OR/Prabhupada 1045 - ମୁଁ କ'ଣ କହିବି? ସବୁ ନିରର୍ଥକ ବ୍ୟକ୍ତି କିଛି ନିରର୍ଥକ କଥା କହୁଛନ୍ତି । କିପରି ମୁଁ ଏହାକୁ ବନ୍ଦ କରିବି?: Difference between revisions

 
(Vanibot #0005: NavigationArranger - update old navigation bars (prev/next) to reflect new neighboring items)
 
Line 1: Line 1:
<!-- BEGIN CATEGORY LIST -->
<!-- BEGIN CATEGORY LIST -->
[[Category:1080 Oriya Pages with Videos]]
[[Category:1080 Oriya Pages with Videos]]
[[Category:French Pages - 207 Live Videos]]
[[Category:Oriya Pages - 207 Live Videos]]
[[Category:Prabhupada 1045 - in all Languages]]
[[Category:Prabhupada 1045 - in all Languages]]
[[Category:OR-Quotes - 1975]]
[[Category:OR-Quotes - 1975]]
[[Category:OR-Quotes - Interviews]]
[[Category:OR-Quotes - Interviews]]
[[Category:OR-Quotes - in Mauritius]]
[[Category:OR-Quotes - in Mauritius]]
[[Category:French Language]]
[[Category:Oriya Language]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 1044 - ମୋର ବାଲ୍ୟ ସମୟରେ ମୁଁ ଔଷଧ ଖାଉ ନ ଥିଲି|1044|OR/Prabhupada 1057 - ଭାଗବତ ଗିତା କୁ ଗୀତ ଉପନିଷଦ ମଧ୍ୟ କୁହା ଯାଏ, ସବୁ ବେଦ ଶାସ୍ତ୍ର ର ସାର|1057}}
{{1080 videos navigation - All Languages|Oriya|OR/Prabhupada 1044 - ମୋର ବାଲ୍ୟ ସମୟରେ ମୁଁ ଔଷଧ ଖାଉ ନ ଥିଲି|1044|OR/Prabhupada 1046 - ସ୍ଥିର କର ଏକ ଶରୀର ପାଇବେ କି ନାହିଁ ଯାହା କୃଷ୍ଣଙ୍କ ସହ ନୃତ୍ୟ କଥା ଏବଂ ଖେଳିବାରେ ସକ୍ଷମ ହେବ|1046}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 19: Line 19:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|snduVquNmv4|ମୁଁ କ'ଣ କହିବି? ସବୁ ନିରର୍ଥକ ବ୍ୟକ୍ତି କିଛି ନିରର୍ଥକ କଥା କହୁଛନ୍ତି । କିପରି ମୁଁ ଏହାକୁ ବନ୍ଦ କରିବି? <br/>- Prabhupāda 1045}}
{{youtube_right|Z7mOD_nzdH0|ମୁଁ କ'ଣ କହିବି? ସବୁ ନିରର୍ଥକ ବ୍ୟକ୍ତି କିଛି ନିରର୍ଥକ କଥା କହୁଛନ୍ତି । କିପରି ମୁଁ ଏହାକୁ ବନ୍ଦ କରିବି? <br/>- Prabhupāda 1045}}
<!-- END VIDEO LINK -->
<!-- END VIDEO LINK -->



Latest revision as of 07:16, 25 April 2021



751002 - Interview - Mauritius

ସାକ୍ଷାତକାର(୪): ଭାରତୀୟ ତତ୍ତ୍ଵଜ୍ଞାନ ସର୍ବଦା ଶିକ୍ଷା ଦିଏ ଯେ ପ୍ରକାଶ ଅନେକ ଜ୍ୟୋତିରୁ ଆସେ । କିନ୍ତୁ ଆପଣ ପ୍ରଚାର କରୁଛନ୍ତି ଯେ...

ପ୍ରଭୁପାଦ: ତାହା କ'ଣ? ବ୍ରହ୍ମାନନ୍ଦ: ସେ କହୁଛନ୍ତି ଭାରତୀୟ ସଂସ୍କୃତି ସର୍ବଦା ଶିକ୍ଷା ଦିଏ ଯେ ପ୍ରକାଶ ଅନେକ ଜ୍ୟୋତିରୁ ଆସୁଛି ।

ସାକ୍ଷାତକାର(୪): ଆପଣଙ୍କର ପ୍ରଚାର କରବଳ ଗୀତାରୁ ପ୍ରଚାର କରୁଛନ୍ତି ।

ପ୍ରଭୁପାଦ: ହଁ । ତାହା ହେଉଛି ପରମ ଜ୍ୟୋତି । ବହୁ ଶ୍ରେଣୀର ଜ୍ୟୋତି ଅଛି । ସୂର୍ଯ୍ୟଲୋକ ଅଛି ଏବଂ ଏହି ଆଲୋକ ମଧ୍ୟ ଅଛି । ତୁମେ ଏହି ଆଲୋକକୁ ସୂର୍ଯ୍ୟଲୋକ ସହିତ ତୁଳନା କରି ପାରିବ ନାହିଁ ।(ହସ) ପ୍ରକାଶ ସବୁଆଡ଼ୁ ଆସୁଛି, କିନ୍ତୁ ତାହାର ମାନେ ନୁହେଁ ସୂର୍ଯ୍ୟାଲୋକ ଏବଂ ଏହି ଆଲୋକ ସମାନ ଅଟେ ।

ସାକ୍ଷାତକାର(୪): ନା,ମୁଁ କ'ଣ...

ପ୍ରଭୁପାଦ: ସର୍ବ ପ୍ରଥମେ ତୁମେ ଏହାକୁ ବୁଝ । ତୁମେ ମୋତେ ଆଲୋକ ବିଷୟରେ ପ୍ରଶ୍ନ କରିଥିଲ । ପ୍ରଥମେ ତୁମକୁ ବୁଝିବାକୁ ହେବ ଆଲୋକର ଶ୍ରେଣୀ ଅଛି । ତୁମେ କହି ପାରିବ ନାହିଁ ଏହି ଆଲୋକ ଏବଂ ସୂର୍ଯ୍ୟଲୋକ ସମାନ ।

ସାକ୍ଷାତକାର(୪): ଏହା ଦ୍ଵାରା ଅପଣ କହିବାକୁ ଚାହୁଁଛନ୍ତି ଯେ ଯେଉଁମାନେ ଆଲୋକକୁ ସ୍ଵୀକାର କରୁଛନ୍ତି କୋରାନ କିମ୍ଵା ବାଇବେଲରୁ ଆସୁଥିବା ଶିକ୍ଷାଗୁଡ଼ିକରୁ, ତାହା କମ ପ୍ରକାଶ ଅଟେ...

ପ୍ରଭୁପାଦ: ତାହା ତୁମର...ତାହା ତୁମର କାମ ଅଧ୍ୟୟନ କରିବା । କିନ୍ତୁ ଆମେ ତୁମକୁ ଧାରଣା ଦେଉଛୁ ଯେ ଆଲୋକ ସବୁଆଡ଼ୁ ଆସୁଛି । ଏକ ଜୁଳୁଜୁଳିଆ ପୋକ ଅଛି । ସେହି ଆଲୋକ ମଧ୍ୟ ଆଲୋକ, ଏବଂ ସୂର୍ଯ୍ୟାଲୋକ ମଧ୍ୟ ଆଲୋକ । ତୁମେ କହି ପାରିବ ନାହିଁ ଯେ ଜୁଳୁଜୁଳିଆ ପୋକର ଆଲୋକ ଏବଂ ସୂର୍ଯ୍ୟାଲୋକ ସମାନ । ବର୍ତ୍ତମାନ ଏହା ଦେଖିବା ତୁମର କାମ କେଉଁଟା ଜୁଳୁଜୁଳିଆ ପୋକ ଆଲୋକ କେଉଁଟା ସୂର୍ଯ୍ୟାଲୋକ । ତାହା ତୁମର କାମ ।

