OR/Prabhupada 0187 - ସର୍ବଦା ଉଜ୍ଜ୍ଵଳ ଆଲୋକରେ ରୁହ

Revision as of 14:05, 4 December 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0187 - in all Languages Category:OR-Quotes - 1975 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on SB 2.8.7 -- Los Angeles, February 10, 1975

ତେଣୁ ଏହି ଅଜ୍ଞାନତା ଚାଲିଛି । ସେଥିପାଇଁ ଭବିଷ୍ୟତର ମାର୍ଗଦର୍ଶନ ପାଇଁ, ପରୀକ୍ଷିତ ମାହାରାଜା ଏହି ପ୍ରଶ୍ନ ପଚାରିଥିଲେ, ଯେ "କିପରି ଜୀବମାନେ ଏହି ଶରୀର ପାଆନ୍ତି, ଭୌତିକ ଶରୀର? ସ୍ଵୟଂଚାଳିତ ଭାବରେ, ବିନା କୌଣସି କାରଣ ଯୋଗୁଁ, କିମ୍ଵା କାରଣ ଯୋଗୁଁ?" କିନ୍ତୁ କାରଣ ସହିତ...ଏହା ବର୍ଣ୍ଣନା କରାଯିବ । ଏହା ନୁହେଁ... ଯେତେବେଳେ କାରଣ ଥାଏ...ଯେପରି ତୁମେ କିଛି ରୋଗ ସଂକ୍ରମିତ କର, ସ୍ଵୟଂଚାଳିତ ଭାବରେ ତୁମେ ରୋଗରେ ପୀଡ଼ିତ ହେବ । ଏହା ସ୍ଵୟଂଚାଳିତ ଭାବରେ ଆସିବ । ତାହା ହେଉଛି ସ୍ଵୟଂଚାଳିତ । କିନ୍ତୁ ତୁମର ସଂକ୍ରମିତ ହେବା, ତାହା ହେଉଛି କାରଣ । ତେଣୁ ତୁମେ ଯଦି ସଂକ୍ରମିତ ନ ହେବା ପାଇଁ ସତର୍କ ହୋଇଯାଅ, ତେବେ ତୁମେ ନୀଚ ଜନ୍ମ କିମ୍ଵା ପୀଡ଼ା ପରିହାର କରି ପାରିବ । ସେଥିପାଇଁ ଆମେ ଏହି ସମାଜ ଆରମ୍ଭ କରିଛୁ, ସମାଜ । ସମାଜ ଅର୍ଥ ହେଉଛି ଯେ ତୁମକୁ ଏଠାରେ ଉନ୍ନତି କରିବାର କାରଣ ମିଳିଯିବ । ଯେପରି ଏତେ ସାରା ସମାଜ ଅଛି, ପୁରୁଷମାନଙ୍କର ସମାନ ଶ୍ରେଣୀ । "ଏକ ପ୍ରକାରର ଡେଣା ଥିବା ପକ୍ଷୀମାନେ ଏକତ୍ର ହୋଇ ରହୁଛନ୍ତି ।" ତେଣୁ ଏଠାରେ ଏକ ସମାଜ ଅଛି । ଏଠାରେ କେଉଁ ପଲ ଅଛନ୍ତି? ଏଠାକୁ କିଏ ଆସିବ? କାରଣ ଏହି ସମାଜ ମୁକ୍ତି ପାଇଁ ହୋଇଛି... ଲୋକମାନେ ଜୀବନର ଭୌତିକ ଅବସ୍ଥା ପାଇଁ ଏତେ ପୀଡ଼ିତ ହେଉଛନ୍ତି । କେହି ଖୁସୀ ନାହାଁନ୍ତି । ତାହା ହେଉଛି ତଥ୍ୟ । କିନ୍ତୁ କାରଣ ସେମାନେ ଅଜ୍ଞାନତାରେ ଅଛନ୍ତି, ସେମାନେ ଦୁଃଖକୁ ଖୁସୀ ଭାବରେ ନେଉଛନ୍ତି । ଏହାକୁ ମାୟା କୁହାଯାଏ । ଏହାକୁ ମାୟା କୁହାଯାଏ ।

