OR/Prabhupada 0383 - ଗୌରା ପାହୁର ଭାବାର୍ଥ: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0383 - in all Languages Category:OR-Quotes - 1969 Category:OR-Quotes - Pur...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") |
||
Line 7: | Line 7: | ||
[[Category:OR-Quotes - in USA, Los Angeles]] | [[Category:OR-Quotes - in USA, Los Angeles]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0382 - ଦଶଅବତାର ସ୍ରୋତର ଭାବାର୍ଥ|0382|OR/Prabhupada 0384 - ଗୌରାଙ୍ଗ ବୋଲିତ | {{1080 videos navigation - All Languages|Oriya|OR/Prabhupada 0382 - ଦଶଅବତାର ସ୍ରୋତର ଭାବାର୍ଥ|0382|OR/Prabhupada 0384 - ଗୌରାଙ୍ଗ ବୋଲିତ ହବେର ଭାବାର୍ଥ|0384}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
<!-- BEGIN ORIGINAL VANIQUOTES PAGE LINK--> | <!-- BEGIN ORIGINAL VANIQUOTES PAGE LINK--> |
Latest revision as of 22:41, 1 October 2020
Purport to Gaura Pahu -- Los Angeles, January 10, 1969
ଗୌରା ପାହୁ ନ ଭଜିୟା ଗୋଇନୁ, ପ୍ରେମ-ରତନ-ଧନ ହେଲାୟ ହରାଇନୁ । ଏହା ନରୋତ୍ତମ ଦାସ ଠାକୁରଙ୍କ ଦ୍ଵାରା ଅନ୍ୟ ଏକ ଗୀତ । ସେ କହୁଛନ୍ତି ଯେ "ମୁଁ ଚୈତନ୍ୟ ମାହାପ୍ରଭୁଙ୍କର ପୂଜା ନ କରି ମୋର ଆଧ୍ୟାତ୍ମିକ ମୃତ୍ୟୁକୁ ଆମନ୍ତ୍ରିତିତ କରିଛି ।" ଗୈରା ପାହୁ ନ ଭଜିଆ ଗୋଇନୁ । ଗୈରା ପାହୁ ଅର୍ଥାତ୍ "ଭଗବାନ ଚୈତନ୍ୟ ।" ନ ଭଜିୟା, "ପୂଜା ବିନା ।" ଗୋଇନୁ, "ମୁଁ ଆଧ୍ୟାତ୍ମିକ ମୃତ୍ୟୁକୁ ଆମନ୍ତ୍ରିତ କରିଛି ।" ଏବଂ ଅଧନେ ଯତନ କରି ତାଇନୁ । "ମୁଁ କାହିଁକି ଆଧ୍ୟାତ୍ମିକ ମୃତ୍ୟୁକୁ ଆମନ୍ତ୍ରିତ କରିଛି? କାରଣ ମୁଁ ନିଯୁକ୍ତ ଅଛି କିଛି ନିରର୍ଥକ କାର୍ଯ୍ୟରେ ଏବଂ ମୁଁ ମୋର ଜୀବନର ବାସ୍ତବ ଉଦ୍ଦେଶ୍ୟକୁ ବହିଷ୍କାର କରିଦେଇଛି ।" ଅଧନ ମାନେ ନିରର୍ଥକ ଜିନିଷ । ଏବଂ ଧନ ମାନେ ମୂଲ୍ୟବାନ ଜିନିଷ । ତେବେ ବାସ୍ତବରେ, ଆମେ ସମସ୍ତେ, ଆମର ଆଧ୍ୟାତ୍ମିକ ଉଦ୍ଧାରକୁ ଅବହେଳା କରୁଛୁ, ଆମେମାନେ ଭୌତିକ ଇନ୍ଦ୍ରିୟ ସନ୍ତୁଷ୍ଟିରେ ବ୍ୟସ୍ତ, ଏବଂ ସେଥିପାଇଁ ଆମେ ଏହି ମନୁଷ୍ୟ ରୂପି ଶରୀରର ସୁଯୋଗକୁ ହାତଛଡ଼ା କରୁଛୁ, ନିଜକୁ ଆଧ୍ୟାତ୍ମିକ ସ୍ତରରେ ଉପରକୁ ଉଠିବା ପାଇଁ । ଏହି ମନୁଷ୍ୟ ଶରୀର ବିଶେଷ କରି ବଦ୍ଧ ଜୀବିମାନଙ୍କୁ ଦିଆଯାଇ ଥାଏ ଆଧ୍ୟାତ୍ମିକ ଉଦ୍ଧାର ପାଇଁ ଏକ ସୁଯୋଗ । ତେଣୁ ଜଣେ ଯିଏ ଆଧ୍ୟାତ୍ମିକ ଉଦ୍ଧାର ପାଇଁ ଖାତିର କରେ ନାହିଁ, ସେ ଆଧ୍ୟାତ୍ମିକ ମୃତ୍ୟୁକୁ ଆମନ୍ତ୍ରିତ କରୁଛି । ଆଧ୍ୟାତ୍ମିକ ମୃତ୍ୟୁ ଅର୍ଥାତ୍ ନିଜକୁ ଭୁଲିଯିବା, ଯେ ସେ ହେଉଛି ଜୀବାତ୍ମା । ତାହା ହେଉଛି ଆଧ୍ୟାତ୍ମିକ ମୃତ୍ୟୁ । ତେଣୁ ପଶୁମାନଙ୍କର ଜୀବନ ହେଉଛି ସଂପୂର୍ଣ୍ଣ ଭୁଲିଯିବା । ସେମାନେ କୌଣସି ପରିସ୍ଥିତିରେ ମନେ ପକେଇ ପାରିବେ ନାହିଁ ଯେ ସେମାନେ ଏହି ଶରୀର ନୁହଁନ୍ତି, ସେମାନେ ଏହି ଶରୀରରୁ ଭିନ୍ନ । ଏହା କେବଳ ଏହି ମନୁଷ୍ୟ ରୂପି ଶରୀରରେ ଅଛି, ମନୁଷ୍ୟ ରୂପି ଜୀବନ, ଜଣେ ବୁଝିପାରିବ ଯେ ସେ ଏହି ଶରୀର ନୁହେଁ, ସେ ହେଉଛି ଜୀବାତ୍ମା । ତେଣୁ ହରେ କୃଷ୍ଣ ମନ୍ତ୍ର ଜପ କରିବା ଦ୍ଵାରା, ଜଣେ ଏହି ତଥ୍ୟକୁ ଭଲଭାବରେ ବୁଝି ପାରିବ, ଏବଂ ଭଗବାନ ଚୈତନ୍ୟଙ୍କର ପୂଜା କରିବା ଦ୍ଵାରା, ତାଙ୍କର ସିଦ୍ଧାନ୍ତି ଏବଂ ପଥ ଅନୁସରଣ କରି, ଜଣେ ହରେ କୃଷ୍ଣ ମନ୍ତ୍ର ଜପ କରିପାରିବ ଏବଂ ଅତି ସହଜରେ ଆଧ୍ୟାତ୍ମିକ ବୁଝାମଣାର ସ୍ତରକୁ ଆସିପାରିବ । କିନ୍ତୁ ନରୋତ୍ତମ ଦାସ ଠାକୁର ଆମ ତରଫରୁ କୁହଁନ୍ତି ଯେ ଆମେ ଏହାକୁ ଅବହେଳା କରୁଛୁ । ସେଥିପାଇଁ ଆମେ ଆଧ୍ୟାତ୍ମିକ ମୃତ୍ୟୁକୁ ଆମନ୍ତ୍ରିତ କରୁଛୁ ।
ତାପରେ ସେ କୁହଁନ୍ତି ପ୍ରେମ-ରତନ-ଧନ ହେଲାୟ ହରାଇନୁ । ଆଧ୍ୟାତ୍ମିକ ଜୀବନ ଅର୍ଥାତ୍ ପ୍ରକୃତ ପ୍ରେମର ବିକାସ କରିବା । ସମସ୍ତେ କୁହଁନ୍ତି ପ୍ରେମ । ଏତେ ସାରା ସାଇନ୍ ବୋର୍ଡ ଅଛି, ଏତେ ସାରା କାଗଜ, "ପ୍ରେମ, ପ୍ରେମ ।" କିନ୍ତୁ କୌଣସି ପ୍ରେମ ନାହିଁ । ଏହା ହେଉଛି ଭ୍ରମ । ଏହା ସବୁ ହେଉଛି କାମନା । ନିଶା ପାଇଁ ପ୍ରେମ, ମୈଥୁନ୍ୟ ପାଇଁ ପ୍ରେମ, ଏହା ପାଇଁ ପ୍ରେମ...ଏହା ଚାଲିଛି । ତେଣୁ ପ୍ରକୃତ ପ୍ରେମ ଅର୍ଥାତ୍...ପ୍ରେମ, ଏହି ଶଦ୍ଦ, କେବଳ କୃଷ୍ଣଙ୍କ ସହିତ ଲାଗୁ କରାଯାଇ ପାରିବ, ଭଗବାନଙ୍କ ସହିତ । କାରଣ ଆମେ ସେହି ଉଦ୍ଦେଶ୍ୟ ପାଇଁ ତିଆରି ହୋଇଛି । ପ୍ରେମ ଅର୍ଥାତ୍ କୃଷ୍ଣଙ୍କୁ ପ୍ରେମ କରିବା । ତେବେ ତାହା ଆବଶ୍ୟକ । ତାହା ହେଉଛି ଆଧ୍ୟାତ୍ମିକ ପ୍ରେମ । ତ ପ୍ରେମ ରଥନ । ମୁଁ ପ୍ରେମର ସେହି ଆଧ୍ୟାତ୍ମିକ ସ୍ତରକୁ ପହଞ୍ଚିପାରିବି, କିନ୍ତୁ ମୁଁ ଅବହେଳା କରୁଛି । ସେଥିପାଇଁ ମୋର ଆଧ୍ୟାତ୍ମିକ ମୃତ୍ୟୁକୁ ଡାକୁଛି । ଏବଂ ଏ ସବୁ ମୋର ପୂର୍ବ କର୍ମ ଯୋଗୁଁ ଘଟୁଛି । ସମସ୍ତେ ଯେଉଁମାନେ ଏହି ଭୌତିକ ଶରୀର ପାଇଛନ୍ତି, ତାହା ତାଙ୍କ ପୂର୍ବ କର୍ମ ଯୋଗୁଁ । କେବେ କେବେ ଆମେ କହୁ ପୁଣ୍ୟ କର୍ମ, ବାସ୍ତବରେ, ଯେଉଁ ପର୍ଯ୍ୟନ୍ତ ଜଣେ ଏହି ଭୌତିକ ଶରୀର ଧାରଣ କରୁଛି ତାର ପୁଣ୍ୟ କର୍ମ ନାହିଁ । ପୂଣ୍ୟ କର୍ମ ଅର୍ଥାତ୍ ଆଉ କୌଣସି ଭୌତିକ ଶରୀର ଧାରଣ ନୁହେଁ । ତାହା ହେଉଛି ପୂଣ୍ୟ କର୍ମ । ଅନ୍ୟଥା ଏହାକୁ ଏକ ତଥ୍ୟ ରୁପେ ଗ୍ରହଣ କରିବାକୁ ହେବ ଯେ ବ୍ରହ୍ମା ମଧ୍ୟ, ଏହି ବ୍ରହ୍ମାଣ୍ଡ ଭିତରେ ଯିଏ ହେଉଛନ୍ତି ମୂଖ୍ୟ ଜୀବ ଏବଂ ଯିଏ ଜୀବନର ଅବଧି ବହୁତ ବର୍ଷ ପାଇଛନ୍ତି, ସମସ୍ତ ଶକ୍ତି, ତଥାପି, ତାହାକୁ ମଧ୍ୟ ଦୁଷ୍କର୍ମ ରୂପେ ନିଆଯାଏ, କାରଣ ତାକୁ ଭୌତିକ ଶରୀର ମିଳିଛି । ତେଣୁ ଆମେ ତଳକୁ ଏବଂ ତଳକୁ ଯାଉଛୁ, ଗୋଟିଏ ପରେ ଆଉ ଗୋଟେ, ଶରୀର, ଆମର ଦୁଷ୍କର୍ମ ଦ୍ଵାରା । ଭାଗବତରେ ମଧ୍ୟ ଏହା କୁହାଯାଇଛି ଯେ ସେମାନେ ଜାଣି ନାହାଁନ୍ତି, କି ଏହି ଇନ୍ଦ୍ରିୟ ସନ୍ତୁଷ୍ଟି ପ୍ରକ୍ରିୟା ଦ୍ଵରା ସେମାନେ ଆଉ ଏକ ଶରୀର ପାଇବେ । ଏବଂ ଶରୀର ହେଉଛି ଭୌତିକ ପୀଡାର କାରଣ । କାରଣ ମୁଁ ଏହି ଭୌତିକ ଶରୀର ପାଇଛି, ସେଥିପାଇଁ ମୁଁ ମୁଣ୍ଡ ବଥା ଅନୁଭବ କରୁଛୁ, ମୁଁ ପେଟ ବଥା ଅନୁଭବ କରୁଛି । କିନ୍ତୁ, ଯଥା ଶୀଘ୍ର ଆମେ ଏହି ଭୌତିକ ଶରୀରରୁ ମୁକ୍ତ ହୋଇଯିବା, ଆଉ କୌଣସି ଭୌତିକ ପୀଡା ରହିବ ନାହିଁ । ଏହା କେବଳ ଆନନ୍ଦପୂର୍ଣ୍ଣ ଜୀବନ । ବ୍ରହ୍ମ-ଭୂତଃ ପ୍ରସନ୍ନାତ୍ମା (BG 18.54) । ପ୍ରସନ୍ନାତ୍ମା ଅର୍ଥାତ୍ ଆନନ୍ଦପୂର୍ଣ୍ଣ, ଯଥା ଶୀଘ୍ର ଜଣେ ଆଧ୍ୟାତ୍ମିକ ଜୀବନ ଲାଭ କରେ । ତେଣୁ ମୋର ପୂର୍ବ ଜନ୍ମର କର୍ମ ଅନୁସାରେ, ମୁଁ ଏହି ସୁଯୋଗ ହାତଛଡା କରୁଛି । ଆପଣା କର ମଦ ସେବା...
କାହିଁକି ଏହା ହେଉଛି? ସତ-ସଙ୍ଗ ଛାଡି ଖାଇନୁ ଅସତ୍ୟର ବିଳାସ । "ମୁଁ ଭକ୍ତମାନଙ୍କର ସଙ୍ଗ ତ୍ୟାଗ କରିଛି, କିନ୍ତୁ ମୁଁ ସାଧାରଣ ବକବାସ ପୁରୁଷମାନଙ୍କ ସହିତ ମିଶୁଛି ।" ଅସତ୍ୟେର । ଅସତ ଏବଂ ସତ । ସତ ଅର୍ଥାତ୍ ଜୀବାତ୍ମା । ଏବଂ ଅସତ ଅର୍ଥାତ୍ ପଦାର୍ଥ । ତେଣୁ ଭୌତିକ ଅନୁରାଗ ସହିତ ସଂଯୁକ୍ତ ହେବା ଅର୍ଥାତ୍ ଏହି, ବଦ୍ଧ ଜୀବନରେ ଫସିଯିବା । ତେଣୁ ଜଣେ ଭକ୍ତମାନଙ୍କ ସହିତ ସଂଯୁକ୍ତ ହେବା ଉଚିତ୍ । ସତାମ ପ୍ରସଂଗାଦ ମମ ବିର୍ଯ-ସମ୍ବିଦୋ । ଜଣେ କେବଳ ଭକ୍ତମାନଙ୍କ ସହିତ ସଂଯୁକ୍ତ ହୋଇ ଭଗବାନଙ୍କ ବିଷୟରେ ବୁଝିପାରିବ । ସେଥିପାଇଁ ଆମେ ଏହି କୃଷ୍ଣ ଚେତନା ଆନନ୍ଦୋଳନ, ସମାଜର ଓକିଲାତି କରୁଛୁ । ବାସ୍ତବରେ, ତୁମେ ପାଇବ, ଜଣେ ଯିଏ ଏହି ସମାଜକୁ ଆସୁଛି, ସାଙ୍ଗ ହୋଇ କିଛି ଦିନ ହେଲା, କିଛି ସପ୍ତାହ, ସେ ଚେନାଶୀଳ ହୋଇଯାଉଛି, ଏବଂ ସେ ଦୀକ୍ଷା ଏବଂ ଅଧିକ ଉନ୍ନତି ପାଇଁ ଆଗକୁ ଆସୁଛି । ତେଣୁ ଏହି ସଙ୍ଗ ଅତି ମହତ୍ତ୍ଵପୂର୍ଣ୍ଣ । ଯେଉଁମାନେ ବିଭିନ୍ନ କେନ୍ଦ୍ର ଏବଂ ମନ୍ଦିରର ଆୟୋଜନ କରୁଛନ୍ତି, ସେମାନେ ଦାୟିତ୍ଵବାନ ହେବା ଉଚିତ୍, କାରଣ ସବୁକିଛି ତାଙ୍କର ନିଷ୍ଠାପର କର୍ଯ୍ୟକଳାପ ଏବଂ ଚରିତ୍ର ଉପରେ ନିର୍ଭର କରିବ । ଯଦି ସେମାନେ ନିଷ୍ଠାପର ନୁହଁନ୍ତି, ତେବେ ତାହା ପ୍ରଭାବୀ ହେବ ନାହିଁ । ଜଣେ ଆସି ଆମ ସହିତ ସଂଯୁକ୍ତ ହୋଇପାରେ, କିନ୍ତୁ ଯଦି ଆମେ ନିଷ୍ଠାପର ନାହୁଁ, ତେବେ ଏହା ପ୍ରଭାବୀ ହେବ ନାହିଁ । କିନ୍ତୁ ଯଦି ଭକ୍ତମାନେ ନିଷ୍ଠାପର, ଜଣେ ଯିଏ ଭକ୍ତମାନଙ୍କ ସହିତ ମିଶେ, ସେ ବଦଳିଯିବ । ତାହା ହେଉଛି ରହସ୍ୟ । ସତ-ସଙ୍ଗ ଛାଡି ଅସତ୍ୟେର ବିଳାସ । ଏବଂ ଯଥା ଶୀଘ୍ର ଆମେ ଭକ୍ତମାନଙ୍କର ସଙ୍ଗ ଛାଡି ଦେଉ, ତୁରନ୍ତ ମାୟା ମୋତେ ଧରି ନିଏ । ଯଥା ଶୀଘ୍ର ଆମେ ଏହି ସଙ୍ଗ ଛାଡି ଦେଉ, ମାୟା କୁହଁନ୍ତି "ହଁ, ମୋ ସଙ୍ଗରେ ଆସ ।" କୌଣସି ସଙ୍ଗ ବିନା, କେହି ତଟସ୍ଥ ହୋଇ ରହିପାରିବେ ନାହିଁ । ତାହା ସମ୍ଭବ ନୁହେଁ । ତାକୁ ମାୟା କିମ୍ଵା କୃଷ୍ଣଙ୍କ ସହିତ ସଂଯୁକ୍ତ ହେବାକୁ ହିଁ ପଡିବ । ତେଣୁ ସମସ୍ତେ ଭକ୍ତମାନଙ୍କ ସହିତ, କୃଷ୍ଣଙ୍କ ସହିତ ସଂଯୁକ୍ତ ହେବା ପାଇଁ ଗମ୍ଭୀର ହେବା ଉଚିତ୍ ।
