OR/Prabhupada 0395 - ପରମ କରୁଣାର ଭାବାର୍ଥ

Revision as of 12:58, 24 October 2019 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0395 - in all Languages Category:OR-Quotes - 1969 Category:OR-Quotes - Pur...")
(diff) ← Older revision | Latest revision (diff) | Newer revision → (diff)


Purport to Parama Koruna -- Los Angeles, January 16, 1969

ପରମ କରୁଣା, ପାହୁ ଦୁଇ ଜଣ, ନିତାଇ ଗୌରାଚନ୍ଦ୍ର । ଏହି ଗୀତ ଲୋଚନ ଦାସ ଠାକର ଗାଇଥିବା ଏକ ଗୀତ, ଭଗବାନ ଚୈତନ୍ୟଙ୍କର ଜଣେ ମହାନ ଭକ୍ତ, ପ୍ରାୟତଃ ସମକାଳୀନ । ସେ ଏକ ପୁସ୍ତକ ଲେଖିଛନ୍ତି, ଚୈତନ୍ୟ-ମଙ୍ଗଳ, ଭଗବାନ ଚୈତନ୍ୟଙ୍କର ଗତିବିଧିଗୁଡିକୁ ଚିତ୍ରଣ କରି । ତାହା ଏକ ପ୍ରସିଦ୍ଧ ପୁସ୍ତକ, ଚୈତନ୍ୟ-ମଙ୍ଗଳ । ଏବଂ ସେ ଅନେକ ଗୀତ ରଚନା କରିଛନ୍ତି । ବ୍ୟବହାରିକ ଭାବରେ ସମସ୍ତ ବୈଷ୍ଣବମାନେ, ସେମାନେ ଦିବ୍ୟ ଭାବରେ କବି ଅଟନ୍ତି । ତାହା ବୈଷ୍ଣବମାନଙ୍କର ୨୬ଟି ଗୁଣ ମଧ୍ୟରୁ ଗୋଟିଏ । ତେଣୁ ସେ କୁହଁନ୍ତି ଯେ "ଏହି ଦୁଇ ଭଗବାନ," ନିତାଇ ଗୌରାଚନ୍ଦ୍ର, "ଭଗବାନ ନିତ୍ୟାନନ୍ଦ ଏବଂ ଭଗବାନ ଗୌରାଙ୍ଗ, କିମ୍ଵା ଭଗବାନ ଚୈତନ୍ୟ, ସେମାନେ ହେଉଛନ୍ତି ଅତି ଦୟାଳୁ ଅବତାର ।" ସବ ଅବତାର-ସାର ଶିରୋମଣି । "ସେମାନେ ହେଉଛନ୍ତି ସବୁ ଅବତାରର ସାର ।" ଏହି ଅବତାର ବିଷୟରେ ଭଗବଦ୍ ଗୀତାରେ ଉଲ୍ଲେଖ କରାଯାଇଛି, ଯେ ଯେତେବେଳେ ଧର୍ମର ଗ୍ଲାନି ହୁଏ, ଏବଂ ଅଧର୍ମୀ ଗତିବିଧିଗୁଡିକର ପ୍ରମୁଖତା ହୁଏ, ସେହି ସମୟରେ ଭଗବାନ ଅବତରିତ ହୁଅଁନ୍ତି, କିମ୍ଵା ସେ ଏହି ଭୌତିକ ସଂସାରରେ ଅବତରିତ ହୁଅଁନ୍ତି, ସାଧୁମାନଙ୍କୁ ରକ୍ଷା କରିବା ପାଇଁ ଏବଂ ଅଧର୍ମୀମାନଙ୍କର ବିନାଶ କରିବା ପାଇଁ । ତାହା ହେଉଛି ଅବତାରର ଉଦ୍ଦେଶ୍ୟ । ସମସ୍ତ ଅବତାରରେ ତୁମେ ଦୁଇଟି ଜିନିଷ ପାଇବ । ଭଗବାନ କୃଷ୍ଣ, ସେ ବହୁତ ସୁନ୍ଦର, ବହୁତ ଦୟାଳୁ, କିନ୍ତୁ ସେ ଅସୁରମାନଙ୍କ ପାଇଁ ବହୁତ ଭୟଙ୍କର ଅଟନ୍ତି । ଅସୁରମାନେ ତାଙ୍କୁ ବଜ୍ରପାତ ରୂପେ ଦେଖୁଥିଲେ, ଏବଂ ଗୋପୀମାନେ ତାଙ୍କୁ ବହୁତ ସୁନ୍ଦର କାମଦେବ ରୂପେ ଦେଖୁଥିଲେ । ତେଣୁ ଭଗବଦ୍ ଗୀତାରେ ମଧ୍ୟ ଏହା କୁହାଯାଇଛି,ଯେ ଯଥା ମାଂ ପ୍ରପଦ୍ୟନ୍ତେ (BG 4.11) । ଭଗବାନଙ୍କର ଅନୁଭୁତି ହୁଏ ଜଣଙ୍କର ଆସୁରିକ ପ୍ରବୃତ୍ତିଗୁଡିକରୁ ସ୍ଵତନ୍ତ୍ରତାର ଅନୁପାତରୁ ।

ତେଣୁ ଏହି ଯୁଗରେ...ଅବଶ୍ୟ, ଶେଷ ଅବତାର, କଳିକୀ, କେବଳ ବଧ କରିବ । ବହୁତ ଲମ୍ଵା ସମୟ ପରେ, ସେ ଆସିବେ । କିନ୍ତୁ ଏଠାରେ ଭଗବାନ ଚୈତନ୍ୟ, ତାଙ୍କର ଉଦ୍ଦେଶ୍ୟ ହେଉଛି ବଧ ନ କରିବା, କେବଳ କୃପା କରିବା । ତାହା ଭଗାବନ ଚୈତନ୍ୟଙ୍କର ବିଶିଷ୍ଟ ବିଶେଷତା ଥିଲା । କାରଣ ଏହି ଯୁଗରେ, ନିଶ୍ଚିତ ଭାବରେ, ଅଧର୍ମ ବହୁତ ବେଶୀ ପ୍ରମୁଖ ଅଛି । କିନ୍ତୁ ଯଦି ଭଗବାନ ଚୈତନ୍ୟ ସେମାନଙ୍କୁ ମାରିବାକୁ ଚାହାଁନ୍ତି, ତେବେ ସେମାନଙ୍କର ମୁକ୍ତିର କୌଣସି ପ୍ରଶ୍ନ ହିଁ ନାହିଁ । ସେମାନେ ହୋଇଥିବେ...ଅବଶ୍ୟ, ଯିଏ ଅବତାର ଦ୍ଵାରା ହତ୍ୟା କରାଯାଏ ସେ ମଧ୍ୟ ମୁକ୍ତି ପାଏ । କିନ୍ତୁ ଆଧ୍ୟାତ୍ମିକ ଗ୍ରହଗୁଡିକୁ ନୁହେଁ, କିନ୍ତୁ ସେମାନେ ବ୍ରହ୍ମ ଜ୍ୟୋତିରେ ଲୀନ ହୋଇ ଯଆନ୍ତି ଯେପରି ମାୟାବାଦୀମାନେ ଇଛା