ଯନ ମୈଥୁନାଦି-ଗ୍ରହମେଧି-ସୁଖମ ହି ତୁଚ୍ଛମ (SB 7.9.45) । ଏହି ମାୟା ଯୌନ ଜୀବନରେ ଅଧିକ ପ୍ରକଟ ହୁଏ । ସେମାନେ ଯୌନ ଜୀବନକୁ ଭାରି ଭଲ ଭାବନ୍ତି, କିନ୍ତୁ ତାହା ପରେ, ଅନେକ କଷ୍ଟ ଅଛି । ଆଇନ ସଙ୍ଗତ କିମ୍ଵା ଅବୈଧ, ଏହା ଫରକ ପକାଏ ନାହିଁ । ଆଇନ ସଙ୍ଗତ କଷ୍ଟ କିମ୍ଵା ଅବୈଧ କଷ୍ଟ, କିନ୍ତୁ ଏହା ହେଉଛି କଷ୍ଟ । ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ, ଆମେ ଜାଣିଛୁ । ସେଥିପାଇଁ ସବୁକିଛି...ଏକ ଖରାପ ମୂଲର ସବୁଠାରୁ ଭଲ ଉପଯୋଗ କରିବା । ଆମେ ଏହି ଭୌତିକ ଶରୀର ପାଇଛୁ । କାରଣ ଥିଲା । କାରଣ ଥିଲା ଯେ ଆମେ ଉପଭୋଗ କରିବାକୁ ଚାହୁଁ ଥିଲୁ ଏବଂ କୃଷ୍ଣଙ୍କର ସେବା କରିବାକୁ ପସନ୍ଦ କରୁ ନ ଥିଲୁ । ଏହା ହେଉଛି କାରଣ । କୃଷ୍ଣ-ବିରମୁଖ ହାନା ଭୋଗ ବାଞ୍ଛା କରେ । ଆମେମାନେ କୃଷ୍ଣଙ୍କର ସେବା କରୁଛୁ । ତାହା ହେଉଛି ଆମର, ମୋ କହିବାର ଅର୍ଥ ହେଲା, ସ୍ଥାନ, ପ୍ରାକୃତିକ ସ୍ଥାନ, କୃଷ୍ଣଙ୍କର ସେବା କରିବା ପାଇଁ, କିନ୍ତୁ ବେଳେ ବେଳେ ଆମେ ଇଛା କରୁ "ମୁଁ କାହିଁକି କୃଷ୍ଣଙ୍କର ସେବା କରିବି? ମୁଁ କାହିଁକି ଆଧ୍ୟାତ୍ମିକ ଗୁରୁଙ୍କର ସେବା କରିବି? ମୁଁ ଉପଭୋଗ କରିବି । ମୁଁ ଉପଭୋଗ କରିବି ।" କିନ୍ତୁ ସେହି ଆନନ୍ଦ କୃଷ୍ଣଙ୍କର ସେବାରେ ଥିଲା, କିନ୍ତୁ ସେ କୃଷ୍ଣଙ୍କ ଠାରୁ ଅଲଗା ହୋଇ ଉପଭୋଗ କରିବାକୁ ଚାହୁଁଥିଲା । ତାହା ହେଉଛି ପତନର କାରଣ । କୃଷ୍ଣଙ୍କ ସହିତ ତୁମେ ଅତି ଭଲ ଭାବରେ ଉପଭୋଗ କରିପାରିବ । ତୁମେ ଛବି ଦେଖିଛ, କିପରି ଗୋପିମାନେ କୃଷ୍ଣଙ୍କ ସହିତ ଭଲ ଭାବରେ ନୃତ୍ୟ କରୁଛନ୍ତି, ଉପଭୋଗ କରୁଛନ୍ତି; ଗୋପାଳ ବାଳକମାନେ ଖେଳୁଛନ୍ତି,ଉପଭୋଗ କରୁଛନ୍ତି । କୃଷ୍ଣଙ୍କ ସହିତ, ତାହା ହେଉଛି ତୁମର ପ୍ରକୃତ ଉପଭୋଗ । କିନ୍ତୁ କୃଷ୍ଣଙ୍କ ବିନା, ଯେତେବେଳେ ତୁମେ ଉପଭୋଗ କରିବାକୁ ଚାହଁ, ତାହା ହେଉଛି ମାୟା । ତାହା ହେଉଛି ମାୟା ।

