OR/Prabhupada 0328 - ଏହି କୃଷ୍ଣ ଚେତନା ଆନ୍ଦୋଳନ ସମସ୍ତଙ୍କୁ ସ୍ଵୀକାର କରୁଛି: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0328 - in all Languages Category:OR-Quotes - 1973 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in India, Calcutta]]
[[Category:OR-Quotes - in India, Calcutta]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0327 - ଜୀବ, ଏହି ଶରୀର ମଧ୍ୟରେ ଅଛନ୍ତି, ସ୍ଥୂଳ ଶରୀର ଏବଂ ସୂକ୍ଷ୍ମ ଶରୀର|0327|OR/Prabhupada 0329 - ଏକ ଗାଈକୁ ହତ୍ୟା କର କିମ୍ବା ଏକ ପନିପରିବାର ହତ୍ୟା କର, ତାହାର ପାପ କର୍ମ ଅଛି|0329}}
{{1080 videos navigation - All Languages|Oriya|OR/Prabhupada 0327 - ଜୀବ, ଏହି ଶରୀର ମଧ୍ୟରେ ଅଛନ୍ତି, ସ୍ଥୂଳ ଶରୀର ଏବଂ ସୂକ୍ଷ୍ମ ଶରୀର|0327|OR/Prabhupada 0329 - ଏକ ଗାଈକୁ ହତ୍ୟା କର କିମ୍ବା ଏକ ପନିପରିବାର ହତ୍ୟା କର, ତାହାର ପାପ କର୍ମ ଅଛି|0329}}
<!-- END NAVIGATION BAR -->
<!-- END NAVIGATION BAR -->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|LYRvoRn9UZw|ଏହି କୃଷ୍ଣ ଚେତନା ଆନ୍ଦୋଳନ ସମସ୍ତଙ୍କୁ ସ୍ଵୀକାର କରୁଛି<br />- Prabhupāda 0328}}
{{youtube_right|oakg47g4pVs|ଏହି କୃଷ୍ଣ ଚେତନା ଆନ୍ଦୋଳନ ସମସ୍ତଙ୍କୁ ସ୍ଵୀକାର କରୁଛି<br />- Prabhupāda 0328}}
<!-- END VIDEO LINK -->
<!-- END VIDEO LINK -->



Latest revision as of 22:41, 1 October 2020



University Lecture -- Calcutta, January 29, 1973

ତେବେ ଏହି କୃଷ୍ଣ ଚେତନା ଆନ୍ଦୋଳନ ସମସ୍ତଙ୍କୁ ସ୍ଵୀକାର କରୁଛି । ଏହା ଦୁନିଆର ସମସ୍ତ ଅସୁବିଧାର ସମାଧାନ କରିପାରିବ - ରାଜନୈତିକ, ସାମାଜିକ, ଅର୍ଥନୈତିକ, ଧାର୍ମିକ, ସବୁକିଛି । ଏହା ସମସ୍ତଙ୍କୁ ସ୍ଵୀକାର କରେ । ତେଣୁ ମୋର ଅନୁରୋଧ ହେଉଛି ଯେ ମୁଁ ବର୍ତ୍ତମାନ ମୋର ଆମେରିକୀୟ ଏବଂ ଇଉରୋପିୟ ଶିଷ୍ୟମାନଙ୍କ ସହିତ କାମ କରିଛି । ଭାରତୀୟ କାହିଁକି ନୁହେଁ? ମୁଁ ଭାବୁଛି ଆଜିର ବୈଠକରେ ଅନେକ ଯୁବକ, ଶିକ୍ଷିତ, ବିଦ୍ଵାନ ଅଛନ୍ତି । ଏହି ଆନ୍ଦୋଳନରେ ଯୋଗ ଦିଅ, ଏବଂ ଶ୍ରୀ ଚୈତନ୍ୟ ମାହପ୍ରଭୁଙ୍କର ଆଦେଶ ଅନୁସାରେ,

ଭାରତ ଭୂମିତେ ମନୁଷ୍ୟ ଜନ୍ମ ହଇଲା ଯାର
ଜନ୍ମ ସାର୍ଥକ କରି କରୋ ପରୋଉପକାର
(CC Adi 9.41)