କରନ୍ତି । ଅନ୍ୟ ଶଦ୍ଦରେ, ମାୟାବାଦୀମାନଙ୍କର ମୁକ୍ତି ପାଇବାର ଲକ୍ଷ୍ୟ, ଭଗବାନଙ୍କର ଶତ୍ରୁମାନଙ୍କର ମୁକ୍ତି ପାଇବାର ଲକ୍ଷ୍ୟ ସହିତ ସମାନ । ତାହା ବହୁତ କଷ୍ଟକର କାମ ନୁହେଁ । ତେଣୁ ଭଗବାନ ଚୈତନ୍ୟ ହେଉଛନ୍ତି ଦୟାଳୁ, କାରଣ ସେ ସମସ୍ତଙ୍କୁ ଆଲିଙ୍ଗନ କରନ୍ତି କୃଷ୍ଣ ପ୍ରେମ ପ୍ରଦାନ କରି । ରୂପ ଗୋସ୍ଵାମୀ ଭଗବାନ ଚୈତନ୍ୟଙ୍କୁ ସବୁ ଅବତାରମାନଙ୍କ ମଧ୍ୟରୁ ଅତି ଦୟାଳୁ ଭାବେ ବର୍ଣ୍ଣନା କରିଛନ୍ତି, କାରଣ ସେ ସମସ୍ତଙ୍କୁ କୃଷ୍ଣ ଦେଉଥିଲେ, କୌଣସି ଯୋଗ୍ୟତା ବିନା । ତେଣୁ ଲୋଚନ ଦାସ ଠାକୁର କୁହଁନ୍ତି ଯେ ପରମ କରୁଣା, ପାହୁ ଦୁଇ ଜଣ, ନିତାଇ ଗୌରାଚନ୍ଦ୍ର । ଏବଂ ସେମାନେ ହେଉଛନ୍ତି ସବୁ ଅବତାରର ସାର । କେବଳ ଆନନ୍ଦ-କନ୍ଦ । ଏବଂ ସେମାନଙ୍କର ପ୍ରଚାର କରିବାର ପ୍ରଣାଳୀ ଅତି ଆନନ୍ଦମୟ । ଚୈତନ୍ୟ ମହାପ୍ରଭୁ ସୁପାରିଶ କରନ୍ତି "ତୁମେ ହରେ କୃଷ୍ଣ ଜପ କର, ଭଲ ଭାବରେ ନୃତ୍ୟକର, ଏବଂ ଯେତେବେଳେ ତୁମେ ଥକା ଅନୁଭବ କରିବ, ତ ବିଶ୍ରାମ କର ଏବଂ କୃଷ୍ଣ ପ୍ରସାଦ ଗ୍ରହଣ କର ।" ତେବେ ତାଙ୍କର ବିଧି ଅତି ଆନନ୍ଦମୟ । କେବଳ ଆନନ୍ଦ-କନ୍ଦ । ଯେତେବେଳେ ସେ ଜଗନ୍ନାଥ ପୁରୀରେ ଉପସ୍ଥିତ ଥିଲେ, ସବୁଦିନ ସଂଧ୍ୟାରେ, ନୃତ୍ୟ, ଜପ ଏବଂ ନୃତ୍ୟ ଜାରି ରହୁଥିଲା । ଏବଂ ନୃତ୍ୟ ସରିବା ପରେ, ସେ ଜଗନ୍ନାଥ ପ୍ରସାଦ ବିତରଣ କରିବାରେ ଅଭ୍ୟସ୍ତ ଥିଲେ । ତେଣୁ ପ୍ରତି ରାତିରେ ଅନେକ ହଜାର ଲୋକ ଏକତ୍ରିତ ହେଉଥିଲେ । ତେବେ ଏହି ଆନ୍ଦୋଳନ, କେବଳ ଆଧ୍ୟାତ୍ମିକ ଭାବରେ ଆନନ୍ଦମୟ ଥିଲା । କେବଳ ଆନନ୍ଦ-କନ୍ଦ ।