ତେଣୁ ମାୟା ସର୍ବଦା ଅଛି, ଏବଂ ଆମେମାନେ... କାରଣ ଯେ ପର୍ଯ୍ୟନ୍ତ ଅନ୍ଧକାର ନାହିଁ, ତୁମେ ଉଜ୍ଜ୍ଵଳତାର ଉତ୍କୃଷ୍ଠତାକୁ ପ୍ରଶଂସା କରିବ ନାହିଁ ; ସେଥିପାଇଁ କୃଷ୍ଣ ଅନ୍ଧକାର ସୃଷ୍ଟି କରିଛନ୍ତି, ମାୟା ମଧ୍ୟ, କି ତୁମେ ଉଜ୍ଜ୍ଵଳତାର ପ୍ରଶଂସା କରିପାରିବ । ଦୁଇଟି ଜିନିଷ ଆବଶ୍ୟକ । ଉଜ୍ଜ୍ଜଳତା ବିନା, ଅନ୍ଧକାରର ପ୍ରଶଂସା କରାଯାଇ ପାରିବ ନାହିଁ, ଏବଂ ଅନ୍ଧକାର... ଅନ୍ଧକାର ବିନା, ଉଜ୍ଜ୍ଵଳତାର ପ୍ରଶଂସା କରାଯାଇ ପାରିବ ନାହିଁ । ଦୁଇଟି ଜିନିଷ ଅଛି, ମିଶିକରି । ଯେପରିକି ସୂର୍ଯ୍ୟ କିରଣ ଅଛି, ଏବଂ ଏଠାରେ ଛାୟା ଅଛି, ମିଶିକରି । ତୁମେ ଛାୟାରେ ରହି ପାରିବ; ତୁମେ ସୂର୍ଯ୍ୟକିରଣରେ ରହି ପାରିବ । ତାହା ତୁମ ପସନ୍ଦ । ଯଦି ଆମେ ଅନ୍ଧକାରରେ ରହିବା, ତେବେ ଆମର ଜୀବନ ଦୟନୀୟ ହୋଇଯିବ, ଏବଂ ଯଦି ଆମେ ଆଲୋକରେ ରହିବା, ଉଜ୍ଜ୍ଵଳତା... ସେଥିପାଇଁ ଵୈଦିକ ସାହିତ୍ୟ ଆମକୁ ନିର୍ଦ୍ଦେଶ ଦିଏ, ତମସି ମା: "ଅନ୍ଧକାରରେ ରୁହ ନାହିଁ ।" ଜ୍ୟୋତିର ଗମ: "ଆଲୋକକୁ ଯାଅ ।" ତେଣୁ ଏହି ପ୍ରୟାସ, କୃଷ୍ଣଚେତନା ଅନ୍ଦୋଳନ, ଲୋକମାନଙ୍କୁ ଅନ୍ଧକାରରୁ ଆଲୋକକୁ ଆଣିବା ପାଇଁ ଏକ ପ୍ରୟାସ । ତେଣୁ ଏହି ସୁଯୋଗର ଅପପ୍ରୟୋଗ କର ନାହିଁ । ଯେ କୌଣସି ପ୍ରକାରରେ, ତୁମେ ଏହି ଅନ୍ଦୋଳନର ସଂସ୍ପର୍ଶରେ ଆସିଛ । ଏହାର ଉଚିତ୍ ଉପଯୋଗ କର । ଅନ୍ଧକାରକୁ ଯାଅ ନାହିଁ । ସର୍ବଦା ଉଜ୍ଜ୍ଵଳ ଆଲୋକରେ ରୁହ ।

ବହୁତ ବହୁତ ଧନ୍ୟବାଦ ।