OR/Prabhupada 0464 - ଶାସ୍ତ୍ର ଲୋଫର୍ ଶ୍ରେଣୀଙ୍କ ପାଇଁ ନୁହେଁ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0464 - in all Languages Category:OR-Quotes - 1977 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in India, Mayapur]]
[[Category:OR-Quotes - in India, Mayapur]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|English|Prabhupada 0463 - If You Train Up Your Mind Simply To Think Of Krsna,Then You Are Safe|0463|Prabhupada 0465 - Vaisnava Is Powerful, But Still He Is Very Meek And Humble|0465}}
{{1080 videos navigation - All Languages|Oriya|OR/Prabhupada 0463 - ଯଦି ତୁମେ ତୁମର ମନକୁ କେବଳ କୃଷ୍ଣଙ୍କ ବିଷୟରେ ଭାବିବା ପାଇଁ ତାଲିମ ଦିଅ, ତେବେ ତୁମେ ସୁରକ୍ଷିତ|0463|OR/Prabhupada 0465 - ବୈଷ୍ଣବ ଶକ୍ତିଶାଳୀ, ତଥାପି ସେ ବହୁତ ନମ୍ର ଏବଂ ବିନମ୍ର ଅଟନ୍ତି|0465}}
<!-- END NAVIGATION BAR -->
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->

Latest revision as of 22:51, 1 October 2020



Lecture on SB 7.9.8 -- Mayapur, February 28, 1977

ତେଣୁ ମହାଜନୋ ୟେନ ଗତଃ ସ ପନ୍ଥାଃ (ଚ.ଚ. ମଧ୍ୟ ୧୭.୧୮୬)। ଯଦି ଆମେ ମହାଜନମାନଙ୍କୁ ଅନୁସରଣ କରିବା ତେବେ ଆମେ କୃଷ୍ଣ ଚେତନାକୁ ସମ୍ପୂର୍ଣ୍ଣ ରୂପେ ଶିଖିପାରିବା । ମହଜାନର ଅର୍ଥ ହେଉଛି ମହାନ ବ୍ୟକ୍ତିତ୍ୱ ଯେଉଁମାନେ ପ୍ରଭୁଙ୍କର ଭକ୍ତ ଅଟନ୍ତି । ସେମାନଙ୍କୁ ମହାଜନ କୁହାଯାଏ । ଜନର ଅର୍ଥ ହେଉଛି "ବ୍ୟକ୍ତି" । ସାଧାରଣ ରୂପରେ ଯେପରି, ଭାରତରେ ଜଣେ ବ୍ୟକ୍ତିଙ୍କୁ ମହଜାନ କୁହାଯାଏ ଯିଏ ବହୁତ ଧନୀ । ତେଣୁ ଏହି ମହାଜନର ଅର୍ଥ ହେଉଛି ଯିଏ ଭକ୍ତି ସେବାରେ ସମୃଦ୍ଧ । ତାଙ୍କୁ ମହାଜନ କୁହାଯାଏ । ମହାଜନୋ ୟେନ ଗତଃ ସ ପନ୍ଥାଃ (ଚ.ଚ. ମଧ୍ୟ ୧୭.୧୮୬)। ତେଣୁ ଆମେ ଅମ୍ବରୀଶ ମହାରାଜ ପାଇଛୁ; ଆମେ ପ୍ରହଲ୍ଲାଦ ମହାରାଜ ପାଇଛୁ । ଆହୁରି ଅନେକ, ଅନେକ ରାଜା ଅଛନ୍ତି, ଯୁଧିଷ୍ଠିର ମହାରାଜ, ପରୀକ୍ଷିତ ମହାରାଜ, ସେମାନେ ରଜଋଷି। ତେଣୁ କୃଷ୍ଣ ଚେତନା, ପ୍ରକୃତରେ, ଏହା ବହୁତ ମହାନ ବ୍ୟକ୍ତିତ୍ୱ ପାଇଁ ଉଦ୍ଦିଷ୍ଟ ।

ଇମଂ ବିବସ୍ଵତେ ଯୋଗଂ
ପ୍ରୋକ୍ତବାନ ଅହଂ ଅବ୍ୟୟଂ
ବିବସ୍ଵାନ୍ ମନବେ ପ୍ରାହୁର
ମନୁର ଇକ୍ଷ୍ଵାକବେ ବ୍ରବୀତ୍
(ଭ.ଗୀ ୪.୧)।

