OR/Prabhupada 0286 - ଶୁଦ୍ଧ ପ୍ରେମର ବିକୃତ ରୂପ ଯାହା କୃଷ୍ଣ ଏବଂ ତୁମ ମଧ୍ୟରେ ଅଛି

Revision as of 14:46, 28 January 2018 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0286 - in all Languages Category:OR-Quotes - 1968 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture -- Seattle, September 30, 1968

ତେବେ କୌଣସି ଅସୁବିଧା ନାହିଁ । ତଥ୍ୟ ହେଉଛି ଯେ ଆମକୁ କୃଷ୍ଣଙ୍କୁ କିପରି ଭଲ ପାଇବା ତାହା ଶିଖିବାକୁ ହେବ । ତେବେ ଦିଶା ଏବଂ ବିଧି ଅଛି, ଏବଂ ଆମେ ଯେତେ ଦୂର ସମ୍ଭବ ତୁମର ସେବା କରିବା ପାଇଁ ଚେଷ୍ଟା କରୁଛୁ । ଆମେ ଅାମର ବାଳକମାନଙ୍କୁ ସଡ଼କରେ ଏବଂ ନଗରମାନଙ୍କୁ ପଠଉଛୁ ତୁମମାନଙ୍କୁ ଆମନ୍ତ୍ରିତ କରିବା ପାଇଁ । ଏବଂ ତୁମେମାନେ ଯଦି କୃପା କରି ଏହି ସୁଯୋଗ ନେଉଛ, ତେବେ ତୁମର ଜୀବନ ସଫଳ ହେବ । ପ୍ରେମ ପୁମ-ଅର୍ଥୋ ମହାନ । କାରଣ ଏହି ମନୁଷ୍ୟ ରୂପି ଜୀବନ ଭଗବାନଙ୍କ ପ୍ରତି ପ୍ରେମ ବିକଶିତ କରିବା ପାଇଁ ହୋଇଛି । କାରଣ ଅନ୍ୟ ଜୀବନମାନଙ୍କରେ, ଆମେ ଭଲ ପାଉଛୁ, ଆମେ ଭଲ ପାଉଛୁ । ଆମେ ଆମର ସନ୍ତାନମାନଙ୍କୁ ଭଲ ପାଉ, ଆମେ ଆମ ସ୍ତ୍ରୀକୁ ଭଲ ପାଉ, ଆମେ ପକ୍ଷୀ ଜୀବନରେ ଆମର ବସାକୁ ଭଲ ପାଉ, ପଶୁ ଜୀବନରେ । ଭଲ ପାଇବା ଅଛି । ପଶୁ ଏବଂ ପକ୍ଷୀମାନଙ୍କୁ ଶିକ୍ଷାର କୌଣସି ଆବଶ୍ୟକତା ନାହିଁ କି କିପରି ପିଲାମାନଙ୍କୁ ଭଲ ପାଇବ । କୌଣସି ଆବଶ୍ୟକତା ନାହିଁ । କାରଣ ତାହା ସ୍ଵଭାବିକ । ତୁମର ଘରକୁ ଭଲ ପାଇବା, ତୁମର ଦେଶକୁ ଭଲ ପାଇବା, ତୁମର ସ୍ଵାମୀକୁ ଭଲ ପାଇବା, ତୁମର ସନ୍ତାନମାନଙ୍କୁ ଭଲ ପାଇବା, ତୁମର ସ୍ତ୍ରୀକୁ ଭଲ ପାଇବା, ଏବଂ ଏହିପରି ଭାବରେ, ତୁମେ ଚାଲ, ଏହି ସମସ୍ତ ଭଲ ପାଇବା, ଅଧିକ କିମ୍ଵା କମ ସେ ସବୁ ପଶୁ ସାମ୍ରାଜ୍ୟରେ ମଧ୍ୟ ଅଛି । କିନ୍ତୁ ସେହି ପ୍ରକାରର ପ୍ରେମ ତୁମକୁ ଖୁସୀ ଦେଇ ପାରିବ ନାହିଁ । ତୁମେ ନିରାଶ ହୋଇଯିବ କାରଣ ଏହି ଶରୀର କ୍ଷଣସ୍ଥାୟୀ । ସେଥିପାଇଁ ଏହି ସମସ୍ତ ଭଲ ପାଇବା ମଧ୍ୟ କ୍ଷଣସ୍ଥାୟୀ ଏବଂ ସେଗୁଡ଼ିକ ଶୁଦ୍ଧ ନୁହଁନ୍ତି । ସେଗୁଡ଼ିକ କେବଳ ଶୁଦ୍ଧ ପ୍ରେମର ବିକୃତ ରୂପ ଯାହା କୃଷ୍ଣ ଏବଂ ତୁମ ମଧ୍ୟରେ ଅଛି । ତେଣୁ ଯଦି ତୁମେ ପ୍ରକୃତ ଶାନ୍ତି ଚାହୁଁଛ, ଯଦି ତୁମେ ପ୍ରକୃତ ସନ୍ତୁଷ୍ଟି ଚାହୁଁଛ, ଯଦି ତୁମେ ଭ୍ରମରେ ରହିବାକୁ ଚାହୁଁ ନାହଁ, ତେବେ କୃଷ୍ଣଙ୍କୁ ଭଲ ପାଇବାକୁ ଚେଷ୍ଟା କର । ଏହା ହେଉଛି ସରଳ କାର୍ଯ୍ୟକ୍ରମ । ତେବେ ତୁମର ଜୀବନ ସଫଳ ହୋଇଯିବ । କୃଷ୍ଣ ଚେତନା ଆନ୍ଦୋଳନ ଲୋକମାନଙ୍କୁ ପଥଭ୍ରଷ୍ଟ କରିବା ପାଇଁ ଏବଂ ଠକିବା ପାଇଁ ନିର୍ମିତ ହୋଇନାହିଁ । ଏହା ଏକ ସବୁଠାରୁ ଅଧିକୃତ ଆନ୍ଦୋଳନ । ବୈଦିକ ସାହିତ୍ୟ, ଭଗବଦ୍ ଗୀତା, ଶ୍ରୀମଦ୍ ଭାଗବତ, ବେଦାନ୍ତ ସୂତ୍ର, ପୁରାଣ, ଏବଂ ଅନେକ, ଅନେକ ମାହାନ ସାଧୁ ବ୍ୟକ୍ତିମାନେ ଏହାକୁ ଗ୍ରହଣ କରିଛନ୍ତି । ଏବଂ ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ଚୈତନ୍ୟ ମହାପ୍ରଭୁ । ତୁମେ ତାଙ୍କର ଛବି ଦେଖିଥିବ, ସେ ନୃତ୍ୟ କରିବା ଭାବରେ ଅଛନ୍ତି । ତେବେ ତୁମକୁ ଏହି କଳା ଶିଖିବାକୁ ହେବ, ତାପରେ ଆମର ଜୀବନ ସଫଳ ହେବ । ତୁମକୁ କୌଣସି କୃତ୍ରିମ ଅଭ୍ୟାସ କରିବାର ଆବଶ୍ୟକତା ନାହିଁ ଏବଂ କଳ୍ପନା କରିବାର ଏବଂ ନିଜ ମସ୍ତିଷ୍କକୁ ହଇରାଣ କରିବାର... ଅନ୍ୟକୁ ଭଲ ପାଇବାର ପ୍ରବୃତ୍ତି ତୁମର ଅଛି । ତାହା ହେଉଛି ସ୍ଵାଭାବିକ, ପ୍ରାକୃତିକ । କେବଳ ଆମେ ପ୍ରେମକୁ ଭୁଲ ଜାଗାରେ ରଖୁଛୁ ଏବଂ ସେଥିପାଇଁ ଆମେ ନିରାଶ ଅଛୁ । ନିରାଶ । ଭ୍ରମିତ । ତେଣୁ ଯଦି ତୁମେ ଭ୍ରମିତ ହେବାକୁ ଚାହୁଁ ନାହଁ, ଯଦି ତୁମେ ନିରାଶ ହେବା ପାଇଁ ଚାହୁଁ ନାହଁ, ତେବେ କୃଷ୍ଣଙ୍କୁ ଭଲ ପାଇବାକୁ ଚେଷ୍ଟା କର, ଏବଂ ତୁମେ ନିଜେ ଅନୁଭବ କରିପାରିବ କିପରି ତୁମେ ଶାନ୍ତିରେ, ଖୁସୀରେ ପ୍ରଗତି କରିଛ, ସବୁକିଛିରେ ଯାହା ତୁମେ ଚାହଁ ।

ବହୁତ ବହୁତ ଧନ୍ୟବାଦ ।