OR/Prabhupada 0047 - କୃଷ୍ଣ ପରମବ୍ରହ୍ମ ଅଟନ୍ତି

Revision as of 08:19, 16 October 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0047 - in all Languages Category:OR-Quotes - 1973 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


ବିଭିନ୍ନ ପ୍ରକାରର ଯୋଗ ପ୍ରଣାଳୀ ଅଛି, ଭକ୍ତି ଯୋଗ, ଜ୍ଞାନ ଯୋଗ, କର୍ମ ଯୋଗ, ହଠ ଯୋଗ, ଧ୍ୟାନ ଯୋଗ । ଏତେ ସାରା ଯୋଗ । କିନ୍ତୁ ଭକ୍ତି ଯୋଗ ସର୍ବଶ୍ରେଷ୍ଠ ଅଟେ । ତାହା ଅନ୍ତିମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି । ମୁଁ ତୁମ ସାମ୍ମନାରେ ସପ୍ତମ ଅଧ୍ୟାୟ ପଢ଼ୁଛି । ଷଷ୍ଠ ଅଧ୍ୟାୟର ଶେଷ ଭାଗରେ, କୃଷ୍ଣ କୁହନ୍ତି:

ଯୋଗିନାପି ସର୍ବେଷାଂ
ମଦ୍ ଗତେନାନ୍ତରାତ୍ମନା
ଶ୍ରଦ୍ଧାବାନ୍ ଭଜତେ ଯୋ ମାଂ ସ

ମେ ଯୁକ୍ତ ତମୋ ମତଃ

(BG 6.47)

ଯୋଗିନାପି ସର୍ବେଷାଂ । ଯେଉଁ ବ୍ୟକ୍ତି ଯୋଗ ପ୍ରଣାଳୀ ଅଭ୍ୟାସ କରେ, ତାକୁ ଯୋଗୀ କୁହାଯାଏ । ତେଣୁ କୃଷ୍ଣ କୁହନ୍ତି, ଯୋଗିନାପି ସର୍ବେଷାଂ: "ସମସ୍ତ ଯୋଗୀମାନଙ୍କ ମଧ୍ୟରୁ..." ମୁଁ ଆଗରୁ କହିଛି । ବିଭିନ୍ନ ପ୍ରକାରର ଯୋଗୀ ଅଛନ୍ତି । "ସମସ୍ତ ଯୋଗୀମାନଙ୍କ ମଧ୍ୟରୁ..." ଯୋଗିନାପି ସର୍ବେଷାଂ । ସର୍ବେଷାଂ ଅର୍ଥାତ୍ "ସମସ୍ତ ଯୋଗୀମାନଙ୍କ ମଧ୍ୟରୁ ।" ମଦ୍ ଗତେନାନ୍ତରାତ୍ମନା: "ଯେଉଁ ବ୍ୟକ୍ତି ମୋ ବିଷୟରେ ତା ମନଭିତରେ ଭାବେ ।" ଆମେ କୃଷ୍ଣଙ୍କ ବିଷୟରେ ଭାବିପାରିବା । ଆମ ପାଖରେ କୃଷ୍ଣଙ୍କର ରୂପ ଅଛି । କୃଷ୍ଣଙ୍କର ବିଗ୍ରହ, ଆମେ ପୂଜା କରୁ । ତେଣୁ ଆମେ ଯଦି ବିଗ୍ରହ ପୂଜା କରିବାରେ ନିଜକୁ ନିଯୁକ୍ତ କରୁ, କୃଷ୍ଣଙ୍କର ରୂପ, ଯାହା କୃଷ୍ଣଙ୍କଠାରୁ ଅଭିନ୍ନ, କିମ୍ବା, ବିଗ୍ରହର ଅନୁପସ୍ଥିତିରେ, ଯଦି ଆମେ କୃଷ୍ଣଙ୍କର ପବିତ୍ର ନାମ ଜପ କରୁ, ତାହା ମଧ୍ୟ କୃଷ୍ଣ ଅଟନ୍ତି । ଅଭିନ୍ନତ୍ଵାନ୍ ନାମ-ନାମିନେଃ (CC Madhya 17.133) । କୃଷ୍ଣ ପରମବ୍ରହ୍ମ ଅଟନ୍ତି । ତେଣୁ ସେ ଏବଂ ତାଙ୍କ ନାମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ସେ ଏବଂ ତାଙ୍କ ରୂପ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ସେ ଏବଂ ତାଙ୍କ ଛବି ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ସେ ଏବଂ ତାଙ୍କ ବିଷୟ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । କୃଷ୍ଣଙ୍କ ବିଷୟରେ କୌଣସି ବି କଥା କୃଷ୍ଣ ଅଟନ୍ତି । ଏହାକୁ ପରମଜ୍ଞାନ କୁହାଯାଏ । ତେଣୁ ତୁମେ କୃଷ୍ଣଙ୍କର ନାମ ଜପ କର କିମ୍ଵା କୃଷ୍ଣଙ୍କ ରୂପ ପୂଜା କର- ସବୁକିଛି କୃଷ୍ଣ ଅଟନ୍ତି ।

