OR/Prabhupada 0375 - ଭଜହୁରେ ମନର ଭାବାର୍ଥ ଦ୍ଵିତୀୟ ଭାଗ

Revision as of 11:28, 20 October 2019 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0375 - in all Languages Category:OR-Quotes - 1967 Category:OR-Quotes - Pur...")
(diff) ← Older revision | Latest revision (diff) | Newer revision → (diff)


Purport to Bhajahu Re Mana -- San Francisco, March 16, 1967

ତେଣୁ ଜୀବନ ଅତ୍ୟନ୍ତ ଟଳମଳ େ ଏବଂ ବିପଦଜନକ ସ୍ଥିତିରେ ଅଛି । ସେଥିପାଇଁ ଜଣେ ଏହି ମନୁଷ୍ୟ ରୂପି ଜୀବନର ଲାଭ ଉଠେଇବା ଉଚିତ୍ ଏବଂ ତୁରନ୍ତ କୃଷ୍ଣ ଚେତନାରେ ନିଯୁକ୍ତ ହେବା ଉଚିତ୍ । ତାହା ନିଜର ମନକୁ ସମସ୍ତଙ୍କର ଅନୁରୋଧ ହେବା ଉଚିତ୍, "ମୋର ପ୍ରିୟ ମନ, ମୋତେ ଏହି ବିପଦଜନକ ସ୍ଥିତିକୁ ଟାଣ ନାହିଁ । ଦୟାକରି ମୋତେ କୃଷ୍ଣ ଚେତନାରେ ରହିବାକୁ ଦିଅ ।" ଏହି ପ୍ରକାରରେ କୃଷ୍ଣ ଚେତନା, କିପରି ଲାଭ କରାଯାଇ ପାରିବ, ତାହା ମଧ୍ୟ ଗୋବିନ୍ଦ ଦାସଙ୍କ ଦ୍ଵାରା ବର୍ଣ୍ଣନା କରାଯାଇଛି । ସେ କୁହଁନ୍ତି,

ଶ୍ରବଣ, କୀର୍ତ୍ତନ, ସ୍ମରଣ, ବନ୍ଦନ,
ପାଦ-ସେବନ, ଦାସ୍ୟ ରେ,
ପୂଜନ ସଖୀ-ଜନ, ଆତ୍ମ-ନିବେଦନ
ଗୋବିନ୍ଦ-ଦାସ-ଅଭିଳାଷ ରେ

ଅଭିଳାଷ ଅର୍ଥାତ୍ ଇଛା, ଆଶା କିମ୍ଵା ମହତ୍ଵାକାଂକ୍ଷା । ସେ ନଅଟି ଭିନ୍ନ ଭିନ୍ନ ପ୍ରକାରରେ ଭକ୍ତ ହେବା ପାଇଁ ମହତ୍ଵାକାଂକ୍ଷି ଅଟନ୍ତି । ପ୍ରଥମଟି ହେଉଛି ଶ୍ରବଣ, ଶ୍ରବଣ ଅର୍ଥାତ୍ ଶୁଣିବା । ଜଣେ ଅଧିକାରିମାନଙ୍କ ଠାରୁ ଶୁଣିବା ଉଚିତ୍ । ତାହା ହେଉଛି ଆଧ୍ୟାତ୍ମିକ ଜୀବନ କିମ୍ଵା କୃଷ୍ଣ ଚେତନାର ପ୍ରାରମ୍ଭ । ଠିକ୍ ଯେପରି ଅର୍ଜୁନ । ସେ ତାଙ୍କର ଆଧ୍ୟାତ୍ମିକ ଚେତନା କିମ୍ଵା କୃଷ୍ଣ ଚେତନା, କୃଷ୍ଣଙ୍କ ଠାରୁ ଶୁଣିବା ଦ୍ଵାରା ଲାଭ କରିଥିଲେ । ସେହିପରି, ଜଣେ କୃଷ୍ଣଙ୍କ ଠାରୁ ଶୁଣିବା ଉଚିତ୍ କିମ୍ଵା କୃଷ୍ଣଙ୍କର ପ୍ରତିନିଧିମାନଙ୍କ ଠାରୁ । ଯିଏ କୃଷ୍ଣଙ୍କର ଶଦ୍ଦଗୁଡ଼ିକୁ ମୌଳିକ ରୂପରେ ଉପସ୍ଥାପନ କରେ - ତାଙ୍କ ଠାରୁ ଜଣେ ଶୁଣିବା ଉଚିତ୍ କାରଣ ବର୍ତ୍ତମାନ ସମୟରେ ପ୍ରତକ୍ଷ୍ୟ ଭାବରେ ଶୁଣିବା ପାଇଁ ଆମ ପାଖରେ ସୁଯୋଗ ନାହିଁ । କୃଷ୍ଣଙ୍କ ଠାରୁ ପ୍ରତ୍ୟକ୍ଷ ଭାବରେ ଶୁଣିବାର ଅଛି । ବ୍ୟବସ୍ଥା ଥିଲା । କୃଷ୍ଣ ସମସ୍ତଙ୍କର ହୃଦୟରେ ଉପସ୍ଥିତ, ଏବଂ ଜଣେ ତାଙ୍କ ଠାରୁ ବହୁତ ସହଜରେ ଶୁଣି ପାରିବ, ଯେ କୌଣସି ସ୍ଥାନରେ ଏବଂ ସବୁସ୍ଥାନରେ, କିନ୍ତୁ ସେ ପ୍ରଶିକ୍ଷିତ ହେବା ଉଚିତ୍ କି କିପରି ଶୁଣିବାର ଅଛି । ସେହି ପ୍ରୟୋଜନ ପାଇଁ ଜଣଙ୍କୁ କୃଷ୍ଣଙ୍କର ପ୍ରତିନିଧିର ସାହାର୍ଯ୍ୟ ଆବଶ୍ୟକ । ସେଥିପାଇଁ ଚୈତନ୍ୟ ମାହାପ୍ରଭୁ କହିଛନ୍ତି ଯେ ଜଣେ କୃଷ୍ଣଙ୍କର ଭକ୍ତିମୟ ସେବା ଲାଭ କରି ପାରିବ, କୃଷ୍ଣ ଏବଂ ଆଧ୍ୟାତ୍ମକି ଗୁରୁଙ୍କର ମିଳିତ ଦୟା ଦ୍ଵାରା । ଗୁରୁ-କୃଷ୍ଣ-କୃପାୟ ପାୟ ଭକ୍ତି-ଲତା-ବୀଜ (CC Madhya 19.151) । ଆଧ୍ୟାତ୍ମିକ ଗୁରୁଙ୍କର କୃପା ଦ୍ଵାରା, ଗୁରୁ, ଏବଂ କୃଷ୍ଣଙ୍କର କୃପା ଦ୍ଵାରା, ଜଣେ ଭକ୍ତି ସେବାରେ କୃଷ୍ଣଙ୍କର ସେବା କରିବାର ସୁଯୋଗ ଲାଭ କରେ । ତେଣୁ ଚୈତନ୍ୟ-ଚରିତାମୃତରେ ଏହା ମଧ୍ୟ କୁହାଯାଇଛି, ଯେ, ଆଧ୍ୟାତ୍ମିକ ଗୁରୁ ହେଉଛନ୍ତି କୃଷ୍ଣଙ୍କର ପ୍ରତ୍ୟକ୍ଷ ଅଭିବ୍ୟକ୍ତି । କୃଷ୍ଣ ଭକ୍ତର ସମ୍ମୁଖକୁ ଆଧ୍ୟାତ୍ମିକ ଗୁରୁ ରୂପେ ଆସନ୍ତି ଠିକ୍ ଯେପରି