ଏହା ହେଉଛି ସମୟ ସମଗ୍ର ଦୁନିଆ ପାଇଁ ହିତକର କାର୍ଯ୍ୟ କରିବା ପାଇଁ । ସେମାନେ ଭ୍ରମରେ ବିଲୀନ, ସବୁ ଜାଗାରେ । ତୁମେ ଜାଣିଛ କି ପାଶ୍ଚାତ୍ୟ ଦେଶମାନଙ୍କରେ, ହିପ୍ପୀ ଆନ୍ଦୋଳନ । ହିପ୍ପୀ କ'ଣ? ସେମାନେ ମଧ୍ୟ ଶିକ୍ଷିତ, ବହୁତ ଧନୀ ପରିବାରରୁ ମଧ୍ୟ ଆସିଛନ୍ତି, କିନ୍ତୁ ସେମାନଙ୍କୁ ବର୍ତ୍ତମାନର ବାତାବରଣ ପସନ୍ଦ ଆସିଲା ନାହିଁ ତାଙ୍କର ପିତା ଏବଂ ଜେଜେ ବାପାଙ୍କ ପରି । ସେମାନେ ଅସ୍ୱୀକାର କରିଲେ । ତେବେ ଏହା ହେଉଛି ସୁବର୍ଣ୍ଣ ସୁଯୋଗ ସମଗ୍ର ଦୁନିଆରେ କୃଷ୍ଣ ପ୍ରଥା ପ୍ରଚଳନ କରିବା ପାଇଁ । ତୁମେ ଦୁଃଖ କରୁଛ କିଛି ଗଜ ଜମି ତୁମ ଦେଶରୁ ପାକିସ୍ଥାନ ରୂପରେ ଚାଲିଯାଇଛି, କିନ୍ତୁ ଯଦି ତୁମେ ଏହି କୃଷ୍ଣ ଚେତନା ଆନ୍ଦୋଳନ ପ୍ରସାର କରିବ, ସମଗ୍ର ଦୁନିଆ ହିନ୍ଦୁସ୍ଥାନ ହୋଇଯିବ । ଏପରି ଶକ୍ତି ଅଛି; ମୁଁ ତୁମକୁ ମୋର ପ୍ରତ୍ୟକ୍ଷ ଧାରଣା ଦେଉଛି । ଲୋକମାନେ ଏହା ପାଇଁ ଉତ୍କଣ୍ଠିତ । ଯେ ପର୍ଯ୍ୟନ୍ତ ମୁଁ ଭାରତରେ ଅଛି, ବ୍ୟବହାରିକ ଭାବରେ ମୁଁ ମୋର ସମୟ ନଷ୍ଟ କରୁଛି । ଭାରତ ବାହାରେ, ଏହି ଅଭ୍ୟର୍ଥନାକୁ ଏତେ ଗମ୍ଭୀରତାର ସହ ନିଆଯାଏ ଯେ ମୋର ସମୟର ପ୍ରତ୍ୟେକ ଅଂଶର ଉଚିତ୍ ଉପୋଯୋଗ କରାଯାଏ ।