ସାକ୍ଷାତକାର(୬) (ଭାରତୀୟ ବ୍ୟକ୍ତି): ଏହା ପର୍ଯ୍ୟପ୍ତ ରୂପରେ ଯୁକ୍ତି କରାଯାଇଛି, ବିଶେଷ କରି ତୃତୀୟ ସ୍ତରର ଦେଶମାନଙ୍କରେ, କି ଆପଣଙ୍କର ଆନ୍ଦୋଳନ କୌଣସି ସାମ୍ରାଜ୍ୟବାଦୀ ଦେଶର ଅଧିନରେ ଅଛି । ଆପଣ କି?

ବ୍ରହ୍ମାନନ୍ଦ: ସେ କହୁଛନ୍ତି ଯେ ଆମ ଉପରେ ଅଭିଯୋଗ ଅଛି ଯେ ଆମର ଆନ୍ଦୋଳନ କିଛି ସାମ୍ରାଜ୍ୟବାଦୀ ରାଷ୍ଟ୍ର ସହିତ ଜଡ଼ିତ ଅଛି ।

ପ୍ରଭୁପାଦ: ସେମାନଙ୍କୁ ସବୁ ବାଜ୍ୟ କଥା କହିବାକୁ ଦିଅ । ମୁଁ କ'ଣ କହି ପାରିବି? ସମସ୍ତ ନିରର୍ଥକ ବ୍ୟକ୍ତି କିଛି ନିରର୍ଥକ କଥା କହୁଛନ୍ତି । ମୁଁ ଏହାକୁ କିପରି ରୋକି ପାରିବି? ଅନେକ ନିରର୍ଥକ ବ୍ୟକ୍ତି ଅଛନ୍ତି; ସେଥିପାଇଁ ଆମେ ସମସ୍ତ ନିରର୍ଥକ ବ୍ୟକ୍ତିମାନଙ୍କୁ ମଣିଷ କରିବାକୁ ଚେଷ୍ଟା କରୁଛୁ । ତାହା ହେଉଛି ଆମର କାର୍ଯ୍ୟକ୍ରମ । ଯେ ପର୍ଯ୍ୟନ୍ତ ସେ ନିରର୍ଥକ ହୋଇ ଅଛି, ସେ ନିରର୍ଥକ କଥା କହି ଚାଲିବ । ମୁଁ କ'ଣ କରି ପାରିବି?

ସାକ୍ଷାତକାର(୪): ସ୍ଵାମୀଜୀ ମୁଁ ଗୋଟିଏ କଥା ଜାଣିବାକୁ ଚାହୁଁଛି । ଏହି ଶ୍ଳୋକ ଆପଣ କେଉଁଠାରୁ ପାଇଲେ, ଏହି ଶ୍ଳୋକ, ଲାବଣ୍ୟଂ କେଶ ଧାରଣଂ? ଏହି ଶ୍ଳୋକ, ଲାବଣ୍ୟଂ କେଶ ଧାରଣଂ ।

ପ୍ରଭୁପାଦ: ହଁ । ଏହା ଶ୍ରୀମଦ୍ ଭାଗବତର ଦ୍ଵାଦଶ ସ୍କନ୍ଦର ତୃତୀୟ ଅଧ୍ୟାୟରେ ଅଛି । (ଏକ ପକ୍ଷରେ): ତୁମ ପାଖରେ ପୁରା ଭାଗବତ ଅଛି, ବାରଟା ସ୍କନ୍ଦ?

ପୁଷ୍ଟକୃଷ୍ଣ: ଆମ ପାଖରେ ତାହା ନାହିଁ। ପ୍ରଭୁପାଦ: ତେବେ ତୁମେ ତାହାକୁ ଟିପି ରଖ ।