OR/Prabhupada 0225 - ନିରାଶ ହୁଅ ନାହିଁ, ଭ୍ରମିତ ହୁଅ ନାହିଁ

Revision as of 22:40, 1 October 2020 by Elad (talk | contribs) (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
(diff) ← Older revision | Latest revision (diff) | Newer revision → (diff)


Lecture at Engagement -- Columbus, may 19, 1969

ମନୁଷ୍ୟ ସଭ୍ୟତା ନିଜକୁ ବୁଝିବା ପାଇଁ ହୋଇଛି, ମୁଁ କ'ଣ, ଏବଂ ସେହି ଅନୁସାରେ କାମ କରିବା । ତେଣୁ ଭଗବଦ୍ କହେ, ଯଦି ଆମେ ନିଜକୁ ବୁଝିବାର ସ୍ଥିତିକୁ ନ ଆସିବା, ତେବେ ଯାହା କିଛି ଆମେ କରିବା, ଏହା କେବଳ ପରାଜୟ, କିମ୍ଵା କେବଳ ସମୟ ନଷ୍ଟ । ସେହି ସମୟରେ, ଏକ ଚେତବନୀ ଅଛି ଯେ ଆମେ ଆମ ଜୀବନର ଏକ କ୍ଷଣ ମଧ୍ୟ ନଷ୍ଟ କରିବା ଅନୁଚିତ୍ । ଦୟାକରି ଏହି ବୈଦିକ ନିର୍ଦ୍ଦେଶ ବୁଝିବାକୁ ଚେଷ୍ଟା କର, ସେଗୁଡ଼ିକ କେତେ ଭଲ । ଚାଣକ୍ୟ ପଣ୍ଡିତ ନାମରେ ଏକ ମହାନ୍ ରାଜନେତା ଥିଲେ । ସେ ସମ୍ରାଟ ଚନ୍ଦ୍ରଗୁପ୍ତଙ୍କର ପ୍ରଧାନମନ୍ତ୍ରୀ ଥିଲେ, ମହାନ ଆଲେକ୍ସାଣ୍ଡରଙ୍କ ସମୟରେ, ଗ୍ରୀସ୍ ରେ । ତେବେ , ସେ ସମ୍ରାଟ ଚନ୍ଦ୍ରଗୁପ୍ତଙ୍କର ପ୍ରଧାନମନ୍ତ୍ରୀ ଥିଲେ, ଏବଂ ତାଙ୍କ ପାଖରେ ଅନେକ ନୀତିଶିକ୍ଷା ପୂର୍ଣ୍ଣ ନିର୍ଦ୍ଦେଶ ଏବଂ ସାମାଜିକ ନିର୍ଦ୍ଦେଶ ଥିଲା । ତାଙ୍କର ଏକ ଶ୍ଳୋକରେ, ସେ କହିଥିଲେ ଯେ ଆୟୁଷଃ କ୍ଷଣ ଏକୋ ଅପି ନ ଲଭ୍ୟଃ ସ୍ଵର୍ଣ୍ଣ-କୋଟିଭିଃ ଅୟୁଷଃ, "ତୁମ ଜୀବନର ଅବଧିର ।" ମନେକର ତୁମକୁ କୋଡ଼ିଏ ବର୍ଷ ହୋଇଛି । ଆଜି ହେଉଛି ୧୯ ମେ, ଏବଂ ୪ ତା ବାଜିଥିଲା । ବର୍ତ୍ତମାନ, ଏହି ସମୟ ୪ ଟା, ୧୯ ମେ, ୧୯୬୯, ଚାଲିଗଲା । ିଏପରିକି ତୁମେ ଲକ୍ଷେ ଡଲାର ଦେବା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ତୁମେ ଏହି ସମୟ ଫେରି ପାଇବ ନାହିଁ । ଟିକିଏ ବୁଝିବାକୁ ଚେଷ୍ଟା କର । ସେହିପରି, ତୁମ ଜୀବନର ଏକ କ୍ଷଣ ନଷ୍ଟ ହୁଏ ବିନା କୌଣସି କାରଣରୁ, କେବଳ ଇନ୍ଦ୍ରିୟ ସନ୍ତୁଷ୍ଟି ପାଇଁ - ଖାଇବା, ଶୋଇବା, ମୈଥୁନ ଏବଂ ଆତ୍ମରକ୍ଷା - ତେବେ ତୁମେ ଜୀବନର ମୂଲ୍ୟ ଜାଣି ପାରି ନାହଁ । ତୁମେ ଲକ୍ଷେ ଡଲାର ଦେଇ ତୁମ ଜୀବନର ଏକ କ୍ଷଣ ମଧ୍ୟ ଫେରି ପାଇବ ନାହିଁ । ଟିକିଏ ବିଝିବାକୁ ଚେଷ୍ଟା କର ତୁମ ଜୀବନ କେତେ ମୂଲ୍ୟବାନ ।

