OR/Prabhupada 1003 - ଜଣେ ଭଗବାନଙ୍କ ନିକଟକୁ ଆସିଛନ୍ତି, ଭଗବାନ ଆଧ୍ୟାତ୍ମିକ, କିନ୍ତୁ ଜଣେ ଭୌତିକ ଲାଭ ପାଇଁ ମାଗୁଛନ୍ତି: Difference between revisions
(Created page with "<!-- BEGIN CATEGORY LIST --> Category:1080 English Pages with Videos Category:English Pages - 207 Live Videos Category:Prabhupada 1003 - in all Languages Categor...") |
(Vanibot #0005: NavigationArranger - update old navigation bars (prev/next) to reflect new neighboring items) |
||
Line 1: | Line 1: | ||
<!-- BEGIN CATEGORY LIST --> | <!-- BEGIN CATEGORY LIST --> | ||
[[Category:1080 | [[Category:1080 Oriya Pages with Videos]] | ||
[[Category: | [[Category:Oriya Pages - 207 Live Videos]] | ||
[[Category:Prabhupada 1003 - in all Languages]] | [[Category:Prabhupada 1003 - in all Languages]] | ||
[[Category: | [[Category:OR-Quotes - 1975]] | ||
[[Category: | [[Category:OR-Quotes - Conversations]] | ||
[[Category: | [[Category:OR-Quotes - in USA]] | ||
[[Category: | [[Category:OR-Quotes - in USA, Philadelphia]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- DO NOT EDIT OR REMOVE --> | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages| | {{1080 videos navigation - All Languages|Oriya|OR/Prabhupada 1002 - ମୁଁ ଯଦି କିଛି ଲାଭ ପାଇଁ ଭଗବାନଙ୍କୁ ଭଲ ପାଉଛି, ତାହା ବ୍ୟବସାୟ; ତାହା ପ୍ରେମ ନୁହଁ|1002|OR/Prabhupada 1004 - ବିଲେଇ ଏବଂ କୁକୁର ପରି କାମ କରିବା ଏବଂ ମରିବା । ତାହା ବୁଦ୍ଧିମତ୍ତା ନୁହେଁ|1004}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> |
Latest revision as of 07:16, 16 May 2021
750713 - Conversation B - Philadelphia
ସ୍ୟାଣ୍ଡି ନିକ୍ସନ୍: ଭିନ୍ନ ଭିନ୍ନ ରାସ୍ତା ଅଛି କି ଯାହାଦ୍ୱାରା ଭଗବାନଙ୍କୁ ପ୍ରେମ କରିବାକୁ ଶିଖିପାରିବେ?
