OR/Prabhupada 0220 - ସମସ୍ତ ଜୀବ ଭଗବାନଙ୍କର ଅଂଶ ବିଶେଷ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0220 - in all Languages Category:OR-Quotes - 1972 Category:OR-Quotes - Arr...")
(No difference)

Revision as of 11:34, 22 December 2017



Arrival Lecture -- Paris, July 20, 1972

ଏକ ବିଦ୍ଵାନ୍ ବ୍ୟକ୍ତି ଯିଏ ବାସ୍ତବରେ ଆଧ୍ୟାତ୍ମିକ ସ୍ତରରେ ଅଛି, ସେ ଜାଣିଛି ଯେ "ଏଠାରେ ଏକ କୁକୁର ଅଛି ଏବଂ ଏଠାରେ ଏକ ବିଦ୍ଵାନ୍ ବ୍ରାହ୍ମଣ ଅଛି । ସେମାନଙ୍କର କର୍ମ ଯୋଗୁଁ ସେମାନଙ୍କୁ କେବଳ ଭିନ୍ନ ଭିନ୍ନ ପୋଷାକ ମିଳିଛି, କିନ୍ତୁ ବ୍ରାହ୍ମଣ ଭିତରେ, କୁକୁର ଭିତରେ ସମାନ ଜୀବାତ୍ମା ଅଛି ।" ତେଣୁ ଆମର ଭୌତିକ ମଞ୍ଚରେ ଆମେ ଭେଦ ଭାବ କରୁ, "ମୁଁ ଭାରତୀୟ, ତୁମେ ଫ୍ରେଞ୍ଚ ବ୍ୟକ୍ତି, ସେ ଇଂରେଜ, ସେ ଆମେରିକୀୟ, ସେ ବିଲେଇ, ସେ କୁକୁର ।" ଏହା ହେଉଛି ଭୌତିକ ମଞ୍ଚର ଦୃଷ୍ଟି । ଆଧ୍ୟାତ୍ମିକ ମଞ୍ଚରେ ଅାମେ ଦେଖି ପାରିବା ଯେ ସମସ୍ତ ଜୀବ ହେଉଛନ୍ତି ଭଗବାନଙ୍କର ଅଂଶ ବିଶେଷ, ଭଗବଦ୍ ଗୀତାରେ ଯାହାକୁ ସମ୍ମତ କରାଯାଇଛି: ମାମ ଏବାମ୍ଶ ଜୀବ ଭୂତ (BG 15.7) । ସମସ୍ତ ଜୀବ । ସେ କ'ଣ ଏହା ଫରକ୍ ପକାଏ ନାହିଁ । ୮,୪୦୦,୦୦୦ ପ୍ରକାରର ପ୍ରଜାତି ଅଛନ୍ତି, କିନ୍ତୁ ସେମାନେ ସମସ୍ତେ, ସେମାନେ କେବଳ ପୋଷାକ ଦ୍ଵାରା ଆଛାଦିତ । ଯେପରି ତୁମେ ଫରାସୀମାନେ, ତୁମେ ଭିନ୍ନ ପ୍ରକାରର ପୋଷାକ ପିନ୍ଧ, ଏବଂ ଇଂରେଜମାନେ ସେମାନେ ଭିନ୍ନ ପ୍ରକାରର ପୋଷାକ ପିନ୍ଧନ୍ତି, ଏବଂ ଭାରତୀୟମାନେ ଭିନ୍ନ ପ୍ରକାରର ପୋଷାକ ପିନ୍ଧନ୍ତି । କିନ୍ତୁ ପୋଷାକ ଏତେ ମହତ୍ତ୍ଵପୂର୍ଣ୍ଣ ନୁହେଁ । ପୋଷାକ ଭିତରେ ଥିବା ବ୍ୟକ୍ତି, ସେ ମହତ୍ତ୍ଵପୂର୍ଣ୍ଣ । ସେହିପରି, ଏହି ଶରୀର ଏତେ ମହତ୍ତ୍ଵପୂର୍ଣ୍ଣ ନୁହେଁ । ଅନ୍ତବନ୍ତ ଇମେ ଦେହା ନିତ୍ୟସ୍ୟୋକ୍ତାଃ ଶରୀରିଣଃ (BG 2.18), ଏହି ଶରୀର ବିନାଶଶୀଳ । କିନ୍ତୁ ଶରୀର ମଧ୍ୟରେ ଥିବା ଆତ୍ମା, ସେ ବିନାଶଶୀଳ ନୁହେଁ । ସେଥିପାଇଁ ଏହି ମାନବ ରୂପି ଜୀବନ ହେଉଛି ଅବିନାଶୀ ବିଷୟରେ ଜ୍ଞାନ ବିକସିତ କରିବା ପାଇଁ ।

