OR/Prabhupada 0241 - ଇନ୍ଦ୍ରିୟଗୁଡ଼ିକ ଠିକ୍ ସର୍ପ ସଦୃଶ ଅଟନ୍ତି

Revision as of 22:39, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture on BG 2.3 -- London, August 4, 1973

ବୈଦିକ ସାହିତ୍ୟରେ ସ୍ଵର୍ଗକୁ ତ୍ରୀ-ଦଶ-ପୂର ରୂପେ ବର୍ଣ୍ଣନା କରାଯାଇଛି । ତ୍ରୀ-ଦଶ-ପୂର । ତ୍ରୀ-ଦଶ-ପୂର ଅର୍ଥାତ୍ ତେତିଶି କୋଟି ଦେବତା ଅଛନ୍ତି, ଏବଂ ସେମାନଙ୍କର ଭିନ୍ନ ଭିନ୍ନ ଗ୍ରହ ଅଛି । ଏହାକୁ ତ୍ରୀ-ଦଶ-ପୂର କୁହାଯାଏ । ତ୍ରୀ ଅର୍ଥାତ୍ ତିନି, ଏବଂ ଦଶ ଅର୍ଥାତ୍ ଦଶ । ତେଣୁ ତେତିଶି କିମ୍ଵା ତିରିଶି । ଯାହା ହେଉ, ତ୍ରୀ ଦଶ ପୂର ଆକାଶ ପୁଷ୍ପାୟତେ । ଆକାଶ ପୁଷ୍ପ ଅର୍ଥାତ୍ କିଛି କାଳ୍ପନିକ, କିଛି କାଳ୍ପନିକ । ଆକାଶରେ ଏକ ପୁଷ୍ପ । ଏକ ପୁଷ୍ପ ବଗିଚାରେ ରହିବା ଉଚିତ୍, କିନ୍ତୁ ଯଦି ଜଣେ କଳ୍ପନା କରିବା ଆକାଶରେ ପୁଷ୍ପ ଅଛି, ଏହା ହେଉଛି କାଳ୍ପନିକ । ତେଣୁ ଭକ୍ତ ପାଇଁ, ଏହି ସ୍ଵର୍ଗୀୟ ଗ୍ରହକୁ ଉନ୍ନତି କରିବା ହେଉଛି ଯେପରି ଆକାଶରେ ଏକ ଫୁଲ । ତ୍ରୀ ଦଶ ପୂର ଅକାଶ ପୁଷ୍ପାୟତେ । କୈବଲ୍ୟମ୍ ନରକାୟତେ । ଜ୍ଞାନୀ ଏବଂ କର୍ମୀ । ଏବଂ ଦୁର୍ଦାନ୍ତେନ୍ଦ୍ରିୟ କାଳ ସର୍ପ ପଟଳୀ ପ୍ରୋତ୍ଖାତ ଦମ୍ସ୍ରାୟତେ । ତାପରେ ଯୋଗୀ । ଯୋଗୀମାନେ ଚେଷ୍ଟା କରୁଛନ୍ତି । ଯୋଗୀ ଅର୍ଥାତ୍ ଯୋଗ ଇନ୍ଦ୍ରିୟ ସାମ୍ୟମ, ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବା । ତାହା ହେଉଛି ଯୋଗ ଅଭ୍ୟାସ । ଆମର ଇନ୍ଦ୍ରିୟ ଅତି ଶକ୍ତିଶାଳୀ । ଯେପରି ଆମେ ମଧ୍ୟ, ବୈଷ୍ଣବମାନେ, ଆମେ ପ୍ରଥମେ ଜିଭକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁ । ତେଣୁ ଯୋଗୀମାନେ ମଧ୍ୟ, ସେମାନେ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରନ୍ତି, କେବଳ ଜିଭ ନୁହେଁ, କିନ୍ତୁ ଅନ୍ୟ ସମସ୍ତ, ଦଶ ପ୍ରକାରର ଇନ୍ଦ୍ରିୟ, ରହସ୍ୟବାଦୀ ଯୋଗ ଅଭ୍ୟାସ ଦ୍ଵାରା । ତେବେ ସେମାନେ କାହିଁକି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି? କାରଣ ଇନ୍ଦ୍ରିୟଗୁଡ଼ିକ ଠିକ୍ ସର୍ପ ସଦୃଶ ଅଟନ୍ତି । ଏକ ସର୍ପ...ଯେପରି ସେମାନେ କିଛି ସ୍ପର୍ଶ କରନ୍ତି, ତୂରନ୍ତ କିଛି ମୃତ୍ୟୁ ମୁଖକୁ ଚାଲିଯାଏ । ମୃତ୍ୟୁ ପର୍ଯ୍ୟନ୍ତ, କ୍ଷତ ରହିବ ହିଁ । ଉଦାହରଣ ସ୍ଵରୂପ: ଯେପରି ଆମର ଯୌନ ଲାଳସା । ଯଥା ଶୀଘ୍ର ଅବୈଧ ଯୌନ ଅଛି, କୌଣସି ଅସୁବିଧା ନାହିଁ । ଅବଶ୍ୟ, ଅଜିକାଲି ଏହା ସବୁ ଭାରୀ ସରଳ ହୋଇଗଲାଣି । ପୂର୍ବେ ଏହା ଅତି କଷ୍ଟକର ଥିଲା, ବିଶେଷ କରି ଭାରତରେ । ସେଥିପାଇଁ ଏକ ଯୁବତୀକୁ ସର୍ବଦା ସୁରକ୍ଷା ପ୍ରଦାନ କରାଯାଉଥିଲା, କାରଣ ସେ ଯଦି ଯୁବକମାନଙ୍କର ସହିତ ମିଶିବ, ଯେ କୌଣସି ପ୍ରକାରରେ, ଯୌନ ପ୍ରକ୍ରିୟା ହେଲେ, ସେ ଗର୍ଭବତୀ ହୋଇଯିବ । ଏବଂ ତାର ବିବାହ କରିବା ଆଉ ସମ୍ଭବ ହୁଏ ନାହିଁ । ନା । ସର୍ପ ଦ୍ଵାରା ସ୍ପର୍ଶ କରାଯାଇଥିବା । ଏହା ହେଉଛି... ବୈଦିକ ସଭ୍ୟତା ଭାରୀ ଶକ୍ତ । କାରଣ ସମ୍ପୂର୍ଣ୍ଣ ଲକ୍ଷ୍ୟ ହେଉଛି କିପରି ଘରକୁ ଫେରିବା, ଭଗବତ ଧାମକୁ । ନା କି ଇନ୍ଦ୍ରିୟ ସନ୍ତୁଷ୍ଟି, ଖାଇବା, ପିଇବା, ପ୍ରଫୁଲ ରହିବା, ଉପଭୋଗ କରିବା । ତାହା ମନୁଷ୍ୟ ଜୀବନର ଲକ୍ଷ୍ୟ ନୁହେଁ । ତେଣୁ ସବୁ କିଛି ସେହି ଲକ୍ଷ୍ୟ ଦ୍ଵାରା ଆୟୋଜିତ କରାଯାଉ ଥିଲା । ବିଷ୍ଣୁର ଅାରଧ୍ୟତେ ।

