OR/Prabhupada 0219 - ମାଲିକ ହେବାର ଏହି ନିରର୍ଥକ ବିଚାରକୁ ତ୍ୟାଗ କର



Lecture on SB 7.9.24 -- Mayapur, March 2, 1976

ତୁମ ଦେଶରେ ଅଶୀ, ନବେ ପ୍ରତିଶତ, ସେମାନେ ମ୍ୟାଲେରିଆରେ ସଂକ୍ରମିତ,ଏବଂ ସେମାନେ ଉପଦଂଶରେ ଅଛନ୍ତି । ତେଣୁ ଅନ୍ତର କ'ଣ? ତୁମେ କାହିଁକି କରୁଛ...? ଏକ ଚିକିତ୍ସକ ହୋଇ, କାହିଁକି ତୁମେ ଭେଦଭାବ କରୁଛ ଯେ 'ଏହି ରୋଗ ସେହି ରୋଗ ଠାରୁ ଭଲ'? ରୋଗ ହେଉଛି ରୋଗ । ବାସ୍ତବରେ ତାହା ହେଉଛି ତଥ୍ୟ । ତୁମେ କହୁଛ ଯେ "ଆମେମାନେ ମ୍ୟାଲେରିଆରେ ପୀଡ଼ିତ । ଉପଦଂଶରେ ପୀଡ଼ିତ ହେବା ଠାରୁ ଏହା ଭଲ ।" ନା ରୋଗ ହେଉଛି ରୋଗ । ସେହିପରି, ବ୍ରହ୍ମା ହୁଅନ୍ତୁ ବା ପିମ୍ପୁଡ଼ି ରୋଗ ହେଉଛି ଆମେ କିପରି ମାଲିକ ହୋଇପାରିବା । ଏହା ହେଉଛି ରୋଗ । ସେଥିପାଇଁ, ଏହି ରୋଗକୁ ଭଲ କରିବା ପାଇଁ, କୃଷ୍ଣ ଆସନ୍ତି ଏହି ରୋଗକୁ ଭଲ କାରିବା ପାଇଁ, ସ୍ପଷ୍ଟ ଭାବରେ କହିଲେ, "ଦୁର୍ଜନ, ତୁମେ ମାଲିକ ନୁହଁ; ତୁମେ ହେଉଛ ସେବକ । ମୋତେ ଆତ୍ମସମର୍ପଣ କର ।" ଏହା ହେଉଛ ରୋଗରୁ ମୁକ୍ତ ହେବାର ଉପାୟ । ଯଦି ଜଣେ ରାଜି ହୁଏ "ଆଉ ନାହିଁ," ଆର ନାର ବାପା, "ମାଲିକ ହେବା ପାଇଁ ଆଉ ଚେଷ୍ଟା କରିବ ନାହିଁ," ତାହା ହେଉଛି ରୋଗର ଉପଚାର ।

ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଛନ୍ତି, ଯେପରି ପ୍ରହଲ୍ଲାଦ ମହାରାଜା କହିଛନ୍ତି, ନିଜ ଭୃତ୍ୟ ପାଶ୍ଵମ୍: (SB 7.9.24) "ମୋତେ ଆପଣଙ୍କର ସେବକଙ୍କର ସେବାକ ଭାବରେ ନିଯୁକ୍ତ କରନ୍ତୁ ।" ସେହି କଥା ଚୈତନ୍ୟ ମହାପ୍ରଭୁ କହିଛନ୍ତି, ଗୋପୀ-ଭର୍ତୁର ପଦ-କମଳୟୋର ଦାସ-ଦାସ-ଅନୁଦାସଃ (CC Madhya 13.80) । ତେଣୁ ଏହି କୃଷ୍ଣ ଚେତନା ଅନ୍ଦୋଳନ ଅର୍ଥାତ୍ ଆମକୁ ମାଲିକ ହେବାର ଏହି ନିରର୍ଥକ ବିଚାରକୁ ତ୍ୟାଗ କରିବାକୁ ହେବ । ଏହା ହେଉଛି କୃଷ୍ଣ ଚେତନା । ଆମକୁ ଶିଖିବାକୁ ହେବ କିପରି ସେବ ହୋଇପାରିବା । କେବଳ ସେବକ ନୁହେଁ, ସେବକର, ସେବକର, ସେବକ...