ତେଣୁ ଆମର କୃଷ୍ଣ ଚେତନା ଆନ୍ଦୋଳନ ଲୋକମାନଙ୍କୁ ଏହ ଜଣାଇବା ପାଇଁ ଅଛି ଯେ ସେମାନଙ୍କର ଜୀବନ କେତେ ମୂଲ୍ୟବାନ, ଏବଂ ସେହିପରି ଭାବରେ ଉପଯୋଗ କରିବା ଉଚିତ୍ । ଆମର ଆନ୍ଦୋଳନ ହେଉଛି ସର୍ବେ ସୁଖିନଃ ଭବନ୍ତୁ: ସମସ୍ତେ ଖୁସୀ ରୁହଁନ୍ତୁ । କେବଳ ମାନବ ସମାଜ ନୁହେଁ, ପଶୁ ସମାଜ ମଧ୍ୟ । ଆମେ ସମସ୍ତଙ୍କୁ ଖୁସୀ ଦେଖିବାକୁ ଚାହୁଁଛୁ । ତାହା ହେଉଛି କୃଷ୍ଣ ଚେତନା ଆନ୍ଦୋଳନ । ଏବଂ ଏହା ବ୍ୟବହାରିକ, ଏହା ସ୍ଵପ୍ନ ନୁହେଁ । ତୁମେ ଖୁସୀ ହୋଇପାରିବ । ନିରାଶ ହୁଅ ନାହିଁ, ଭ୍ରମିତ ହୁଅ ନାହିଁ । ତୁମ ଜୀବନର ମୂଲ୍ୟ ଅଛି । ତୁମେ, ଏହି ଜୀବନରେ, ତୁମେ ତୁମର ଶାଶ୍ଵତ ଜୀବନ ଅନୁଭବ କରିପାରିବ, ଜ୍ଞାନର ଶାଶ୍ଵତ ଆନନ୍ଦମୟ ଜୀବନର । ଏହା ସମ୍ଭବ; ଏହା ଅସମ୍ଭବ ନୁହେଁ । ତେଣୁ ଆମେ କେବଳ ଏହି ସନ୍ଦେଶ ଦୁନିଆକୁ ପ୍ରସାରଣ କରୁଛୁ, ଯେ "ତୁମର ଜୀବନ ଅତି ମୂଲ୍ୟବାନ । ଏହାକୁ କୁକୁର ଏବଂ ବିଲେଇମାନଙ୍କ ପରି ନଷ୍ଟ କର ନାହିଁ । ଏହାକୁ ପୂର୍ଣ୍ଣ ଭାବରେ ଉପଯୋଗ କରିବାକୁ ଚେଷ୍ଟା କର ।" ତାହା ହେଉଛି ଭଗବଦ୍ ଗୀତାର ବକ୍ତବ୍ୟ । ଆମେ ଭଗବଦ୍ ଗୀତା ମୌଳିକ ରୂପରେ ପ୍ରକାଶ କରିଛୁ । ଏହାକୁ ପଢ଼ିବାକୁ ଚେଷ୍ଟା କର । ସେହି ଭଗବଦ୍ ଗୀତାରେ ଚତୁର୍ଥ ଅଧ୍ୟାୟରେ ଏହା କୁହାଯାଇଛି, ଜନ୍ମ କର୍ମ ମେ ଦିବ୍ୟମ ଯୋ ଯାନାତି ତତ୍ତ୍ଵତଃ ଯଦି କେବଳ କୃଷ୍ଣ କ'ଣ ବୁଝିବାକୁ ଚେଷ୍ଟା କରିବ, ତାଙ୍କର କାମ କ'ଣ, ତାଙ୍କର ଜୀବନ କ'ଣ, ସେ କେଉଁଠାରେ ରହୁଛନ୍ତି, ସେ କ'ଣ କରନ୍ତି...,ଜନ୍ମ, କର୍ମ । ଜନ୍ମ ଅର୍ଥାତ୍ ଆବିର୍ଭାବ ଏବଂ ଅନ୍ତର୍ଦ୍ଧାନ ହେବା; କର୍ମ ଅର୍ଥାତ୍ କାର୍ଯ୍ୟକଳାପ; ଦିବ୍ୟମ - ଦିବ୍ୟ । ଜନ୍ମ କର୍ମ ମେ ଦିବ୍ୟମ ଯୋ ଯାନାତି ତତ୍ତ୍ଵତଃ (BG 4.9)। ଜଣେ ଯିଏ ବାସ୍ତବରେ, ସତରେ କୃଷ୍ଣଙ୍କର ଆବିର୍ଭାବ ଏବଂ କାର୍ଯ୍ୟକଳାପ ଜାଣିଛି - ଭାବନାରେ ନାହିଁ କିନ୍ତୁ ବୈଜ୍ଞାନିକ ଅଧ୍ୟୟନରୁ - ତେବେ ପରିଣାମ ହେଉଛି ତ୍ୟକ୍ତ୍ଵା ଦେହଂ ନୈତି ମାମେତି କୌନ୍ତେୟ (BG 4.9) । କେବଳ କୃଷ୍ଣଙ୍କୁ ବିଝିବା ଦ୍ଵାରା, ତୁମକୁ ଏହି ଭୌତିକ ଅସ୍ଥିତ୍ଵର ଦୟନୀୟ ଅବସ୍ଥାକୁ ଫେରିବାକୁ ପଡ଼ିବ ନାହିଁ । ଏହା ହେଉଛି ତଥ୍ୟ । ଏପରିକି ତୁମ ଜୀବନରେ, ଏହି ଜୀବନରେ, ତୁମେ ବୁଝିପାରିବ, ତୁମେ ଖୁସୀ ହୋଇପାରିବ ।