OR/Prabhupada 0045 - ଜ୍ଞାନର ପ୍ରୟୋଜନକୁ ଜ୍ଞେୟଂ କୁହାଯାଏ

Revision as of 15:25, 16 October 2018 by Vanibot (talk | contribs) (Vanibot #0023: VideoLocalizer - changed YouTube player to show hard-coded subtitles version)
(diff) ← Older revision | Latest revision (diff) | Newer revision → (diff)


Lecture on BG 13.1-2 -- Paris, August 10, 1973

ପ୍ରକୃତିଂ ପୁରୁଷଂ ଚୈବ
କ୍ଷେତ୍ରଂ କ୍ଷେତ୍ରଜ୍ଞମେବ ଚ
ଏତଦ୍ ବେଦିତୁମିଚ୍ଛାମି
ଜ୍ଞାନଂ ଜ୍ଞେୟଂ ଚ କେଶବ
(BG 13.1

ଏହା ମନୁଷ୍ୟର ବିଶେଷ ଅଧିକାର ଅଟେ, ଯେ ସେ ପ୍ରକୃତିକୁ ବୁଝିପାରିବ, ଏହି ଲୌକିକ ପ୍ରଦର୍ଶନ, ଏବଂ ପ୍ରକୃତିର ଉପଭୋକ୍ତାଙ୍କୁ, ଏବଂ ସେ ପୂର୍ଣ୍ଣ ପରିଚିତ ହୋଇପାରିବ ଯେ ଜ୍ଞାନର ପ୍ରୟୋଜନ କ'ଣ, ଜ୍ଞେୟଂ । ତିନୋଟି କଥା ଅଛି, ଜ୍ଞେୟଂ, ଜ୍ଞାତା, ଏବଂ ଜ୍ଞାନ ।

ଜ୍ଞାନର ପ୍ରୟୋଜନ, ଯିଏ ଜାଣିଛି ତାକୁ ଜ୍ଞାତା କୁହାଯାଏ, ଏବଂ ଜ୍ଞାନର ପ୍ରୟୋଜନକୁ ଜ୍ଞେୟଂ କୁହାଯାଏ । ଏବଂ ଯେଉଁ ପ୍ରକ୍ରିୟା ଦ୍ଵାରା ଜଣେ ଏହାକୁ ବୁଝିପାରେ, ତାହାକୁ ଜ୍ଞାନ କୁହାଯାଏ । ଯେତେବେଳେ ଆମେ ଜ୍ଞାନ କହୁ, ସେଥିରେ ତିନୋଟି ଜିନିଷ ଥିବା ଉଚିତ୍: ଜ୍ଞାନର ପ୍ରୟୋଜନ, ଯାହା ଜଣେ ବ୍ୟକ୍ତି ଜାଣିବାକୁ ଚେଷ୍ଟା କରୁଛି ଏବଂ ଯେଉଁ ପ୍ରକ୍ରିୟା ଦ୍ଵାରା ଜ୍ଞାନର ପ୍ରୟୋଜନ ପ୍ରାପ୍ତ କରାଯାଏ ।

ତେଣୁ ସେମାନଙ୍କ ମଧ୍ୟରୁ କେତେ ଜଣ... ଯେପରିକି ଭୌତିକବାଦୀ ବୈଜ୍ଞାନିକମାନେ, ସେମାନେ କେବଳ ପ୍ରକୃତି ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ସେମାନେ ପୁରୁଷକୁ ଜାଣିନାହାଁନ୍ତି । ପ୍ରକୃତି ଅର୍ଥାତ୍ ଉପଭୋଗୀ, ଏବଂ ପୁରୁଷ ଅର୍ଥାତ୍ ଉପଭୋକ୍ତା । ବାସ୍ତବରେ କୃଷ୍ଣ ହେଉଛନ୍ତି ଉପଭୋକ୍ତା । ସେ ହେଉଛନ୍ତି ମୂଳ ପୁରୁଷ । ତାହାଙ୍କ ଦ୍ଵାରା ସ୍ଵୀକାର କରାଯାଇଛି:ପରୁଷଂ ଶାଶ୍ଵତଂ । "ଆପଣ ହେଉଛନ୍ତି ମୂଳ ଉପଭୋକ୍ତା, ପୁରୁଷଂ ।" କୃଷ୍ଣ ହେଉଛନ୍ତି ଉପଭୋକ୍ତା, ଏବଂ ଆମେ ସମସ୍ତେ, ଜୀବମାନେ, ଏବଂ ପ୍ରକୃତି, ସବୁକିଛି କୃଷ୍ଣଙ୍କର ଉପଭୋଗ ପାଇଁ ଅଛି । ତାହା କୃଷ୍ଣଙ୍କର... ଅନ୍ୟ ଏକ ପୁରୁଷ, ଆମେ ଜୀବମାନେ । ଆମେ ପୁରୁଷ ନାହୁଁ । ଆମେ ମଧ୍ୟ ପ୍ରକୃତି । ଆମେମାନେ ଉପଭୋଗୀ ଅଟୁ । କିନ୍ତୁ ଏହି ଭୌତିକ ସ୍ଥିତିରେ, ଆମେମାନେ ପୁରୁଷ ହେବା ପାଇଁ ଚେଷ୍ଟା କରୁଛୁ, ଉପଭୋକ୍ତା । ଏହାର ଅର୍ଥ ଯେତେବେଳେ ପ୍ରକୃତି, କିମ୍ଵା ଜୀବମାନେ, ପୁରୁଷ ହେବାକୁ ଚାହାଁନ୍ତି, ତାହା ଭୌତିକ ସ୍ଥିତି ଅଟେ । ଯଦି ଜଣେ ମହିଳା ପୁରୁଷ ହେବାକୁ ଚେଷ୍ଟା କରେ, ଯାହାକି ଅପ୍ରକୃତିକ, ସେହିପରି ଯେତେବେଳେ ଜୀବମାନେ, ଯାହାର ସ୍ଵଭାବ ହେଉଛି ଉପଭୋଗୀ ହେବା...