ତାହା ହେଉଛି ଉପଚାର । ସେଥିପାଇଁ ପ୍ରହଲ୍ଲାଦ ମାହାରାଜା କହିଛନ୍ତି, "ତେବେ ମାଲିକ ହେବାର ଏହି ସବୁ ନିରର୍ଥକ କଥା ମୁଁ ବୁଝିପାରିଛି ।" ମୋର ପିତା ମଧ୍ୟ ମାଲିକ ହେବା ପାଇଁ ଚେଷ୍ଟା କରୁଥିଲେ । ତେଣୁ ଏହି ଜ୍ଞାନ, ବର୍ତ୍ତମାନ ମୁଁ ତୃଟିହୀନ । ମାଲିକ ହେବାର କୌଣସି ଲାଭ ନାହିଁ । ଭଲ ହେବ, ଯଦି ଆପଣ ମୋତେ କିଛି ଆଶୀର୍ବାଦ ଦେବା ପାଇଁ ଚାହୁଁଛନ୍ତି, ଦୟାକରି ମୋତେ ଆପଣଙ୍କର ସେବକର ସେବକ ବନାନ୍ତୁ ।" ଏହା ହେଉଛି ଆଶୀର୍ବାଦ । ତେଣୁ ଜଣେ ଯିଏ, କୃଷ୍ଣଙ୍କର ସେବକର ସେବକ ହେବା ଶିଖିଥିବ, ସେ ହେଉଛି ତୃଟିହୀନ । ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଛନ୍ତି, ତୃଣାଦ ଅପି ସୁନିଚେନ ତରୋର ଅପି ସହିଷ୍ଣୁନ । ଏକ ସେବକକୁ ସହିଷ୍ଣୁ ହେବାକୁ ପଡ଼ିବ । ସହିଷ୍ଣୁ । ସେବକ, ବେଳେ ବେଳେ ମାଲିକ ବହୁତ ଜିନିଷ ଆଦେଶ ଦିଅନ୍ତି, ତେବେ ସେ ବିକ୍ଷୁବ୍ଧ ହୁଅଁନ୍ତି । କିନ୍ତୁ ତଥାପି, ତାଙ୍କୁ ସହିଷ୍ଣୁ ହୋଇ କାମ କରିବାକୁ ପଡ଼େ । ତାହା ହେଉଛି ନିପୂଣତା । ଏଠାରେ ଭାରତରେ ଏବେ ପର୍ଯ୍ୟନ୍ତ, ଯେତେବେଳେ ଜଣେ ବ୍ୟକ୍ତି ବିବାହ କରିବାକୁ ଯାଏ, ତେଣୁ ତାର...ଏହା ହେଉଛି ପ୍ରଥା । ତାର ମାତା ବରକୁ ପଚାରନ୍ତି, "ମୋର ପ୍ରିୟ ପୁତ୍ର, ତୁମେ କୁଆଡ଼େ ଯାଉଛ?" ସେ ଉତ୍ତର ଦିଏ, "ମାତା, ମୁଁ ତୁମ ପାଇଁ ଏକ ଦାସୀ ଆଣିବାକୁ ଯାଉଛି ।" ଏହା ହେଉଛି ପ୍ରଣାଳୀ । "ମାତା, ମୁଁ ତୁମ ପାଇଁ ଏକ ଦାସୀ ଆଣିବାକୁ ଯାଉଛି ।" ଅର୍ଥାତ୍ "ମୋର ସ୍ତ୍ରୀ, ତୁମର ବୋହୁ, ତୁମକୁ ତୁମର ଦାସୀ ରୁପେ ସେବା କରିବ ।" ଏହା ହେଉଛି ବୈଦିକ ସଭ୍ୟତା ।