ପ୍ରଭୁପାଦ: ନା। କୌଣସି ଭିନ୍ନ ପଥ ନାହିଁ |
ସ୍ୟାଣ୍ଡି ନିକ୍ସନ୍: ମୋର ଅର୍ଥ, ଅନ୍ୟାନ୍ୟ ଆଧ୍ୟାତ୍ମିକ ପଥ ଅଛି କି ... ସମସ୍ତ ଆଧ୍ୟାତ୍ମିକ ପଥ ସମାନ ଶେଷ ଆଡକୁ ଯାଏ କି?
ପ୍ରଭୁପାଦ: ଆଧ୍ୟାତ୍ମିକ ପଥ ଚାରୋଟି ଭାଗରେ ବିଭକ୍ତ । ଆଧ୍ୟାତ୍ମିକ ନୁହେଁ । ପ୍ରକୃତ ଆଧ୍ୟାତ୍ମିକ, ମିଶ୍ରିତ ଆଧ୍ୟାତ୍ମିକ । ଏହିପରି, "ଭଗବାନ, ଆମକୁ ଆମର ଦୈନନ୍ଦିନ ରୁଟି ଦିଅ ।" ଏହା ମିଶ୍ରିତ ଆଧ୍ୟାତ୍ମିକ । ଜଣେ ଭଗବାନଙ୍କ ନିକଟକୁ ଆସିଛି, ଭଗବାନ ଆଧ୍ୟାତ୍ମିକ, କିନ୍ତୁ ଜଣେ ଭୌତିକ ଲାଭ ମାଗୁଛି । ତେଣୁ ଏହା ହେଉଛି ମିଶ୍ରଣ, ବସ୍ତୁ ଏବଂ ଆତ୍ମା | ତେଣୁ ଚାରୋଟି ଶ୍ରେଣୀ ଅଛି । ସାଧାରଣତ କର୍ମୀ, ଫଳକାଂକ୍ଷୀ ଭାବରେ ଜଣାଶୁଣା, ସେମାନେ କିଛି ଭୌତିକ ଲାଭ ପାଇବା ପାଇଁ କାର୍ଯ୍ୟ କରନ୍ତି । ସେମାନଙ୍କୁ କର୍ମୀ କୁହାଯାଏ । ସମସ୍ତ ବ୍ୟକ୍ତିଙ୍କ ପରି, ଆପଣ ଦେଖିବେ, ସେମାନେ ଦିନରାତି ଏତେ ପରିଶ୍ରମ କରୁଛନ୍ତି, ସେମାନଙ୍କର କାର୍ ଚଳାଉଛନ୍ତି, (କାରର ଶବ୍ଦ କଲେ) ଏପଟେ ଆଉ ସେପଟେ । ଉଦ୍ଦେଶ୍ୟ ହେଉଛି କିପରି କିଛି ଟଙ୍କା ପାଇବେ । ଏହାକୁ କର୍ମୀ କୁହାଯାଏ । ଏବଂ ତାପରେ ଜ୍ଞାନୀ । ଜ୍ଞାନୀ ଅର୍ଥାତ୍ ସେ ଜାଣନ୍ତି ଯେ "ମୁଁ ବହୁତ ପରିଶ୍ରମ କରୁଛି । କାହିଁକି? ପକ୍ଷୀ, ପଶୁ, ହାତୀ, ବଡ, ବଡ - ଅସି ଲକ୍ଷ ବିଭିନ୍ନ ପ୍ରକାରର - ସେମାନେ କରୁନାହାନ୍ତି । ସେମାନଙ୍କର କୌଣସି ବ୍ୟବସାୟ ନାହିଁ । ସେମାନଙ୍କର କୌଣସି ବୃତ୍ତି ନାହିଁ । ସେମାନେ କିପରି ଖାଉଛନ୍ତି? ତେବେ ଅନାବଶ୍ୟକ ଭାବରେ ମୁଁ ଏତେ ପରିଶ୍ରମ କାହିଁକି କରୁଛି? ଜୀବନର ଅସୁବିଧା କ’ଣ ମୁଁ ଜାଣିବାକୁ ଚେଷ୍ଟାକରେ " । ତେଣୁ ସେମାନେ ବୁଝନ୍ତି ଜୀବନର ସମସ୍ୟା ହେଉଛି ଜନ୍ମ, ମୃତ୍ୟୁ, ବୃଦ୍ଧାବସ୍ଥା ଏବଂ ରୋଗ । ଏବଂ ସେମାନେ ଏହାର ସମାଧାନ କରିବାକୁ ଚାହାଁନ୍ତି, କିପରି ଅମର ହୋଇଯିବେ । ତେଣୁ ସେମାନଙ୍କର ସିଦ୍ଧାନ୍ତ ହେଉଛି ଯେ "ଯଦି ମୁଁ ଈଶ୍ୱରଙ୍କ ଅସ୍ତିତ୍ୱରେ ମିଶିଯାଏ, ତା’ପରେ ମୁଁ ଜନ୍ମ, ମୃତ୍ୟୁ, ବୃଦ୍ଧାବସ୍ଥା ଏବଂ ରୋଗରୁ ଅମର କିମ୍ବା ପ୍ରତିରୋଧକ ହୋଇଯାଏ " । ଏହାକୁ ଜ୍ଞାନୀ କୁହାଯାଏ । ଏବଂ ସେମାନଙ୍କ ମଧ୍ୟରୁ କେତେକ ଯୋଗୀ । ସେମାନେ କିଛି ଆଧ୍ୟାତ୍ମିକ ଶକ୍ତି ହାସଲ କରିବାକୁ ଚେଷ୍ଟା କରନ୍ତି । ଦେଖାଇ ହେବାକୁ, ସେ କିପରି ଚମତ୍କାର