ତେଣୁ ଭକ୍ତି ସେବାର ବିଭିନ୍ନ ରୂପ ଅଛି ।

ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ
ସ୍ମରଣଂ ପାଦସେବନମ୍
ଅର୍ଚନଂ ବନ୍ଦନଂ ଦାସ୍ୟଂ
ସଖ୍ୟମ୍ ଆତ୍ମନିବେଦନମ୍
(SB 7.5.23)

ତୁମେ କେବଳ କୃଷ୍ଣଙ୍କ ବିଷୟରେ ଶୁଣ । ସେହି ଶୁଣିବା ମଧ୍ୟ କୃଷ୍ଣ ଅଟନ୍ତି । ଯେପରିକି ବର୍ତ୍ତମାନ ଆମେ କୃଷ୍ଣଙ୍କ ବିଷୟରେ ଶୁଣିବାକୁ ଚେଷ୍ଟା କରୁଛୁ । ସେହି ଶୁଣିବା ମଧ୍ୟ କୃଷ୍ଣ ଅଟନ୍ତି । ଏହି ବାଳକ ଓ ବାଳିକାମାନେ, ସେମାନେ ଜପ କରୁଛନ୍ତି । ସେହି ଜପ କରିବା ମଧ୍ୟ କୃଷ୍ଣ ଅଟନ୍ତି । ଶ୍ରବଣଂ କୀର୍ତ୍ତନଂ । ତାପରେ ସ୍ମରଣଂ । ତୁମେ ଯେତେବେଳେ କୃଷ୍ଣଙ୍କର ନାମ ଜପ କରୁଛ, ଯଦି ସେତେବେଳେ କୃଷ୍ଣଙ୍କର ଛବି ମନେ ପକାଅ, ତାହା ମଧ୍ୟ କୃଷ୍ଣ ଅଟନ୍ତି । କିମ୍ଵା ତୁମେ କୃଷ୍ଣଙ୍କର ଛବି ଦେଖ, ତାହା ମଧ୍ୟ କୃଷ୍ଣ ଅଟନ୍ତି । ତୁମେ କୃଷ୍ଣଙ୍କର ବିଗ୍ରହ ଦେଖ, ତାହା ମଧ୍ୟ କୃଷ୍ଣ ଅଟନ୍ତି ।

ତୁମେ କୃଷ୍ଣଙ୍କ ବିଷୟରେ କିଛି ଶିଖ, ତାହା ମଧ୍ୟ କୃଷ୍ଣ ଅଟନ୍ତି । ତେଣୁ କେମିତି ବି,

ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ
ସ୍ମରଣଂ ପାଦସେବନମ୍
ଅର୍ଚନଂ ବନ୍ଦନଂ ଦାସ୍ୟଂ
ସଖ୍ୟମ୍ ଆତ୍ମନିବେଦନମ୍
(SB 7.5.23)

ନଅଟି ବିଷୟରୁ କୌଣସି ବିଷୟ, ଯଦି ତୁମେ ଗ୍ରହଣ କର, ତୁମେ ତୁରନ୍ତ କୃଷ୍ଣଙ୍କ ସହିତ ସମ୍ପର୍କ କରିପାରିବ । ତୁମେ ନଅଟି ବିଷୟ ଗ୍ରହଣ କରିପାର କିମ୍ଵା ଆଠଟି କିମ୍ଵା ସାତଟି କିମ୍ଵା ଛଅଟି କିମ୍ଵା ପାଞ୍ଚଟି କିମ୍ଵା ଚାରୋଟି କିମ୍ଵା ତିନୋଟି କମ୍ଵା ଦୁଇଟି କିମ୍ଵା ଅତି କମରେ ଗୋଟିଏ, ତୁମେ ଯଦି ଦୃଢ଼ତାର ସହିତ ନିଅ ଏଵଂ.... ଧର ଏହି ଜପ କରିବା । ଏଥିରେ କିଛି ଖର୍ଚ କରିବାକୁ ପଡ଼େ ନାହିଁ । ଆମେ ସାରା ଦୁନିଆରେ ଜପ କରୁଛୁ । କେହି ଭି ଆମକୁ ଶୁଣିକି ଜପ କରିପାରେ । ଏଥିପାଇଁ ତୁମକୁ କିଛି ଖର୍ଚ କରିବାକୁ ପଡ଼ିବ ନାହିଁ । ଏବଂ ତୁମେ ଯଦି ଜପ କରିବ, ତୁମର କିଛି କ୍ଷତି ହେବ ନାହିଁ । ତେଣୁ...ତୁମେ ଯଦି କରୁଛ, ତେବେ ତୁମେ ତୁରନ୍ତ କୃଷ୍ଣଙ୍କ ସହିତ ସମ୍ପର୍କ କରିପାରିବ । ତାହା ହିଁ ଲାଭ । ତୁରନ୍ତ । କାରଣ କୃଷ୍ଣଙ୍କର ନାମ ଏବଂ କୃଷ୍ଣ...

