OR/Prabhupada 0892 - ଯଦି ନିର୍ଦ୍ଦେଶରୁ ତୁମର ପତନ ହୁଏ, ତୁମେ କିପରି ଶାଶ୍ଵତ ସେବକ ହୋଇ ରହିବ?

Revision as of 15:40, 20 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:French Pages - 207 Live Videos Category:Prabhupada 0892 - in all Languages Category:O...")
(diff) ← Older revision | Latest revision (diff) | Newer revision → (diff)


750522 - Lecture SB 06.01.01-2 - Melbourne

ପ୍ରଭୁପାଦ: ହମମ ।

ଭକ୍ତ: କାରଣ ଆପଣଙ୍କର (ଅସ୍ପଷ୍ଟ) କାରଣ ଏଠାରେ ଥିବା ସମସ୍ତ ଭକ୍ତଗଣ ଆପଣଙ୍କର ଶିଷ୍ୟ ଅଟନ୍ତି, ଶ୍ରୀଲା ପ୍ରଭୁପାଦ, ଶାଶ୍ଵତ ଶିଷ୍ୟ, ଶାଶ୍ଵତ ସେବକ । କିନ୍ତୁ କ'ଣ ଯଦି ଆମକୁ ପରବର୍ତ୍ତୀ ଜୀବନରେ ଏହି ଭୌତିକ ଦୁନିଆରେ ଜନ୍ମ ଗ୍ରହଣ କରିବାକୁ ପଡ଼େ? କିପରି ଆମେ ଅପଣଙ୍କର ପ୍ରତ୍ୟକ୍ଷ ସେବା କରିବା ପାଇଁ ସକ୍ଷମ ହେବୁ?

ପ୍ରଭୁପାଦ: ହଁ । ଏପରିକି ତୁମେ ଏହି ଦୁନିଆରେ ରହିଲେ ମଧ୍ୟ... ଯଦି ତୁମେ ତୁମେ ଆଧ୍ୟାତ୍ମିକ ଜୀବନ ପୁରା କରି ନାହଁ, ତଥାପି, ତୁମେ ଭଲ ଜୀବନ ପାଇବ । ଶୁଚୀନାଂ ଶ୍ରୀମତାଂ ଗେହେ ଯୋଗଭ୍ରଷ୍ଟୋ ସଞ୍ଜାୟତେ (BG 6.41): "ଜଣେ ଯିଏ କୃଷ୍ଣ ଚେତନା ପୁରା କରିବାରେ ବିଫଳ ହୁଏ, ତେବେ ତାକୁ ପରବର୍ତ୍ତୀ ସୁଯୋଗ ଦିଆଯାଏ ଏକ ଅତି ବୈଭବଶାଳୀ ପରିବାରରେ କିମ୍ଵା ବହୁତ ଭଲ, ଶୁଦ୍ଧ ବ୍ରାହ୍ମଣ ପରିବାରରେ, ଯେପରିକି ସେ ପୁଣି ଥରେ କୃଷ୍ଣ ଚେତନା ପରବର୍ତ୍ତୀ ସୁଯୋଗରେ ଜାଗୃତ କରି ପାରିବ ।"

ଭକ୍ତ: ତାହାର ଅର୍ଥ କି ଅନ୍ୟ ଏକ ଗୁରୁଙ୍କ ଠାରୁ ଦୀକ୍ଷା ଗ୍ରହଣ କରି, କିମ୍ଵା ସେ ଆପଣଙ୍କର ଶାଶ୍ଵତ ସେବକ ହୋଇ ରହିବ?

ମଧୁଦ୍ଵିଷ: ତାର ପ୍ରଶ୍ନ ହେଉଛି ଯେତେବେଳେ ଆମେ ଅପଣଙ୍କ ଠାରୁ ଦୀକ୍ଷା ଗ୍ରହଣ କରୁ, ଆମେ ବୁଝୁ ଯେ ଆମେ ଅପଣଙ୍କର ଶାଶ୍ଵତ ସେବକ ।

ପ୍ରଭୁପାଦ: ହଁ ।

ମଧୁଦ୍ଵିଷ: କିନ୍ତୁ ଯଦି ଆମକୁ ଆଉ ଏକ ଜନ୍ମ ନେବାକୁ ପଡ଼େ...