କରିପାରେ । ଏକ ଯୋଗୀ ବହୁତ ଛୋଟ ହୋଇପାରେ । ଯଦି ତୁମେ ତାଙ୍କୁ ଗୋଟିଏ କୋଠରୀରେ ରଖ, ସେ ବାହାରକୁ ଆସିପାରିବେ । ତୁମେ ତାଙ୍କୁ ଛବି ଦେଇଦିଅ । ସେ ବାହାରକୁ ଆସିବେ। ଯଦି ଅଳ୍ପ ଜାଗା ଅଛି, ସେ ବାହାରକୁ ଆସିବେ । ଏହାକୁ ଅଣିମା କୁହାଯାଏ । ସେ ଆକାଶରେ ଉଡି ପାରନ୍ତି, ଆକାଶରେ ଭାସନ୍ତି । ଏହାକୁ ଲାଘିମା କୁହାଯାଏ । ଏହି ଉପାୟରେ, ଯଦି କେହି ଏହି ଯାଦୁ ଦେଖାଇ ପାରିବେ, ତତକ୍ଷଣାତ୍ ସେ ଅତି ଅଦ୍ଭୁତ ବ୍ୟକ୍ତି ଭାବରେ ଗ୍ରହଣ କରାଯାଏ । ତେଣୁ ଯୋଗୀ, ସେମାନେ ... ଆଧୁନିକ ଯୋଗୀ, ସେମାନେ କେବଳ କିଛି ଜିମ୍ନାଷ୍ଟିକ୍ ଦେଖାନ୍ତି, କିନ୍ତୁ ସେମାନଙ୍କର କୌଣସି ଶକ୍ତି ନାହିଁ । ତେଣୁ ମୁଁ ଏହି ତୃତୀୟ ଶ୍ରେଣୀର ଯୋଗୀଙ୍କ ବିଷୟରେ କହୁନାହିଁ । ପ୍ରକୃତ ଯୋଗୀର ଅର୍ଥ ହେଉଛି ସେ କିଛି ଶକ୍ତି ପାଇଛନ୍ତି । ତାହା ହେଉଛି ଭୌତିକ ଶକ୍ତି । ତେଣୁ ଯୋଗୀମାନେ ମଧ୍ୟ ଏହି ଶକ୍ତି ଚାହାଁନ୍ତି । ଏବଂ ଜ୍ଞାନୀ ମଧ୍ୟ ଗଧ ପରି ଅନାବଶ୍ୟକ କାର୍ଯ୍ୟରୁ ମୁକ୍ତି ଚାହୁଁଛନ୍ତି - କର୍ମୀ । ଏବଂ କର୍ମୀମାନେ ଭୌତିକ ଲାଭ ଚାହୁଁଛନ୍ତି । ତେଣୁ ସେମାନେ ସମସ୍ତେ ଚାହାଁନ୍ତି । କିନ୍ତୁ ଭକ୍ତ, ଭକ୍ତ, ସେମାନେ କିଛି ଚାହାଁନ୍ତି ନାହିଁ । ସେମାନେ ପ୍ରେମରୁ ଭଗବାନଙ୍କ ସେବା କରିବାକୁ ଚାହାଁନ୍ତି । ଯେପରି ଜଣେ ମା ନିଜ ସନ୍ତାନକୁ ଭଲ ପାଏ । ଲାଭର ପ୍ରଶ୍ନ ନାହିଁ । ସ୍ନେହରୁ ସେ ଭଲ ପାଆନ୍ତି । ତେଣୁ ଯେତେବେଳେ ତୁମେ ସେହି ପର୍ଯ୍ୟାୟକୁ ଆସିବ, ଭଗବାନଙ୍କୁ ପ୍ରେମ କରିବା, ତାହା ହେଉଛି ସିଦ୍ଧତା । ତେଣୁ ଏହି ଭିନ୍ନ ପ୍ରକ୍ରିୟା, କର୍ମୀ, ଜ୍ଞାନୀ, ଯୋଗୀ ଏବଂ ଭକ୍ତ, ଏହି ଚାରୋଟି ପ୍ରକ୍ରିୟା ମଧ୍ୟରୁ, ଯଦି ତୁମେ ଭଗବାନଙ୍କୁ ଜାଣିବାକୁ ଚାହୁଁଛ, ତେବେ ତୁମକୁ ଏହି ଭକ୍ତି ଗ୍ରହଣ କରିବାକୁ ପଡିବ । ଭଗବଦ୍-ଗୀତାରେ ଏହା ଦର୍ଶାଯାଇଛି, ଭକ୍ତ୍ୟା ମାମଭିଜାନାତି (ଭ.ଗୀ. ୧୮.୫୫) । "କେବଳ ଭକ୍ତି ପ୍ରକ୍ରିୟା ମାଧ୍ୟମରେ, ମୋତେ, ଭଗବାନ ବୁଝି ପାରିବ । " ସେ ଅନ୍ୟ ପ୍ରକ୍ରିୟା ଦ୍ୱାରା କୁହନ୍ତି ନାହିଁ, ନା। କେବଳ ଭକ୍ତି ମାଧ୍ୟମରେ । ତେଣୁ ଯଦି ତୁମେ ଭଗବାନଙ୍କୁ ଜାଣିବାକୁ ଏବଂ ତାଙ୍କୁ ଭଲ ପାଇବାକୁ ଆଗ୍ରହୀ, ତାପରେ ଆପଣଙ୍କୁ ଏହି ଭକ୍ତି ପ୍ରକ୍ରିୟା ଗ୍ରହଣ କରିବାକୁ ପଡିବ । ଅନ୍ୟ କୌଣସି ପ୍ରକ୍ରିୟା ଆପଣଙ୍କୁ ସାହାଯ୍ୟ କରିବ ନାହିଁ ।