ତାପରେ ସେ ସୁପାରିସ୍ କରନ୍ତି, ଭଜୋ ଭଜୋ ଭାଇ, ଚୈତନ୍ୟ ନିତାଇ । "ମୋର ପ୍ରିୟ ଭାଇ, କେବଳ ଏହି ଦୁଇ ଭଗବାନଙ୍କୁ ପୂଜା କରିବାକୁ ଚେଷ୍ଟା କର, ଚୈତନ୍ୟ ଏବଂ ନିତ୍ୟାନନ୍ଦ ।" ସୁଦୃଢ ବିଶ୍ଵାସ କୋରି, "ବିଶ୍ଵାସ ଏବଂ ଦୃଢତାର ସହିତ ।" ଜଣଙ୍କର ଭଗବାନ ଚୈତନ୍ୟଙ୍କର ଶଦ୍ଦରେ ବିଶ୍ଵାସ ରହିବା ଉଚିତ୍ । ଭଗବାନ ଚୈତନ୍ୟ କୁହଁନ୍ତି "ଜପ କରି ଚାଲ । କେବଳ ଜପ କରିବା ଦ୍ଵାରା, ଜଣେ ଜୀବନର ସମସ୍ତ ପୂର୍ଣ୍ଣତା ପାଇ ପାରିବ ।" ତେବେ ଏହା ହେଉଛି ତଥ୍ୟ । ଯେ ପର୍ଯ୍ୟନ୍ତ ଆମେ ଜପ କରି ନାହୁଁ, ଆମେ ଏହା ଅନୁଭବ କରି ପାରିବା ନାହିଁ, କିନ୍ତୁ ଯେଉଁମାନେ ଜପ କରନ୍ତି, ସେମାନେ ଅନୁଭବ କରି ପାରନ୍ତି ଯେ ସେମାନେ ବହୁତ ଜଲଦି ଜୀବନର ଚା୍ହୁଁଥିବା ପୂର୍ଣ୍ଣତା ପାଇ ପାରୁଛନ୍ତି । ତେଣୁ ଆମେ ବିଶ୍ଵାସ ଏବଂ ଦୃଢତାର ସହିତ ଏହି ମନ୍ତ୍ର ଜପ କରିବା ଉଚିତ୍ । କିନ୍ତୁ ଏଥିପାଇଁ ଏକମାତ୍ର ଯୋଗ୍ୟତା ଆବଶ୍ୟକ, ସେ କୁହଁନ୍ତି, ବିଷୟ ଛାଡିୟା, ସେ ରସେ ମଜିଆ, ମୁଖେ ବୋଲୋ ହରି ହରି । ଆମକୁ ବିଶ୍ଵାସ ଏବଂ ଦୃଢତାର ସହିତ ଜପ କରିବାକୁ ହେବ, ଏବଂ ତା ସହିତ ଧ୍ୟାନ ରଖିବାକୁ ହେବ, ଆମେ ଇନ୍ଦ୍ରିୟ ସନ୍ତୁଷ୍ଟିର ବିପକ୍ଷରେ ସଚେତନ ରହିବା ଉଚିତ୍ । ବିଷୟ ଛାଡିୟା, ବିଷୟ ଅର୍ଥାତ୍ ଇନ୍ଦ୍ରିୟ ସନ୍ତୁଷ୍ଟି । ଏବଂ ଛାଡିୟା ଅର୍ଥାତ୍ ତ୍ୟାଗ କରିବା । ଜଣେ ଇନ୍ଦ୍ରିୟ ସନ୍ତୁଷ୍ଟି ତ୍ୟାଗ କରିବା ଉଚିତ୍ । ଅବଶ୍ୟ ଏହି ଭୌତିକବାଦୀ ଜୀବନରେ ଆମକୁ ଆମର ଇନ୍ଦ୍ରିୟ ମିଳିଛି ଏବଂ ଆମେ ସେଗୁଡିକୁ ବ୍ୟବହାର କରିବାରେ ଅଭ୍ୟସ୍ତ । ଆମେ ଏହା ବନ୍ଦ କରି ପାରିବା ନାହିଁ । କିନ୍ତୁ ବନ୍ଦ କରିବାର କୌଣସି ପ୍ରଶ୍ନ ନାହିଁ, କିନ୍ତୁ ଏହାକୁ ନିୟନ୍ତ୍ରଣ କରିବା । ଠିକ୍ ଯେପରି ଆମେ ଖାଇବାକୁ ଚାହୁଁଛୁ । ଵିଷୟ ଅର୍ଥାତ୍ ଖାଇବା, ଶୋଇବା, ମୈଥୁନ୍ୟ ଏବଂ ଆତ୍ମରକ୍ଷା । ତେବେ ଏହି ସମସ୍ତ ଜିନିଷ ସଂପୂର୍ଣ୍ଣ ଭାବରେ ବର୍ଜିତ ନୁହେଁ । କିନ୍ତୁ ସେଗୁଡିକ କେବଳ ମୋର କୃଷ୍ଣ ଚେତନା ସମ୍ପାଦନ କରିବା ପାଇଁ ବ୍ୟବସ୍ଥିତ ହୋଇଛନ୍ତି । ତେଣୁ ଅମେ ସ୍ଵୀକାର କରିବା ଉଚିତ୍ ନୁହେଁ... ଯେପରି ଖାଇବା । ଆମେ ସ୍ଵାଦକୁ ସନ୍ତୁଷ୍ଟ କରିବା ପାଇଁ ଖାଇବା ଉଚିତ୍ ନୁହେଁ । ଆମେ କେବଳ କୃଷ୍ଣ ଚେତନା ପାଳନ କରିବା ପାଇଁ ନିଜକୁ ସୁସ୍ଥ ରଖିବା ପାଇଁ ଖାଇବା ଉଚିତ୍ । ତେବେ ଖାଇବା ବନ୍ଦ କରାଯାଇ ପାରିବ ନାହିଁ, କିନ୍ତୁ ଏହାକୁ ନିୟନ୍ତ୍ରଣ କରି ହେବ । ସେହିପରି, ମୈଥୁନ୍ୟ । ମୈଥୁନ୍ୟ ମଧ୍ୟ ବନ୍ଦ କରାଯାଇ ପାରିବ ନାହିଁ । କିନ୍ତୁ ନିୟନ୍ତ୍ରକ ସିଦ୍ଧାନ୍ତ ହେଉଛି ଯେ ତୁମକୁ ବିବାହ କରିବାକୁ ହେବ, ଏବଂ କେବଳ କୃଷ୍ଣ ଚେତନାଶୀଳ, ପିଲା ଜନ୍ମ କରିବା ପାଇଁ ମୈଥୁନ୍ୟ ଉଚିତ୍ । ଅନ୍ୟଥା ଏହା କର ନାହିଁ । ତେବେ ସବୁକିଛି ନିୟନ୍ତ୍ରିତ । ଆତ୍ମରକ୍ଷାର ମଧ୍ୟ କୌଣସି ପ୍ରଶ୍ନ ନାହିଁ । ଅର୍ଜୁନ ଯୁଦ୍ଧ କରୁଥିଲେ, ଆତ୍ମରକ୍ଷା, କୃଷ୍ଣଙ୍କର ଆଦେଶ ଅନୁସାରେ । ତେବେ ସବୁକିଛି ଅଛି । କିଛି ବନ୍ଦ ହୋଇ ନାହିଁ । କେବଳ ଏହାକୁ ବ୍ୟବସ୍ଥିତ କରାଯାଇଛି ଆମର କୃଷ୍ଣ ଚେତନାକୁ ପାଳନ କରିବା ପାଇଁ । ବିଷୟ ଛାଡିୟା । ଆମେ ଏହି ସମସ୍ତ ବିଷୟଗୁଡିକୁ ସ୍ଵୀକାର କରିବା ଉଚିତ୍ ନୁହେଁ, ଶାରୀରିକ ଦାବିର ଏହି ଚାରୋଟି ସିଦ୍ଧାନ୍ତ, ଅର୍ଥାତ୍ ଖାଇବା, ଶୋଇବା, ମୈଥୁନ୍ୟ, ଏବଂ ଆତ୍ମରକ୍ଷା, ଇନ୍ଦ୍ରୟ ସନ୍ତୁଷ୍ଟି ପାଇଁ । ନା । ରାଜନେତାମାନେ, ସେମାନେ ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ ଝଗଡା କରନ୍ତି । ସେମାନେ ଲୋକମାନଙ୍କର ଭଲ ଦେଖିପାରନ୍ତି ନାହିଁ । ସେମାନଙ୍କର ରାଜନୀତିକ ଉନ୍ନତି ପାଇଁ ସେମାନେ ଝଗଡା କରନ୍ତି । ସେହି ଝଗଡା ମନା କରାଯାଇଛି । କିନ୍ତୁ ଯେତେବେଳେ ଲୋକମାନଙ୍କର ରକ୍ଷା ପାଇଁ ଝଗଡା ଆବଶ୍ୟକ , ସେହି ଝଗଡା କରାଯିବା ଉଚିତ୍ । ତେଣୁ ଆମେ ଇନ୍ଦ୍ରିୟ ସନ୍ତୁଷ୍ଟିର ଏହି ସିଦ୍ଧାନ୍ତକୁ ତ୍ୟାଗ କରିବା ଉଚିତ୍, କିମ୍ଵା ଇନ୍ଦ୍ରିୟ ସନ୍ତୁଷ୍ଟିର ପ୍ରକ୍ରିୟାକୁ ।

ଦେଖୋ ଦେଖୋ ଭାଇ ତ୍ରି-ଭୂବନେ ନାଇ । ତାପରେ ସେ କୁହଁନ୍ତି, "ଟିକିଏ ଦେଖ, ଆଉ କେହି ଏତେ ଦୟାଳୁ ନାହାଁନ୍ତି ।" ପଶୁ ପକ୍ଷୀ ଝୁରେ, ପାଷାଣ ବିଦରେ । ତାଙ୍କର ଦୟା ଦ୍ଵାରା ଏପରିକି ପକ୍ଷୀ ଏବଂ ପଶୁମାନେ, ସେମାନେ ମଧ୍ୟ ପୋଷିତ ହୁଅଁନ୍ତି । ବାସ୍ତବରେ, ଯେତେବେଳେ ଚୈତନ୍ୟ ମାହାପ୍ରଭୁ ଝାରଖଣ୍ଡ ନାମକ ଜଙ୍ଗଲ ଦେଇ ଯାଉଥିଲେ, ମଧ୍ୟ ଭାରତରେ, ସେ କେବଳ ତାଙ୍କର ବ୍ୟକ୍ତିଗତ ପରିଚାରକ ସହିତ ଥିଲେ, ଏବଂ ସେ ଏକେଲା ଥିଲେ, ଏବଂ ଯେତେବେଳେ ସେ ଜଙ୍ଗଲ ଦେଇ ଯାଉଥିଲେ, ସେ ଏକ ବାଘକୁ ସ୍ପର୍ଶ କରିଲେ । ସେ ଶୋଇଥିଲା, ଏବଂ ବାଘଟି ଗର୍ଜନ କରି ଉତ୍ତର ଦେଲା । ସାଥୀ, ଚୈତନ୍ୟ ମାହାପ୍ରଭୁଙ୍କର ପରିଚାରକ, ସେ ଭାବିଲେ, "ବର୍ତ୍ତମାନ ଆମେ ମରିଲୁ ।" କିନ୍ତୁ ବାସ୍ତବରେ, ଚୈତନ୍ୟ ମାହାପ୍ରଭୁ ବାଘକୁ ପଚାରିଲର, "ତୁ କାହିଁକି ଶୋଇଛୁ? ଛିଡା ହୁଅ । ହରେ କୃଷ୍ଣ ଜପ କର ।" ଏବଂ ବାଘଟି ନାଚିବାକୁ ଲାଗିଲା । ତେବେ ବାସ୍ତବରେ, ଏହା ହୋଇଥିଲା । ଯେତେବେଳେ ଚୈତନ୍ୟ ମହାପ୍ରଭୁ ଏହି ହରେ କୃଷ୍ଣ ଆନ୍ଦୋଳନ ପ୍ରଚାର କରୁଥିଲେ, ବାଘମାନେ, ହରିଣମାନେ... ସମସ୍ତେ ଯୋଗ ଦେଇଥିଲେ । ତେଣୁ, ଅବଶ୍ୟ, ଆମେମାନେ ଏତେ ଶକ୍ତିଶାଳୀ ନାହୁଁ । କିନ୍ତୁ ଏହା ସମ୍ଭବ, ତାହା... ଅତି କମରେ, ଆମେ ଦେଖିଛୁ, କୁକୁରମାନେ ସଂକୀର୍ତ୍ତନରେ ନାଚନ୍ତି । ତେଣୁ ଏହାକୁ ସ୍ଵୀକାର କରିବା ମଧ୍ୟ ସମ୍ଭବ... କିନ୍ତୁ ଆମେ ଏପରି ମହାନ ବିପଦ ନେବା ପାଇଁ ପ୍ରୟାସ କରି ପାରିବା ନାହିଁ । କିନ୍ତୁ ଚୈତନ୍ୟ ମହାପ୍ରଭୁ ବାଘକୁ ନାଚିବା ପାଇଁ ପ୍ରେରିତ କରି ପାରୁଥିଲେ, ଆମେମାନେ ଅତି କମରେ ମନୁଷ୍ୟମାନଙ୍କୁ ନାଚିବା ପାଇଁ ପ୍ରେରିତ କରି ପାରିବା । ଏହା ଏତେ ଭଲ ଆନ୍ଦୋଳନ ।

ତେବେ ପଶୁ ପକ୍ଷୀ ଝୁରେ, ପାଷାଣ ବିଦରେ । ପାଷାଣ ଅର୍ଥାତ୍ ପଥର । ତେଣୁ ଏପରିକି ପଥରର ହୃଦୟ ଥିବା ବ୍ୟକ୍ତି ମଧ୍ୟ ହରେ କୃଷ୍ଣ ମନ୍ତ୍ର ଜପ କରିବା ଦ୍ଵାରା ତରଳି ଯାଏ । ତାହା ଆମେ ଅନୁଭବ କରିଛୁ, ଦେଖିଛୁ । ପାଷାଣ ବିଦରେ, ଶୁଣି ଯାର ଗୁଣ-ଗାଥା । କେବଳ ଭଗବାନ ଚୈତନ୍ୟଙ୍କର ଦିବ୍ୟ ଲୀଳା ଏବଂ ବିଶେଷତାଗୁଡିକୁ ଶୁଣିବା ଦ୍ଵାରା, ଏପରିକି କଠୋର-ହୃଦୟ ବ୍ୟକ୍ତିମାନେ, ସେମାନେ ମଧ୍ୟ ତରଳି ଯାଆଁନ୍ତି । ଅନେକ ଉଦାହରଣ ଅଛି । ଜଗାଇ ମାଧାଇ । ଅନେକ ପତୀତ ଆତ୍ମା, ସେମାନେ ଉଚ୍ଚତମ ଆଧ୍ୟାତ୍ମିକ ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ଯାଆଁନ୍ତି । ତାପରେ ଲୋଚନ ଦାସ ଠାକୁର କୁହଁନ୍ତି ଯେ ବିଷୟ ମଜିଆ, ରୋହିଲି ପୋରିୟା । "ଦୁର୍ଭାଗ୍ୟ ବସତଃ ମୁଁ ଏହି ଶାରୀରିକ ଦାବିଗୁଡିକରେ, କିମ୍ଵା ଇନ୍ଦ୍ରିୟ ସନ୍ତୁଷ୍ଟିରେ ବହୁତ ବେଶୀ ଫଶି