OR/Prabhupada 0442 - ଖ୍ରୀଷ୍ଟିୟାନ ଧର୍ମଶାସ୍ତ୍ରରେ, ଜଣେ ଭଗବାନଙ୍କୁ ପ୍ରାର୍ଥନା କରେ, 'ଆମକୁ ଆମର ଦୈନିକ ରୁଟି ଦିଅ'

Revision as of 14:26, 8 November 2019 by Ritesh&Susovita (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0442 - in all Languages Category:OR-Quotes - 1968 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.8-12 -- Los Angeles, November 27, 1968

ଭକ୍ତ: "କୃଷ୍ଣ ସ୍ପଷ୍ଟ ଭାବରେ କୁହଁନ୍ତି ଯେ ଭବିଷ୍ୟତରେ ମଧ୍ୟ କୃଷ୍ଣ ଏବଂ ଅନ୍ୟମାନଙ୍କର ବ୍ୟକ୍ତିତ୍ଵ, ଯେପରି ଉପନିଷେଦରେ ସ୍ଵୀକାର କରାଯାଇଛି, ସର୍ବଦା ଜାରି ରହିବ । କୃଷ୍ଣଙ୍କର ଏହି ମନ୍ତବ୍ୟ ପ୍ରାମାଣିକ ଅଟେ ।

ପ୍ରଭୁପାଦ: ହଁ, ଉପନିଷେଦ କୁହଁନ୍ତି ନିତ୍ୟୋ ନିତ୍ୟାନାମ । ବର୍ତ୍ତମାନ, ନିତ୍ୟ ଅର୍ଥାତ୍ ସର୍ବଦା, ଏବଂ ପରମ ଭଗବାନ ପରମ ଶାଶ୍ଵତ ଅଟନ୍ତି, ଏବଂ ଆମେ ବ୍ୟକ୍ତିଗତ ଆତ୍ମାମାନେ, ଆମେ ମଧ୍ୟ ଅନେକ ଅନନ୍ତ ଅଟୁ । ତେବେ ସେ ଅନନ୍ତ ନେତା ଅଟନ୍ତି । ଏକୋ ବହୁନାମ... ସେ କିପରି ନେତା? ଏକୋ ବହୁନାମ ବିଦଧାତି କାମାନ । ସେହି ଜଣେ, ଏକମାତ୍ର ଶାଶ୍ଵତ ବ୍ୟକ୍ତି, ସେ ଅନ୍ୟ ଶାଶ୍ଵତମାନଙ୍କୁ ସମସ୍ତ ଆବଶ୍ୟକତା ଯୋଗେଇ ଦେଉଛନ୍ତି । ଏହି କଥାଗୁଡିକ ବେଦରେ ସ୍ପଷ୍ଟଭାବରେ କୁହାଯାଇଛି । ଏବଂ ବାସ୍ତବରେ ଆମେ ଅନୁଭବ କରୁଛୁ । ଠିକ୍ ଯେପରି ଖ୍ରୀଷ୍ଟିୟାନ ଧର୍ମଶାସ୍ତ୍ରରେ, ବ୍ୟକ୍ତି ଚର୍ଚ୍ଚକୁ ଯାଏ ଏବଂ ଭଗବାନଙ୍କୁ ପ୍ରାର୍ଥନା କରେ, "ଆମକୁ ଆମର ଦୈନିକ ରୁଟି ଦିଅ ।" କାହିଁକି ସେ ଭଗବାନଙ୍କୁ ମାଗୁଛି? ଅବଶ୍ୟ, ପୁରୁଷମାନଙ୍କର ଏହି ନାସ୍ତିକ ବର୍ଗ ସେମାନଙ୍କୁ ଶିଖଉଛି, "ରୁଟି କେଉଁଠାରେ ଅଛି? ତୁମେ ଚର୍ଚ୍ଚକୁ ଯାଉଛ । ତୁମେ ଆମ ପାଖକୁ ଆସ, ଆମେ ତୁମକୁ ରୁଟି ଦେବୁ ।" ତେଣୁ ଏହି ବୈଦିକ ଚିନ୍ତା ମଧ୍ୟ ଅଛି । ବେଦମାନେ କୁହଁନ୍ତି, ଏକୋ ବହୁନାମ ବିଦଧାତି କାମନ । ସେହି ଏକ ପରମ ଶାଶ୍ଵତ, ସେ ଯୋଗାଇ ଦେଉଛି, ସେ ଅନ୍ୟ ସମସ୍ତ ବ୍ୟକ୍ତିଗତ ଶାଶ୍ଵତମାନଙ୍କର ପାଳନ ପୋଷଣ କରୁଛନ୍ତି । ଏବଂ ବାଇବେଲ ମଧ୍ୟ କୁହେ "ତୁମେ ଯାଅ, ଭଗବାନଙ୍କୁ ତୁମର ରୁଟି ମାଗ ।" ତେଣୁ ଯଦି ଭଗବାନ ପାଳକ ଏବଂ ପ୍ରଦାୟକ ନୁହଁନ୍ତି, କାହିଁକି ଏହି ଅଜ୍ଞା ଅଛି? ସେଥିପାଇଁ ସେ ହେଉଛନ୍ତି ନେତା, ସେ ହେଉଛନ୍ତି ପାଳକ । ଏବଂ ବେଦ ସ୍ପଷ୍ଟ ଭାବରେ କୁହଁନ୍ତି ଯେ ଏହା ହେଉଛି ସ୍ଥିତି । ସେ ହେଉଛନ୍ତି ସର୍ବୋଚ୍ଚ । ଏବଂ ଏହା ଜାଣି ଆମେ ଶାନ୍ତ ହୋଇ ପାରିବା । ତାହା ହେଉଛି ବୈଦିକ ଆଦେଶ । ଆଗକୁ ପଢ଼ ।

ଭକ୍ତ: "କୃଷ୍ଣଙ୍କର ଏହି ମନ୍ତବ୍ୟ ଆଧିକାରିକ ଅଟେ କାରଣ କୃଷ୍ଣ ଭ୍ରମର ଅଧିନରେ ନାହାଁନ୍ତି । ଯଦି ବ୍ୟକ୍ତିତ୍ଵ..."

ପ୍ରଭୁପାଦ: ହଁ । ଯଦି ମାୟାବାଦୀ ଦାର୍ଶନିକ କୁହଁନ୍ତି ଯେ କୃଷ୍ଣଙ୍କର ଏହି ମନ୍ତବ୍ୟ ହେଉଛି ମାୟା, କି "ସେ କୁହଁନ୍ତି ଯେ 'ସମସ୍ତେ ଅତୀତରେ ବ୍ୟକ୍ତି ଥିଲେ ।' ନା, ଅତୀତରେ ସମସ୍ତେ ଏକ ଥିଲେ, ଗଦା, ସମଜାତୀୟ । ମାୟା ଦ୍ଵାରା, ଆମେ ବ୍ୟକ୍ତି ହୋଇଗଲୁ ।" ଯଦି ମାୟାବାଦୀ ସେପରି କୁହଁନ୍ତି, ତେବେ କୃଷ୍ଣ ବଦ୍ଧ ଆତ୍ମାମାନଙ୍କ ମଧ୍ୟରୁ ଜଣେ ହୋଇ ଯାଆନ୍ତି । ସେ ନୁହଁନ୍ତି...ସେ ତାଙ୍କର ଅଧିକାରକୁ ହରେଇ ଦିଅନ୍ତି । କାରଣ ବଦ୍ଧ ଆତ୍ମା ତୁମକୁ ସତ୍ୟ ଦେଇ ପାରନ୍ତି ନାହିଁ । ମୁଁ ଏକ ବଦ୍ଧ ଆତ୍ମା । ମୁଁ ଏପରି କିଛି କହିପାରିବି ନାହିଁ ଯାହା ହେଉଛି ପୂର୍ଣ୍ଣ । ତେଣୁ କୃଷ୍ଣଙ୍କୁ ପୂର୍ଣ୍ଣ ଭାବରେ ସ୍ଵୀକାର କରାଯାଏ । ତେଣୁ ଯଦି ମାୟାବାଦୀ ସିଦ୍ଧାନ୍ତକୁ ସ୍ଵୀକାର କରାଯାଏ, ତେବେ କୃଷ୍ଣଙ୍କର ସିଦ୍ଧାନ୍ତକୁ ଅସ୍ଵୀକାର କରିବାକୁ ହେବ । ଯଦି କୃଷ୍ଣଙ୍କୁ ଅସ୍ଵୀକାର କରିଦିଆଯାଏ, ତେବେ କୃଷ୍ଣଙ୍କର ପୁସ୍ତକ, ଭଗବଦ୍ ଗୀତା ପଢ଼ିବାର କୌଣସି ଆବଶ୍ୟକତା ନାହିଁ । ଏହା ନିର୍ଥକ, ସମୟର ଅପବ୍ୟୟ ଅଟେ । ଯଦି ସେ ଆମ ପରି ଏକ ବଦ୍ଧ ଆତ୍ମା ଅଟନ୍ତି... କାରଣ ଆମେ ଏକ ବଦ୍ଧ ଆତ୍ମା ଠାରୁ କୌଣସି ନିର୍ଦ୍ଦେଶ ନେଇ ପାରିବା ନାହିଁ । ତେଣୁ ଆଧ୍ୟାତ୍ମିକ ଗୁରୁ, ଯଦି ତୁମେ ତାଙ୍କୁ ବଦ୍ଧ ଆତ୍ମା ରୂପେ ସ୍ଵୀକାର କର, କିନ୍ତୁ ସେ କିଛି ତାଙ୍କ ତରଫରୁ କୁହଁନ୍ତି ନାହିଁ । ସେ କୃଷ୍ଣଙ୍କର ତରଫରୁ କୁହଁନ୍ତି । ତେଣୁ ଯେ ପର୍ଯ୍ୟନ୍ତ...ବୈଦିକ ସିଦ୍ଧାନ୍ତ ହେଉଛି ଯେ ପର୍ଯ୍ୟନ୍ତ ଜଣେ ଭୌତିକ ଅବସ୍ଥାରୁ ମୁକ୍ତ ହୋଇ ନାହିଁ, ସେ ଆମକୁ ପୂର୍ଣ୍ଣ ଜ୍ଞାନ ଦେଇ ପାରିବ ନାହିଁ । ବଦ୍ଧ ଆତ୍ମା, ଶିକ୍ଷାରେ ସେ ଯେତେ ଉନ୍ନତ ହେଲେ ମଧ୍ୟ, ଶିକ୍ଷିତ, ସେ ଆମକୁ ପୂର୍ଣ୍ଣ ଜ୍ଞାନ ଦେଇ ପାରିବ ନାହିଁ । କେବଳ ଜଣେ ଯିଏ ଏହି ଭୌତିକ ନିୟମର ସ୍ଥିତି ଉପରକୁ ଅଛି, ସେ ଆମକୁ ପୂର୍ଣ୍ଣ ଜ୍ଞାନ ଦେଇ ପାରିବ । ସେହିପରି ଶଙ୍କରାଚାର୍ଯ୍ୟ, ସେ ମଧ୍ୟ ମାୟାବାଦୀ, କିନ୍ତୁ ସେ କୃଷ୍ଣଙ୍କୁ ସର୍ବୋଚ୍ଚ ଅଧିକାରୀ ରୂପେ ସ୍ଵୀକାର କରିଥିଲେ । ସ ଭଗବାନ ସ୍ଵୟଂ କୃଷ୍ଣ । "କୃଷ୍ଣ ହେଉଛନ୍ତି ସେହି ପରମ ପୁରୁଷ ଭଗବାନ ।" ଆଧୁନିକ ମାୟାବାଦୀ ଦାର୍ଶନିକମାନେ, ସେମାନେ ଶଙ୍କରାଚାର୍ଯ୍ୟଙ୍କର ଏହି ମନ୍ତବ୍ୟକୁ ଅନାବୃତ କରନ୍ତି ନାହିଁ । ଲୋକମାନଙ୍କୁ ଠକିବା ପାଇଁ । କିନ୍ତୁ ଶଙ୍କରାଚାର୍ଯ୍ୟଙ୍କର ମନ୍ତବ୍ୟ ଅଛି । ଆମେ ପ୍ରମାଣ ଦେଇ ପାରିବୁ । ସେ କୃଷ୍ଣଙ୍କୁ ସର୍ବୋଚ୍ଚ ଅଧିକାରୀ ଭାବରେ ସ୍ଵୀକାର କରିଥିଲେ । ସେ କୃଷ୍ଣଙ୍କର ପ୍ରସଂଶା କରି କିମ୍ଵା ପୂଜା କରି ବହୁତ ସାରା ଭଲ କବିତା ଲେଖିଛନ୍ତି । ଏବଂ ଶେଷ ସମୟରେ ସେ କହିଥିଲେ, ଭଜ ଗୋବିନ୍ଦମ୍ ଭଜ ଗୋବିନ୍ଦମ୍ ଭଜ ଗୋବିନ୍ଦମ୍ ମୁଢ଼ ମତେ । "ତୁମେ ଦୁର୍ଜନ ମୂର୍ଖ । ଓ, ତୁମେ ବୁଝିବା ପାଇଁ ବ୍ୟାକରଣ ଉପରେ ନିର୍ଭର କରୁଛ ।" "ଏହା ସବୁ ବକବାସ ଅଟେ ।" ଭଜ ଗୋବିନ୍ଦମ୍ । "କେବଳ ଗୋବିନ୍ଦଙ୍କୁ ପୂଜା କର ।" ଭଜ ଗୋବିନ୍ଦମ୍ ଭଜ...ତିନି ଥର ସେ କୁହଁନ୍ତି । "କେବଳ ଗୋବିନ୍ଦଙ୍କୁ ପୂଜା କର ।" ଭଜ ଗୋବିନ୍ଦମ୍ ଭଜ ଗୋବିନ୍ଦମ୍ ଭଜ ଗୋବିନ୍ଦମ୍ । ଠିକ୍ ଯେପରି ଚୈତନ୍ୟ ମାହାପ୍ରଭୁ ତିନି ଥର କୁହଁନ୍ତି, ହରେର୍ନାମ ହରେର୍ନାମ ହରେର୍ନାମ (CC Adi 17.21) । ତିନି ଥର ଅର୍ଥାତ୍ ଅଧିକ ଜୋର ଦେବା । ଠିକ୍ ଯେପରି ଆମେ ବେଳେ ବେଳେ କହୁ, "ତୁମେ ଏହା କର, ଏହା କର, ଏହା କର ।" ତାର ଅର୍ଥ ହେଲା ଆଉ ମନା ନାହିଁ । ସମସ୍ତ ଭାର ସମାପ୍ତ କର । ଯଥା ଶୀଘ୍ର ଏକ କଥାରେ ତିନି ଥର ଜୋର ଦିଆଯାଏ, ତାର ଅର୍ଥ ହେଉଛି ଅନ୍ତିମ । ତେଣୁ ଶଙ୍କରାଚାର୍ଯ୍ୟ କୁହଁନ୍ତି, ଭଜ ଗୋବିନ୍ଦମ୍ ଭଜ ଗୋବିନ୍ଦମ୍ ଭଜ ଗୋବିନ୍ଦମ୍ ମୁଢ଼-ମତେ । ମୁଢ଼, ମୁଢ଼ ମୁଁ ବହୁତ ଥର ବର୍ଣ୍ଣନା କରିଛି । ମୁଢ଼ ଅର୍ଥାତ୍ ଦୁର୍ଜନ, ଗଧ । ତୁମେ ତୁମର ବ୍ୟାକରଣ ବୁଝାମଣାରେ ନିର୍ଭର କରୁଛ, ଦୁକୃନ କରଣେ । ଦୁକୃନ, ଏଗୁଡିକ ବ୍ୟାକରଣର ପ୍ରତ୍ୟୟ ଏବଂ ଉପସର୍ଗ ଅଟନ୍ତି । ପ୍ରତ୍ୟୟ, ପ୍ରକରଣ । ତେଣୁ ତୁମେ ଏହି ମୌଖିକ ଧାତୁ ଉପରେ ନିର୍ଭର କରୁଛ, ସେହି ମୌଖିକ ଧାତୁ, ଏବଂ ସୃଷ୍ଟି କରୁଛ, ତୁମର ଶଦ୍ଦକୁ ଭିନ୍ନ ଭିନ୍ନ ପ୍ରକାରରେ ବ୍ୟାଖ୍ୟା କରୁଛ । ଏହା ସବୁ ବକବାସ ଅଟେ । ଏହି ଦୁକୃଣ କରଣେ, ତୁମର ଶଦ୍ଦର ବ୍ୟାକରଣର ଜାଦୁଗରୀ, ମୃତ୍ୟୁ ସମୟରେ ତୁମର ରକ୍ଷା କରି ପାରିବ ନାହିଁ । ତୁମେ ଦୁର୍ଜନ, ତୁମେ କେବଳ ଗୋବିନ୍ଦଙ୍କୁ ପୂଜା କର, ଗୋବିନ୍ଦ, ଗୋବିନ୍ଦ । ତାହା ଶଙ୍କରାଚାର୍ଯ୍ୟଙ୍କର ମଧ୍ୟ ନିର୍ଦ୍ଦେଶ । କାରଣ ସେ ଏକ ଭକ୍ତ ଥିଲେ, ଏକ ମାହାନ ଭକ୍ତ ଥିଲେ । କିନ୍ତୁ ସେ ଏକ ନାସ୍ତିକ ହେବାର ନାଟକ କରୁଥିଲେ କାରଣ ତାଙ୍କୁ ନାସ୍ତିକମାନଙ୍କ ସହିତ କାମ କରିବାକୁ ପଡୁଥିଲା । ଯେ ପର୍ଯ୍ୟନ୍ତ ସେ ନିଜକୁ ନାସ୍ତିକ ରୂପେ ପ୍ରସ୍ତୁତ ନ କରିଛନ୍ତି, ନାସ୍ତିକ ଅନୁସରଣ କାରୀମାନେ ତାଙ୍କୁ ଶୁଣିବେ ନାହିଁ । ସେଥିପାଇଁ ସେ କିଛି ସମୟ ପାଇଁ ମାୟାବାଦୀ ତତ୍ତ୍ଵଜ୍ଞାନକୁ ଉପସ୍ଥିତ କରିଲେ । ମାୟାବାଦୀ ତତ୍ତ୍ଵଜ୍ଞାନ ଶାଶ୍ଵତ ଭାବରେ ଗ୍ରହଣ କରାଯାଇ ପାରିବ ନାହିଁ । ଶାଶ୍ଵତ ତତ୍ତ୍ଵଜ୍ଞାନ ହେଉଛି ଭଗବଦ୍ ଗୀତା । ତାହା ହେଉଛି ନିର୍ଣ୍ଣୟ ।