ଉଦାହରଣ, ଆମେ ଅନେକ ଥର ଦେଇଛୁ, ଯେ ଏହି ଆଙ୍ଗୁଳି କିଛି ଭଲ ଖାଦ୍ୟପଦାର୍ଥ ଧରିପାରେ, କିନ୍ତୁ ବାସ୍ତବରେ ଆଙ୍ଗୁଳିମାନେ ଉପଭୋକ୍ତା ନୁହଁନ୍ତି । ଆଙ୍ଗୁଳିମାନେ ପ୍ରକୃତ ଉପଭୋକ୍ତାକୁ ସାହାର୍ଯ୍ୟ କରି ପାରନ୍ତି, ଯେପରିକି ପେଟ । ଏହା କିଛି ଭଲ ଖାଦ୍ୟପଦାର୍ଥ ଧରେ ଏବଂ ପାଟିରେ ପକାଏ, ଏବଂ ଯେତେବେଳେ ଏହା ପେଟକୁ ଯାଏ, ପ୍ରକୃତ ଉପଭୋକ୍ତା, ସେତେବେଳେ ସମସ୍ତ ପ୍ରକୃତି, ଶରୀରର ପ୍ରତ୍ୟେକ ଅଙ୍ଗ, ପ୍ରତ୍ୟଙ୍ଗ, ସନ୍ତୋଷ ଅନୁଭବ କରନ୍ତି । ତେଣୁ ଉପଭୋକ୍ତା ହେଉଛି ପେଟ, ଶରୀରର କୌଣସି ଅଂଙ୍ଗ ନୁହେଁ ।

ହିତୋପନିଷେଧରେ ଏକ କାହାଣୀ ଅଛି, ହିତୋପଦେଶ, ଯେଉଁଥିରୁ ଈସପ କାହାଣୀର ଅନୁବାଦ କରାଯାଇଛି । ଏକ କାହାଣୀ ଅଛି: ଉଦରେଇନ୍ଦ୍ରିୟାନାଂ । ଉଦର । ଉଦର ଅର୍ଥାତ୍ ପେଟ, ଏବଂ ଇନ୍ଦ୍ରିୟାଂ ଅର୍ଥାତ୍ ଇନ୍ଦ୍ରିୟମାନେ । ଏକ କାହାଣୀ ଅଛି: ଉଦରେଇନ୍ଦ୍ରିୟାନାଂ । ଇନ୍ଦ୍ରିୟମାନେ, ସମସ୍ତ ଇନ୍ଦ୍ରୟମାନେ ଏକ ବୈଠକରେ ମିଶନ୍ତି । ସେମାନେ କୁହନ୍ତି ଯେ, "ଆମେମାନେ କାମ କରୁଥିବା ଇନ୍ଦ୍ରିୟ..." (ଏକ ପକ୍ଷରେ) ଏହା କାହିଁକି ଖୋଲା ହୋଇଛି?

