OR/Prabhupada 0304 - ମାୟା ପରମାତ୍ମାକୁ ଆଛାଦିତ କରି ପାରିବ ନାହିଁ: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0304 - in all Languages Category:OR-Quotes - 1968 Category:OR-Quotes - Lec...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") |
||
Line 7: | Line 7: | ||
[[Category:OR-Quotes - in USA, Seattle]] | [[Category:OR-Quotes - in USA, Seattle]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0303 - ଦିବ୍ୟ । ତୁମେ ଉର୍ଦ୍ଧ୍ଵରେ|0303|OR/Prabhupada | {{1080 videos navigation - All Languages|Oriya|OR/Prabhupada 0303 - ଦିବ୍ୟ । ତୁମେ ଉର୍ଦ୍ଧ୍ଵରେ|0303|OR/Prabhupada 0305 - ଆମେ କହୁ ଭଗବାନ ମରି ଯାଇଛନ୍ତି । ତେଣୁ ଆମକୁ ଆମର ଚକ୍ଷୁ ଏହି ଭ୍ରମରୁ ଅନାବୃତ କରିବାକୁ ହେବ ।|0305}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> | ||
Line 18: | Line 18: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|dnqDp48JRkQ|ମାୟା ପରମାତ୍ମାକୁ ଆଛାଦିତ କରି ପାରିବ ନାହିଁ<br />- Prabhupāda 0304 }} | ||
<!-- END VIDEO LINK --> | <!-- END VIDEO LINK --> | ||
Latest revision as of 22:40, 1 October 2020
Lecture -- Seattle, October 2, 1968
ପ୍ରଭୁପାଦ: ପଢ଼ି ଚାଲ ।
ତମାଳ କୃଷ୍ଣ: "ଏହି ଏକା ସମୟରେ ସମାନତା ଏବଂ ଭିନ୍ନତା ସର୍ବଦା ସମ୍ପର୍କରେ ଥାଏ ଜୀବ ଏବଂ ପରମାତ୍ମାଙ୍କର ମଧ୍ୟରେ ।"
ପ୍ରଭୁପାଦ: ବର୍ତ୍ତମାନ ଏହି ଏକା ସମୟରେ ଏକ ଏବଂ ଭିନ୍ନ, ସେହି ଉଦାହରଣ ନିଅ, ଭୂମି । କେହି କୁହେ ଯେ, "ଓ, ମୁଁ ସେହି ଭାଗକୁ ଜଳରେ ଦେଖିଥିଲି ।" ଏବଂ କେହି କୁହେ, "ନା । ମୁଁ ସେହି ଭାଗ ଭୂମିରେ ଦେଖିଥିଲି ।" ତେଣୁ ଏକା ସମୟରେ ଏକ ଏବଂ ଭିନ୍ନ । ଏକା ସମୟରେ ଏକ ଏବଂ ଭିନ୍ନ । ଆମର ସ୍ଥିତି ହେଉଛି...