ତେଣୁ ମୁଁ ଏହି ବିଶ୍ଵବିଦ୍ୟାଳୟକୁ ଏକ ଆଶା ସହିତ ଆସିଛି ଯେ ଆପଣମାନଙ୍କ ମଧ୍ୟରୁ କିଛି ବାସ୍ତବରେ ବ୍ରାହ୍ମଣ ହେବେ । ସଂସ୍କୃତ ବିଭାଗ ବ୍ରାହ୍ମଣମାନଙ୍କ ପା‍ଇଁ ଅଛି । ପଠନ ପାଠନ ଯଜନ ଯାଜନ ଦାନ ପ୍ରତିଗ୍ରହ । ଏକ ବ୍ରାହ୍ମଣକୁ ପଣ୍ଡିତ କୁହାଯାଏ । କାହିଁକି? କାରଣ ଏକ ବ୍ରାହ୍ମଣ ବିଦ୍ଵାନ ହେବା ଉଚିତ୍ । ବ୍ରାହ୍ମଣକୁ ଏକ ମୂର୍ଖ କୁହାଯାଏ ନାହିଁ । ତେଣୁ ଏହି ବିଭାଗ, ସଂସ୍କୃତ ବିଭାଗ, ହେଉଛି ବ୍ରାହ୍ମଣମାନଙ୍କ ପାଇଁ । ତେଣୁ ମୁଁ ଚାହୁଁଛି ଯେ ତୁମମାନଙ୍କ ମଧ୍ୟରୁ କିଛି ଏହି ଆନ୍ଦୋଳନରେ ଯୋଗ ଦିଅ, ବିଦେଶକୁ ଯାଅ, ଚୈତନ୍ୟ ମାହାପ୍ରଭୁଙ୍କର ଏହି ଉତ୍କୃଷ୍ଟ ପ୍ରଥାର ପ୍ରଚାର କର । ପୃଥିବୀତେ ଅଛେ ଯତ ନଗରାଦି ଗ୍ରାମ । ବୁହତ ଆବଶ୍ୟକତା ଅଛି । ଆମ ପାଖରେ ଅଛି, ଅବଶ୍ୟ, ଏତେ ସାରା ମନ୍ଦିର ସ୍ଥାପିତ ହୋଇଛି, କିନ୍ତୁ ତଥାପି ଆମକୁ ମନ୍ଦିର ସ୍ଥାପନ କରିବାର ଆବଶ୍ୟକତା ଅଛି, ରାଧା-କୃଷ୍ଣ ମନ୍ଦିର, ଚୈତନ୍ୟ ମାହାପ୍ରଭୁଙ୍କର ମନ୍ଦିର, ପ୍ରତ୍ୟେକ ଗ୍ରାମରେ, ଦୁନିଆର ପ୍ରତ୍ୟେକ ସହରରେ । ବର୍ତ୍ତମାନ ଆମର ପ୍ରତ୍ୟେକ କେନ୍ଦ୍ରରୁ, ଆମେମାନେ ବସରେ ଭକ୍ତମାନଙ୍କୁ ପଠଉଛୁ । ସେମାନେ ଆମେରିକା ଏବଂ ଇଉରୋପର ଗ୍ରାମମାନଙ୍କର, ଅଭ୍ୟନ୍ତରକୁ ଯାଉଛନ୍ତି, ଏବଂ ସେମାନଙ୍କୁ ବହୁତ ଭଲ ଭାବରେ ସ୍ଵୀକାର କରାଯାଉଛି । ବିଶେଷକରି ଇଂଲଣ୍ଡ, ସେମାନେ ଗାଁରୁ ଗାଁକୁ ଯାଉଛନ୍ତି । ସେମାନଙ୍କୁ ଭଲ ଭାବରେ ସ୍ଵୀକାର କରାଯାଉଛି । ଏହି ପ୍ରଥା ବହୁତ ଭଲ ଅଟେ । ଏପରିକି ଖ୍ରୀଷ୍ଟିୟାନ ପାଦ୍ରୀମାନେ, ସେମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ସେମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ବୋଷ୍ଟନରେ ଜଣେ ପାଦ୍ରୀ, ସେ ପତ୍ରିକା ପ୍ରଚଳନ କରିଥିଲେ ଯେ "ଏହି ବାଳକମାନେ, ସେମାନେ ଆମର ବାଳକ, ଖ୍ରୀଷ୍ଟିୟାନ ଏବଂ ଇହୁଦୀରୁ । ଏହି ଆନ୍ଦୋଳନ ପୂର୍ବରୁ, ସେମାନେ ଚର୍ଚ୍ଚକୁ ଆସିବାକୁ ଧ୍ୟାନ ଦେଉନଥିଲେ । ବର୍ତ୍ତମାନ, ସେମାନେ ଭଗବାନଙ୍କ ପଛରେ ପାଗଳ ।" ସେମାନେ ସ୍ଵୀକାର କରୁଛନ୍ତି । ଖ୍ରୀଷ୍ଟିୟାନ ପାଦ୍ରୀ ବର୍ଗ, ସେମାନେ ଆମ ବିପକ୍ଷରେ ନାହାଁନ୍ତି । ଯେଉଁମାନେ ପ୍ରକୃତିସଃ ବର୍ଗର, ସେମାନେ ସ୍ଵୀକାର କରୁଛନ୍ତି ଯେ "ସ୍ଵାମୀଜୀ କିଛି ବାସ୍ତବିକ ଦେଉଛନ୍ତି ।" ସେମାନଙ୍କର ପିତା ଏବଂ ପୂର୍ବଜମାନେ ମୋ ପାଖକୁ ଆସନ୍ତି । ସେମାନେ ମୁଣ୍ଡ ନୁଆଁନ୍ତି । ସେମାନେ କୁହଁନ୍ତି, "ସ୍ଵାମୀଜୀ, ଏହା ଆମ ପାଇଁ ଏକ ମହାନ ସୌଭାଗ୍ୟ ଯେ ଆପଣ ଆମ ଦେଶକୁ ଆସିଛନ୍ତି ।" ତେବେ ମୁଁ ଏକୁଟିଆ କାମ କରୁଛି, ଏବଂ ଆନ୍ଦୋଳନର ପ୍ରଶଂସା କରାଯାଉଛି । ଏବଂ ଯଦି ବିଶ୍ଵବିଦ୍ୟାଳୟରୁ ବ୍ୟକ୍ତିମାନେ, ବିଦ୍ଵାନମାନେ ଆଗକୁ ଆସିବେ ଏବଂ ଏହି ଆନ୍ଦୋଳନ ଶିଖେଇବେ...ଏହା ତାହା ପାଇଁ ହୋଇଛି । ବ୍ରାହ୍ମଣମାନଙ୍କର କାମ ହେଉଛି ତାହା, ପ୍ରଚାର କରିବା । ବ୍ରହ୍ମ ଜାନାତି । ଜଣେ ବ୍ରାହ୍ମଣକୁ ଜାଣିବା ଉଚିତ୍, ଏବଂ ବ୍ରହ୍ମ-ଜ୍ଞାନର ଜ୍ଞାନକୁ ବିତରଣ କରିବା ଉଚିତ୍ । ତାହା ହେଉଛି ବ୍ରାହ୍ମଣମାନଙ୍କର କାମ ।