ବର୍ଣ୍ଣାଶ୍ରମାଚାରବତା
ପୁରୁଷେଣ ପରଃ ପୁମାନ
ବିଷ୍ଣୁର ଆରାଧ୍ୟତେ ପଂଥେ
ନାନ୍ୟତ ତତ ତୋଶ କାରଣମ
(CC Madhya 8.58)

ବର୍ଣ୍ଣାଶ୍ରମ, ଏହି ବ୍ରାହ୍ମଣ, କ୍ଷେତ୍ରିୟ, ବୈଶ୍ୟ, ସମସ୍ତଙ୍କୁ କଠୋରତାର ସହିତ ନିଜର ବିଶିଷ୍ଟ ବିଭାଜନର ନିୟମ ଏବଂ ନିୟନ୍ତ୍ରକ ଗୁଡ଼ିକୁ ପାଳନ କରିବାକୁ ପଡ଼ୁଥିଲା । ଏକ ବ୍ରାହ୍ମଣକୁ ବ୍ରାହ୍ମଣ ପରି କାର୍ଯ୍ୟ କରିବାକୁ ପଡ଼ିବ । ଏକ କ୍ଷେତ୍ରିୟକୁ...ଏଠାରେ ଅଛି... ଯେପରି କୃଷ୍ଣ କୁହଁନ୍ତି, "ତୁମେ କାହିଁକି ଏହି ନିରର୍ଥକ କଥା ହେଉଛ? ତୁମକୁ କରିବାକୁ ହେବ!" ନୈତତ୍ତ୍ଵଯ୍ୟୁପପଦ୍ୟତେ (BG 2.3) । "ଦୁଇ ପ୍ରକାରରେ ତୁମେ ଏହା କରିବା ଉଚିତ୍ ନୁହେଁ । ଏକ କ୍ଷେତ୍ରିୟ ହିସାବରେ ତୁମେ ଏହା କରିବା ଉଚିତ୍ ନୁହେଁ, ଏବଂ ମୋର ସାଙ୍ଗ ହିସାବରେ ତୁମେ ଏହା କରିବା ଉଚିତ୍ ନୁହେଁ । ଏହା ହେଉଛି ତୁମର ଦୁର୍ବଳତା ।" ତେଣୁ ଏହା ହେଉଛି ବୈଦିକ ସଭ୍ୟତା । ଯୁଦ୍ଧ ହେଉଛି କ୍ଷେତ୍ରିୟମାନଙ୍କ ପାଇଁ । ଏକ ବ୍ରାହ୍ମଣ ଯୁଦ୍ଧ କରେ ନାହିଁ । ବ୍ରାହ୍ମଣ ହେଉଛି ସତ୍ୟଃ ଶମୋ ଦମଃ, ସେ ସତ୍ୟବାଦୀ ହେବାର ଅଭ୍ୟାସ କରେ, କିପରି ପରିଷ୍କାର ରହିବି, କିପରି ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବି, କିପରି ମନକୁ ନିୟନ୍ତ୍ରଣ କରିବି, କିପରି ସରଳ ହେବି, କିପରି ବୈଦିକ ସାହିତ୍ୟରେ ପୂର୍ଣ୍ଣ ଅବଗତ ହେବି, କିପରି ବ୍ୟବହାରିକ ଭାବରେ ଜୀବନରେ ଲାଗୁ କରିବି, କିପରି ଦୃଢ଼ ବିଶ୍ଵାସୀ ହୋଇ ରହିବି । ଏହା ହେଉଛି ବ୍ରାହ୍ମଣ । ସେହିପାରି, କ୍ଷେତ୍ରିୟମାନେ - ଯୁଦ୍ଧ କରନ୍ତି । ତାହା ଆବଶ୍ୟକ । ବୈଶ୍ୟ କୃଷି ଗୋ ରକ୍ଷ୍ୟ ବାଣିଜ୍ୟଂ (BG 18.44) । ତେଣୁ ଏହି ସବୁ ଶକ୍ତ ଭାବରେ ଅନୁସରଣ କରାଯିବା ଉଚିତ୍ ।