ଅଭିନ୍ନତ୍ଵାନ୍ ନାମ-ନାମିନେଃ (CC Madhya 17.133) । ଏହା ବୈଦିକ ସାହିତ୍ୟର ବର୍ଣ୍ଣନା ଅଟେ । ଅଭିନ୍ନତ୍ଵାନ୍ ନାମ-ନାମିନେଃ । ନାମ ଚିନ୍ତାମଣିଃ କୃଷ୍ଣଃ । କୃଷ୍ଣଙ୍କର ନାମ ଚିନ୍ତାମଣି । ଚିନ୍ତାମଣି ଅର୍ଥାତ୍ ଆଧ୍ୟାତ୍ମିକ । ଚିନ୍ତାମଣି-ପ୍ରକର-ସଦମସୁ କଳ୍ପ-ବୃକ୍ଷ-ଲକ୍ଷ୍ୟାବୃତେଷୁ (Bs. 5.29) । ଏହା ବୈଦିକ ବର୍ଣ୍ଣନା ଅଟେ । ଯେଉଁଠାରେ କୃଷ୍ଣ ରୁହନ୍ତି, ସେହି ସ୍ଥାନ ବର୍ଣ୍ଣନା କରାଯାଇଛି: ଚିନ୍ତାମଣି-ପ୍ରକର-ସଦମସୁ କଳ୍ପ-ବୃକ୍ଷ-ଲକ୍ଷ୍ୟାବୃତେଷୁ ସୁରଭିର୍ ଅଭିପାଳୟନ୍ତଂ (Bs. 5.29) । ତେଣୁ ନାମ, କୃଷ୍ଣଙ୍କର ପବିତ୍ର ନାମ, ମଧ୍ୟ ଚିନ୍ତାମଣି, ଆଧ୍ୟାତ୍ମିକ ଅଟେ । ନାମ ଚିନ୍ତାମଣି କୃଷ୍ଣଃ । ସେ ସେହି କୃଷ୍ଣ, ବ୍ୟକ୍ତି । ନାମ ଚିନ୍ତାମଣିଃ କୃଷ୍ଣଶ ଚେତନ୍ୟ (CC Madhya 17.133) । ଚୈତନ୍ୟ ଅର୍ଥାତ୍ ମୃତ ନୁହେଁ, କିନ୍ତୁ ଜୀବିତ । ତୁମେ ନାମ ଜପ କରି ସେହି ଲାଭ ପ୍ରାପ୍ତ କରିପାରିବ ଯାହା ତୁମେ କୃଷ୍ଣଙ୍କ ସହିତ ବ୍ୟକ୍ତିଗତ ଭାବେ କଥା ହୋଇ ପାଇବ । ତାହା ମଧ୍ୟ ସମ୍ଭବ । କିନ୍ତୁ ଏହା ଧିରେ-ଧିରେ ଅନୁଭବ ହେବ । ନାମ ଚିନ୍ତାମଣିଃ କୃଷ୍ଣଶ୍ ଚୈତନ୍ୟ-ରସ-ବିଗ୍ରହଃ । ରସ-ବିଗ୍ରହଃ ଅର୍ଥାତ୍ ପ୍ରଶନତା, ପ୍ରଶନତାର ଭଣ୍ତାର । ଯେପରି ତୁମେ ହରେ କୃଷ୍ଣ ଜପ କରୁଛ, ତେଣୁ ତୁମେ ଧିରେ ଧିରେ କିଛି ଦିବ୍ୟ ପ୍ରଶନତାେ ସ୍ଵାଦ ନେଉଛ । ଯେପରିକି ଏହି ବାଳକ ଓ ବାଳିକାମାନେ, ଯେତେବେଳେ ଜପ କରୁଛନ୍ତି, ସେମାନେ ଆନନ୍ଦରେ ନୃତ୍ୟ କରନ୍ତି । କେହି ସେମାନଙ୍କୁ ଅନୁସରଣ କରିପାରିବେ ନାହିଁ । କିନ୍ତୁ ସେମାନେ ପାଗଳ ନୁହଁନ୍ତି, ଯେ ସେମାନେ ଜପ କରୁଛନ୍ତି । ବାସ୍ତବରେ, ସେମାନଙ୍କୁ କିଛି ପ୍ରଶନତା ମିଳୁଛି, ଦିବ୍ୟ ପ୍ରଶନତା । ସେଥିପାଇଁ ସେମାନେ ନୃତ୍ୟ କରୁଛନ୍ତି । ଏହା କୁକୁରର ନୃତ୍ୟ ନୁହେଁ । ନା । ଏହା ପ୍ରକୃତରେ ଆଧ୍ୟତ୍ମିକ ନୃତ୍ୟ, ଆତ୍ମାର ନୃତ୍ୟ । ତେଣୁ...ସେଥିପାଇଁ, ତଙ୍କୁ ରାସ ବିଗ୍ରହ କୁହାଯାଏ, ସମସ୍ତ ପ୍ରଶନତାର ଭଣ୍ତାର ।