ଦୁର୍ଭାଗ୍ୟବଶତଃ, ଆମର ବିଜ୍ଞାନ, ବିଦ୍ୟାଲୟ, ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟରେ ତତ୍ତ୍ଵଜ୍ଞାନ, ସେମାନେ କେବଳ ବିନାଶଶୀଳକୁ ନେଇ ଚିନ୍ତିତ, ଅବିନାଶୀ ପାଇଁ ନୁହେଁ । ଏହି କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ଅବିନାଶୀ ଉପରେ ବିଚାର କରିବା ପାଇଁ । ତେଣୁ ଏହା ଆତ୍ମାର ଆନ୍ଦୋଳନ, ନା କି ରାଜନୀତିକ ଆନ୍ଦୋଳନ, ସାମାଜିକ ଆନ୍ଦୋଳନ କିମ୍ଵା ଧାର୍ମିକ ଆନ୍ଦୋଳନ । ସେମାନେ ବିନାଶଶୀଳ ଶରୀର ସହିତ ସମ୍ଵନ୍ଧିତ । କିନ୍ତୁ କୃଷ୍ଣ ଚେତନା ଆନ୍ଦୋଳନ ଅବିନାଶୀ ଆତ୍ମା ସହିତ ସମ୍ଵନ୍ଧିତ । ସେଥିପାଇଁ, ଆମର ଏହି ସଂକୀର୍ତ୍ତନ ଆନ୍ଦୋଳନ, କେବଳ ଏହି ହରେ କୃଷ୍ଣ ମନ୍ତ୍ର ଜପ କରିବା ଦ୍ଵାରା, ତୁମର ହୃଦୟ ଧିରେ ଧିରେ ପରିଷ୍କାର ହୋଇଯିବ ଯାହା ଦ୍ଵାରା ତୁମେ ଆଧ୍ୟାତ୍ମିକ ମଞ୍ଚକୁ ଆସିପାରିବ । ଯେପରି ଏହି ଆନ୍ଦୋଳନରେ ଆମେ ସମଗ୍ର ଦୁନିଆରୁ ଛାତ୍ର ପାଇଛୁ, ଦୁନିଆର ସମସ୍ତ ଧର୍ମର । କିନ୍ତୁ ସେମାନେ ଆଉ ଏକ ନିର୍ଦ୍ଧିଷ୍ଟ ଧର୍ମ ବିଷୟରେ କିମ୍ଵା ରାଷ୍ଟ୍ର କିମ୍ଵା ସଂପ୍ରଦାୟ କିମ୍ଵା ରଙ୍ଗ ଭାବୁ ନାହାଁନ୍ତି । ନା । ସେମାନେ ସମସ୍ତେ କୃଷ୍ଣଙ୍କର ଅଂଶ ବିଶେଷ ରୂପେ ଭାବୁଛନ୍ତି । ଯେତେବେଳେ ଆମେ ସେହି ମଞ୍ଚକୁ ଆସିବା ଏବଂ ଯେତେବେଳେ ଆମେ ସେହି ବୃତ୍ତିର ସ୍ତରରେ ନିଜକୁ ନିଯୁକ୍ତ କରିବା, ତେବେ ଆମେ ମୁକ୍ତ ।

ତେଣୁ ଏହି ଅନ୍ଦୋଳନ ଅତି ମହତ୍ତ୍ଵପୂର୍ଣ୍ଣ ଆନ୍ଦୋଳନ । ଏହା ଅବଶ୍ୟ ସମ୍ଭବ ନୁହେଁ କିଛି ମିନିଟ୍ ମଧ୍ୟରେ ତୁମକୁ ସମସ୍ତ ବିବରଣ ଦେବା, କିନ୍ତୁ ଯଦି ତୁମେ ଇଛୁକ ତେବେ ଦୟାକରୀ ଆମ ସହିତ ତୁମେ ସମ୍ପର୍କ କରିପାରିବ, ପତ୍ର ବିନିମୟ ଦ୍ଵାରା, କିମ୍ଵା ଆମର ସାହିତ୍ୟ ପଢ଼ିବା ଦ୍ଵାରା,କିମ୍ଵା ବ୍ୟକ୍ତିଗତ ଭାବରେ ସମ୍ପର୍କ କରି । ଯେ କୌଣସି ପ୍ରକାରରେ, ତୁମର ଜୀବନ ଉନ୍ନତ ହୋଇଯିବ । ଆମେ ସେପରି କିଛି ଭେଦ ଭାବ କରୁ ନାହୁଁ ଯେ "ଏହା ଭାରତ," "ଏହା ଇଂଲଣ୍ଡ," "ଏହା ଫ୍ରାନ୍ସ," "ଏହା ଆଫ୍ରିକା ।" ଆମେ ଭାବୁ ସମସ୍ତ ଜୀବ, କେବଳ ମନୁଷ୍ୟ ନହଁନ୍ତି, ଏପରିକି ପଶୁ , ପକ୍ଷୀ, ବୃକ୍ଷ, ଜଳଚର, କୀଟ, ସରିସୃପ - ସମସ୍ତେ ଭଗବାନଙ୍କର ଅଂଶ ବିଶେଷ ।