OR/Prabhupada 0189 - ଭକ୍ତମାନଙ୍କୁ ତିନି ଗୁଣରୁ ଉର୍ଦ୍ଧ୍ଵରେ ରଖ

Revision as of 16:37, 4 December 2017 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0189 - in all Languages Category:OR-Quotes - 1975 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


ତୁମେ ପ୍ରକୃତିର ନିୟମ ପରିବର୍ତ୍ତନ କରିପାରିବ ନାହିଁ । ଅସ୍ତିତ୍ଵ ପାଇଁ ସଂଘର୍ଷ: ଆମେ ପ୍ରକୃତିର ନିୟମ ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରୁଛୁ । ଏହା ସମ୍ଭବ ନୁହେଁ । ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା ଦୁରାତ୍ୟୟା (BG 7.14) । ତେଣୁ ଏଗୁଡ଼ିକ ହେଉଛି ଅଧ୍ୟୟନର ବିଷୟବସ୍ତୁ । କାହିଁକି, ସମସ୍ତେ କିଛି ମାତ୍ରାରେ ଦୁଃଖୀ ଏବଂ ସୁଖୀ ଅଛନ୍ତି? ଏହି ଗୁଣମାନଙ୍କ ଅନୁସାରେ । ଏଠାରେ ଏହା କୁହାଯାଇଛି, ସେଥିପାଇଁ, କି "ଯେପରି ଆମେ ଏହି ଜୀବନରେ ଦେଖୁଛୁ, ଏହି ଜୀବନର ଅବଧୀ ମଧ୍ୟରେ, ବିଭିନ୍ନତା ଅଛି, ସେହିପରି, ଗୁଣ-ବୈଚିତ୍ରୟାତ, ଗୁଣର ବିଭିନ୍ନତା ଦ୍ଵାରା, ଗୁଣ-ବୈଚିତ୍ରୟାତ," ତଥାନ୍ୟତ୍ରାନୁମୀୟତେ । ଅନ୍ୟତ୍ର ଅର୍ଥାତ୍ ପରବର୍ତ୍ତୀ ଜୀବନ କିମ୍ଵା ପରବର୍ତ୍ତୀ ଗ୍ରହ କିମ୍ଵା କିଛି ବି । ସବୁକିଛି ନିୟନ୍ତ୍ରିତ ଅଛି । ତ୍ରୈଗୁଣ୍ୟ-ବିଶୟା ବେଦା ନିସତ୍ରୈଗୁଣ୍ୟୋ ଭବାର୍ଜୁନ । କୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଇଛନ୍ତି ଯେ "ସଂପୂର୍ଣ୍ଣ ଭୌତିକ ଜଗତକୁ ଏହି ତିନି ଗୁଣମାନଙ୍କ ଦ୍ଵାରା ନିୟନ୍ତ୍ରିତ କରାଯାଉଛି," ଗୁଣ-ବୈଚିତ୍ରୟାତ । "ସେଥିପାଇଁ ତୁମେ ନିସତ୍ରୈଗୁଣ୍ୟ ହୁଅ, ଯେଉଁଠାରେ ଏହି ତିନି ଗୁଣ କାମ କରିପାରିବେ ନାହିଁ ।" ନିସତ୍ରୈଗୁଣ୍ୟୋ ଭବାର୍ଜୁନ । ତେବେ ଏହି ତିନି ଗୁଣର କାର୍ଯ୍ୟ କିପରି ରୋକି ପାରିବ? ତାହା ଭଗବଦ୍ ଗୀତାରେ ମଧ୍ୟ ବର୍ଣ୍ଣନା କରାଯାଇଛି,