ଏବଂ ପରମ୍ପରା-ପ୍ରାପ୍ତଂ ଇମଂ ରାଜର୍ଷୟୋ ବିଦୁଃ (ଭ.ଗୀ ୪.୨)। ବାସ୍ତବରେ, ଶାସ୍ତ୍ର ଲୋଫର୍ ଶ୍ରେଣୀଙ୍କ ପାଇଁ ନୁହେଁ । ଉଚ୍ଚଶିକ୍ଷିତ ବ୍ରାହ୍ମଣ ଏବଂ ଉଚ୍ଚତର କ୍ଷତ୍ରିୟ ପାଇଁ । ଏବଂ ବୈଶ୍ୟ ଏବଂ ଶୁଦ୍ର, ସେମାନେ ଶାସ୍ତ୍ରରେ ବହୁତ ଶିଖିବା ଆଶା କରାଯାଏ ନାହିଁ, କିନ୍ତୁ, ଉପଯୁକ୍ତ ବ୍ରାହ୍ମଣ ଏବଂ କ୍ଷତ୍ରିୟ ଦ୍ୱାରା ନିର୍ଦ୍ଦେଶିତ, ସେମାନେ ମଧ୍ୟ ସମ୍ପନ ହୋଇଯାନ୍ତି। ପ୍ରଥମ ଉତ୍ତମ ଶ୍ରେଣୀର, ମୁନାୟୋ, ଯେପରି କୁହାଯାଏ, ସତ୍ତ୍ଵୈକତାନ ଗତୟୋ ମୁନୟୋ (ଭା ୭.୯.୮) ମହାନ ସାଧୁମାନେ । ସାଧାରଣତଃ, "ମହାନ ସାଧୁ" ମାନେ ବ୍ରାହ୍ମଣ, ବୈଷ୍ଣବ। ସେମାନେ ଭକ୍ତି ସେବା ଦ୍ୱାରା ସତ୍ୟ-ଗୁଣ ଉପରେ ଅବସ୍ଥିତ । ରଜ, ତମୋ-ଗୁଣ ସେମାନଙ୍କୁ ସ୍ପର୍ଶ କରିପାରିବ ନାହିଁ । ନଷ୍ଟ-ପ୍ରାୟେଷୁ ଅଭଦ୍ରେଷୁ ନିତ୍ୟଂ ଭାଗବତ-ସେବାୟା (ଭା. ୧.୨.୧୮): ଭଦ୍ର ଏବଂ ଅଭଦ୍ର, ଭଲ ଏବଂ ଖରାପ । ତେଣୁ ରଜୋ-ଗୁଣ ଏବଂ ତମ-ଗୁଣ ଖରାପ, ଏବଂ ସତ୍ଵ-ଗୁଣ ଭଲ । ଯଦି ଆମେ ଅବସ୍ଥାନ କରୁ, ଯେପରି କୁହାଯାଏ, ସତ୍ତ୍ଵୈକତାନ ଗତୟୋ... ଯଦି ତୁମେ ସବୁବେଳେ ସତ୍ଵ-ଗୁଣ ଉପରେ ଅବସ୍ଥିତ, ତେବେ ସବୁକିଛି କରିବା ସ୍ପଷ୍ଟ । ସତ୍ଵ-ଗୁଣର ଅର୍ଥ ହେଉଛି ପ୍ରକାଶ । ସବୁକିଛି ସ୍ପଷ୍ଟ, ସମ୍ପୂର୍ଣ୍ଣ ଜ୍ଞାନ । ଏବଂ ରଜ-ଗୁଣ ସ୍ପଷ୍ଟ ନୁହେଁ । ଉଦାହରଣ ଦିଆଯାଇଛି: ଠିକ୍ କାଠ ପରି । ଅଗ୍ନି ଅଛି, କିନ୍ତୁ ଅଗ୍ନିର ପ୍ରଥମ ଲକ୍ଷଣ, କାଠରେ, ତୁମେ ଧୂଆଁ ପାଇବ । ଯେତେବେଳେ ତୁମେ କାଠରେ ନିଆଁ ଲଗାଇବ, ସର୍ବପ୍ରଥମେ ଧୂଆଁ ଆସେ । ତେଣୁ ଧୂଆଁ ... ପ୍ରଥମେ କାଠ, ତାପରେ ଧୂଆଁ, ତାପରେ ନିଆଁ । ଏବଂ ଅଗ୍ନିରୁ, ଯେତେବେଳେ ଆପଣ ଯଜ୍ଞ ପାଇଁ ନିଆଁ ଲଗାନ୍ତି, ତାହା ହେଉଛି ଚରମ । ସବୁକିଛି ସମାନ ଉତ୍ସରୁ ଆସୁଛି । ପୃଥିବୀରୁ, କାଠ ଆସୁଛି, କାଠରୁ ଧୂଆଁ ଆସୁଛି, ଧୂଆଁରୁ ନିଆଁ ଆସୁଛି। ଏବଂ ଯଜ୍ଞରେ ନିୟୋଜିତ ହେଲେ, ସ୍ୱାହା - ତେବେ ଏହା ଅଗ୍ନିର ଉପଯୁକ୍ତ ବ୍ୟବହାର । ଯଦି ଜଣେ କାଠ ସ୍ଥରରେ ରହେ, ତାହା ସମ୍ପୂର୍ଣ୍ଣ ଭୁଲିଯିବା (ବିସ୍ମୃତି) ସ୍ଥିତି। ଯେତେବେଳେ ଜଣେ ଧୂଆଁ ସ୍ଥରରେ ରହେ, ସେଠାରେ ଅଳ୍ପ ଆଲୋକ ଥାଏ । ଯେତେବେଳେ ଜଣେ ଅଗ୍ନି ସ୍ଥରରେ ରହେ, ତା’ପରେ ପୂର୍ଣ୍ଣ ଆଲୋକ । ଏବଂ ଯେତେବେଳେ ଆଲୋକ କୃଷ୍ଣଙ୍କର ସେବାରେ ନିୟୋଜିତ ହୁଏ, ତାହା ସମ୍ପୂର୍ଣ୍ଣ ଅଟେ । ଆମକୁ ସେପରି ବୁଝିବାକୁ ପଡିବ ।