OR/Prabhupada 0195 - ଶରୀରରେ ଦୃଢ଼, ମନରେ ଦୃଢ଼, ସଂକଳ୍ପରେ ଦୃଢ଼: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0195 - in all Languages Category:OR-Quotes - 1976 Category:OR-Quotes - Lec...")
(No difference)

Revision as of 18:02, 4 December 2017



Lecture on SB 7.6.5 -- Toronto, June 21, 1976

ପ୍ରଦ୍ୟୁମ୍ନ: ଅନୁବାଦ: "ସେଥିପାଇଁ, ଭୌତିକ ଅସ୍ତିତ୍ଵରେ, ଭବମ ଆଶ୍ରିତଃ, ଜଣେ ବ୍ୟକ୍ତି ଯିଏ ଭୁଲ ଏବଂ ଠିକ୍ ମଧ୍ୟରେ ଭେଦ କରିବା ପାଇଁ ସକ୍ଷମ ସେ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ପ୍ରୟାସ କରିବା ଉଚିତ୍, ଯେ ପର୍ଯ୍ୟନ୍ତ ଶରୀର ହୃଷ୍ଟପୁଷ୍ଟ ଏବଂ ବଳିଷ୍ଠ ଅଛି, ଏବଂ ଦୁର୍ବଳତା ଦ୍ଵାରା ଲଜ୍ଜିତ ନୁହେଁ ।"

ପ୍ରଭୁପାଦ:

ତତୋ ଯତେତ କୁଶଳଃ
କ୍ଷମାୟ ଭବମ ଆଶ୍ରିତଃ
ଶରୀରମ୍ ପୌରୁଷମ୍ ଯାବନ
ନ ବିପଦ୍ୟତେ ପୁଶ୍କଳମ୍
(SB 7.6.5)

ତେଣୁ ଏହା ମନୁଷ୍ୟର କାର୍ଯ୍ୟକଳାପ ହେବା ଉଚିତ୍, ଯେ ଶରୀରମ୍ ପୌରୁଷମ୍ ଯାବନ ନ ବିପଦ୍ୟତେ ପୁଶ୍କଳମ୍ । ଯେ ପର୍ଯ୍ୟନ୍ତ ଆମେ ହୁଷ୍ଟପୁଷ୍ଟ ଏବଂ ବଳିଷ୍ଠ ଅଛୁ ଏବଂ ଆମେ ଭଲ ଭାବରେ କାମ କରିପାରୁଛୁ, ସ୍ଵାସ୍ଥ୍ୟ ଭଲ ଅଛି, ଏହାର ଲାଭ ନିଅ । ଏହା ନୁହେଁ ଯେ କୃଷ୍ଣ ଚେତନା ଆନ୍ଦୋଳନ ଅଳସୁଆ ବ୍ୟକ୍ତିମାନଙ୍କ ପାଇଁ ଅଛି । ନା । ଏହା ବଳିଷ୍ଠ ବ୍ୟକ୍ତିମାନଙ୍କ ପାଇଁ ଅଛି: ଶରୀରରେ ଦୃଢ଼, ମନରେ ଦୃଢ଼, ସଂକଳ୍ପରେ ଦୃଢ଼ - ସବୁକିଛି ଦୃଢ଼ - ମସ୍ତିଷ୍କରେ ଦୃଢ଼ । ଏହା ସେମାନଙ୍କ ପାଇଁ ଅଛି । କାରଣ ଆମକୁ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ନିଷ୍ପାଦନ କରିବାକୁ ହେବ । ଦୁର୍ଭାଗ୍ୟବଶତଃ, ସେମାନେ ଜାଣି ନାହାଁନ୍ତି ଜୀବନର ସର୍ବୋଚ୍ଚ ଲକ୍ଷ୍ୟ କ'ଣ । ଆଧୁନିକ...ଆଧୁନିକ ନୁହେଁ, ସର୍ବାଦା । ବର୍ତ୍ତମାନ ଏହା ଅତି ସୁସ୍ପଷ୍ଟ: ଲୋକମାନେ ଜାଣି ନାହାଁନ୍ତି ଜୀବନର ଲକ୍ଷ୍ୟ କ'ଣ? ଯେ କେହି ଏହି ଭୌତିକ ଦୁନିଆରେ ଅଛି, ସେ ମାୟାରେ ଅଛି, ଅର୍ଥାତ୍ ସେ ଜାଣି ନାହିଁ ଜୀବନର ଲକ୍ଷ୍ୟ କ'ଣ । ନା ତେ ବିଦୁଃ, ସେମାନେ ଜାଣି ନାହାଁନ୍ତି, ସ୍ଵାର୍ଥ-ଗତିମ ହି ବିଷ୍ଣୁ । ସ୍ଵାର୍ଥ-ଗତି । ସମସ୍ତେ ସ୍ଵାର୍ଥ ପାଇଁ ଚିନ୍ତା କରୁଛନ୍ତି । ସ୍ଵାର୍ଥ ପ୍ରକୃତିର ପ୍ରଥମ ନିୟମ, ସେମାନେ କୁହଁନ୍ତି । କିନ୍ତୁ ସେମାନେ ଜାଣି ନାହାଁନ୍ତି ସ୍ଵାର୍ଥ କ'ଣ । ସେ, ଘରକୁ, ଭଗବଦ୍ ଧାମକୁ ଯିବା ପରିବର୍ତ୍ତେ - ତାହା ହେଉଛି ତାର ପ୍ରକୃତ ସ୍ଵାର୍ଥ - ସେ ପରବର୍ତ୍ତୀ ଜୀବନରେ କୁକୁର ହେବାକୁ ଯାଉଛି । ତାହା ସ୍ଵାର୍ଥ କି? କିନ୍ତୁ ସେମାନେ ଏହା ଜାଣିନାହାଁନ୍ତି । କିପରି ପ୍ରକୃତିର ନିୟମ କାମ କରୁଛି, ସେମାନେ ଏହା ଜାଣି ନାହାଁନ୍ତି । ନା ତେ ବିଦୁଃ । ଅଦାଂତ ଗୋଭିର ବିଶତାମ୍ ତମିଶ୍ରମ । ମତିର ନ କୃଷ୍ଣେ ପରତଃ ସ୍ଵତୋ ୱା ।