ନାମ ଚିନ୍ତାମଣିଃ କୃଷ୍ଣଶ୍ ଚୈତନ୍ୟ-ରସ-ବିଗ୍ରହଃ ପୂର୍ଣ୍ଣଃ (CC Madhya 17.133) । ପୂର୍ଣ୍ଣ, ପୂରା । କୃଷ୍ଣଙ୍କଠାରୁ ଏକ ପ୍ରତିଶତ ବି କମ ନୁହେଁ । ନା । ଶତ ପ୍ରତିଶତ କୃଷ୍ଣ । ପୂରା । ପୂର୍ଣ୍ଣ । ପୂର୍ଣ୍ଣ ଅର୍ଥାତ୍ ପୂରା । ପୂର୍ଣ୍ଣଃ ଶୁଦ୍ଧଃ । ଶୁଦ୍ଧଃ ଅର୍ଥାତ୍ ବିଶୁଦ୍ଧ । ଭୌତିକ ଜଗତ ପ୍ରଦୂଷିତ ଅଟେ । ଭୌତିକ, ତୁମେ କୌଣସି ନାମ ଜପ କର, କାରଣ ତାହା ଦୂଷିତ ଅଟେ, ତୁମେ ଏହାକୁ ବହୁ ସମୟ ପର୍ଯ୍ୟନ୍ତ ଜାରି ରଖିପାରିବ ନାହିଁ, ଏହା ଏକ ଅନୁଭୁତି ଅଟେ । କିନ୍ତୁ ତୁମେ ଯଦି ଚବିଶ ଘଣ୍ଟା ଏହି ହରେ କୃଷ୍ଣ ମନ୍ତ୍ର ଜପ କର, ତୁମକୁ କେବେ ମଧ୍ୟ ଥକା ଲାଗିବ ନାହିଁ । ଏହା ହେଉଛି ପରୀକ୍ଷା । ତୁମେ ଜପ କରିଚାଲ । ଏହି ବାଳକମାନେ ଚବିଶ ଘଣ୍ଟା ଜପ କରିପାରିବେ, ବିନା କିଛି ଖାଦ୍ୟ ଏବଂ ବିନା ପାଣିରେ । ଏହା କେତେ ଭଲ । କାରଣ ଏହା ସମ୍ପୁର୍ଣ, ଆଧ୍ୟାତ୍ମିକ, ଶୁଦ୍ଧ । ଶୁଦ୍ଧ ମାନେ ବିଶୁଦ୍ଧ । ଭୌତିକ ଦୂଷିତ ନାହିଁ । ଭୌତିକ ଆନନ୍ଦ, ଯେକୌଣସି ଆନନ୍ଦ... ଏହି ଭୌତିକ ଜଗତରେ ସର୍ବୋଚ୍ଚ ଆନନ୍ଦ ଦାୟକ ହେଉଛି ଯୌନ କ୍ରିୟା । କିନ୍ତୁ ତୁମେ ଏହା ଚବିଶ ଘଣ୍ଟା ଉପଭୋଗ କରିପାରିବ ନାହିଁ । ଏହା ସମ୍ଭବ ନୁହେଁ । ତୁମେ ଅଳ୍ପ ସମୟ ପାଇଁ ଉପଭୋଗ କରିପାରିବ । ବାସ । ଯଦି ତୁମକୁ ଉପଭୋଗ କରିବା ପାଇଁ ବାଧ୍ୟ କରାଯାଏ, ତୁମେ ଅସ୍ଵିକାର କରିବ, ଆଉ ନାହିଁ । ଏହା ଭୌତିକ ଅଟେ । କିନ୍ତୁ ଆଧ୍ୟାତ୍ମିକର ଅର୍ଥ ଯାହାର ସୀମା ନାହିଁ । ତୁମେ ନିରନ୍ତର ଆନନ୍ଦ ଉପଭୋଗ କରିପାରିବ, ଚବିଶ ଘଣ୍ଟା । ଏହା ହେଉଛି ଆଧ୍ୟାତ୍ମିକ ଆନନ୍ଦ । ବ୍ରହ୍ମ ସୌଖ୍ୟଂ ଅନନ୍ତଂ (SB 5.5.1) । ଅନନ୍ତଂ । ଅନନ୍ତଂ ର ଅର୍ଥ ଯାହାର ଅନ୍ତ ନାହିଁ ।