ପ୍ରଭୁପାଦ: କିନ୍ତୁ ଯଦି ତୁମେ ନିର୍ଦ୍ଦେଶରେ ଶାଶ୍ଵତ ଭାବରେ ରହିବ... ଏବଂ ଯଦି ତୁମେ ନିର୍ଦ୍ଦେଶରୁ ପତିତ ହେବ, କିପରି ତୁମେ ଶାଶ୍ଵତ ହୋଇ ରହିବ? ତୁମକୁ ମଞ୍ଚ ଉପରେ ରହିବାକୁ ହେବ । ତେବେ ଶାଶ୍ଵତ ଭାବରେ ତୁମେ ସୁରକ୍ଷିତ । ଯଦି ତୁମେ ମଞ୍ଚ ଉପରୁ ତଳକୁ ଖସିଯାଅ, ତେବେ ଏହା ତୁମର ଭୁଲ । ଯେପରି ଆମେ ସମସ୍ତେ ବୈକୁଣ୍ଠ ଗ୍ରହରେ ଅଛୁ । ବର୍ତ୍ତମାନ, ଅମେ ଏହି ଭୌତିକ ଦୁନିଆ ଉପଭୋଗ କରିବାକୁ ଚାହୁଁଛୁ । ଆମେ ଜୟ ଏବଂ ବିଜୟ ପରି, ତଳକୁ ଖସି ଗଲୁ । ଅମେମାନେ ପୁଣିଥରେ ଘରକୁ ଫେରିବା ପାଇଁ ଚେଷ୍ଟା କରୁଛୁ । ସେଥିପାଇଁ ଆମେ କହୁଛୁ, "ଘରକୁ ଫେର, ଭଗବଦ୍ ଧାମକୁ ଫେର ।" ତେଣୁ ସବୁକିଛି ହେଉଛି...ପ୍ରକ୍ରିୟା ଅଛି । ଯଦି ତୁମେ ପ୍ରକ୍ରିୟା ଅନୁସରଣ କରିବ ତେବେ ତୁମେ ଫେରି ପାରିବ । ଯଦି ତୁମେ ପତିତ ହୁଅ, ତାହା ହେଉଛି ଅମର ଭୁଲ । ସେଥିପାଇଁ ଜୀବନ ହେଉଛି ତପସ୍ୟା ପାଇଁ, ତାହା ହେଉଛି ଋଷଭଦେବଙ୍କର ନିର୍ଦ୍ଦେଶ, ଯେ ଆମର ଜୀବନ କୁକୁର ଏବଂ ଘୁଷୁରିମାନଙ୍କ ପରି ନଷ୍ଟ ହେବା ଉଚିତ୍ ନୁହେଁ । ଏହା ତପସ୍ୟା ପାଇଁ ଉପଯୋଗ କରାଯିବା ଉଚିତ୍, ଆମର ସ୍ଥିତି ବୁଝିବା ପାଇଁ । ତପୋ ପୁତ୍ରକା ଯେନ ଶୁଦ୍ଧୟେଦ ସତ୍ଵାବା (SB 5.5.1) । ଏହା ହେଉଛି ଜୀବନର ଲକ୍ଷ୍ୟ । ଆମକୁ ଅାମର ଅସ୍ତିତ୍ଵକୁ ଶୁଦ୍ଧ କରିବାକୁ ହେବ । ବର୍ତ୍ତମାନ ମୂହୁର୍ତ୍ତରେ ଆମର ଅସ୍ତିତ୍ଵ ଅଶୁଦ୍ଧ ଅଟେ । ସେଥିପାଇଁ ଆମେ ଜନ୍ମ, ମୃତ୍ୟୁ, ଜରା ଏବଂ ବ୍ୟାଧିର ଅଧିନରେ ଅଛୁ । ଏବଂ ଯଥାଶିଘ୍ର ଆମେ ନିଜକୁ ଶୁଦ୍ଧ କରୁ, ତେବେ ଆମେ ଏହି ଚାରୋଟି ଭୌତିକ ନିୟମ ଅଧିନରେ ରହିବୁ ନାହିଁ । ବହୁତ ବହୁତ ଧନ୍ୟବାଦ । ହରେ କୃଷ୍ଣ ।

ଭକ୍ତଗଣ: ହରେ କୃଷ୍ଣ, ଜୟ!