ମତିର ନ କୃଷ୍ଣେ ପରତଃ ସ୍ଵତୋ ୱା
ମିଥୋ ଅଭିପଦ୍ୟତେ ଗ୍ରହ ବ୍ରତାନାମ
ଅଦାନ୍ତ ଗୋଭିର ବିଶତାମ ତମିଶ୍ରମ
ପୁନଃ ପୁନଶ୍ ଚାର୍ବିତ ଚରବନାନାମ
(SB 7.5.30)

ତାହା, କୃଷ୍ଣ ଚେତନା...ମତିର ନ କୃଷ୍ଣେ । ଲୋକମାନେ କୃଷ୍ଣ ଚେତନାଶୀଳ ହେବା ପାଇଁ ଭାରୀ କୁଣ୍ଠିତ । କାହିଁକି? ମତିର ନ କୃଷ୍ଣେ ପରତଃ ସ୍ଵତୋ ୱା । ଅନ୍ୟମାନଙ୍କର ନିର୍ଦ୍ଦେଶ ଦ୍ଵାରା । ଯେପରି ଆମେ କୃଷ୍ଣ ଚେତନା ସମଗ୍ର ଦୁନିଆରେ ବିସ୍ତାର କରିବା ପାଇଁ ଚେଷ୍ଟା କରୁଛୁ, ପରତଃ । ସ୍ଵତୋ, ସ୍ଵତୋ ଅର୍ଥାତ୍ ବ୍ୟକ୍ତିଗତ ଭାବରେ । ବ୍ୟକ୍ତିଗତ ପ୍ରୟାସ ଦ୍ଵାରା । ଯେପରି ମୁଁ ଭଗବଦ୍ ଗୀତା କିମ୍ଵା ଶ୍ରୀମଦ୍ ଭାଗବତ ଏବଂ ଅନ୍ୟ ବୈଦିକ ସାହିତ୍ୟ ପଢ଼ୁଛି । ତେଣୁ, ମତିର ନ କୃଷ୍ଣେ ପରତଃ ସ୍ଵତୋ ୱା ମିଥୋ ୱା, ମିଥୋ ୱା ଅର୍ଥାତ୍ "ସମ୍ମିଳନୀ ଦ୍ଵାରା ।" ଆଜିକାଲି ସମ୍ମିଳନୀ ଆୟୋଜନ କରିବା ଏକ ଲୋକପ୍ରିୟ କଥା । ତେଣୁ ଜଣେ କୃଷ୍ଣ ଚେତନାଶୀଳ ହୋଇପାରିବ ନାହିଁ, ନିଜ ବ୍ୟକ୍ତିଗତ ପ୍ରୟାସ ଦ୍ଵାରା, କିମ୍ଵା ଅନ୍ୟ ଲୋକମାନଙ୍କର ପରାମର୍ଶ ଦ୍ଵାରା, କିମ୍ଵା ବଡ଼, ବଡ଼ ସମ୍ମିଳନୀ ଆୟୋଜନ କରି । କାହିଁକି? ଗୃହ-ବ୍ରତାନମ୍ : କାରଣ ତାର ଜୀବନର ପ୍ରକୃତ ଲକ୍ଷ୍ୟ ହେଉଛି ଯେ "ମୁଁ ଏହି ଘରେ ରହିବି ।" ଗୃହ-ବ୍ରତାନାମ । ଗୃହ ଅର୍ଥାତ୍ ଗୃହସ୍ଥ ଜୀବନ, ଗୃହ ଅର୍ଥାତ୍ ଏହି ଶରୀର, ଗୃହ ଅର୍ଥାତ୍ ଏହି ବ୍ରହ୍ମାଣ୍ଡ । ଅନେକ ବଡ଼ ଏବଂ ଛୋଟ ଗୃହ ଅଛି ।