କାରଣ ଆମେ ଜୀବାତ୍ମା ଏବଂ କୃଷ୍ଣ, ଭଗବାନ, ହେଉଛନ୍ତି ଆତ୍ମା... ସେ ହେଉଛନ୍ତି ସମ୍ପୂର୍ଣ୍ଣ ଆତ୍ମା ଏବଂ ମୁଁ ସେହି ଆତ୍ମାର ଏକ କ୍ଷୁଦ୍ର ଅଂଶ । ଯେପରି ସୂର୍ଯ୍ୟ, ସୂର୍ଯ୍ୟ ଗ୍ରହ, ଏବଂ ସୂର୍ଯ୍ୟ କିରଣ, ଚମକୁଥିବା କଣିକାଗୁଡ଼ିକର ଅଣୁ, ସେମାନେ ମଧ୍ୟ ସୂର୍ଯ୍ୟ କିରଣ । ସୂର୍ଯ୍ୟକିରଣର ସେହି ଆଣବିକ କଣିକାର ସଂଯୋଗ ଆମକୁ ସୂର୍ଯ୍ୟକିରଣ ଦିଏ । ତେଣୁ ଆମେ ମଧ୍ୟ ସୂର୍ଯ୍ୟଗ୍ରହର କଣିକାମାନଙ୍କ ପରି ଚମକୁ, କିନ୍ତୁ ଆମେ ସମ୍ପୂର୍ଣ୍ଣ ସୂର୍ଯ୍ୟ ସହିତ ସମାନ ନାହୁଁ । ଚମକୁଥିବା କଣିକା, ସୂର୍ଯ୍ୟକିରଣର ଅଣୁ, ପରିମାଣରେ ସୂର୍ଯ୍ୟଗ୍ରହ ସହିତ ସମାନ ନୁହଁନ୍ତି, କିନ୍ତୁ ଗୁଣରେ ସମାନ । ସେହିପରି, ଆମେ ଜୀବ, ଆମେ ପରମାତ୍ମା, କୃଷ୍ଣ କିମ୍ଵା ଭଗବାନଙ୍କର କ୍ଷୁଦ୍ର ଅଂଶ । ସେଥିପାଇଁ ଆମେ ମଧ୍ୟ ଚମକୁ । ଆମେ ଗୁଣରେ ସମାନ । ଯେପରି ସୁନାର ଏକ କ୍ଷୁଦ୍ର ଅଂଶ ମଧ୍ୟ ସୁନା । ଏହା ଲୁହା ନୁହେଁ । ସେହିପରି, ଆମେମାନେ ଜୀବାତ୍ମା; ସେଥିପାଇଁ ଆମେମାନେ ସମାନ । କିନ୍ତୁ କାରଣ ମୁଁ ଅତି କ୍ଷୁଦ୍ର...ଯେପରି ସମାନ ଉଦାହରଣ । ତଟସ୍ଥ ଅଂଶ ଅତି କ୍ଷୁଦ୍ର, ଏହା ବେଳେ ବେଳେ ଜଳ ଦ୍ଵାରା ଆଛାଦିତ । କିନ୍ତୁ ଭୂମିର ବିଶାଳ ଅଂଶ, ତାହା ଜଳ ବିନା ଥାଏ । ସେହିପରି, ମାୟା ଜୀବାତ୍ମାର କ୍ଷୁଦ୍ର କଣିକାକୁ ଆଛାଦିତ କରି ପାରିବ, କିନ୍ତୁ ମାୟା ପରମାତ୍ମାକୁ ଆଛାଦିତ କରି ପାରିବ ନାହିଁ । ଯେପରି ସମାନ ଉଦାହରଣ, ଆକାଶ, ସୂର୍ଯ୍ୟକିରଣ । ସୂର୍ଯ୍ୟକିରଣ, ସୂର୍ଯ୍ୟକିରଣର ଅଂଶ, ମେଘ ଦ୍ଵାରା ଆଛାଦିତ ହୋଇ ପାରେ । କିନ୍ତୁ ତୁମେ ଯଦି ଉଡାଜାହାଜ, ଜେଟ୍ ବିମାନରେ, ମେଘ ଉପରେ ଯାଅ, ତୁମେ ପାଇବ ଯେ ସୂର୍ଯ୍ୟକିରଣ ମେଘ ବିନା ଅଛି । ମେଘ ସମ୍ପୂର୍ଣ୍ଣ ସୂର୍ଯ୍ୟକୁ ଆଛାଦିତ କରି ପାରିବ ନାହିଁ । ସେହିପରି, ମାୟା ସର୍ବୋଚ୍ଚଙ୍କୁ ଆଛାଦିତ କରି ପାରିବ ନାହିଁ । ମାୟା ବ୍ରହ୍ମଙ୍କର କ୍ଷୁଦ୍ର ଅଂଶକୁ ଆଛାଦିତ କରିପାରିବ । ସିଦ୍ଧାନ୍ତ, ମାୟାବାଦୀ ସିଦ୍ଧାନ୍ତ ହେଉଛି ଯେ: "ମୁଁ ବର୍ତ୍ତମାନ ମାୟା ଦ୍ଵାରା ଆଛାଦିତ ଯଥା ଶିଘ୍ର ମୁଁ ଅନାବୃତ ହେବି ମୁଁ ପରମବ୍ରହ୍ମଙ୍କ ସହିତ ଏକ ହୋଇଯିବି..." ଆମେ ସେହିପରି ଭାବରେ ସମ୍ପୂର୍ଣ୍ଣ ସହିତ ସମାନ । ଯେପରି ସୂର୍ଯ୍ୟକିରଣ ଏବଂ ସୂର୍ଯ୍ୟଗ୍ରହ, ଗୁଣରେ ଭିନ୍ନତା ନାହିଁ । ଯେଉଁଠାରେ ସୂର୍ଯ୍ୟ ଅଛନ୍ତି , ସେଠାରେ ସୂର୍ଯ୍ୟକିରଣ ଅଛି, କିନ୍ତୁ କ୍ଷୁଦ୍ର କଣିକା, ସୂର୍ଯ୍ୟକିରଣର ଅଣୁ, କଦାପି ସୂର୍ଯ୍ୟଗ୍ରହ ସହିତ ସମାନ ନୁହେଁ । ତାହା ଚୈତନ୍ୟ ମାହପ୍ରଭୁଙ୍କ ଦ୍ଵାରା ଏହି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ।