OR/Prabhupada 0102 - ମନର ଗତି

Revision as of 09:49, 5 November 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0102 - in all Languages Category:OR-Quotes - 1973 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on SB 5.5.1-8 -- Stockholm, September 8, 1973 ବର୍ତ୍ତମାନ ତୁମେ ଉଡ଼ାଜାହାଜ ପାଇଛ, ତାହା ଭାରି ଭଲ । କିନ୍ତୁ ତୁମେ ଭୌତିକ ଗ୍ରହଗୁଡ଼ିକରେ ମଧ୍ୟ ପହଁଞ୍ଚିପାରିବ ନାହିଁ । ତେଣୁ ତୁମେ ଯଦି ଆଧ୍ୟାତ୍ମିକ ଗ୍ରହକୁ ଯିବାକୁ ଚାହୁଁଛ, ତେବେ ତୁମେ ଏକ ଉଡ଼ାଜାହାଜ ନିର୍ମାଣ କରିପାରିବ ଯିଏ ମନର ଗତିରେ ଚାଲିବ । କିମ୍ଵା ପବନର ଗତିରେ । ଯେଉଁମାନେ ପଦାର୍ଥବିଜ୍ଞାନୀ, ସେମାନେ ଜାଣିଥିବେ ପବନର ଗତି କ'ଣ, ଆଲୋକର ଗତି କ'ଣ । ତେଣୁ ମନର ଗତି, ଏହି ଗତି ଠାରୁ ଅଧିକ । ଯେଉଁମାନେ ପଦାର୍ଥବିଜ୍ଞାନୀ, ସେମାନେ ଜାଣିଥିବେ ପବନ ଏବଂ ଆଲୋକ କେତେ ତୀବ୍ର ଅଟନ୍ତି । ତଥାପି ମନ ଅଧିକ ତୀବ୍ର ଅଟେ । ତୁମର ଅନୁଭୁତି ଥିବ । ବର୍ତ୍ତମାନ ତୁମେ ଏଠାରେ ବସିଛ । ତୂରନ୍ତ, ଏକ ମୂହୁର୍ତ୍ତରେ, ତୁମେ ଆମେରିକା, ଭାରତ ଯାଇପାରିବ, ତୂରନ୍ତ । ତୁମେ ଘରକୁ ଯାଇପାରିବ । ତୁମେ ବସ୍ତୁ ଦେଖିପାରିବ - ଅବଶ୍ୟ ମନର ଗତି ସାହାର୍ଯ୍ୟରେ । ତେଣୁ ବ୍ରହ୍ମ ସଂହିତା କୁହେ ଯେ ଏପରିକି ତୁମେ ଉଡ଼ାଜାହାଜ ନିର୍ମାଣ କରିପାରିବ ଯାହାର ମନ ପରି ଗତି ଥିବ, ଯାହାର ପବନ ପରି ଗତି ଥିବ - ପନ୍ଥାସ୍ ତୁ କୋଟି-ସତ-ବସ୍ର-ସମ୍ପ୍ରାଗମ୍ୟହ - ଏବଂ ସେହି ଗତି ସହିତ ତୁମେ ଅନେକ ଲକ୍ଷ୍ୟ ବର୍ଷ ଯାଇପାରିବ, ତଥାପି ତୁମେ ଖୋଜିପାରିବ ନାହିଁ ଗୋଲକ ବୃନ୍ଦାବନ କେଉଁଠାରେ ଅଛି । ତଥାପି, ତୁମେ ଖୋଜିପାରିବ ନାହିଁ । ପନ୍ଥାସ୍ ତୁ କୋଟି-ସତ-ବସ୍ର-ସମ୍ପ୍ରାଗମ୍ୟହ ବାୟୁର୍ ଅଥାପି ମାନସୋ ମୁନି-ପୁଙ୍ଗବାନମ (Bs. 5.34) । ଏହା ନୁହେଁ ଯେ ପୂର୍ବ ଆଚାର୍ଯ୍ୟ ଏବଂ ଅନ୍ୟମାନେ, ଜାଣି ନ ଥିଲେ, ଉଡ଼ାଜାହାଜ କ'ଣ, ଗତି କ'ଣ, କିପରି ଚଲେଇବେ । ମୁର୍ଖ ଭାବରେ ବିଚାର କର ନାହିଁ, ଯେପରି ସେମାନେ ନିର୍ମାଣ କରିଛନ୍ତି । ଏହା କିଛି ନୁହେଁ, ତୃତୀୟ, ଏପରିକି ଚତୁର୍ଥ ଶ୍ରେଣୀ ମଧ୍ୟ ନୁହଁ, ଦଶମ ଶ୍ରେଣୀର । ଅତି ଭଲ ଉଡ଼ାଜାହାଜ ଅଛି । ବର୍ତ୍ତମାନ ଏକ ପ୍ରସ୍ତାବ ଅଛି ଯେ ତୁମେ ଏକ ଉଡ଼ାଜାହାଜ ନିର୍ମାଣ କର ଯାହା ମନର ଗତିରେ ଚାଲିବ । ବର୍ତ୍ତମାନ ଏକ ପ୍ରସ୍ତାବ ଅଛି - ଏହା କର । ତୁମେ ଏକ ଉଡ଼ାଜାହାଜ ନିର୍ମାଣ କରିପାରିବ ଯାହା ପବନର ଗତିରେ ଚାଲିବ । ସେମାନେ ଭାବୁଛନ୍ତି ଯେ ଆଲୋକର ଗତିରେ, ଯଦି ଆମେ ଉଡ଼ାଜାହାଜ ନିର୍ମାଣ କରି ପାରିବା, ତଥାପି, ସର୍ବୋଚ୍ଚ ଗ୍ରହରେ ପହଞ୍ଚିବାକୁ ଏହା ଚାଳିଶି ବର୍ଷ ସମୟ ନେବ । ସେମାନେ ଭାବୁଛନ୍ତି, ଯଦି ଏହା ସମ୍ଭବ ।

କିନ୍ତୁ ଏପର୍ଯ୍ୟନ୍ତ ଆମେ ଦେଖିଛୁ, ଯେଉଁମାନେ ପେଚ ଏବଂ କଣ୍ଟାରେ ବ୍ୟସ୍ତ, କିପରି ଏହି ଅପ୍ରଖର ମସ୍ତିଷ୍କ, ସେମାନେ ଏପରି ଜିନିଷ ନିର୍ମାଣ କରିପାରିବେ? ତାହା ସମ୍ଭବ ନୁହେଁ । ଏହା ଅନ୍ୟ ଏକ ମସ୍ତଷ୍କ ଆବଶ୍ୟକ କରେ । ଯୋଗୀମାନେ ଯାଇପାରିବେ, ଯୋଗୀମାନେ ଯାଇପାରିବେ । ଯେପରିକି ଦୁର୍ବାସା ମୁନି । ସେ ବୈକୁଣ୍ଠ ଲୋକକୁ ଯାଇଥିଲେ, ଏବଂ ସେ ବ୍ୟକ୍ତିଗତ ଭାବରେ ଭଗବାନ ବିଷ୍ଣୁଙ୍କୁ ବୈକୁଣ୍ଠ ଲୋକରେ ଦେଖି ଥିଲେ କ୍ଷମା ମାଗିବା ପାଇଁ କାରଣ ତାଙ୍କର(ବିଷ୍ଣୁ) ଚକ୍ର ଦୁର୍ବାସା ମୁନିଙ୍କୁ ମାରିବା ପାଇଁ ପଛରେ ପଡ଼ିଥିଲା । ସେ ଏକ ବୈଷ୍ଣବକୁ ନିନ୍ଦା କରିଥିଲେ । ତାହା ଅନ୍ୟ ଏକ କାହାଣୀ ଅଟେ । ତେଣୁ ଏହି ପ୍ରକାରରେ ବାସ୍ତବରେ ମନୁଷ୍ୟ ଜୀବନ ସେହି ଉଦ୍ଦେଶ୍ୟ ପାଇଁ ଅଛି, ଭଗବାନ ଏବଂ ତାଙ୍କ ଶକ୍ତିଗୁଡ଼ିକୁ ବୁଝିବା ପାଇଁ ଏବଂ ଆମର ପୁରାତନ ସଂମ୍ପର୍କ ତାଙ୍କ ସହିତ ପୁନଃଜ୍ଜୀବିତ କରିବା ପାଇଁ । ତାହା ମୁଖ୍ୟ କାମ ଅଟେ । କିନ୍ତୁ ଦୁଃର୍ଭାଗ୍ୟବଶତ ସେମାନେ କାରଖାନା, ଏବଂ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ, ଘୁଷୁରି ଏବଂ କୁକୁର ପରି କାମ କରିବା ପାଇଁ, ଏବଂ ସେମାନଙ୍କର ସଂପୂର୍ଣ୍ଣ ଶକ୍ତି ନଷ୍ଟ ହେଉଛି । କେବଳ ନଷ୍ଟ ହେଉନାହିଁ, କିନ୍ତୁ ସେମାନଙ୍କର ଚରିତ୍ର, ସେମାନେ ଅତି କଠିନ ପରିଶ୍ରମ କରୁଛନ୍ତି, ତେଣୁ ଏତେ କଠିନ ପରିଶ୍ରମ କରିବା ପରେ ସେମାନେ ମଦ୍ୟପାନ କରିବେ । ମଦ୍ୟପାନ କରିବା ପରେ, ସେମାନେ ମାଂସ ଭକ୍ଷଣ କରିବେ । ଏବଂ ଏହି ସଂଯୋଗ ପରେ, ସେମାନେ ଯୌନକ୍ରିୟା ଆବଶ୍ୟକ କରିବେ । ତେଣୁ ଏହିପରି ଭାବରେ, ସେମାନଙ୍କୁ ଅନ୍ଧକାରରେ ରଖାଯାଇଛି । ଏବଂ ଏଠାରେ, ଋଶବ ଦେବଙ୍କର ଶ୍ଳୋକରେ, ସେ ଚେତାବନୀ ଦେଉଛନ୍ତି । ସେ ଚେତାବନୀ ଦେଉଛନ୍ତି, ସେ ତାଙ୍କ ପୁତ୍ରକୁ କହୁଛନ୍ତି, କିନ୍ତୁ ଆମେ ଏଥିରୁ ଶିକ୍ଷା ନେବା ଉଚିତ୍ । ସେ କହୁଛନ୍ତି: ନ୍ୟାୟମଂ ଦେହୋ ଦେହ-ଭାଜମ ନୃଲୋକେ କଷ୍ଟାନ୍ କାମନ୍ ଅରହତେ ବିଦ୍-ଭୂଜମ୍ ଯେ (SB 5.5.1) କାମନ୍ ଅର୍ଥାତ୍ ଜୀବନର ଆବଶ୍ୟକତା । ତୁମେ ତୁମର ଜୀବନର ଆବଶ୍ୟକତାଗୁଡ଼ିକୁ ଅତି ସହଜରେ ପାଇପାରିବ । କ୍ଷେତରେ ଚାଷ କରିବା ଦ୍ଵାରା ତୁମେ ଶସ୍ୟ ପାଇପାରିବ । ଏବଂ ଯଦି ଗାଈ ଅଛି, ତୁମେ କ୍ଷୀର ପାଇବ । ବାସ୍ । ତାହା ଯଥେଷ୍ଟ ଅଟେ । କିନ୍ତୁ ନେତାମାନେ ଯୋଜନା କରୁଛନ୍ତି, ଯେ ଯଦି ସେମାନେ ସେମାନଙ୍କର ଚାଷ କାର୍ଯ୍ୟରେ ସନ୍ତୁଷ୍ଟ, ଅଳ୍ପ ଶସ୍ୟ ଏବଂ କ୍ଷୀରରେ, ତେବେ କାରଖାନାରେ କିଏ କାମ କରିବ? ତେଣୁ ସେମାନେ ଏତେ କର ନେଉଛନ୍ତି ଯେ ତମେ ସାଧାରଣ ଜୀବନ ଯାପନ କରି ପାରିବ ନାହିଁ । ଏହା ହେଉଛି ସ୍ଥିତି । ଏପରିକି ତୁମେ ଯଦି ଇଛା କରିବ, ଆଧୁନିକ ନେତାମାନେ ତୁମକୁ ଅନୁମତି ଦେବେ ନାହିଁ । ସେମାନେ ତୁମକୁ କୁକୁର ଏବଂ ଘୁଷୁରି ଏବଂ ଗଧ ପରି କାମ କରିବାକୁ ବାଧ୍ୟ କରିବେ । ଏହା ହେଉଛି ସ୍ଥିତି ।