ଯାଇଛି, ଯେ ମୁଁ ଚୈତନ୍ୟ ମହାପ୍ରଭୁଙ୍କର ଚରଣ କମଳକୁ ଭୁଲି ଯାଇଛି ।" ବିଷୟ ମଜିଆ, ରୋହିଲି ପୋରିୟା, ସେ ପଦେ ନୋହିଲା ଆଶ । "ମୁଁ ଚୈତନ୍ୟ ମହାପ୍ରଭୁଙ୍କର ଚରଣ କମଳ ସହିତ ସଂଯୁକ୍ତ ହେବା ପାଇଁ ଇଛା କରୁ ନାହିଁ ।" ତେବେ ଏପରି କାହିଁକି ହୁଏ? ତେଣୁ ସେ ବିଳାପ କରୁଛନ୍ତି ଯେ ଆପଣା କରମ ଭୁଞ୍ଜୟେ ଶମନ, ଯେ, "ମୁଁ ମୋର ପୂର୍ବ କୁକର୍ମ ଯୋଗୁଁ ପୀଡିତ ହେଉଛି, ଯେ ମୁଁ କୃଷ୍ଣ ଚେତନା ଆନ୍ଦୋଳନ ଦ୍ଵାରା ଆକର୍ଷିତ ହୋଇ ପାରୁ ନାହିଁ । ଏହା ଯମରାଜଙ୍କ ଦ୍ଵାରା ମୋତେ ଦିଆଯାଇଥିବା ଏକ ଦଣ୍ଡ, ମୃତ୍ୟୁର ଅଧ୍ୟକ୍ଷ । ବାସ୍ତବରେ, ଏହି କୃଷ୍ଣ ଚେତନା ଆନ୍ଦୋଳନ, ସଂକୀର୍ତ୍ତନ ଆନ୍ଦୋଳନ, ହେଉଛି ବହୁତ ଭଲ ଏବଂ ଆକର୍ଷକ, ବହୁତ ସହଜ, ମୋର କହିବାର ଅର୍ଥ ହେଲା, ନିଷ୍କପଟ ବ୍ୟକ୍ତି ମଧ୍ୟ ଆକର୍ଷିତ ହୋଇ ପାରିବ । କିନ୍ତୁ ଯଦି କେହି ଆକର୍ଷିତ ନ ହୁଆଁନ୍ତି, ଏହା ବୁଝିବାକୁ ହେବ ଯେ ସେ ମୃତ୍ୟୁର ଅଧ୍ୟକ୍ଷଙ୍କର ନିୟମ ଦ୍ଵାରା ଦଣ୍ଡିତ ହୋଇଛି । ଯାହା ହେଉ, ଯଦି ଆମେ ଜପ କରିବାର ସିଦ୍ଧାନ୍ତ ସହିତ ଲାଗି ରହିବା, ତେବେ ଏପରିକି ଯମରାଜ, ମୃତ୍ୟୁର ଅଧ୍ୟକ୍ଷ, ସେ ମଧ୍ୟ ଦଣ୍ଡ ଦେବାରେ ବିଫଳ ହେବେ । ତାହା ହେଉଛି ବ୍ରହ୍ମ-ସଂହିତାର ବିଚାର । ବ୍ରହ୍ମ ସଂହିତା କୁହଁନ୍ତି, ଜଣେ ଯିଏ ଏହି ଭକ୍ତିମୟ ଜୀବନକୁ ଗ୍ରହଣ କରନ୍ତି, ତାର ପୂର୍ବ ଜନ୍ମର ପ୍ରତିକ୍ରିୟା ତୁରନ୍ତ ବ୍ୟବସ୍ଥିତ ହୋଇଯିବ । ତେଣୁ ଆମେ ସମସ୍ତେ ଏହି କୃଷ୍ଣ ଚେତନା ଆନ୍ଦୋଳନକୁ ସ୍ଵୀକାର କରିବା ଉଚିତ୍, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ ଜପ କରିବା ଦ୍ଵାରା ।