ ରହିବ ନାହିଁ । ଯାହାକିଛି ତୁମେ ଚାହୁଁଛ ତାହା ପୁରଣ ହୋଇଯିବ । ତେଷାମ୍ ନିତ୍ୟାଭିୟୁକ୍ତାନାମ୍ । ତେଣୁ ସର୍ବଦା କୃଷ୍ଣ ଚେତନାରେ ନିବୃତ ରୁହ । ତେବେ ସବୁକିଛି ପୂର୍ଣ୍ଣ ହୋଇଯିବ, ଯେକୌଣସି ଇଛା, ଯଦି ତୁମର କିଛି ଅଛି ।