"ଆମେମାନେ କାମ କରୁଛୁ ।" ଗୋଡ଼ କହିଲା:"ହଁ, ମୁଁ ଦିନସାରା ଚାଲୁଛି ।" ହାତ କହେ: "ହଁ, ମୁଁ ଦିନସାରା ଶରୀର ଯେଉଁଠି ସେଇଠି କହେ କାମ କରେ: "ତୁ ଏଠାକୁ ଆସେ ଏବଂ ଖାଦ୍ୟ ଉଠା" ଜିନିଷ ଅାଣିବା, ରୋଷେଇ କରିବା । ମୁଁ ରୋଷେଇ ମଧ୍ୟ କରେ ।" ତାପରେ ଆଖି କହୁଛି ଯେ: "ମୁଁ ଦେଖୁଛି ।" ପ୍ରତ୍ୟେକ ଅଙ୍ଗ, ଶରୀରର ଦୈର୍ଘ୍ୟ, ସେମାନେ ହଡ଼ତାଳ କରିଲେ ଯେ ଆମେମାନେ କେବଳ ପେଟ ପାଇଁ କାମ କରିବୁ ନାହିଁ ଯେ କେବଳ ଖାଉଛି । ଆମେ ସମସ୍ତେ କାମ କରୁଛୁ ଏବଂ ଏହି ବ୍ୟକ୍ତି, କିମ୍ଵା ଏହି ପେଟ କେବଳ ଖାଉଛି ।" ତାପରେ, ହଡ଼ତାଳ...ଯେପରିକି ପୁଞିବାଦୀ ଏବଂ କର୍ମଚାରୀ । କର୍ମଚାରୀ ହଡ଼ତାଳ କରନ୍ତି, ଆଉ କିଛି କାମ ହେବ ନାହିଁ । ତେଣୁ ଶରୀରର ଏହି ସମସ୍ତ ଅଙ୍ଗ, ପ୍ରତ୍ୟଙ୍ଗ, ସେମାନେ ହଡ଼ତାଳ କରନ୍ତି, ଏବଂ ଦୁଇ, ତିନିଦିନ ପରେ ସେମାନେ ଯେତେବେଳେ ପୁଣିଥରେ ମିଶିଲେ, ସେମାନେ ପରସ୍ପର ମଧ୍ୟରେ କଥାହେଲେ ଯେ: "ଅମେମାନେ କାହିଁକି ଦୁର୍ବଳ ହୋଇଯାଉଛୁ? ଅମେମାନେ ବର୍ତ୍ତମାନ କାମ କରିପାରୁ ନାହୁଁ ।" ଗୋଡ ମଧ୍ୟ କହିଲା: "ହଁ, ମୁଁ ଦୁର୍ବଳ ଅନୁଭବ କରୁଛି ।"ହାତ ମଧ୍ୟ ଦୁର୍ବଳ ଅନୁଭବ କରୁଛି,ସମସ୍ତେ । ତେଣୁ ଏହାର କାରଣ କ'ଣ? କାରଣ...ତାପରେ ପେଟ କହିଲା: "କାରଣ ମୁଁ ଭୋଜନ କରୁନାହିଁ । ତେଣୁ ତୁମେ ମାନେ ଯଦି ବଳବାନ ହେବାକୁ ଚାହୁଁଛ, ତେବେ ତୁମକୁ ମୋତେ ଭୋଜନ ଦେବାକୁ ପଡ଼ିବ । ଅନ୍ୟଥା...ତେଣୁ ମୁଁ ଉପଭୋକ୍ତା ଅଟେ । ତେମେମାନେ ଉପଭୋକ୍ତା ନାହଁ । ତୁମମାନଙ୍କୁ ମୋର ଅନନ୍ଦ ପାଇଁ ଜିନିଷ ଯୋଗାଇବାକୁ ହେବ । ତାହା ତୁମର ସ୍ଥିତି ଅଟେ । ତେଣୁ ସେମାନେ ବୁଝିପାରିଲେ: "ହଁ, ଆମେମାନେ ସିଧାସଳଖ ଉପଭୋଗ କରିପାରିବୁ ନାହିଁ । ଏହା ସମ୍ଭଵ ନୁହେଁ । ଆନନ୍ଦ ପେଟ ମାଧ୍ୟମରେ ହେବା ଉଚିତ୍ । ତୁମେ ଏକ ରସଗୋଲା ନିଅ, ତୁମେ, ଅଙ୍ଗୁଳିମାନେ, ତୁମେ ଉପଭୋଗ କରିପାରିବ ନାହିଁ । ତୁମେ ଏହାକୁ ପାଟିରେ ଦିଅ, ଏବଂ ଯେତେବେଳେ ଏହା ପେଟକୁ ଯିବ, ସେତେବେଳେ ତୁରନ୍ତ ଶକ୍ତି ମିଳିବ । କେବଳ ଆଙ୍ଗୁଳି ନୁହେଁ, ଆଖି, ଅନ୍ୟ ସମସ୍ତ ଅଙ୍ଗ, ସେମାନେ ସନ୍ତୋଷ, ଏବଂ ଶକ୍ତି ଅନୁଭବ କରିବେ । ସେହିପରି ପ୍ରକୃତ ଉପଭୋକ୍ତା ହେଉଛନ୍ତି କୃଷ୍ଣ । କୃଷ୍ଣ କୁହଁନ୍ତି:

ଭୋକ୍ତାରଂ ଯଜ୍ଞତପସାଂ
ସର୍ବଲୋକମହେଶ୍ଵରମ୍
ସୁହୃଦଂ ସର୍ବଭୂତାନାଂ
ଜ୍ଞାତ୍ଵା ମାଂ ଶାନ୍ତିମୃଚ୍ଛତି
(BG 5.29)