ଯେତେବେଳେ କୃଷ୍ଣ ତାଙ୍କର ଷୋହଳ ହଜାର ରାଣୀଙ୍କ ସହିତ ହସ୍ତୀନାପୁର ଯାଇଥିଲେ, ତେବେ ଦ୍ରୋପଦି... ଏହା ସ୍ଵଭାବିକ ନାରୀ ଏବଂ ନାରୀ ମଧ୍ୟରେ, ସେମାନେ ସେମାନଙ୍କ ସ୍ଵାମୀ ବିଷୟରେ କଥା ହୁଅଁନ୍ତି । ଏହା ସ୍ଵଭାବିକ । ତେବେ ଦ୍ରୋପଦି କୃଷ୍ଣଙ୍କର ପ୍ରତ୍ୟେକ ରାଣୀଙ୍କୁ ପଚାରୁ ଥିଲେ । ସମସ୍ତଙ୍କୁ ନୁହେଁ । ଏହା ଅସମ୍ଭବ, ଷୋହଳ ହଜାର । ଅତି କମରେ ମୂଖ୍ୟ ରାଣୀମାନଙ୍କୁ, ଆରମ୍ଭ କରିଲେ... କ'ଣ (ଅସ୍ପଷ୍ଟ)? ରୁକ୍ମିଣୀ, ହଁ । ତେଣୁ ସେମାନେ ସମସ୍ତେ ସେମାନଙ୍କର ବିବାହ ସମାରୋହ ବର୍ଣ୍ଣନା କରୁଥିଲେ, ଯେ "ମୋର..." ରୁକ୍ମିଣୀ କହିଲେ ଯେ "ମୋର ପିତା ମୋର ହାତ କୃଷ୍ଣଙ୍କୁ ଦେବାକୁ ଚାହୁଁ ଥିଲେ, କିନ୍ତୁ ମୋର ବଡ଼ ଭାଈ, ସେ ରାଜି ହେଲେ ନାହିଁ । ସେ ମୋର ବିବାହ ଶିଶୁପାଳ ସହିତ କରିବାକୁ ଚାହୁଁ ଥିଲେ । ତେବେ ମୁଁ ଏହି ବିଚାର ପସନ୍ଦ କରିଲି ନାହିଁ । ମୁଁ କୃଷ୍ଣଙ୍କୁ ଏକ ଗୁପ୍ତ ଚିଠି ଲେଖିଲି, ଯେ 'ମୁଁ ମୋର ଜୀବନ ତୁମକୁ ସମର୍ପଣ କରିଛି, କିନ୍ତୁ ଏହା ହେଉଛି ପରିସ୍ଥିତି । ଦୟାକରି ଆସ ଏବଂ ମୋତେ ଅପହରଣ କରି ନେଇଯାଅ ।' ତେବେ ଏହିପରି ଭାବରେ କୃଷ୍ଣ ମୋର ଅପହରଣ କରିଲେ ଏବଂ ମୋତେ ତାଙ୍କର ଦାସୀ କରିଲେ ।" ରାଣୀଙ୍କର ଝିଅ, ରାଜାଙ୍କର ଝିଅ...ସମସ୍ତେ ରାଜାଙ୍କର ଝିଅ ଥିଲେ । ସେମାନେ ସାଧାରଣ ବ୍ୟକ୍ତିଙ୍କର ଝିଅ ନ ଥିଲେ । କିନ୍ତୁ ସେମାନେ କୃଷ୍ଣଙ୍କର ଦାସୀ ହେବା ପାଇଁ ଚାହୁଁଥିଲେ । ଏହା ହେଉଛି ବିଚାର, ସେବକ ହେବା ଏବଂ ଦାସୀ ହେବା । ଏହା ହେଉଛି ମାନବ ସଭ୍ୟତାର ଆଦର୍ଶ । ସମସ୍ତ ସ୍ତ୍ରୀ ତାଙ୍କ ସ୍ଵାମୀଙ୍କର ଦାସୀ ହେବା ପାଇଁ ଚେଷ୍ଟା କରିବା ଉଚିତ୍, ଏବଂ ସମସ୍ତ ସ୍ଵାମୀ କୃଷ୍ଣଙ୍କର ଶହେ ଗୁଣ ସେବକ ହେବା ପାଇଁ ଚେଷ୍ଟା କରିବା ଉଚିତ୍ । ଏହା ହେଉଛି ଭାରତୀୟ ସଭ୍ୟତା, ଏହା ନୁହେଁ ଯେ "ସ୍ଵାମୀ ଏବଂ ସ୍ତ୍ରୀ, ଆମର ସମାନ ଅଧିକାର ଅଛି ।" ତାହା, ଇଉରୋପରେ, ଆମେରିକାରେ, ଆନ୍ଦୋଳନ ଚାଲିଛି, "ସମାନ ଅଧିକାର ।" ତାହା ବୈଦିକ ସଭ୍ୟତା ନୁହେଁ । ବୈଦିକ ସଭ୍ୟତା ହେଉଛି ସ୍ଵାମୀ କୃଷ୍ଣଙ୍କର ଏକ ବିଶ୍ଵସ୍ଥ ସେବକ ହେବା ଉଚିତ୍, ଏବଂ ସ୍ତ୍ରୀ ସ୍ଵାମୀର ଏକ ବିଶ୍ଵସ୍ଥ ସେବକ ହେବା ଉଚିତ୍ ।