ମାଂ ଚ ଯୋଽବ୍ୟଭିଚାରେଣ
ଭକ୍ତି ଯୋଗେନ ସେବତେ
ସ ଗୁଣାନ୍ ସମତୀତ୍ୟୈତାନ୍
ବ୍ରହ୍ମଭୂୟାୟ କଳ୍ପତେ
(BG 14.26)

ଯଦି ତୁମେ ନିଜକୁ ନିରନ୍ତର ଭାବରେ ଶୁଦ୍ଧ ଭକ୍ତି ସେବାରେ ନିଯୁକ୍ତ କରିବ, କୌଣସି ଅବରୋଧ ବିନା, ତେବେ ତୁମେ ସର୍ବଦା ଦିବ୍ୟ ହୋଇ ରହିବ, ଏହି ତିନି ଗୁଣ ଉର୍ଦ୍ଧ୍ଵରେ । ତେଣୁ ଆମର କୃଷ୍ଣ ଚେତନା ଆନ୍ଦୋଳନ ଭକ୍ତମାନଙ୍କୁ ତିନି ଗୁଣ ଉପରେ ରଖିବା ପାଇଁ ଅଛି । ଯେପରିକି ସମୁଦ୍ରରେ, ଯଦି ତୁମେ ସମୁଦ୍ରରେ ପଡିଯିବ, ତେବେ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ସ୍ଥିତି ଅଟେ । କିନ୍ତୁ ଯଦି କେହି ତୁମକୁ ସମୁଦ୍ରରୁ ବାହାର କରିବା ପାଇଁ ଚେଷ୍ଟା କରେ ଏବଂ ସମୁଦ୍ର ପାଣିରୁ ଏକ ଇଞ୍ଚ ଉପରକୁ ରଖେ, ତେବେ କୌଣସି ବିପଦ ନାହିଁ । ତୁମର ଜୀବନ ବଞ୍ଚି ଯାଏ । ତେଣୁ ତାହା ଆବଶ୍ୟକ, ସେହି ଗୁଣ-ବୈଚିତ୍ରୟତା, ଯଦି ତୁମେ ନିଜକୁ ଜୀବନର ଏହି ବିଭିନ୍ନତାରୁ ବଞ୍ଚେଇବାକୁ ଚାହୁଁଛ, ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧି, ଏବଂ ଜୀବନର ଏତେ ସାରା ବିଭିନ୍ନତା ସ୍ଵୀକାର କରିବା... ଯେପରି ଆପଣ ଚାଲିଲା ବେଳେ କହୁଥିଲେ ଯେ କାର୍ଲିଫୋର୍ନିଆରେ ଏପରି ବୃକ୍ଷ ଅଛି; ସେମାନେ ପାଞ୍ଚ ହଜାର ବର୍ଷରୁ ବଞ୍ଚିଛନ୍ତି । ତାହା ମଧ୍ୟ ଜୀବନର ଅନ୍ୟ ଏକ ବିଭିନ୍ନତା । ଲୋକମାନେ ଅନେକ ବର୍ଷ ବଞ୍ଚି ରହିବା ପାଇଁ ଚେଷ୍ଟା କରୁଛନ୍ତି । ପ୍ରାକୃତିକ ଉପାୟରେ, ଏଠାରେ ଏକ ବୃକ୍ଷ, ପାଞ୍ଚ ହଜାର ବର୍ଷର ଅଟେ । ତେଣୁ ସେହି ପରି ଜୀବନ ଅତି ଲାଭଜନକ କି, ପାଞ୍ଚ ହଜାର ବର୍ଷ ଜଙ୍ଗଲରେ ଛିଡ଼ା ହେବା? ତେଣୁ ଏହି ଭୌତିକ ଦୁନିଆରେ ଯେ କୌଣସି ପ୍ରକାରର ଜୀବନ ଭଲ ନୁହେଁ, ତୁମେ ଦେବତା ହୋଇପାର କିମ୍ଵା ବୃକ୍ଷ କିମ୍ବା ଏହା କିମ୍ଵା ତାହା । ତାହା ହେଉଛି ଶିକ୍ଷା । ତାହା ହେଉଛି ଶିକ୍ଷା । ତେଣୁ ଜଣେ ବୁଝିବା ଉଚିତ୍ ଯେ କୌଣସି ପ୍ରକାରର ଜୀବନ, ଦେବତା ହେଉ କିମ୍ଵା କୁକୁର, ଏଠାରେ ଜୀବନ କଷ୍ଟକର ଅଟେ । ଏପରିକି ଦେବତାମାନେ ମଧ୍ୟ, ସେମାନେ ଏତେ ସାରା ବିପଦରେ ପଡ଼ନ୍ତି, ଅନେକ ସମୟରେ, ଏବଂ ସେମାନେ ଭଗବାନଙ୍କ ପାଖରେ ପହଞ୍ଚନ୍ତି । ତେଣୁ ଏଠାରେ ତୁମେ ସର୍ବଦା ବିପଦରେ ରହିବ । ପାଦମ୍ ପାଦମ୍ ଯଦ୍ ବିପଦମ୍ (SB 10.14.58) । ଏହି ଭୌତିକ ଜଗତକୁ ବିନା ବିପଦରେ ନିର୍ମାଣ କରିବାର ପ୍ରୟାସ ବ୍ୟର୍ଥ ଅଟେ । ତାହା ସମ୍ଭବ ନୁହେଁ । ଯେପରି ବିଭିନ୍ନ ଶରୀର ଅଛି, ବିଭିନ୍ନ ବିପଦ, ବିପତ୍ତି, ତେଣୁ ଗୋଟିଏ ପରେ ଗୋଟିଏ, ତୁମକୁ କରିବାକୁ ହେବ... ତେଣୁ ଭଲ କଥା ହେଉଛି, ସେଥିପାଇଁ, ଏହି କାମ ବନ୍ଦ କର, ଭୌତିକ । ତାହା ହେଉଛି ବୈଦିକ ସଭ୍ୟତା । ସଂପୂର୍ଣ୍ଣ ବୈଦିକ ସଭ୍ୟତା ଏହି ବିଚାରରେ ଆଧାରିତ, ଯେ "ଏହି ନିରର୍ଥକ କାମ ବନ୍ଦ କର, ଜନ୍ମ, ମୃତ୍ୟୁ, ଜରାର ପୁନରାବୃତ୍ତି ।" ସେଥିପାଇଁ କୃଷ୍ଣ କୁହଁନ୍ତି, ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି ଦୁଃଖ-ଦୋଷାନୁଦର୍ଶନ (BG 13.9) । ଏହା ହେଉଛି ଜ୍ଞାନ । ଜ୍ଞାନ କ'ଣ, ଏହି ଯାନ୍ତ୍ରିକ ଜ୍ଞାନ, ଏହି ଜ୍ଞାନ? ତୁମେ ଏହି ସବୁ କଥା ରୋକି ପାରିବ ନାହିଁ । ସେଥିପାଇଁ ମୂଖ୍ୟ କାମ ହେଉଛି କିପରି ଏହାକୁ ରୋକିବ । ଏବଂ କାରଣ ସେମାନେ ମୂର୍ଖ ଲୋକ, ସେମାନେ ଭାବୁଛନ୍ତି ଯେ "ଏହାକୁ ବନ୍ଦ କରାଯାଇ ପାରିବ ନାହିଁ ।" ଜନ୍ମ ଏବଂ ମୃତ୍ୟୁର ଏହି ପୁନରାବୃତ୍ତି ସହିତ ଯିବାକୁ ହେବ, ଏବଂ ପ୍ରତ୍ୟେକ ଜୀବନରେ ଆମକୁ ଅସ୍ତିତ୍ଵ ପାଇଁ ସ୍ଵୀକାର କରିବାକୁ ହେବ ।" ଏହା ହେଉଛି ଭୌତିକ ସଭ୍ୟତା, ଅଜ୍ଞାନ, କୌଣସି ଜ୍ଞାନ ନାହିଁ । ଜ୍ଞାନ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା ଦିଆଯାଇଛି ଯେ "ଏଠାରେ ସମାଧାନ ଅଛି: ଜନ୍ମ କର୍ମ ଚ ମେ ଦିବ୍ୟମେବଂ ଯୋ ବେତ୍ତି ତତ୍ତ୍ଵତଃ ତ୍ୟକ୍ତ୍ଵା ଦେହଂ ପୁନର୍ଜନ୍ମ ନୈତି (BG 4.9) ।" ସମସ୍ୟା ହେଉଛି ପୁନର୍ଜନ୍ମ, ଜନ୍ମର ପୁନାରାବୃତ୍ତି, ଏବଂ ତୁମେ ଯଦି ଏହାକୁ ରୋକିବାକୁ ଚାହୁଁଛ, ତେବେ କୃଷ୍ଣଙ୍କୁ ବୁଝିବାକୁ ଚେଷ୍ଟା କର । ତେବେ ତୁମେ ରୋକିବା ପାଇଁ ଯୋଗ୍ୟ ହୋଇ ପାରିବ । ଯଥା ଶୀଘ୍ର ତୁମେ କୃଷ୍ଣଙ୍କୁ ବୁଝିପାରିବ... କୃଷ୍ଣଙ୍କୁ ବୁଝିବା ଅର୍ଥାତ୍ ଏପରିକି ତୁମେ ଅନ୍ଧ ଭାବରେ ସ୍ଵୀକାର କରିଲେ ମଧ୍ୟ ତାହା ଲାଭଜନକ ଅଟେ । କୃଷ୍ଣ କୁହଁନ୍ତି ସେ କ'ଣ, ସେ ହେଉଛନ୍ତି ପରମ ଭଗବାନ । ତେଣୁ ତୁମେ ତାଙ୍କୁ ସ୍ଵୀକାର କର । ବାସ୍ । କେବଳ ଏହି ବିଶ୍ଵାସ ରଖ, ଯେ "କୃଷ୍ଣ ହେଉଛନ୍ତି ପରମ ପୁରୁଷ ଭଗବାନ ।" ତାହା ତୁମକୁ ଯଥେଷ୍ଟ ଉନ୍ନତ କରିଦେବ । କିନ୍ତୁ ଏହା ଭୌତିକବାଦୀ ବ୍ୟକ୍ତିମାନଙ୍କ ପାଇଁ ଅତି କଷ୍ଟକର । ସେଥିପାଇଁ କୃଷ୍ଣ କୁହଁନ୍ତି, ବହୂନାଂ ଜନ୍ମନାମନ୍ତେ: (BG 7.19) "ଅନେକ ବର୍ଷର ପ୍ରୟାସ ପରେ," ବହୁନାଂ ଜନ୍ମନାମନ୍ତେ ଜ୍ଞାନବାନ୍ ମାଂ ପ୍ରପଦ୍ୟତେ, "ଜ୍ଞାନବାନ୍, ଯିଏ ବାସ୍ତବରେ ଜ୍ଞାନୀ, ସେ କୃଷ୍ଣଙ୍କୁ ଆତ୍ମସମର୍ପଣ କରେ ।" ଅନ୍ୟଥା, ନ ମାଂ ଦୁଷ୍କୃତିନୋ ମୂଢ଼ାଃ ପ୍ରପଦ୍ୟନ୍ତେ ନରାଦମାଃ: (BG 7.15) "ଅନ୍ୟଥା ସେ ଏକ ଦୁର୍ଜନ ହୋଇ ରୁହେ ଏବଂ ପାପ କାର୍ଯ୍ୟରେ ସମୃକ୍ତ ରୁହେ, ମାନବ ଜାତିରେ ସବୁଠାରୁ ନିମ୍ନ, ଜ୍ଞାନ ଛଡ଼େଇ ନିଆଯାଏ ।" ନ ମାଂ ପ୍ରପଦ୍ୟନ୍ତେ: "ସେ କଦାପି କୃଷ୍ଣଙ୍କୁ ଆତ୍ମସମର୍ପଣ କରେ ନାହିଁ ।"