ସୂର୍ଯ୍ୟ ସୂର୍ଯ୍ୟକିରଣ ରୂପେ ତୁମ କକ୍ଷ ମଧ୍ୟକୁ ପ୍ରବେଶ କରନ୍ତି । ଯଦ୍ୟପି ସୂର୍ଯ୍ୟ ତୁମର କକ୍ଷ କିମ୍ଵା ତୁମର ସହର କିମ୍ଵା ତୁମର ଦେଶ ମଧ୍ୟକୁ ପ୍ରବେଶ କରନ୍ତି ନାହିଁ - ସେ ବହୁତ ଲକ୍ଷ ଏବଂ କୋଟି ଦୂରରେ ଅଛନ୍ତି - ତଥାପି, ସେ ତାଙ୍କର ଶକ୍ତି, ସୂର୍ଯ୍ୟକିରଣ ଦ୍ଵାରା ସବୁସ୍ଥାନରେ ପ୍ରବେଶ କରି ପାରନ୍ତି । ସେହିପରି, କୃଷ୍ଣ ପ୍ରତ୍ୟେକ ସ୍ଥାନରେ ତାଙ୍କର ଭିନ୍ନ ଭିନ୍ନ ଶକ୍ତି ଦ୍ଵାରା ପ୍ରବେଶ କରନ୍ତି । ଏବଂ କୃଷ୍ଣଙ୍କ ଠାରୁ ଏହି ଆଲୋକ ପ୍ରାପ୍ତ କରିବା ପାଇଁ, ଜଣଙ୍କୁ ଶୁଣିବାକୁ ହେବ । ଶୁଣିବା ବହୁତ ମହତ୍ଵପୂର୍ଣ୍ଣ । ସେଥିପାଇଁ, ଗୋବିନ୍ଦ ଦାସ କୁହଁନ୍ତି, ଶ୍ରବଣ । ଶ୍ରବଣ ଅର୍ଥାତ୍ ଶୁଣିବା । ଏବଂ ଜଣେ ଯିଏ ଭଲ ଭାବରେ ଶୁଣେ, ତାର ପରବର୍ତ୍ତୀ ସ୍ତର ହେଉଛି କୀର୍ତ୍ତନମ । ଠିକ୍ ଯେପରି ଆମର ବାଳକମାନେ ଯେଉଁମାନେ ଟିକିଏ ଭଲରେ ଶୁଣୁଛନ୍ତି, ବର୍ତ୍ତମାନ ସେମାନେ କୀର୍ତ୍ତନ କରିବା ପାଇଁ ଭାରୀ ଇଛୁକ, ସଡକରୁ ସଡକକୁ ଯାଇ । ଏହା ପ୍ରାକୃତିକ ଅନୁକ୍ରମ ଅଟେ । ଏହା ନୁହେଁ ଯେ ତୁମେ ଶୁଣୁଛ, କିନ୍ତୁ ତୁମେ ସ୍ଥାୟୀ ରହୁଛ । ନା । ପରବର୍ତ୍ତୀ ସୋପାନ ହେଉଛି କୀର୍ତ୍ତନମ । ଜପ ଦ୍ଵାରା, କିମ୍ଵା ଲେଖା ଦ୍ଵାରା, କିମ୍ଵା କହିବା ଦ୍ଵାରା, କିମ୍ଵା ପ୍ରଚାର ଦ୍ଵାରା, କୀର୍ତ୍ତନ ହୋଇ ପାରିବ । ତେଣୁ ଶ୍ରବଣଂ କୀର୍ତ୍ତନଂ, ପ୍ରଥମେ ଶୁଣିବା ଏବଂ ତାପରେ ଜପ କରିବା । ଏବଂ ଶୁଣିବା ଏବଂ ଜପ କରିବା କାହା ବିଷୟରେ? ବିଷ୍ଣୁଙ୍କ ବିଷୟରେ, କୌଣସି ବକବାସ ନୁହେଁ । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ (SB 7.5.23) । ଏହି କଥାଗୁଡିକ ଶାସ୍ତ୍ରରେ କୁହାଯାଇଛି । ସାଧାରଣ ଲୋକମାନେ, ସେମାନେ ମଧ୍ୟ ଶୁଣିବା ଏବଂ ଜପ କରିବାରେ ବ୍ୟସ୍ତ ଅଛନ୍ତି । ସେମାନେ କିଛି ରାଜନୀତିଜ୍ଞମାନଙ୍କ ବିଷୟରେ ଖବରକାଗଜରେ ଶୁଣୁଛନ୍ତି, ଏବଂ ପୁରା ଦିନ ସେମାନେ ଆଲୋଚନା କରୁଛନ୍ତି ଏବଂ ଜପ କରୁଛନ୍ତି । "ଓ, ଏହି ଲୋକ ନିର୍ବାଚିତ ହେବାକୁ ଯାଉଛି । ଏହି ଲୋକ ନିର୍ବାଚିତ ହେବାକୁ ଯାଉଛି ।" ତେବେ ଶୁଣିବା ଏବଂ ଜପ କରିବା ସବୁ ସ୍ଥାନରେ ଅଛି । କିନ୍ତୁ ଯଦି ତୁମେ ଆଧ୍ୟାତ୍ମିକ ଦାସତ୍ଵ ଚାହଁ, ତେବେ ତୁମକୁ ବିଷ୍ଣୁଙ୍କ ବିଷୟରେ ଶୁଣିବାକୁ ଏବଂ ଜପ କରିବାକୁ ପଡିବ, ଅନ୍ୟ କାହା ବିଷୟରେ ନୁହେଁ । ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋଃ । ତେବେ କବି ଗାଆନ୍ତି, ଶ୍ରବଣ, କୀର୍ତ୍ତନ, ସ୍ମରଣ, ବନ୍ଦନ, ପାଦ-ସେବନ, ଦାସ୍ୟ ରେ । ତେବେ ବିଭିନ୍ନ ପ୍ରକ୍ରିୟା ଅଛି: ଶୁଣିବା, ଜପ କରିବା, ମନେ ପକେଇବା, ମନ୍ଦିରରେ ପୂଜା କରିବା, ନିଜକୁ ନିଯୁକ୍ତ କରିବା । ତେବେ ସେ ସମସ୍ତ ନଅ ପ୍ରକାରର ଭକ୍ତିମୟ ସେବାର ଇଛା କରୁଛନ୍ତି । ପରିଶେଷରେ, ପୂଜନ ସଖୀ-ଜନ । ସଖୀ-ଜନ ଅର୍ଥାତ୍ ଯେଉଁମାନେ ଭଗବାନଙ୍କର ଗୋପନୀୟ ଭକ୍ତ ଅଟନ୍ତି, ସେମାନଙ୍କୁ ପ୍ରସନ୍ନ କରିବା ପାଇଁ । ଏବଂ ଆତ୍ମ୍-ନିବେଦନ । ଆତ୍ମା ଅର୍ଥାତ୍ ସ୍ଵୟଂ, ଏବଂ ନିବେଦନ ଅର୍ଥାତ୍ ସମର୍ପଣ କରିବା । ଗୋବିନ୍ଦ-ଦାସ-ଅଭିଳାଷ । କବିଙ୍କର ନାମ ହେଉଛି ଗୋବିନ୍ଦ ଦାସ, ଏବଂ ସେ ବ୍ୟକ୍ତ କରୁଛନ୍ତି ଯେ ତାଙ୍କର ଇଛା କେବଳ ଏତିକି ଅଟେ । ସେ ତାଙ୍କର ମନୁଷ୍ୟ ରୂପି ଜୀବନର ସୁଯୋଗକୁ ଏହିପର ଭାବରେ ଉପଯୋଗ କରିବାକୁ ଚାହୁଁଛନ୍ତି । ଏହା ହେଉଛି ଏହି ଗୀତର ସାରାଂଶ ।