କୃଷ୍ଣ ଅର୍ଥାତ୍...ଯେତେବେଳେ ଆମେ କୃଷ୍ଣଙ୍କ ବିଷୟରେ କହୁ, "କୃଷ୍ଣ" ଅର୍ଥାତ୍ କୃଷ୍ଣ ତାଙ୍କର ଭକ୍ତମାନଙ୍କ ସହିତ । କୃଷ୍ଣ କଦାପି ଏକୁଟିଆ ରୁହଁନ୍ତି ନାହିଁ । କୃଷ୍ଣ ରାଧାରାଣୀଙ୍କ ସହିତ ଅଛନ୍ତି । ରାଧାରାଣୀ ଗୋପୀମାନଙ୍କ ସହିତ ଅଛନ୍ତି । ଏବଂ କୃଷ୍ଣ ଗୋପାଳ ବାଳକମାନଙ୍କ ସହିତ ଅଛନ୍ତି । ଆମେମାନେ ମାୟାବାଦୀ ନାହୁଁ । ଆମେ କୃଷ୍ଣଙ୍କୁ ଏକା ଦେଖୁ ନାହୁଁ । ସେହିପରି, କୃଷ୍ଣ ଅର୍ଥାତ୍ କୃଷ୍ଣଙ୍କର ଭକ୍ତମାନଙ୍କ ସହିତ । ତେଣୁ କୃଷ୍ଣ ଚେତନା ଅର୍ଥାତ୍ କୃଷ୍ଣଙ୍କର ଭକ୍ତମାନଙ୍କ ସହିତ ସଂଯୁକ୍ତ ହେବା । ବିଷୟ ବିଷମ ବିଷ ସତତ ଖାଇନୁ । ଏବଂ ସେ କୁହଁନ୍ତି ଯେ "ମୁଁ ସର୍ବଦା ଇନ୍ଦ୍ରିୟ ସନ୍ତୁଷ୍ଟିର ଅତି ବିପଦପୂର୍ଣ୍ଣ ବିଷ ପିଇଛି ।" ବିଷୟ ବିଷମ ବିଷ । ବିଷୟ ଅର୍ଥାତ୍ ଇନ୍ଦ୍ରିୟ ସନ୍ତୁଷ୍ଟି । ଖାଇବା, ଶୋଇବା, ମୈଥୁନ୍ୟ, ଏବଂ ଆତ୍ମରକ୍ଷା କରିବା । ଏଗୁଡିକୁ ବିଷୟ କୁହାଯାଏ । ଏବଂ ବିଷମ ଅର୍ଥାତ୍ ବିପଦଜନକ ଭାବରେ । ଏବଂ ବିଷ ଅର୍ଥାତ୍ ବିଷ । ଯଦି ଜଣେ କେବଳ ଜୀବନର ଏହି ଚାରୋଟି ସିଦ୍ଧାନ୍ତରେ ବ୍ୟସ୍ତ ରହିବ, ପଶୁମାନଙ୍କ ପରି । ତେବେ ଏହା ଧରାଯାଏ ଯେ ସେ କେବଳ ବିଷ ପିଉଛି । ବାସ୍ । ବିଷୟ ବିଷମ ବିଷ ସତତ ଖାଇନୁ । "ମୁଁ ଜାଣିଛି ଏହା ହେଉଛି ବିଷ, କିନ୍ତୁ ମୁଁ ଏତେ ନିଶାଷକ୍ତ, ଯେ ମୁଁ ଏହି ବିଷ ପ୍ରତି ମୂହୁର୍ତ୍ତରେ ପିଉଛି ।" ଗୌରା-କୀର୍ତ୍ତନ-ରସେ ମଗନ ନ ପାଇନୁ । "ଏବଂ ମୁଁ ନିଜକୁ ଭଗବାନ ଚୈତନ୍ୟଙ୍କ ଦ୍ଵାରା ଆରମ୍ଭ କରାଯାଇ ଥିବା ସଂକୀର୍ତ୍ତନ ଆନ୍ଦୋଳନରେ ନିଜକୁ ଲୀନ କରି ପାରୁ ନାହିଁ ।" ଓ, ତାହା ବାସ୍ତବରେ ତଥ୍ୟ ଅଟେ । ଯେଉଁମାନେ ଜୀବନର ଭୌତିକବାଦି ମାର୍ଗ ସହିତ ଅଧିକ ମାତ୍ରାରେ ଜଡିତ, କିମ୍ଵା ସର୍ବଦା ଇନ୍ଦ୍ରିୟ ସନ୍ତୁଷ୍ଟିର ବିଷ ପିଉଛନ୍ତି, ସେମାନେ ସଂକୀର୍ତ୍ତନ ଆନ୍ଦୋଳନ ପ୍ରତି ଆକର୍ଷିତ ହୁଅଁନ୍ତି ନାହିଁ ।
ତେଣୁ ପରିଶେଷରେ ନରୋତ୍ତମ ଦାସ ଠାକୁର ବିଳାପ କରୁଛନ୍ତି । ସେ ଆମମାନଙ୍କର ପ୍ରତିନିଧି କରୁଛନ୍ତି । ଯଦି ଜଣେ ବିଳାପର ସେହି ସ୍ତରକୁ ଆସେ, ତାହା ମଧ୍ୟ ବହୁତ ଭଲ । ସେ ତୁରନ୍ତ ଶୁଦ୍ଧ ହୋଇଯାଏ । ବିଳାପ ଅର୍ଥାତ୍ ଶୁଦ୍ଧ ହେବା । ତେଣୁ ସେ କୁହଁନ୍ତି, କେନୋ ବା ଆଛୟା ପ୍ରାଣ କିଛୁ ବାଳି..."ମୁଁ କାହିଁକି ବଞ୍ଚିଛି? ମୁଁ ଭକ୍ତମାନଙ୍କ ସହିତ ସଂଯୁକ୍ତ ହେଉ ନାହିଁ, ମୁଁ ସଂକୀର୍ତ୍ତନ ଆନ୍ଦୋଳନରେ ଅଂଶ ଗ୍ରହଣ କରୁନାହିଁ । ମୁଁ ବୁଝିପାରୁ ନାହିଁ କୃଷ୍ଣ କ'ଣ । ମୁଁ ବୁଝିପାରୁ ନାହିଁ ଭଗବାନ ଚୈତନ୍ୟ କ'ଣ । ତେବେ କାହିଁକି ମୁଁ ବଞ୍ଚିଛି?" ଏହା ହେଉଛି ବିଳାପ । "ମୋର ଖୁସୀ କ'ଣ? ମୋ ଖୁସୀର ମାନଦଣ୍ଡ କ'ଣ? ମୁଁ କାହିଁକି ବଞ୍ଚିଛି?" ନରୋତ୍ତମ ଦାସ କେନ ନା ଗେଲା । "କାହିଁକି ମୁଁ ବହୁତ ଆଗରୁ ମରିଲି ନାହିଁ? ମୁଁ ମରିଯିବା ଉଚିତ୍ । ମୋ ଜୀବନର ଅର୍ଥ କ'ଣ?" ତେବେ ଏହା ନରୋତ୍ତମ ଦାସ ଠାକୁରଙ୍କର ବିଳାପ ନୁହେଁ । ଆମେମାନେ ସମସ୍ତେ ସେହିପରି ଭାବିବା ଉଚିତ୍, ଯେ "ଯଦି ଆମେ ଭକ୍ତମାନଙ୍କ ସହିତ ସଂଯୁକ୍ତ ହୋଇ ନ ପାରୁ, ଯଦି ଆମେ ବୁଝି ନ ପାରୁ କୃଷ୍ଣ ଚେତନା ଅନ୍ଦୋଳନ କ'ଣ, ଯଦି ଆମେ ଭଗବାନ ଚୈତନ୍ୟ ଏବଂ ସାଥୀମାନଙ୍କର ସଂସ୍ପର୍ଶରେ ନ ଆସୁ, ମୋର ମରିଯିବା ହିଁ ଭଲ । ଏବଂ ଅନ୍ୟ କୌଣସି ଉପାୟ ନାହିଁ ।"