OR/Prabhupada 0674 - ବୁଦ୍ଧିମାନ ହୁଅ ଏହା ଜାଣିବା ପାଇଁ ଯେ ଶରୀରକୁ ସୁସ୍ଥ ରଖିବା ପାଇଁ କେତେ ପରିମାଣର ଖାଦ୍ୟ ତୁମର ଆବଶ୍ୟକ

Revision as of 13:33, 16 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0674 - in all Languages Category:OR-Quotes - 1969 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 6.16-24 -- Los Angeles, February 17, 1969

ଭକ୍ତ: କ'ଣ ଆମେ ଜାଣିବା ପାଇଁ ସକ୍ଷମ କେତେ ନିଦ ଆମ ପାଇଁ ଯଥେଷ୍ଟ ଏବଂ କେତେ ଖାଇବା ଆମ ପାଇଁ ଯଥେଷ୍ଟ? ଆମେ ପରୀକ୍ଷା କରିବାକୁ ଚାହୁଁଛୁ, ଆମେ ତାକୁ କମେଇବାକୁ ଚାହୁଁଛୁ ଯେ ପର୍ଯ୍ୟନ୍ତ ଆମେ... କାରଣ ଅନେକ ସମୟରେ ଆମେ ନିଜକୁ ବୋକା ବନାଉ । ଆମେ କହୁ "ହଁ ମୋତେ ଏତିକି ମାତ୍ରାରେ ଖାଦ୍ୟ ଆବଶ୍ୟକ," କିମ୍ଵା "ମୋତେ ସାତରୁ ଆଠ ଘଣ୍ଟା ନିଦ ଦରକାର," କିନ୍ତୁ ପ୍ରକୃତରେ, ତୁମେ ଜାଣିଛ, ଏହା କେବଳ...ତର୍କ ସଂଗତ ।

ପ୍ରଭୁପାଦ: ଖାଦ୍ୟ ଗ୍ରହଣ କରିବାର ସଂକଳ୍ପନା? ନା, ତୁମର ପ୍ରଶ୍ନ କ'ଣ, ମୁଁ...?

ଭକ୍ତ: ଆମେ ଆମ ନିଜର ଯୁକ୍ତିକରଣ ଉପରେ ବିଶ୍ଵାସ କରିପାରିବା କି? କ'ଣ ଆମେ ନିଜ ଉପରେ ବିଶ୍ଵାସ କରି ପାରିବା ଯେ କେତେ ପରିମାଣର ଖାଦ୍ୟ..?

ପ୍ରଭୁପାଦ: ଭଲ. ତାହା କରିବା କଥା, ଯୁକ୍ତି ଯୁକ୍ତ କରିବା କଥା । କିନ୍ତୁ ତୁମେ ଯଦି ଭୁଲ କରିବ, ଅଳ୍ପ ଖାଦ୍ୟ ଗ୍ରହଣ କରି, ତେବେ ସେ ଭୁଲ ଖରାପ ନୁହେଁ । (ହସିବା) ଅଧିକ ଖାଇବା ପାଇଁ ସଂକଳ୍ପ କର ନାହିଁ । ମନେକର ତୁମେ କିଛି ଖାଦ୍ୟ ଗ୍ରହଣ କରିଛ ଯାହା ତୁମର ଆବଶ୍ୟକତା ଠାରୁ ଟିକିଏ କମ ତେବେ ସେହି ଭୁଲ ଖରାପ ନୁହେଁ । କିନ୍ତୁ ଯଦି ତୁମେ ଅଧିକ ନେଇଛ, ସେହି ଭୁଲଟି ଖରାପ । ତେଣୁ ଯୁକ୍ତିଯୁକ୍ତ ଭାବରେ ଯଦି ତୁମେ ଭାବିବ ତୁମର ଯୁକ୍ତିଯୁକ୍ତ କାମ ଠିକ୍ ନୁହେଁ, ତେବେ ତୁମେ ଭୁଲ କର, କମ ପକ୍ଷରେ । ଅନ୍ୟ ପକ୍ଷରେ ଭୁଲ କର ନାହିଁ । ହଁ । ନା, ସେହି ଅତ୍ମବିଶ୍ଵାସ...ଯୁକ୍ତିଯୁକ୍ତ ସର୍ବଦା ଅଛି, କିନ୍ତୁ ଜଣେ ଯଥେଷ୍ଟ ବୁଦ୍ଧିମାନ ହେବା ଉଚିତ୍, କେତେ ପରିମାଣର ଖାଦ୍ୟ ତାକୁ ଗ୍ରହଣ କରିବାକୁ ପଡ଼ିବ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ । ତାହା ସମସ୍ତଙ୍କ ପାଖରେ ଅଛି । ସାଧାରଣତଃ, ସେଥିରେ କୌଣସି ଭୁଲ ନାହିଁ ।